ସୌରୀନ୍ଦ୍ର ବାରିକ

ଉଇକିପିଡ଼ିଆ‌ରୁ
ସୌରୀନ୍ଦ୍ର ବାରିକ
ଜନ୍ମ ଓ ଜନ୍ମସ୍ଥାନ(1938-10-03)୩ ଅକ୍ଟୋବର ୧୯୩୮
ବାରିପଦା, ମୟୂରଭଞ୍ଜ
ମୃତ୍ୟୁ୨୩ ଫେବୃଆରୀ ୨୦୧୬(2016-02-23) (ବୟସ ୭୭)[୧]
ଭୁବନେଶ୍ୱର
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାସ୍ନାତକୋତ୍ତର(ଇଂରାଜୀ ଭାଷା)
ଶୈଳୀକବିତା
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ସୌରୀନ୍ଦ୍ର ବାରିକ (୩ ଅକ୍ଟୋବର ୧୯୩୮ - ୨୩ ଫେବୃଆରୀ ୨୦୧୬)[୨], ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଥିଲେ ।[୩] ବିଂଶ ଶତାବ୍ଦୀର ଷାଠିଏ ଦଶକରୁ ସାହିତ୍ୟ ରଚନାରେ ସକ୍ରିୟ ଥିବା ସୌରୀନ୍ଦ୍ରଙ୍କର ଏଯାବତ କୋଡ଼ିଏଟି କବିତା ଗ୍ରନ୍ଥ ଓ ନ'ଟି ସମାଲୋଚନା ଗ୍ରନ୍ଥ ପ୍ରକାଶିତ ହୋଇସାରିଛି ।

ସୌରୀନ୍ଦ୍ର ୧୯୩୮ମସିହାରେ ବାରିପଦାଠାରେ ଜନ୍ମଗ୍ରହଣ କରିଥିଲେ ।[୪] ତାଙ୍କ ପିତା ଦୈତାରୀ ବାରିକ ବାରିପଦା ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ସୌରିନ୍ଦ୍ର ବୃତ୍ତିରେ ଜଣେ ଅଧ୍ୟାପକ ଥିଲେ । ୨୦୧୬ ମସିହା ଫେବୃଆରୀ ୨୩ତାରିଖରେ ସୌରୀନ୍ଦ୍ର ବାରିକଙ୍କର ଭୁବନେଶ୍ୱରଠାରେ ମୃତ୍ୟୁବରଣ କରିଥିଲେ ।[୫]

ରଚନାବଳୀ[ସମ୍ପାଦନା]

ନିଜ କବିତା ସମ୍ପର୍କରେ ସୌରୀନ୍ଦ୍ର କହିଥିଲେ, "କବିତାର ଦାସାନୁଦାସ ମୁଁ । ତା ମରଜିରେ ମୁଁ ଚାଳିତ ହୁଏ । ନିଜ ଖୁସିରେ ତାକୁ ଆୟତ୍ତ କରିପାରେନାହିଁ । ତା ତାଡ଼ନାରୁ ନିଜକୁ ସମ୍ଭାଳି ମଧ୍ୟ ପାରେନାହିଁ ।"

କାବ୍ୟଗ୍ରନ୍ଥ[ସମ୍ପାଦନା]

  • ସାମାନ୍ୟ କଥନ - ୧୯୭୫
  • ଉପଭାରତ - ୧୯୮୪
  • ଗୁଣୁଗୁଣୁ ଚିତ୍ରପଟ୍ଟ - ୧୯୮୬
  • ଆକାଶ ପରି ନିବିଡ଼
  • ଲୁହ ଠୁଁ ବି ଅନ୍ତରଙ୍ଗ - ୧୯୮୯
  • ଭାରି ମନେପଡ
  • ଆକାଶପରି ନିବିଡ଼ - ୧୯୮୫
  • ଚାହାଳ ଛାଇରେ ଘଡିଏ - ୧୯୯୦
  • ଅନୁବ୍ରତ - ୧୯୯୦
  • ଆମେ ଦୁହେଁ - ୧୯୯୧
  • ପଢ଼ ବା ନପଢ଼ - ୧୯୯୭
  • ମା
  • ଆଉ ଯାହା କହିବାକୁ ଥିଲା
  • ହଳଦି ବସନ୍ତ
  • ଶକୁନି

ସମାଲୋଚନା[ସମ୍ପାଦନା]

  • ଅନ୍ୱେଷାର ସ୍ୱର
  • ଚେତନାର ଚୌହଦୀ
  • ସତ୍ୟର କୁହୁକ
  • ବାମନର ପାଦ
  • ସମସାମୟିକ ଓଡ଼ିଆ କବିତା[୬]

ଅନ୍ୟାନ୍ୟ[ସମ୍ପାଦନା]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୮୮ (ଆକାଶପରି ନିବିଡ଼ ପାଇଁ)[୮]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, (୧୯୭୭, ସାମାନ୍ୟ କଥନ ପାଇଁ)[୯]
  • ବିଷୁବ ପୁରସ୍କାର - ୨୦୦୮ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୧୦]
  • ଧରିତ୍ରୀ ସମ୍ମାନ[୧୧]
  • ସଚ୍ଚି ରାଉତରାୟ କବିତା ସମ୍ମାନ, ୨୦୧୦ (ଭୁବନେଶ୍ୱର ପୁସ୍ତକମେଳା)

ଆଧାର[ସମ୍ପାଦନା]

  1. https://sambadenglish.com/noted-poet-sourindra-barik-passes-away-in-odisha-capital/
  2. "Poet Sourindra Barik Passes Away at 79". newindianexpress.com. Retrieved 24 February 2021.
  3. Sisir Kumar Das (1991). History of Indian Literature: 1911-1956, struggle for freedom : triumph and tragedy. Sahitya Akademi. pp. 703–. ISBN 978-81-7201-798-9.
  4. Janaki Ballabha Mohanty (1988). An Approach to Oriya Literature: An Historical Study. Panchashila.
  5. http://www.prameyanews7.com/en/feb2016/odisha/15871/Noted-poet-Saurindra-Barik-passes-away-poet-Saurindra-Barikpasses-awayOdisha-Odisha.htm
  6. Indian Literature. Sahitya Akademi. 2001.
  7. "ଆଜି ଶ୍ରାଦ୍ଧବାର୍ଷିକୀ". ସମ୍ବାଦ ୨୩/୦୨/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୮. Archived from the original on 26 February 2017. Retrieved 23 February 2017.
  8. http://sahitya-akademi.gov.in/sahitya-akademi/awards/akademi%20samman_suchi.jsp#ODIA
  9. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Retrieved 24 February 2021.
  10. "ବିଷୁବ ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved 24 February 2021.
  11. "ସୃଜନ ଆଳାପ". ଧରିତ୍ରୀ ସାହିତ୍ୟାୟନ ଅକ୍ଟୋବର ୧୭-୩୦ ପୃଷ୍ଠା ୭. Retrieved 27 October 2015.