ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ

ଉଇକିପିଡ଼ିଆ‌ରୁ
ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ, ରାୟଗଡ଼ା
ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ,ରାୟଗଡ଼ା
ଅବସ୍ଥାନ
ରାୟଗଡ଼ା, ଓଡ଼ିଶା, ଭାରତ
ବିବରଣୀ
ପ୍ରତିଷ୍ଠା ୧୯୩୮
ଶ୍ରେଣୀ ଶ୍ରେଣୀ ୬ରୁ ୧୦ମ

ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ ରାୟଗଡ଼ାରେ ଅବସ୍ଥିତ ଏକ ଓଡ଼ିଆ ମାଧ୍ୟମ ଉଚ୍ଚବିଦ୍ୟାଳୟ ।

ଇତିହାସ[ସମ୍ପାଦନା]

ଏହି ବିଦ୍ୟାଳୟ ୧୯୩୮ ମସିହାରେ ରାୟଗଡ଼ା ଜିଲ୍ଲାର ରାୟଗଡ଼ାଠାରେ ସ୍ଥାପନା କରାଯାଇଥିଲା[୧] । ପ୍ରାକ୍‌ ସ୍ୱାଧୀନତା ସମୟରେ କୋରାପୁଟରେ ଥିବା ଜିଲ୍ଲା ବୋର୍ଡ ରାୟଗଡାର ଉଚ୍ଚତର ଏଲିମେଣ୍ଟାରୀ ବିଦ୍ୟାଳୟକୁ ଏକ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ କରିଥିଲେ[୨] । ତତ୍କାଳୀନ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଏହି ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା । ଏହି ଓଡ଼ିଆ ମାଧ୍ୟମ ବିଦ୍ୟାଳୟଟି ଓଡ଼ିଶା ସରକାରଙ୍କ ବୋର୍ଡ ଅଫ୍‌ ସେକେଣ୍ଡରି ଏଡୁକେସନ୍‌, ଓଡ଼ିଶା ଅଧୀନରେ ପରିଚାଳିତ । ବିଦ୍ୟାଳୟରେ ଏକ ଇକୋ କ୍ଳବ୍‌ ସଂସ୍ଥାପିତ[୩] । ବିଶିଷ୍ଟ ସମାଜସେବୀ କୃଷ୍ଣଚନ୍ଦ୍ର ବକ୍ସିପାତ୍ର ୧୯୫୦ରୁ ୧୯୫୨ ଦୁଇ ବର୍ଷ ପାଇଁ ଏଠାରେ ଅବୈତନିକ ଶିକ୍ଷକ ରୂପେ ଶିକ୍ଷାଦାନ କରିଥିଲେ ।

ସ୍କୁଲ୍ ପୋଷାକ[ସମ୍ପାଦନା]

ଆହୁରି ଦେଖିବେ[ସମ୍ପାଦନା]

ଆଧାର[ସମ୍ପାଦନା]