ଜଗନ୍ନାଥ ମନ୍ଦିର, ନୀଳଗିରି

ଉଇକିପିଡ଼ିଆ‌ରୁ


ଜଗନ୍ନାଥ ମନ୍ଦିର, ନୀଳଗିରି
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନନୀଳଗିରି,ବାଲେଶ୍ୱର
Stateଓଡ଼ିଶା
Countryଭାରତ

ଏହି ଜଗନ୍ନାଥ ମନ୍ଦିର ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ନୀଳଗିରି ସହରରେ ଅବସ୍ଥିତ । ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ଏଠାକାର ଆରାଧ୍ୟ ଦେବତା । ଏହା ତୃତୀୟ ଶ୍ରୀକ୍ଷେତ୍ର ଭାବେ ବିଶ୍ୱ ବିଦିତ ।

ଅବସ୍ଥିତି[ସମ୍ପାଦନା]

ଏହା ବାଲେଶ୍ୱର ସହରଠାରୁ ୧୮ କି.ମି. ଦୂରରେ ଅବସ୍ଥିତ । ନିକଟତମ ରେଳଷ୍ଟେସନ ବରୁଣସିଂ (ନୀଳଗିରି ରୋଡ଼) ଯାହା ଏଠାରୁ ୯ କି.ମି. ଦୂରରେ ଅବସ୍ଥିତ ।

ପ୍ରମୁଖ ଦେବତା[ସମ୍ପାଦନା]

ଏଠାକାର ପ୍ରମୁଖ ଦେବତା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାସୁଦର୍ଶନ । ଏଥି ସହ ଲକ୍ଷ୍ମୀ, ସରସ୍ୱତୀ, ଭୂଦେବୀ, ଶ୍ରୀଦେବୀ, ବିମଳା ଆଦି ମଧ୍ୟ ଏଠାରେ ପୂଜିତ ।

ଗଠନ[ସମ୍ପାଦନା]

ମୂଳ ମନ୍ଦିର ଓ ଜଗମୋହନଟି ଉତ୍କଳୀୟ ପିଢ଼ା ଶୈଳୀରେ ତିଆରି ଓ ଭଲଭାବରେ ସମତଳ କରି ଗଠିତ ହୋଇଛି । ଗର୍ଭଗୃହରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାସୁଦର୍ଶନଙ୍କ ସଙ୍ଗେ ଲକ୍ଷ୍ମୀ, ସରସ୍ୱତୀ, ଭୂଦେବୀ, ଶ୍ରୀଦେବୀ, ବିମଳା ଆଦି ମଧ୍ୟ ରତ୍ନବେଦି ଉପରେ ପୂଜିତ । ଜଗମୋହନ ମଧ୍ୟରେଗରୁଡ଼ ସ୍ତମ୍ଭଟି ରହିଛି ଯାହା ଆଗରେ ମୁକ୍ତିମଣ୍ଡପ ରହିଛି ।ASI reports No 016. Indira Gandhi National Centre For The Arts ମନ୍ଦିର ଓ ମେଘନାଦ ପ୍ରାଚୀର ପ୍ରସ୍ତର ନିର୍ମିତ । ମନ୍ଦିରର ଉଚ୍ଚତା ୫୨ ଫୁଟ । ଏଠାରେ ମୋଟ ପାଞ୍ଚଟି ମନ୍ଦିର ଅଛି ।

କିମ୍ବଦନ୍ତି[ସମ୍ପାଦନା]

ନୀଳଗିରିର ସ୍ୱର୍ଣ୍ଣଚୁଡ଼ ପାହାଡ଼ ଶିଖରରେ ବସା ବାନ୍ଧିଥିଲେ ଶୁକ-ଶାରୀ ଦମ୍ପତି । ରାଜାଙ୍କୁ ସେମାନେ ସ୍ୱପ୍ନରେ ଭବିଷ୍ୟବାଣୀ ଶୁଣାଉଥିଲେ ।ସଙ୍କଟ କାଳରେ ପରାମର୍ଶ ଦେଉଥିଲେ । ମନ୍ତ୍ରୀ, ପୁରୋହିତ, ପାରିଷଦ ତୁଳନାରେ ଶୁକ-ଶାରୀ ପକ୍ଷୀ ଦୁହେଁ ଥିଲେ ରାଜାଙ୍କର ଅତି ବିଶ୍ୱାସଯୋଗ୍ୟ । ଏକଦା ଶୁକ-ଶାରୀ ଦୁହେଁ ସୂଚନା ଦେଲେ ସ୍ୱର୍ଣ୍ଣଚୁଡ଼ ପାହାଡ଼ ଦେଶରେ ନିଳାଦ୍ରୀନାଥଙ୍କୁ ପ୍ରତିଷ୍ଠା କରାଇଲେ ରାଜ୍ୟର ମଙ୍ଗଳ ହେବ । ପ୍ରଜାବର୍ଗ ସୁଖଶାନ୍ତିରେ ଦିନ କାଟିବେ । ଏହି ନିର୍ଦ୍ଦେଶକୁ ପାଳନ ପୂର୍ବକ ତତ୍କାଳିନ ରାଜା ରାମଚନ୍ଦ୍ରଦେବ ମର୍ଦ୍ଦରାଜ ହରିଚନ୍ଦନ ୧୭୫୦ ମସିହାରେ ଏହି ମନ୍ଦିର ତୋଳାଇଥିଲେ ।[୧]

ପାର୍ବଣ[ସମ୍ପାଦନା]

ଏଠାରେ ପୁରୀସ୍ଥିତ ଜଗନ୍ନାଥ ମନ୍ଦିରରେ ପାଳିତ ସମସ୍ତ ପୂଜା ବିଧି ସହ ସାମଞ୍ଜସ୍ୟ ଅଛି । ରଥଯାତ୍ରାବାହୁଡ଼ା ଯାତ୍ରା ତିନିଦିନ ଧରି ପାଳିତ ହୋଇଥାଏ । ପ୍ରଥମଥର ପାଇଁ ୧୯୯୬ରେ ଏଠାରେ ନବକଳେବର ପାଳିତ ହୋଇଥିଲା ।

  • ସ୍ନାନ ପୂର୍ଣ୍ଣିମା: ଏଠାରେ ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମା ପାଳନ କରାଯାଇଥାଏ ଯେଉଁଥିରେ ୧୦୦,୦୦୦ରୁ ଅଧିକ ଲୋକ ସମାଗମ ହୋଇଥାଏ ।
  • ରଥଯାତ୍ରା: ସବୁବର୍ଷ ମହାସମାଗମରେ ଆଷାଢ଼ ଶୁକ୍ଳପକ୍ଷ ତୃତୀୟାରେ ରଥଯାତ୍ରା ମଧ୍ୟ ପାଳିତ ହୋଇଥାଏ । ୧୮୦୦ ମସିହାଠାରୁ ଏଠାରେ ରଥଯାତ୍ରା ପାଳିତ ହୋଇ ଆସୁଛି ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ନୀଳଗିରିର ଶ୍ରୀଜଗନ୍ନାଥ". ସମ୍ବାଦ. ୧ ଅକ୍ଟୋବର ୨୦୧୫. Retrieved 1 October 2015. {{cite news}}: Check date values in: |date= (help)

ବାହାର ଲିଙ୍କ[ସମ୍ପାଦନା]