ସାଙ୍କେଶ
ଦେଖଣା
ଅବସ୍ଥିତି
[ସମ୍ପାଦନା]ରାୟଗଡ଼ାରୁ କୋରାପୁଟ ଯିବା ରାସ୍ତାରେ ପ୍ରାୟ ୧୦ କିଲୋମିଟର ଦୂରତାରେ ସାଙ୍କେଶ ଅବସ୍ଥିତ ।
ଆକର୍ଷଣ
[ସମ୍ପାଦନା]ରାୟଗଡ଼ା ସହର ନିକଟବର୍ତ୍ତି ଝଞ୍ଜାବତୀ ନଦୀର ଅବବାହିକାରେ ବହିଯାଉଥିବା ପାହାଡି ଝରଣା ଏବଂ ଘେରି ରହିଥିବା ପ୍ରାକୃତିକ ପରିବେଶ ସାଙ୍କେଶ ନାମରେ ଜଣାଶୁଣା । ନିକଟରେ ଏକ ଛୋଟ ମନ୍ଦିର ରହିଛି । ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ଯାତ୍ରୀ ତଥା ସ୍ଥାନୀୟ ଲୋକେ ଏଠାରେ ପୂଜାର୍ଚ୍ଚନା କରିଥାନ୍ତି । ଜଙ୍ଗଲ, ଝରଣା ତଥା ପ୍ରାକୃତିକ ଶୋଭାରେ ଭରପୁର ଏହି ଜାଗା ବଣ ଭୋଜି କରିବା ପାଇଁଁ ଏକ ଉତ୍କୃଷ୍ଟ ସ୍ଥାନ ।ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ଦେଖିବାକୁ ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମେ ।[୧][୨] ତେବେ ପର୍ଯ୍ୟଟକଙ୍କ ରହଣିପାଇଁଁ ଏଠାରେ କୌଣସି ସୁବିଧା ନାହିଁଁ ।
ଯୋଗାଯୋଗ
[ସମ୍ପାଦନା]କୋରାପୁଟରୁ ବ୍ରହ୍ମପୁର ଯାଉଥିବା ରାସ୍ତା ପାର୍ଶ୍ୱରେ ଏହା ରହିଥିବାରୁ ସାଙ୍କେଶ ପର୍ଯ୍ୟନ୍ତ ବସ ସେବା ରହିଛି। ଜାଗାଟି ଜଙ୍ଗଲମୟ ହୋଇଥିବାରୁ ସାଙ୍ଗରେ ପଥପ୍ରଦର୍ଶକ (ଗାଇଡ୍) ନେଇ ଯିବା ଆବଶ୍ୟକ।
ଆଧାର
[ସମ୍ପାଦନା]- ↑ "ସାଙ୍କେଶ". ଧରିତ୍ରୀ. 11 December 2016. Retrieved 11 December 2016.
- ↑ "Scenic attractions of Rayagada district". Retrieved 11 December 2016.
ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |