ଜବାହର ନବୋଦୟ ବିଦ୍ୟାଳୟ, ରାୟଗଡ଼ା

ଉଇକିପିଡ଼ିଆ‌ରୁ
ଜବାହର ନବୋଦୟ ବିଦ୍ୟାଳୟ, ରାୟଗଡ଼ା
ଅବସ୍ଥାନ
ରାୟଗଡ଼ା, ଓଡ଼ିଶା, ଭାରତ
ବିବରଣୀ
ପ୍ରତିଷ୍ଠା ୨୦୦୨
ସମ୍ପାଦକ ଜିଲ୍ଲାପାଳ, ରାୟଗଡ଼ା
ଅଧ୍ୟକ୍ଷ N.Narasighma Rao, M.Sc, B.Ed.
ଶ୍ରେଣୀ ୬ଷ୍ଠରୁ ୧୨ଶ
ପରିମିତି ୩ ଏକର
ୱେବସାଇଟ

ଜବାହର ନବୋଦୟ ବିଦ୍ୟାଳୟ, ରାୟଗଡ଼ା ଓଡ଼ିଶାର ରାୟଗଡ଼ା ଜିଲ୍ଲାର ଏକ କେନ୍ଦ୍ରୀୟ ସରକାରୀ ଆବାସିକ ବିଦ୍ୟାଳୟ[୧]

ଇତିହାସ[ସମ୍ପାଦନା]

କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଆନୁକୁଲ୍ୟରେ ୨୦୦୨ ମସିହାରେ ଏହି ବିଦ୍ୟାଳୟ ସ୍ଥାପିତ ହୋଇଥିଲା । ବିଦ୍ୟାଳୟଟି ନବୋଦୟ ବିଦ୍ୟାଳୟ ସମିତିଦ୍ୱାରା ପରିଚାଳିତ[୨] । ଅଧୁନା ବିଦ୍ୟାଳୟଟି ରାୟଗଡ଼ା ସହରଠାରୁ ୫୦ କି.ମି  ଦୂର ବିଷମ କଟକରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଅଛି । ଏହି ବିଦ୍ୟାଳୟରେ ଷଷ୍ଠରୁ ଦ୍ୱାଦଶ ପର୍ଯ୍ୟନ୍ତ ପାଠ ପଢ଼ିବାର ବ୍ୟବସ୍ଥା ରହିଛି । ବିଦ୍ୟାଳୟରେ ପଢ଼ିବା ପାଇଁ ଏକ ପ୍ରବେଶ ପରିକ୍ଷାରେ ଉତ୍ତିନ୍ନ ହେବାକୁ ପଡ଼େ । ଏହି ବିଦ୍ୟାଳୟରେ ସି.ବି.ଏସ୍.ଇ ପାଠ୍ୟ ଖସଡ଼ା ଅନୁସାରେ ପାଠ ପଢ଼ା ହୁଏ। ସମସ୍ତ ଉପକୃତ ଛାତ୍ରଛାତ୍ରୀଙ୍କୁ ନିଶୁଳ୍କ ପାଠ ପଢ଼ାହୁଏ ।

ଲକ୍ଷ୍ୟ[ସମ୍ପାଦନା]

ଜିଲ୍ଲାର ଗ୍ରାମାଞ୍ଚଳରେ ପଢୁଥିବା ମେଧାବୀ ଛାତ୍ର/ଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ କରିବା ସଙ୍ଗେ ସଙ୍ଗେ ତିନୋଟି ଭାଷାରେ ସେମାନଙ୍କ ଦକ୍ଷତା ବୃଦ୍ଧି ଲକ୍ଷରେ ଜବାହର ନବୋଦୟ ବିଦ୍ୟାଳୟଗୁଡ଼ିକ ସ୍ଥାପିତ ହୋଇଛି ।

ଆଧାର[ସମ୍ପାଦନା]

  1. ""Orissaschools"". Archived from the original on 2015-02-13. Retrieved 2015-03-18.
  2. "Navodaya Vidyalaya Samiti"

ବାହାର ଆଧାର[ସମ୍ପାଦନା]