ମହାପ୍ରସାଦ

ଉଇକିପିଡ଼ିଆ ରୁ
(ଶୀତଳ ଭୋଗ ଓ ଶଙ୍ଖୁଡି ଭୋଗରୁ ଲେଉଟି ଆସିଛି)
Jump to navigation Jump to search
ମହାପ୍ରସାଦ
Abadha and Prasada in earthen pots in Ananta Basudeba Temple, Bhubaneswar.jpg
Bojhia.jpg
ଉପର: ଅନନ୍ତ ବାସୁଦେବ ମନ୍ଦିରରେ ଅବଢ଼ା
ତଳ: ବୋଝିଆ ସେବାୟତ ମାଟିପାତ୍ର ନେଉଥିବା ଦୃଶ୍ୟ
ମୂଳ ସ୍ଥାନଭାରତ
ଅଞ୍ଚଳ ବା ରାଜ୍ୟପୁରୀ, ଓଡ଼ିଶା

ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ରସୁଭଦ୍ରାଙ୍କ ପାଖରେ ବିଭିନ୍ନ ପ୍ରକାର ଅନ୍ନବ୍ୟଞ୍ଜନ ଭୋଗ ହୋଇସାରି ବିମଳାଙ୍କ ନିକଟରେ ସମର୍ପଣ କରାଯିବା ପରେ ତାହାକୁ ମହାପ୍ରସାଦ (ଅବଢ଼ା ନାମରେ ମଧ୍ୟ ଜଣା) କୁହାଯାଏ । ଏହା ଅବଢ଼ା (ଏହା ବଢ଼ା ନହୋଇ ଗୋଟା କୁଡୁଆରେ ଠାକୁରମାନଙ୍କୁ ଅର୍ପଣ କରାଯାଉଥିବାକୁ ଏହାକୁ ଅବଢ଼ା (ବଢ଼ା ହୋଇନଥିବା) କୁହାଯାଇଥାଏ । ଅବଢ଼ା ନିର୍ମାଲ୍ୟ, ମାହାର୍ଦ୍ଦ ଓ କୈବଲ୍ୟ ନାମରେ ମଧ୍ୟ ଜଣା । କୈବଲ୍ୟ ଓ ଅବଢ଼ା ମଧ୍ୟରେ ପାର୍ଥକ୍ୟ ହେଉଛି, କୈବଲ୍ୟକୁ ଦୁଇ ଆଙ୍ଗୁଠିରେ ଅର୍ଥାତ କଣିକାଏ ଖାଇବାକୁ ହୁଏ; କିନ୍ତୁ ଅବଢ଼ା ମନମୁତାବକ ପେଟପୁରା ଖିଆଯାଏ ।

ଶ୍ରୀମନ୍ଦିର ଭିତରେ ଥିବା ଗଙ୍ଗା ଓ ଯମୁନା ନାମକ ଦୁଇଟି କୂଅର ଜଳରେ ଅବଢ଼ା ରନ୍ଧାଯାଏ । ଐତିହାସିକ ମତାନୁସାରେ ଯଯାତି କେଶରୀ ଶ୍ରୀମନ୍ଦିରରେ ଅନ୍ନମହାପ୍ରସାଦ ଆରମ୍ଭ କରିଥିଲେ । ପୁରୀ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କୁ ଭୋଗ ଲଗାଯିବା ପରେ ଆନନ୍ଦ ବଜାରରେ ଏହାକୁ ଭକ୍ତମାନଙ୍କ ନିମନ୍ତେ ବିକ୍ରି କରାଯାଇଥାଏ । ଜଗନ୍ନାଥଙ୍କ ଭୋଗ ଦୁଇ ଭାଗରେ ବିଭକ୍ତ ଶଙ୍ଖୁଡ଼ି ଭୋଗ ଓ ନିଶଙ୍ଖୁଡ଼ି ଭୋଗ (ଶୁଖିଲା ଭୋଗ) । ଶଙ୍ଖୁଡ଼ି ଭୋଗ ମନ୍ଦିର ମଧ୍ୟରେ ପ୍ରସ୍ତୁତ କରାଯାଉଥିବା ବେଳେ ନିଶଙ୍ଖୁଡ଼ି ଭୋଗ ମନ୍ଦିର ବାହାରେ ପ୍ରସ୍ତୁତ ହୋଇଥାଏ । [୧] ଶୁଖିଲା ଭୋଗ ବା ଶୀତଳ ଭୋଗ ବଡ଼ ଦେଉଳରେ, ରଥ ଉପରେ ଓ ଶ୍ରୀଗୁଣ୍ଡିଚା ମନ୍ଦିରରେ ହୁଏ । ହେଲେ ଶଙ୍ଖୁଡିଭୋଗ କେବଳ ରଥ ଉପରକୁ ଛାଡି ବଡ଼ ଦେଉଳ ଓ ଶ୍ରୀଗୁଣ୍ଡିଚା ମନ୍ଦିରରେ ହଉଛି । ପୂର୍ବରୁ ରଥ ଉପରେ ମଧ୍ୟ ଶଙ୍ଖୁଡିଭୋଗ ହେଉଥିଲା । ୪ରୁ ଅଧିକ ମଠ ବା ଜାଗାଘର ଏହି ଶଙ୍ଖୁଡି ଭୋଗ କରୁଥିଲେ । ମାତ୍ର ୮୦ ବର୍ଷ ଧରି ଏହି ପରମ୍ପରା ବନ୍ଦ ହୋଇଯାଇଛି ।

