କୃଷ୍ଣଚନ୍ଦ୍ର ବକ୍ସିପାତ୍ର
କୃଷ୍ଣଚନ୍ଦ୍ର ବକ୍ସିପାତ୍ର | |
---|---|
ଜନ୍ମ | |
ମୃତ୍ୟୁ | ୧୦ ଫେବୃଆରୀ ୨୦୧୦ | (ବୟସ ୮୨)
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ସମାଜସେବା |
ବୈବାହିକ-ସାଥୀ | କୁନ୍ତଳା କୁମାରୀ(ସହଧର୍ମିଣୀ) |
ପିତାମାତା | ଶଶୀରେଖା ବକ୍ସିପାତ୍ର(ମା) ଗୋପିନାଥ ବକ୍ସିପାତ୍ର(ବାପା) |
କୃଷ୍ଣଚନ୍ଦ୍ର ବକ୍ସିପାତ୍ର ଅବିଭକ୍ତ କୋରାପୁଟ ଜିଲ୍ଲାର ଜଣେ ବିଶିଷ୍ଟ ସମବାୟବିତ୍ ତଥା ସମାଜସେବୀ । ଉତ୍କଳ ସମ୍ମିଳନୀ (ରାୟଗଡ଼ା ଶାଖା)ର ପୂର୍ବତନ ଜିଲ୍ଲା ସଭାପତି ତଥା ରାୟଗଡ଼ାର ପୂର୍ବତନ ନଗରପାଳ ଭାବେ ରାୟଗଡାର ସର୍ବାଙ୍ଗୀନ ବିକାଶରେ ତାଙ୍କର ଅନେକ ଅବଦାନ ରହିଛି ।
ପିଲାଦିନ ଓ ଶିକ୍ଷା ଲାଭ
[ସମ୍ପାଦନା]ଶ୍ରୀ କୃଷ୍ଣଚନ୍ଦ୍ର ବକ୍ସିପାତ୍ରଙ୍କ ଜନ୍ମ ହୁଏ ୧୯୨୭ ମସିହା ମେ ମାସ ୬ ତାରିଖ ଦିନ ତାଙ୍କ ମାମୁଁଘର ପାରଳାଖେମୁଣ୍ଡିଠାରେ । ପିଲାଟି ଦିନରୁ ସେ ଧୀରସ୍ଥିର ପ୍ରକୃତିର ଥିଲେ । ପ୍ରାଇମେରୀ ଶିକ୍ଷା ରାୟଗଡ଼ାରେ ସମାପନ କରି ସେ ଗୁଣପୁର ହାଇସ୍କୁଲରେ ହାଇସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ପାରଳାଖେମୁଣ୍ଡିର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟରେ ସ୍ନାତକ (ବି.ଏ) ପର୍ୟ୍ୟନ୍ତ ପଢ଼ିଥିଲେ । ଛାତ୍ର ଜୀବନରୁ ସେ ଭାରତୀୟ ଜାତୀୟ କଂଗ୍ରେସ ପ୍ରତି ଅନୁରକ୍ତ ଥିଲେ । ୧୯୪୩ ମସିହା ଅପ୍ରେଲ୍ ମାସରେ କୁନ୍ତଳା କୁମାରୀଙ୍କ ସହ ତଙ୍କର ବାଲ୍ୟ ବିବାହ ହୋଇଥିଲା ।
ସମାଜ ସେବା
[ସମ୍ପାଦନା]୧୯୪୮ରେ ବି.ଏ. ପାସ୍ ପରେ ସେ ବି.ଏଲ୍. ପଢ଼ିଲେ । ସ୍ନାତକ ଶିକ୍ଷା ପରେ ୧୯୫୦ରୁ ୧୯୫୨ ସେ ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲରେ ଅବୈତନିକ ଶିକ୍ଷକ ରୂପେ ଶିକ୍ଷାଦାନ କରିଥିଲେ । ତାପରେ ସେ ଦେଲେ ଓ.ଏ.ଏସ୍. ପରୀକ୍ଷା । ବାପାଙ୍କ ସ୍ୱାଭିମାନକୁ ସମ୍ମାନ ଜଣାଇ ସେ ଚାକିରିର ମୋହରୁ ନିଜକୁ ଦୂରେଇ ରଖିଲେ ଏବଂ ଜନସେବାରେ ନିଜକୁ ନିୟୋଜିତ କଲେ । ସେତେବେଳେ ବିଶ୍ୱନାଥ ପଟ୍ଟନାୟକ କୁଜେନ୍ଦ୍ରିରେ ରହି ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେଇଥାନ୍ତି । କୃଷ୍ଣଚନ୍ଦ୍ର ତାଙ୍କ ପ୍ରତ୍ୟକ୍ଷ ସଂପର୍କରେ ଆସିଲେ । ୧୯୪୨ ମସିହାରେ ସେ ଭାରତଛାଡ ଆନ୍ଦୋଳନରେ ଭାଗ ନେଇ ସେ ଜେଲ୍ ଯାଇଥିଲେ । କୃଷକ ସମାଜର ଏକ ଅଗ୍ରଣୀ ନେତା ଭାବେ ସେ ବହୁ ଜନହିତକର କାର୍ଯ୍ୟ କରିଯାଇଛନ୍ତି । ୧୯୫୪ରୁ ୧୯୬୨ ପର୍ଯ୍ୟନ୍ତ ସେ ରାୟଗଡ଼ା ପୌର କାଉନ୍ସିଲର୍ ଥିଲେ । ସେ ରାୟଗଡ଼ା କଲେଜର ସଂସ୍ଥାପକ ସଦସ୍ୟ ଭାବେ ୧୯୬୬ରୁ ୧୯୭୫,୧୯୭୯ରୁ ୧୯୮୩, ୧୯୮୩ରୁ ୧୯୮୮, ୧୯୮୮ରୁ ୧୯୯୩ ଓ ୧୯୯୩ରୁ ୨୦୦୨ ପର୍ଯ୍ୟନ୍ତ ରହିଥିଲେ ଏବଂ ରାୟଗଡ଼ା ମହାବିଦ୍ୟାଳୟ[୧]/ ସ୍ୱୟଂଶାସିତ ହେବା ପଛରେ ତାଙ୍କରି ମୂଖ୍ୟ ଭୂମିକା ଥିଲା । ରାୟଗଡ଼ା ସହରରେ ସେ ଜନପ୍ରିୟ ଥିଲେ[୨] ଏବଂ ଚାରିଥର ରାୟଗଡ଼ା ମୁନିସିପାଲିଟିର ଅଧ୍ୟକ୍ଷଭାବେ ନିର୍ବାଚିତ ହୋଇଥିଲେ[୩][୪] । ଦୀର୍ଘ ସମୟ ଧରି ଉତ୍କଳ ସମ୍ମିଳନୀ, ରାୟଗଡ଼ା ଶାଖାର ସଭାପତି ଦାୟୀତ୍ୱରେ ରହିଥିଲେ ସେ । ପରିଶେଷରେ ସେ ଫେବୃୟାରୀ ୧୦, ୨୦୧୦ ଦିନ ୮୨ ବର୍ଷ ବୟସରେ ଇହଧାମ ତ୍ୟାଗ କରିଥିଲେ ।
ପଦ ପଦବୀ
[ସମ୍ପାଦନା]- ଉତ୍କଳ ସମ୍ମିଳନୀର ଜିଲ୍ଲା ସଭାପତି (ରାୟଗଡ଼ା),
- ରାୟଗଡ଼ା ପୌରପାଳିକାର ପୌରପାଳ,
- ମଝିଘରିଆଣୀ ମନ୍ଦିରର ମ୍ୟାନେଜିଂ ଟ୍ରଷ୍ଟି,
- ସଭ୍ୟ, ରାୟଗଡା ଜିଲ୍ଲା ଖରିଫ୍ ଆମଦାନି କମିଟି-୨୦୦୫-୦୬[୫],
- କୋରାପୁଟ ସମବାୟ ବ୍ୟାଙ୍କର ସଭାପତି
- ରାୟଗଡ଼ା କଲେଜର ସଂସ୍ଥାପକ ସଦସ୍ୟ[୬]
ଆଧାର
[ସମ୍ପାଦନା]- ↑ """ରାୟଗଡ଼ା ମହବିଦ୍ୟାଳୟର ବେବ୍ ସାଇଟ"". Archived from the original on 2014-12-18. Retrieved 2014-10-21.
- ↑ "Data India, Issues 27-52"
- ↑ ""ଓଡ଼ିଶା ଡାଏରୀ ଡଟ୍ କମ୍"ରେ ପ୍ରକାଶିତ". Archived from the original on 2016-03-05. Retrieved 2014-10-20.
- ↑ "dailypioneer.com"
- ↑ "District kharif procurement committee, Rayagada, 2005-06" at Page 47[permanent dead link]
- ↑ ""Managing Committee members"". Archived from the original on 2016-03-05. Retrieved 2014-10-22.
ଅଧିକ ତଥ୍ୟ
[ସମ୍ପାଦନା]- ଜନନାୟକ କୃଷ୍ଣଚନ୍ଦ୍ର ବକ୍ସିପାତ୍ର - କୃଷ୍ଣଚନ୍ଦ୍ର ବକ୍ସିପାତ୍ର ସ୍ମୃତି କମିଟିଦ୍ୱାରା ପ୍ରକାଶିତ ।
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |