ଜଗନ୍ନାଥ ପ୍ରସାଦ ଦାସ
ଜଗନ୍ନାଥ ପ୍ରସାଦ ଦାସ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ପୁରୀ[୧] | ୨୬ ଅପ୍ରେଲ ୧୯୩୬
ଛଦ୍ମନାମ | J.P., J.P. Das |
ଭାଷା | ଓଡ଼ିଆ, ଇଂରାଜୀ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ରେଭେନ୍ସା କଲେଜ |
ସମୟ | ୧୯୬୦ ଦଶକ |
ଶୈଳୀ | କବିତା |
ସାହିତ୍ୟ କୃତି | ପରିକ୍ରମା ଆହ୍ନିକ |
ପୁରସ୍କାର | ସରସ୍ୱତୀ ସମ୍ମାନ, ଶାରଳା ପୁରସ୍କାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
ଦସ୍ତଖତ |
ଜଗନ୍ନାଥ ପ୍ରସାଦ ଦାସ ([d͡ʒɔɡɔnnat̪ʰɔ pɾɔsad̪ɔ d̪asɔ] (listen);ଜନ୍ମ: ୨୬ ଅପ୍ରେଲ ୧୯୩୬)[୨] ଜଣେ ଓଡ଼ିଆ କବି, ଲେଖକ, ଗାଳ୍ପିକ, ଗବେଷକ, ମନୋବିଜ୍ଞାନୀ, ଚିତ୍ରକର, ନାଟ୍ୟକାର, ଅଭିନେତା, ଅନୁବାଦକ ଓ ସମାଲୋଚକ ।
ଜୀବନ
[ସମ୍ପାଦନା]ପିତା ଶ୍ରୀଧର ଦାସ ଓ ମାତା ଇନ୍ଦୁଦେବୀଙ୍କ ତୃତୀୟ ସନ୍ତାନ ଭାବରେ ଜଗନ୍ନାଥ ୧୯୩୬ ଅପ୍ରେଲ ୨୬ରେ ପୁରୀଠାରେ ଜନ୍ମ ଲାଭ କରିଥିଲେ ।[୩] ସେ କଟକର ମିସନ ସ୍କୁଲ ଓ ରେଭେନ୍ସା କଲେଜରେ ପଢ଼ା ସାରି ଆଲ୍ହାବାଦ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ ଓ ସେଠାରେ କିଛି କାଳ ପଢ଼ାଇଥିଲେ । ୧୯୫୮ମସିହାରେ, ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ସାହିତ୍ୟ ସାଧନା ଓ ଗବେଷଣା ପାଇଁ, ସେ ୧୯୮୪ମସିହାରେ ପ୍ରଶାସନିକ ସେବାକୁ ପରିତ୍ୟାଗ କରିଥିଲେ । ୧୯୭୩ମସିହାରୁ ଦିଲ୍ଲୀରେ ଅବସ୍ଥାନ କରୁଥିବା ଜେ.ପି, ଦିଲ୍ଲୀରେ ରହୁଥିବା ଓଡ଼ିଆମାନଙ୍କ ପାଇଁ ମୁରବୀ ଭଳି କାର୍ଯ୍ୟକରି ଆସୁଛନ୍ତି ।[୪]
ସାହିତ୍ୟରଚନା
[ସମ୍ପାଦନା]ପ୍ରାକ ରଚନା
[ସମ୍ପାଦନା]କିଶୋର କାଳରେ ଜଗନ୍ନାଥ ଲେଖାଲେଖି ଆରମ୍ଭ କରିଥିଲେ । ୧୯୫୧ରେ ସେ "ସ୍ତବକ" ନାମରେ ଏକ କବିତା ସଙ୍କଳନ ପ୍ରକାଶ କରିଥିଲେ । ଓଡ଼ିଆ ପତ୍ରିକା ଡଗର, ଝଙ୍କାର, ଆସନ୍ତାକାଲି ଆଦିରେ ତାଙ୍କର ଲେଖା ନିୟମିତ ପ୍ରକାଶିତ ହେଉଥିଲା । ମନୋଜ ଦାସଙ୍କ ସହ ସେ ଛାତ୍ର ଫେଡେରେସନ ଅଫ ଇଣ୍ଡିଆର ଏକ ଜର୍ଣ୍ଣାଲ "ଆଗାମୀ"ର ସମ୍ପାଦନା କରୁଥିଲେ । ୧୯୬୦ ମସିହାରେ ସେ ଦୁଇଟି ନାଟକ ଲେଖିଥିଲେ । ୧୯୭୦ ମସିହାରେ ସେ ନିଜର ଚିତ୍ରସମୂହ ଏକ ପ୍ରଦର୍ଶନୀ ମାଧ୍ୟମରେ ପ୍ରଦର୍ଶନ କରାଇଥିଲେ । ୧୯୭୯ରେ ମିଳିଥିବା "ହୋମି ଭାବା ବୃତ୍ତି"ଦ୍ୱାରା ସେ ପଟ୍ଟଚିତ୍ର ଉପରେ ରିସର୍ଚ୍ଚ କରିବାର ସୁଯୋଗ ପାଇଥିଲେ, ଯାହା ପରବର୍ତ୍ତୀ ସମୟରେ "ପୁରୀ ପେଣ୍ଟିଙ୍ଗସ" ନାମରେ ପ୍ରକାଶ ପାଇଥିଲା ।[୫]