ମହାପ୍ରସାଦର ମହତ୍ତ୍ୱ[ସମ୍ପାଦନା]

ଶାସ୍ତ୍ରୀୟ ଭିତ୍ତିଭୂମି[ସମ୍ପାଦନା]

ଅନେକ ଧର୍ମଶାସ୍ତ୍ର ଓ ପୁରାଣରେ ଶ୍ରୀକ୍ଷେତ୍ରର ମହାପ୍ରସାଦ ବିଷୟରେ ଉଲ୍ଲେଖ ରହିଛି । ଏଗୁଡ଼ିକ ମଧ୍ୟରୁ ବ୍ରହ୍ମବୈବର୍ତ୍ତପୁରାଣ, ବାୟୁପୁରାଣ, ନୀଳାଦ୍ରିମହୋଦୟ, ସୂତସଂହିତା ଓ ଚତୁର୍ବର୍ଗ ଯୋଗୀଶ୍ୱର ଗ୍ରନ୍ଥଗୁଡ଼ିକ ଅନ୍ତର୍ଭୁକ୍ତ ।[୨]

ବ୍ରହ୍ମବୈବର୍ତ୍ତପୁରାଣ[ସମ୍ପାଦନା]

ଜଗନ୍ନାଥସ୍ୟ ନୈବେଦ୍ୟଂ ମହାପାତକନାଶନମ୍ ।
ଭକ୍ଷଣାତ୍ ଫଳମାପ୍ନୋତି କପିଳା କୋଟି ଦାନଜମ୍ ।।

ଜଗନ୍ନାଥଙ୍କର ନୈବେଦ୍ୟ ମହାପାତକ ନାଶ କରେ । ଲୋକ ଏହାକୁ ଭକ୍ଷଣ କଲେ କୋଟି କପିଳା ଗାଈ ଦାନ କରିବାର ଫଳ ଲାଭ କରେ ।

—ବ୍ରହ୍ମବୈବର୍ତ୍ତପୁରାଣ, ବ୍ରଜକିଶୋର ସାହୁଙ୍କଦ୍ୱାରା ଅନୁବାଦିତ

ବାୟୁପୁରାଣ[ସମ୍ପାଦନା]

ଶୁଷ୍କଂ ପର୍ଯ୍ୟୁଷିତଂ ବାପି ନୀତଂ ବା ଦୂର ଦେଶତଃ ।
ଦୁର୍ଜନେନାପି ସଂସ୍ପୃଷ୍ଟଂ ସର୍ବସ୍ୟୈ ବାଘନାଶନମ୍ ।

(ଜଗନ୍ନାଥଙ୍କର) ପ୍ରସାଦ ଶୁଖି ଯାଇଥିଲେ, ବାସି ହୋଇଥିଲେ ଏବଂ ଦୂରଦେଶକୁ ନିଆ ଯାଇଥିଲେ ଅଥବା ଦୁଷ୍ଟଲୋକ ତାକୁ ଛୁଇଁଥିଲେ ମଧ୍ୟ ତାର ପବିତ୍ରତା ନଷ୍ଟ ହୁଏ ନାହିଁ, ତାହା ସମସ୍ତଙ୍କର ପାପ ନାଶ କଲେ ।

—ବାୟୁପୁରାଣ, ବ୍ରଜକିଶୋର ସାହୁଙ୍କଦ୍ୱାରା ଅନୁବାଦିତ

ଚତୁର୍ବର୍ଗ ଯୋଗୀଶ୍ୱର[ସମ୍ପାଦନା]

କ୍ରନ୍ଦନ୍ତି ସର୍ବପାପାନି ନିଃଶ୍ୱସନ୍ତି ମୂହୁର୍ମୂହୁଃ ।
ହାହା କୃତ୍ୱା ପଳାୟନ୍ତେ ଜଗନ୍ନାଥସ୍ୟ ଭକ୍ଷଣାତ୍ ।

ଜଗନ୍ନାଥଙ୍କ ପ୍ରସାଦ ସେବନ କଲେ ସବୁ ପାପ କାନ୍ଦି ଉଠନ୍ତି, ବାରମ୍ବାର ଦୀର୍ଘଶ୍ୱାସ ତ୍ୟାଗ କରନ୍ତି ଓ ହାହାକାର କରି ଦୂରକୁ ପଳାନ୍ତି ।

—ଚତୁର୍ବର୍ଗ ଯୋଗୀଶ୍ୱର, ବ୍ରଜକିଶୋର ସାହୁଙ୍କଦ୍ୱାରା ଅନୁବାଦିତ

ସୂତ ସଂହିତା[ସମ୍ପାଦନା]

ଯଜ୍ଞାସ୍ତପାଂସି ବିପ୍ରେନ୍ଦ୍ରା ! ବ୍ରତାନି ବିବିଧାନି ଚ ।
ତୀର୍ଥାଟନ ତେନୈବ ଚ କୃତାନି ସୁକୃତାନି ଚ ।

