Jump to content

ନୀଳକଣ୍ଠେଶ୍ୱର ଶିବ ମନ୍ଦିର, ପଦ୍ମପୁର

ଉଇକିପିଡ଼ିଆ‌ରୁ
ନୀଳକଣ୍ଠେଶ୍ୱର ଶିବ ମନ୍ଦିର, ପଦ୍ମପୁର
ନୀଳକଣ୍ଠେଶ୍ୱର ଶିବ ମନ୍ଦିର, ପଦ୍ମପୁର
ନୀଳକଣ୍ଠେଶ୍ୱର ଶିବ ମନ୍ଦିର, ପଦ୍ମପୁର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtରାୟଗଡ଼ା
Location
Country ଭାରତ

ନୀଳକଣ୍ଠେଶ୍ୱର ଶିବ ମନ୍ଦିର ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ ମହାଦେବ ମନ୍ଦିର । ଏକଦା ବୌଦ୍ଧ ଦାର୍ଶନିକ ଧର୍ମକୀର୍ତ୍ତି ଏଠାରେ ରହିବାର ଅନୁମାନ କରାଯାଏ । ମନ୍ଦିରସ୍ଥ ପଥରରେ ଖୋଦିତ ପାଲି ଭାଷାରେ ଲିଖିତ ଶୀଳାଲିପିରୁ ଏହି ପ୍ରମାଣ ମିଳେ ।[][]

ଭୌଗୋଳିକ ଅବସ୍ଥିତି

[ସମ୍ପାଦନା]

ପଦ୍ମପୁର ସହରର ସଂଲଗ୍ନ ଏକ ଛୋଟ ପାହାଡ ଉପରେ ଏହି ମନ୍ଦିରଟି ପ୍ରତିଷ୍ଠିତ । ପାହାଡ଼ ଉପରେ ଏହି ମନ୍ଦିର ବ୍ୟତୀତ ଅନ୍ୟ ଚାରୋଟି ଶିବ ମନ୍ଦିର ମଧ୍ୟ ରହିଅଛି ।[] ନିକଟରେ ଏହି ପାହାଡ଼ ଉପରେ ଗଢିଉଠିଥିବା ଅନ୍ୟାନ୍ୟ ଦେବଦେବୀଙ୍କ ଅନେକ ମନ୍ଦିର ଏହି ଅଞ୍ଚଳର ଶୋଭା ବର୍ଦ୍ଧନ କରୁଅଛି ।

ପର୍ବ ପର୍ବାଣି

[ସମ୍ପାଦନା]

ଏହା ଏକ ଶୈବ ପୀଠ ହୋଇଥିବାରୁ ମହାଶିବରାତ୍ରି ପର୍ବ ମହାଡ଼ମ୍ବରରେ ପାଳିତ ହୁଏ । ଅନ୍ୟାନ୍ୟ ପର୍ବ ମଧ୍ୟ ଏଠାରେ ପାଳିତ ହୁଏ । କାର୍ତ୍ତିକ ମାସରେ ଖାସ କରି ସୋମବାର ମାନଙ୍କରେ ଏଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୁଏ ।

ସୁବିଧା ସୁଯୋଗ

[ସମ୍ପାଦନା]
  1. Patra, Dasarathy. Tribal Tourism and Culture (PDF). Orissareview-November,2011. pp. 63–68.
  2. "GEOMORPHOLOGICAL, POLITICAL AND RELIGIOUS HISTORY OF ORISSA" (PDF). Retrieved 27 May 2017.
  3. Tour, Odisha (2020-11-08). "Odisha Tour | Nilakantheswar Temple, Padmapur, Rayagada". Odisha Tour (in ଆମେରିକୀୟ ଇଂରାଜୀ). Retrieved 2025-03-29.

ଅଧିକ ତଥ୍ୟ

[ସମ୍ପାଦନା]