ରଚନବଳୀ
[ସମ୍ପାଦନା]କବିତା
[ସମ୍ପାଦନା]- ପ୍ରଥମ ପୁରୁଷ (୧୯୭୧)
- ଅନ୍ୟସବୁ ମୃତ୍ୟୁ (୧୯୭୬)
- ଯେ ଯାହାର ନିର୍ଜନତା (୧୯୭୯)
- ଅନ୍ୟ ଦେଶ ଭିନ୍ନ ସମୟ (୧୯୮୨)
- ଯାତ୍ରାର ପ୍ରଥମ ପାଦ (୧୯୮୮)
- ଆହ୍ନିକ (୧୯୯୦)
- ସ୍ଥିରଚିତ୍ର (୧୯୯୧)
- ସଚରାଚର (୧୯୯୪)
- ସୃତିର ସହର (୧୯୯୫)
- ପରିକ୍ରମା (୧୯୯୮)
- ଅସମୟ (୨୦୦୪)
କବିତା ସଂକଳନ
[ସମ୍ପାଦନା]- ପ୍ରେମ କବିତା (୧୯୮୭)
- ଶ୍ରେଷ୍ଠ କବିତା (୧୯୯୧)
- ପୂର୍ବାପର - ୧(କବିତା ସମଗ୍ର ୧୯୭୦-୭୯) (୧୯୯୫)
- ପୂର୍ବାପର - ୨ (କବିତା ସମଗ୍ର ୧୯୮୦-୧୯୯୪) (୧୯୯୬)
- ରଙ୍ଗଲିପି (୧୯୯୭)
- କଥାଯାତ୍ରା (୨୦୦୦)
- କବିତା ସମଗ୍ର (୨୦୧୧)
ଗଳ୍ପ
[ସମ୍ପାଦନା]- ଭବନାଥ ଓ ଅନ୍ୟମାନେ (୧୯୮୨)
- ଦିନଚର୍ଯ୍ୟା (୧୯୮୩)
- ଆମେ ଯେଉଁମାନେ (୧୯୮୬)
- ସାକ୍ଷାତକାର (୧୯୮୭)
- ପ୍ରିୟ ବିଦୂଷକ (୧୯୯୨)
- ଶେଷ ପର୍ଯ୍ୟନ୍ତ (୧୯୯୫)
- ଇଚ୍ଛାପତ୍ର (୨୦୦୦)
- ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘଜୀବନ (୨୦୦୯)
ଉପନ୍ୟାସ
[ସମ୍ପାଦନା]- ଦେଶ କାଳ ପାତ୍ର (ଐତିହାସିକ ଉପନ୍ୟାସ - ୧୯୯୨)
ନାଟକ
[ସମ୍ପାଦନା]- ସୂର୍ଯ୍ୟାସ୍ତ ପୂର୍ବରୁ (୧୯୭୨)
- ସବା ଶେଷ ଛୋଲାକ (୧୯୮୦)
- ଅସଂଗତ ନାଟକ (୧୯୮୧)
- ପୂର୍ବରାଗ (୧୯୮୩)
- ସୁନ୍ଦର ଦାସ (୧୯୯୩)
ଶିଶୁ ସାହିତ୍ୟ
[ସମ୍ପାଦନା]- ଅଳିମାଳିକା (୧୯୯୩)
- ଆଳୁକୁଚି ମାଳୁକୁଚି (୧୯୯୩)
- ଅନାବନା (୨୦୦୮)
ଇଂରାଜୀ
[ସମ୍ପାଦନା]- Dāsa, Jagannātha Prasāda (1982). Puri paintings: the Chitrakāra and his work. Humanities Press. p. 200. ISBN 978-0391025776.
- Das, Jagannath Prasad (2007). Chitra-pothi: Illustrated Palm-leaf Manuscripts from Orissa. Niyogi Books. p. 122. ISBN 978-8189738068.
- Das, Williams, Jagannath_Prasad, Joanna Gottfried (1 Jan 1991). Palm-Leaf Miniatures: The Art of Raghunath Prusti of Orissa. Abhinav Publications. p. 92. ISBN 978-8170172758.