(ଜଗନ୍ନାଥ କହୁଛନ୍ତି) ହେ ବିପ୍ରମାନେ ! ଯେ ମୋର ଅନ୍ନ ଭକ୍ଷଣ କରେ, ସେ ସମସ୍ତ ଯଜ୍ଞ, ତପ, ବ୍ରତ, ତୀର୍ଥାଟନ ଓ ପୁଣ୍ୟକର୍ମମାନ କରିଛି ବୋଲି ମନେ କରାଯାଏ ।

—ସୂତ ସଂହିତା, ବ୍ରଜକିଶୋର ସାହୁଙ୍କଦ୍ୱାରା ଅନୁବାଦିତ

ନୀଳାଦ୍ରିମହୋଦୟ[ସମ୍ପାଦନା]

ଅଶ୍ୱମେଧ ସହସ୍ରାଦ୍ ବୈ ରାଜସୂୟ ଶତାଚ୍ଚଯତ୍ ।
ତତ୍ରୋପବାସ୍ତୋ ଭୂପ ତତ୍ଫଳଂ ଜାୟତେ ଭୁବି ।
ଯତ୍ତତ୍ ଫଳମବାପ୍ନୋତି ଜଗନ୍ନାଥାନ୍ନ ଭକ୍ଷଣାତ୍ ।

ହେ ରାଜା ! ଏକ ସହସ୍ର ଅଶ୍ୱମେଧ ଓ ଏକଶତ ରାଜସୂୟ ଯଜ୍ଞ ଓ ତଦନୁଷ୍ଠିତ ଉପବାସରୁ ଯେଉଁ ଫଳ ମିଳେ, ଜଗନ୍ନାଥଙ୍କର ପ୍ରସାସ ସେବନଦ୍ୱାରା ମନୁଷ୍ୟ ପୃଥିବୀରେ ସେହି ଫଳ ଲାଭ କରେ ।

—ନୀଳାଦ୍ରିମହୋଦୟ, ବ୍ରଜକିଶୋର ସାହୁଙ୍କଦ୍ୱାରା ଅନୁବାଦିତ

ଆପ୍ତବାକ୍ୟ[ସମ୍ପାଦନା]

ଶୁନୀ ମୁଖିଭ୍ୟୋଽପି ଚ କାକତୁଣ୍ଡାତ୍ ବିଡ଼ାଳ ବକ୍ତ୍ରାତ୍ ବର୍ଷତି ଯଦନ୍ନମ୍ ।
ସ୍ୱର୍ଗମ୍ ପରିତ୍ୟଜ୍ୟ ସମସ୍ତ ଦେବା ଭ୍ରମନ୍ତି ଭୂମୌ ପୁରୁଷୋତ୍ତମାଖ୍ୟେ ।

କୁକ୍କୁରୀର ମୁହଁରୁ, କାଉର ତୁଣ୍ଡରୁ ଏବଂ ବିରାଡ଼ି ମୁହଁରୁ ଯେଉଁ ଅନ୍ନପ୍ରସାଦ ଖସିପଡ଼େ, ତାହା ସେବନ କରିବାକୁ ସମସ୍ତ ଦେବତାମାନେ ସ୍ୱର୍ଗଧାମ ତ୍ୟାଗ କରି ପୁରୁଷୋତ୍ତମ ନାମକ ତୀର୍ଥ କ୍ଷେତ୍ରରେ ଆସି ଭ୍ରମଣ କରିଥାନ୍ତି ।

—ଆପ୍ତବାକ୍ୟ, ବ୍ରଜକିଶୋର ସାହୁଙ୍କଦ୍ୱାରା ଅନୁବାଦିତ

ଆୟୁର୍ବେଦୀୟ ଭିତ୍ତିଭୂମି[ସମ୍ପାଦନା]

ଅବଢ଼ା ପ୍ରସାଦ

ମହାପ୍ରସାଦ କହିଲେ ଶ୍ରୀମନ୍ଦିରରେ ପ୍ରସ୍ତୁତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସାଦକୁ ବୁଝାଇଥାଏ । ଏହାର ସେବନ ମନୁଷ୍ୟକୁ ମୁକ୍ତି ପ୍ରଦାନ କରିଥାଏ ବୋଲି ବିଶ୍ୱାସ ରହିଛି । ଏହା ମାନବ ଶରୀରର କୌଣସି କ୍ଷତି କରିନଥାଏ। ମହାପ୍ରସାଦର ରନ୍ଧନଶୈଳୀକୁ ଦୃଷ୍ଟିଦେଲେ ଜାଣି ହୁଏ

ଯେ, ଏହା ସମ୍ପୂର୍ଣ୍ଣ ବାମ୍ଫଦ୍ୱାରା ପ୍ରସ୍ତୁତ ହୋଇଥାଏ । ରନ୍ଧନ କାର୍ଯ୍ୟରେ ବ୍ୟବହୃତ ପରିବାରୁ ଚୋପା ଛଡ଼ା ଯାଇନଥାଏ । ମହାପ୍ରସାଦ ପ୍ରସ୍ତୁତରେ ଘିଅ ବ୍ୟତୀତ ଅନ୍ୟ କୌଣସି ତେଲ, ଗରମ ମସଲା, ପୋସ୍ତକ ଓ ଉତ୍ତେଜକ ଦ୍ରବ୍ୟ ବ୍ୟବହାର ନିଷିଦ୍ଧ । ଏଥିରେ ଆୟୁର୍ବେଦର ବୈଶିଷ୍ଟ୍ୟ ପରିଲକ୍ଷିତ ହୋଇଥାଏ । ଏହାର ଅଲୌକିକତା ସମ୍ପର୍କରେ ଆଲୋଚନା କଲେ ଜଣାଯାଏ ଯେ, ଜଣେ ବ୍ୟକ୍ତି କିଭଳି ମହାପ୍ରସାଦ ସେବନ କରି ତାଙ୍କ ପେଟରେ ହୋଇଥିବା ଅନ୍ତନାଳୀ ଘା'କୁ ଭଲ କରିଥିଲେ ।[୩] ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ କେବଳ ମାଟିପାତ୍ରରେ ରନ୍ଧନ ହୋଇଥାଏ । ଏ ଦୃଷ୍ଟିରେ ପାକ ବା ପ୍ରସାଦ ସେବନ ନିମିତ୍ତ ମାଟିପାତ୍ର ହିଁ ସର୍ବୋତ୍ତମ। ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁସାରେ କୁମ୍ଭକାର ନିଯୋଗ ମାଟିପାତ୍ର ତିଆରି କରି ମହାପ୍ରସାଦ ପ୍ରସ୍ତୁତି ନିମିତ୍ତ ଶ୍ରୀମନ୍ଦିରକୁ ଯୋଗାଇଥାନ୍ତି । ଶ୍ରୀମନ୍ଦିରରେ ବ୍ୟବହୃତ ମାଟିପାତ୍ରକୁ ସାଧାରଣତଃ ୩ ଭାଗରେ ବିଭକ୍ତ କରାଯାଇଛି । ୧- ପାହାନ୍ତି ତାଡ଼ ୨- ମଝଲା ତାଡ଼, ୩-ଚାଟି ତାଡ଼ ,୪ ପ୍ରକାର ସରା- ବଡ଼, ପୁଳି, ପାଳି ଓ ପଟା ବ୍ୟବହୃତ ହୁଏ ।

ଅନନ୍ତ ବାସୁଦେବ ଦେଉଳର ରୋଷଶାଳାରେ ପ୍ରସ୍ତୁତି ନଡ଼ିଆ ପାଚେଡ଼ି

ସମସ୍ତ ମହାପ୍ରସାଦ ପ୍ରସ୍ତୁତି ଯୋଗ୍ୟ ମାଟିପାତ୍ରର ରଙ୍ଗ ନାଲି ହିଁ ହେବା ବିଧିସମ୍ମତ । ପାକ ଯୋଗ୍ୟ ମାଟିପାତ୍ର ସମ୍ବନ୍ଧରେ "ବାମଦେବ ସଂହିତା' ଦଶମ ଅଧ୍ୟାୟ ନବମ ଶ୍ଳୋକରୁ ତ୍ରୟୋଦଶ ଶ୍ଳୋକ ମଧ୍ୟରେ ବିଶେଷ ବର୍ଣ୍ଣିତ ହୋଇଅଛି । ମହାପ୍ରସାଦ ପ୍ରସ୍ତୁତିରେ କେବଳ ବୈଷ୍ଣବାଗ୍ନୀ ବ୍ୟବହୃତ ହୋଇଥାଏ ଓ ଦେବୀ ପଦ୍ମାଳୟା- ମହାଲକ୍ଷ୍ମୀ ରନ୍ଧନ କାର୍ଯ୍ୟ ସମାପନ କରିଥାନ୍ତି । ହାଣ୍ଡିଗୁଡ଼ିକ ଚକ୍ରମୁଦ୍ରା ଆକାରରେ ସଜ୍ଜିତ ହୋଇ ପ୍ରସାଦ ପ୍ରସ୍ତୁତ ହୋଇଥାଏ । ଏହାଛଡ଼ା ମାଟିପାତ୍ରରେ ନିମ୍ନରେ ଚକ୍ରମୁଦ୍ରା ମଧ୍ୟ ଅଙ୍କିତ ହୋଇଥାଏ । ମହାପ୍ରସାଦ ପ୍ରସ୍ତୁତିରେ କେବଳ ମାଟିପାତ୍ର ଉତ୍ତମ ଓ ଗ୍ରହଣୀୟ ବୋଲି କୁହାଯାଇଛି । ମାଟିପାତ୍ରରେ ଯେଉଁ ପ୍ରସାଦ ପ୍ରସ୍ତୁତ ହୋଇଥାଏ ସେଥିରେ ମାଟିପାତ୍ରର କ୍ଷୟଅଂଶ ପ୍ରସାଦରେ ମିଶିବାର ସୁଯୋଗ ନ ଥାଏ । ଏତଦ୍ ବ୍ୟତୀତ ମାଟିକୁଡ଼ଆରେ କୌଣସି ସମସ୍ୟା ନଥାଏ । ଆୟୁର୍ବେଦୀୟ ମତରେ ମାଟିପାତ୍ରରେ ରନ୍ଧନ ଅନ୍ନ, ବ୍ୟଞ୍ଜନ ସର୍ବଦା ରୁଚିକର ଓ ସ୍ୱାସ୍ଥ୍ୟ ପାଇଁ ହିତକର । ମାଟିପାତ୍ରର ମହନୀୟତା ସମ୍ପର୍କରେ ସ୍କନ୍ଦ ପୁରାଣରେ ବିଶେଷ ବର୍ଣ୍ଣିତ। ଦାରୁ ବା ବୃକ୍ଷରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ବା ବିଗ୍ରହ ନିର୍ମିତ ହୋଇଥାଏ । ମହାପ୍ରସାଦ ପ୍ରସ୍ତୁତିରେ ବୃକ୍ଷ ବା କାଷ୍ଠକୁ ଗୁରୁତ୍ୱ ଦିଆଯାଇଛି । ଯେଉଁ କାଠକୁ ଜାଳେଣି ରୂପେ ବ୍ୟବହାର କରାଯାଇଥାଏ, ତାହା ସାଧାରଣତଃ କଣ୍ଟା, କ୍ଷୀରଯୁକ୍ତ ଓ ବଜ୍ର ସଦୃଶ ଓ କୀଟଦ୍ରଷ୍ଟ ହୋଇନଥିବା ଆବଶ୍ୟକ । ରୋଷଶାଳ ନିମିତ୍ତ କେଉଁ କେଉଁ କାଠ ଅଧିକ ଉପଯୁକ୍ତ ଓ ଗ୍ରହଣୀୟ । ତାହା "ବାମଦେବ ସଂହିତା'-(୯/୧୦)ରେ ଉଲ୍ଲେଖ କରାଯାଇଅଛି । ମହାପ୍ରସାଦ ପ୍ରସ୍ତୁତିରେ ପବିତ୍ର ତଥା ବିଶୁଦ୍ଧ ଜଳର ଆବଶ୍ୟକତା ଅତୀବ ଗୁରୁତ୍ୱପୂର୍ଣ୍ଣ। ତେଣୁ ଶ୍ରୀମନ୍ଦିର ରୋଷଶାଳା ନିମିତ୍ତ ଉତ୍ତର ଦିଗରେ ଗଙ୍ଗା ଓ ଯମୁନା ନାମକ ଦୁଇଟି କୂଅ ରହିଛି । ଏହି ଜଳ କେବଳ ମହାପ୍ରସାଦ ରନ୍ଧନ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ । ରନ୍ଧନ କାର୍ଯ୍ୟରେ କାଠକୋଇଲା (ଅଂଗାର) ବିଞ୍ଚଣା , ରନ୍ଧା ଦଉଡ଼ି , ଡଙ୍କା , ଗାମୁଛା ,ହାତୁଆଣି , ଶିକା , ପାଣିହାଣ୍ଡି, ବାଲଟି , ଦଉଡ଼ି , କୂଅପାଣି,ଆସନ , କରେଇ , ପିଙ୍ଗଳ , ମଳା , ଭୋଗେଇ , ବାହୁଡ଼ା ଇତ୍ୟାଦି ବ୍ୟବହୃତ ହୋଇଥାଏ । ମହାପ୍ରଭୁଙ୍କ ମହାପ୍ରସାଦ ରନ୍ଧନରେ ତାଳପତ୍ରରେ ପ୍ରସ୍ତୁତ ଭୋଗେଇ ଓ ପବିତ୍ର ନଡ଼ିଆ ବୃକ୍ଷର କତାକୁ ଦଉଡ଼ିମାନ ତିଆରି କରାଯାଇ ରନ୍ଧନବେଳେ ବଡ଼ବଡ଼ ହାଣ୍ଡିକୁ ଟେକା ଯାଇଥାଏ । ଏହାଛଡ଼ା କୂଅରୁ ଜଳ ଉତ୍ତୋଳନ ବେଳେ ମଧ୍ୟ କତା ଦଉଡି ବ୍ୟବହାର ହୋଇଥାଏ । ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦର ମହିମା ସମ୍ପର୍କରେ ୨୬ଗୋଟି ମହାପୁରାଣ, ଉପପୁରାଣ ଓ ତନ୍ତ୍ରଶାସ୍ତ୍ରମାନଙ୍କରେ ସୁବିସ୍ତୃତ ବର୍ଣ୍ଣିତ ହୋଇଅଛି। ମହାପ୍ରସାଦ ପ୍ରସ୍ତୁତିରେ ତନ୍ତୁଜାତୀୟ ପରିବାକୁ ଗ୍ରହଣ କରାଯାଇଛି, ଯେଉଁଥିରେ ମାନବର ଶରୀର ସୁରକ୍ଷାକୁ ବିଶେଷ ଦୃଷ୍ଟି ଦିଆଯାଇଥାଏ । ମହାପ୍ରସାଦର ମହିମା ଦୃଷ୍ଟିଗୋଚର ହୁଏ ।

ଶଙ୍ଖୁଡ଼ି ଭୋଗ[ସମ୍ପାଦନା]

ନିଶଙ୍ଖୁଡ଼ି ଭୋଗ (ଶୁଖିଲା ଭୋଗ)[ସମ୍ପାଦନା]

ଛପନ ଭୋଗ[ସମ୍ପାଦନା]