{{cite book}}
: CS1 maint: multiple names: authors list (link)
ଅନୁବାଦ
[ସମ୍ପାଦନା]- ସ୍ୱପ୍ନ ବିଚାର (୨୦୦୦)
- Oriya Short Stories - 1983
- Growing and Indian Star (by Catherine Clément) (୧୯୯୧)
- Under a silent Sun (with Arlene Zede) (୧୯୯୨)
- Autumn moon (by Gulzar) (୧୯୯୯)
- Kavita 93 (with K. Satchidanandan) (୧୯୯୩)
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ୨୦୦୬: ସରସ୍ୱତୀ ସମ୍ମାନ, 'ପରିକ୍ରମା' ନିମନ୍ତେ [୬]
- ୧୯୯୯: ରୟାଲ ସୋସାଇଟି ଅଫ କାନାଡ଼ା ଫେଲୋ
- ୧୯୯୮:ଶାରଳା ପୁରସ୍କାର, ପ୍ରିୟ ବିଦୁଷକ ନିମନ୍ତେ [୭]
- ୧୯୯୨: କାନାଡ଼ିଆନ ମାଇଗ୍ରେସନ ଆଚିଭମେଣ୍ଟ ପୁରସ୍କାର
- ୧୯୯୧: କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, "ଆହ୍ନିକ" ନିମନ୍ତେ(ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଛନ୍ତି) [୮]
- ୧୯୮୪ - ବିଷୁବ ପୁରସ୍କାର[୯]
- ୧୯୮୧: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, 'ଯେ ଯାହାର ନିର୍ଜନତା' ନିମନ୍ତେ [୧୦]
- ୧୯୭୯: ଆଲବର୍ଟ ଜେ. ହାରିସ ପୁରସ୍କାର, ଇଣ୍ଟରନ୍ୟାସନାଲ ରିଡ଼ିଙ୍ଗ ଆସୋସିଏସନ
- ୧୯୭୨: ନଫିଫିଲ୍ଡ ଫେଲୋ
- ୧୯୬୩: କେନେଡି ଫାଉଣ୍ଡେସନ ପ୍ରଫେସରସିପ
- ଗବେଷଣା ପୁରସ୍କାର
ପ୍ରକାଶିତ ବହି
[ସମ୍ପାଦନା]- Das, J. P. (2002). A better look at intelligence. Current Directions In Psychological Science, 11(1), 28-33.
- Das, J. P., Kar, B. C., & Parrila, R. K. (1996). Cognitive planning. Thousand Oaks, CA: Sage.
- Das, J. P., Kirby, J. R., & Jarman, R. F. (1975). Simultaneous and successive syntheses: An alternative model for cognitive abilities. Psychological Bulletin, 82, 87-103.
- Das, J. P., Kirby, J. R., & Jarman, R. F. (1979). Simultaneous and successive cognitive processes. New York: Academic Press.
- Das, J. P., Naglieri, J. A., & Kirby, J. R. (1994). Assessment of cognitive processes. Boston: Allyn & Bacon.
- Naglieri, J. A., & Das, J. P. (1988). Planning-Arousal-Simultaneous-Successive (PASS): A Model for Assessment. Journal of School Psychology, 26, 35-48).
ଆଧାର
[ସମ୍ପାଦନା]- ↑ Swarup, Harihar. "Poetry, first love of J.P. Das". The Tribune. Retrieved 26 April 2014.
- ↑ ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘ ଜୀବନ. ଡ୍ରିମ୍ସ୍. p. ୩.
- ↑ Mohanty, S. (2007). "Kalahandia: The world of J.P.Das: Kalahandi experience shaped his thinking".
- ↑ "ଦିଲ୍ଲୀ ଓଡ଼ିଆଙ୍କ ମୁରବୀ". ଧରିତ୍ରୀ ଛୁଟିଦିନ ୨୫-୩୧ଅକ୍ଟୋବର ୨୦୧୫. Retrieved 27 October 2015.
- ↑ "Jagannath Prasad Das" (PDF). meet the author (in English). Sahitya Akademi: 6. 4 December 2002. Retrieved 4 September 2023.
{{cite journal}}
: CS1 maint: unrecognized language (link) - ↑ "Saraswati Samman for eminent Oriya writer". The Hindu. Feb 13, 2007. Archived from the original on March 4, 2007. Retrieved April 27, 2014.
- ↑ Mohanty, Sachidananda. "The world of J.P.Das". The Hindu. Retrieved 29 April 2014.
- ↑ "RECIPIENTS OF KENDRA SAHITYA ACADEMY AWARD FOR ODIA LITERATURE" (PDF). ଓଡ଼ିଶା ସରକାର. p. ୯୦. Retrieved 29 April 2014.
Dr. Jagannatha Prasad Das 1991 Poetry Aanhik
- ↑ "ବିଷୁବ ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved 9 October 2020.
- ↑ "ORISSA SAHITYA ACADEMY AWARDED BOOKS AND WRITERS" (PDF). ଓଡ଼ିଶା ସରକାର. p. ୬୩୦. Retrieved 29 April 2014.
75. Je Jahar Nirjanata Poetry Dr. Jagannatha Prasad Das