ପ୍ରଥମେ ଛପନ ପ୍ରକାର ଭୋଗର ବିଧାନ ଥିଲା, କିନ୍ତୁ କାଳକ୍ରମେ ତାହା ବୃଦ୍ଧି ପାଇ ଚଉରାଶି ପ୍ରକାର ହୋଇଅଛି ।[୫] ଶ୍ରୀଜଗନ୍ନାଥଙ୍କ ନିକଟରେ ଭୋଗ ଲାଗୁଥିବା ଭୋଗଗୁଡିକ ମଧ୍ୟରୁ 'ଛପନ ଭୋଗ' ଭାବେ ପ୍ରସିଦ୍ଧ ଭୋଗ ଗୁଡିକ ହେଲା:[୬]

ଛବି ସମୂହ[ସମ୍ପାଦନା]

ନିଷିଦ୍ଧ ଦ୍ରବ୍ୟ[ସମ୍ପାଦନା]

ଜଗନ୍ନାଥ ମନ୍ଦିରରେ ଯେଉଁ ବ୍ୟଞ୍ଜନମାନ ପ୍ରସ୍ତୁତ ହୁଏ ସେଥିରେ ପିଆଜ, ରସୁଣ, ଶୁଖିଲା ଲଙ୍କା, ବିଲାତି ଆଳୁ, ଟମାଟୋ, କୋବି, ବିନ, ଝୁଡ଼ଙ୍ଗ, ଲାଉ, ସଜନାଛୁଇଁ, ଭେଣ୍ଡି, କଲରା, ଛଚିନ୍ଦ୍ରା, ଆଦି କେତେକ ପରିବା ବ୍ୟବହାର କରାଯାଏ ନାହିଁ । [୮] କୋଶଳାଶାଗ, ମୂଳାଶାଗ ଓ ଅଗସ୍ତିଶାଗ ବ୍ୟତିତ ଅନ୍ୟାନ୍ୟ ଶାଗ ମଧ୍ୟ ବ୍ୟବହାର କରାଯାଏ ନାହିଁ । [୯]

ଇତିହାସରୁ କିଛି[ସମ୍ପାଦନା]

ଶହେ ଚଉରାଳିଶ ବର୍ଷ ଶ୍ରୀକ୍ଷେତ୍ର ଥଲା ଶ୍ରୀହୀନ । ଶ୍ରୀମନ୍ଦିରର ୠଦ୍ଧ ସଂହାସନ ଖାଲି ପଡିଥଲା । ଆକ୍ରମଣ ଯୋଗୁ ମହାପ୍ରଭୁ ଗୁପ୍ତ ଲୀଳାରେ ଥଲେ । ଦୁଇ ପୁରୁଷ ଧରି ବନ୍ଦ ରହିଥଲା ମହାପ୍ରଭୁଙ୍କ ପର୍ବପର୍ବାଣି । ଶୂନ୍ୟ ରହିଥଲା ଶ୍ରୀମନ୍ଦିର ରତ୍ନବେଦୀ, ଭୋଗ ହେଉ ନ ଥିଲା ମହାପ୍ରସାଦ । ମାଦଳା ପାଞ୍ଜିରେ ବର୍ଣ୍ଣନା ରହିଛି ମହାପ୍ରଭୁ ଲୀଳାରେ ଥିଲେ ସୋନପୁରରେଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନୁପସ୍ଥିତିରେ ସମସ୍ତ ନୀତିକାନ୍ତି ତଥା ଯାନିଯାତ୍ରା ଓ ପର୍ବପର୍ବାଣି ବନ୍ଦ ରହିଥଲା । ମହାରାଜା ଯଯାତିକେଶରୀଙ୍କ ସମୟର କଥା । ଗୋବିନ୍ଦ ଦ୍ୱାଦଶୀ ମହାସ୍ନାନ ଯୋଗଥାଏ । ଆଦି ଶଙ୍କରାଚାର୍ଯ୍ୟ ଶ୍ରୀକ୍ଷେତ୍ରକୁ ଆସିଥାନ୍ତି । ତାଙ୍କର ସମସ୍ତ ସହଯୋଗରେ ସୋନପୁରରୁ ମହାପ୍ରଭୁ ଶ୍ରୀକ୍ଷେତ୍ରକୁ ଆସିଲେ । ଅଠତିରିଶ ହାତ ପୋଟଳ ଟିଏ ନିର୍ମାଣ କରାଇ ସମସ୍ତ ବିଧି ବିଧାନ ସାରି ଚତୁର୍ଦ୍ଧାମୂରତିଙ୍କୁ ରତ୍ନବେଦୀରେ ବରାଜିତ କରାଇଲେ । ପୁଣି ଶ୍ରୀମନ୍ଦିରକୁ ଉସବ ମୁଖର କରାଇବା ନିମନ୍ତେ ତଥା ମହାପ୍ରଭୁଙ୍କ ନାତି, ପର୍ବପର୍ବାଣ ଯାନିଯାତ୍ରା ଇତ୍ୟାଦକୁ ପୁନଃ ପ୍ରଚଳନ କରାଇବାକୁ ଆଦି ଶଙ୍କରାଚାର୍ଯ୍ୟଙ୍କ ଉପସ୍ଥିତିରେ ଯଯାତିକେଶରୀ ପଣ୍ଡିତ, ବ୍ରାହ୍ମଣ, ସେବକଙ୍କୁ ଡକାଇ ଏକ ସଭାର ଆୟୋଜନ କରାଇଲେ । ସଭା ହେଲା ଓ ସଭାର ନିର୍ଯ୍ୟାସ ବାହାରିଲା । ଶାସ୍ତ୍ରୀୟ ବିଧିରେ ପୂଜା ପାର୍ବଣା ଇତ୍ୟାଦି ପୂର୍ବ ରୀତି ଅନୁଯାୟୀ ବ୍ୟବସ୍ଥା କରାଇବାର ସ୍ଥିର ହେଲା । ଶ୍ରୀମନ୍ଦିର ଛତିଶା ନିଯୋଗ ନିଜ ଅଧିକାର ଅନୁଯାୟୀ ମହାପ୍ରଭୁଙ୍କ ସେବା ପୂଜା ଆରମ୍ଭ କଲେ । ବହୁ କାଳ ବନ୍ଦ ହୋଇଯାଇଥିବା ମହାପ୍ରସାଦ ପୁଣି ଭୋଗ ଲାଗିଲା । ମହାପ୍ରସାଦ ବାହାରିବା ପରେ ମହାରାଜା ଚିନ୍ତା କଲେ ସଭିଏ ଏକାଠି ଏହାକୁ ପଙ୍କ୍ତି ଭୋଜନରେ ସେବନ କରିବେ । କେହି ଆସିଲେ ନାହିଁ । ସାଧୁମାନେ ଗୃହୀଙ୍କ ସହିତ ବସିବାକୁ ଅମଙ୍ଗ ହେଲେ । ବ୍ରାହ୍ମଣ ପଣ୍ଡିତମାନେ ବାବାଜୀଙ୍କ ସହିତ ବସିଲେ ନାହିଁ କି ସେବକଙ୍କ ସାଙ୍ଗରେ ସେବନକୁ ଆସିଲେ ନାହିଁ । ବ୍ରାହ୍ମଣ ସେବକମାନେ ଶୁଦ୍ର ସେବକଙ୍କ ଧାଡ଼ିରେ ରହିବା ନିମନ୍ତେ ଅନିଚ୍ଛା ପ୍ରକାଶ କଲେ । ଉକ୍ତ ଦିନ ମହାପ୍ରସାଦ ସେବନ ହେଲା ନାହିଁ । ମହାପ୍ରସାଦ ସେବନ ଶାସ୍ତ୍ରର ବିଧି ବଖାଣିଲେ ମଧ୍ୟ ଦୁଇ ପୁରୁଷ ଧରି ଛାରଡ଼ା ହୋଇଥିବା ଏହି ମହାନ ପରମ୍ପରାରେ କେହି ନିଜର ମାନସିକତାକୁ ସାମିଲ କରାଇଲେ ନାହିଁ । ମହାରାଜଙ୍କ ମନ ବିଷାଦରେ ଭରିଗଲା । ମହାପ୍ରଭୁଙ୍କୁ ସୁମରଣ କରି ମହାରାଜ ଅଧିଆ ପଡ଼ିଲେ । ପରଦିନ ଅବଢ଼ା ବାହାରିଲା । ପୁଣି ପୁରୁଣା ପୋଥିକଥା ବିଚାର ବିମର୍ଶ ହେଲା । କେହି କେହି କହିଲେ ଏହା ସେହି ପୁରାଣ ବର୍ଣ୍ଣିତ ମହାପ୍ରସାଦ ତ ଥୋକାଏ ଲୋକ ବସିବାକୁ ରାଜି ହେଲେ । କେହି କେହି କହିଲେ ଏହି ମହାପ୍ରସାଦକୁ ପରୀକ୍ଷା କଲେ କ୍ଷତି କ'ଣ । ସେତିକିବେଳେ ସେହି ବାଟେ ଜଣେ ମୂକ ବ୍ରାହ୍ମଣ ଯାଉଥିବାର ଦେଖି ପଣ୍ଡିତମାନେ କହିଲେ- ଡାକ ଡାକ ସେହି ମୂକ ବ୍ରାହ୍ମଣୀ ପୁଅକୁ । ଜଣେ ବାବାଜୀ ବାହାରି କହିଲେ ମହାରାଜା ସେହି ମୂକ ବ୍ରାହ୍ମଣଙ୍କୁ ମହାପ୍ରସାଦ ସେବନ କରିବାକୁ ଦିଆଯାଉ । ଯଦି ସେବନ କରିବା ପରେ ତା’ର ପାଟି ଖୋଲିଯିବ ତା’ହେଲେ ଆମେ ଅବଢ଼ା ଖାଇବୁ । ଯଯାତିକେଶରୀ ସଙ୍ଗେସଙ୍ଗେ ଆଦେଶ ଦେଲେ ମୂକ ବ୍ରାହ୍ମଣଙ୍କୁ ମହାପ୍ରସାଦ ସେବନ କରାଇବା ନିମନ୍ତେ । ବ୍ରାହ୍ମଣ ପୁଅ ଅବଢ଼ା ସେବନ କରି ସନ୍ତୁଷ୍ଟ ହୋଇ ମୁଣ୍ଡରେ ହାତ ପୋଛିଲେ । ତୁଷ୍ଟଚିତ୍ତରେ ସାଧୁ ଓ ଅନ୍ୟମାନଙ୍କୁ ଚାହିଁ ଶ୍ଲୋକଟିଏ ବୋଲିଲେ ।

ଅରେ ବିଦ୍ୱାନନ୍ୟାନନଧବଗତ ବେଦାର୍ଥନିଗମାନ ।
ମୟା ଭୁଙ୍କ୍ତେପ୍ୟନେ ମମ ପରିଜନୈଚ୍ଛଦ୍ମମନୁଜୈଃ ।
ସୁସ୍ନିଗ୍ଧନ୍ନେତସ୍ମିନ ଭବତୁ ଭବତାଂ ନ ବହୁଗୁଣା ।
ନ ଗଙ୍ଗାତ୍ମଃ ପେୟଂ ଶବତନୁଗଳଦ୍ଦ୍ରବ୍ୟ କଲିଳମ ।

ଶ୍ଲୋକ ପଢ଼ି ସାରି ବ୍ରାହ୍ମଣ ବୁଝାଇଦେଲେ, ହେ ଜ୍ଞାନୀମାନେ ବେଦର ଅର୍ଥ ବୁଝ ନ ପାରି ଆପଣମାନେ ଗର୍ବକୁ ଆପଣାଇ ନେଇଛନ୍ତି । ଗଳିତ ମାଂସଖଣ୍ଡ ଗଙ୍ଗାରେ ମିଶିଲେ ମଧା ଗଙ୍ଗା କ’ଣ ଅପବିତ୍ର ହୁଏ । ଗଙ୍ଗା ଯେପରି ପବିତ୍ର ସେହିପରି ଦାରୁବ୍ରହ୍ମଙ୍କ ମହାପ୍ରସାଦ ପବିତ୍ର । କେହି ଏହାକୁ କଦାପି ସନ୍ଦେହ କରନାହିଁ । ସଭିଏଁ ହରିବୋଲ ଦେଲେ ଓ ସମସ୍ତେ ଏକାଠି ବସି ମହାପ୍ରସାଦ ସେବନ କରିଥଲେ ।[୧୦]

ଆଧାର[ସମ୍ପାଦନା]

  1. S. Mohanty J. Mohanty; Sudhansu Mohanty (1 January 2006). In Quest of Quality Education and Literature: An Autobiography. Deep & Deep Publications. pp. 114–. ISBN 978-81-7629-764-6. Retrieved 26 December 2012.
  2. ଭକ୍ତପ୍ରିୟ ଜଗନ୍ନାଥ, ବ୍ରଜକିଶୋର ସାହୁ । ପ୍ରକାଶିକା - ଶ୍ରୀମତୀ ମଞ୍ଜୁଳା ସାହୁ, ସାମନ୍ତ ଚନ୍ଦ୍ରଶେଖର କଲେଜ, ପୁରୀ । ପ୍ରଥମ ସଂସ୍କରଣ, ୧୯୮୫ ।
  3. କରିଥାଏ, ଏହାର (22 August 2016). ଡ.ଲେନିନ୍ ମହାନ୍ତି (ed.). ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦର ମାହାତ୍ମ୍ୟ ଓ ଆୟୁର୍ବେଦୀୟ ଭିତ୍ତିଭୂମି. ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ. p. 82. More than one of |pages= and |page= specified (help)
  4. "ମରିଚିପାଣି". epaper.prameyanews.com. Archived from the original on ୨୫ ଫେବୃଆରୀ ୨୦୨୧. Retrieved 25 February 2021.
  5. ସମାଜ (ଖବରକାଗଜ), ୮ଜୁଲାଇ ୨୦୧୧, ପୃଷ୍ଠା-୬
  6. ସମାଜ ସାପ୍ତାହିକ, ୨-୮ ଜୁଲାଇ ୨୦୧୧,ପୃଷ୍ଠା-୨୨
  7. "ବଡ଼ା". epaper.prameyanews.com. Archived from the original on ୨୫ ଫେବୃଆରୀ ୨୦୨୧. Retrieved 25 February 2021.
  8. "Jagannath Temple, Jagannath Puri, Jagannath Temple Puri, Jagannath Temple of Puri, Jagannath Temple Odisha, Jagannath Temple Orissa". visitodisha.net. 2012. Retrieved 28 September 2012. The Prasad is prepared in a very traditional way, without using onion, garlic, chillies and various vegetables which are considered alien.
  9. "Rathyatra-ARTICLES". salagram.net. 2007. Retrieved 5 April 2012.
  10. ମିଶ୍ର, ସୁରେନ୍ଦ୍ର କୁମାର (ଜୁନ ୨୯ , ୨୦୧୫). "ମହାପ୍ରସାଦ ସେବନ ପରେ ମୂକ ବ୍ରାହ୍ମଣଙ୍କ ପାଟି ଖୋଲିଗଲା". ଧରିତ୍ରୀ. Retrieved 21 September 2015.

ଅଧିକ ତଥ୍ୟ[ସମ୍ପାଦନା]