ଗାମୁଛା
ଗାମୁଛା ଏକ ଛୋଟ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତ୍ର । [୧]ଏହାର ଲମ୍ବ ସାଧାରଣତଃ ୧.୫ମିରୁ ୨.୫ମି ଭିତରେ ହୋଇଥାଏ । ଏହା ସାଧାରଣତଃ ଗେରୁଆ ରଙ୍ଗର ହୋଇଥାଏ । ଏହାକୁ ଓଡ଼ିଶା, ଆସାମ, ପଶ୍ଚିମବଙ୍ଗ ଏବଂ ବିହାରରେ ବହୁଳ ଭାବରେ ବ୍ୟବହାର କରାଯାଏ । ଆସାମରେ ଏହା ଗାମୋସା ବା ଗାମୋଛା ନାମରେ ପରିଚିତ । [୨]ଶସ୍ତା ତଥା ସୁଲଭ ହୋଇଥିବାରୁ ଏହା ଖୁବ ଲୋକପ୍ରିୟ । ହିନ୍ଦୁ ପୂଜା ପଦ୍ଧତିରେ ଗାମୁଛାର ପ୍ରମୁଖ ଭୂମିକା ରହିଛି । ପୂଜା କରିବା ସମୟରେ ମଧ୍ୟ ଏହାକୁ ପରିଧାନ କରାଯାଏ । ଗାମୁଛା ତିଆରି ପାଇଁ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ପୃଥିବୀ ପ୍ରସିଦ୍ଧ । [୩] ଆଜିକାଲି ଗାମୁଛା ଉପରେ ବିଭିନ୍ନ ପ୍ରୟୋଗ କରାଯାଇ ଏହାକୁ ଏକ ଫେଶନ ସାମଗ୍ରୀ ରୂପରେ ମଧ୍ୟ ବ୍ୟବହାର କରାଗଲାଣି । ଆସାମ ଗାମୋଛା ବିଶ୍ୱ ରେକର୍ଡ଼ ପ୍ରତିଷ୍ଠା କରିସାରିଲାଣି ।[୪] ଅଧୁନା ହାତବୁଣା ଗାମୁଛାର ଉତ୍ପାଦନ କମିଯାଇଛି ।[୫][୬]
ଓଡି଼ଆ ଢଗ ଢମାଳିରେ ଗାମୁଛା[ସମ୍ପାଦନା]
ଗାମୁଛା, ଓଡ଼ିଶାର ଜନଜୀବନ ସହିତ ଯେପରି ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ଓଡି଼ଆ କଥା ସାହିତ୍ୟ, ଢଗ ଢମାଳିରେ ମଧ୍ୟ ସେହିପରି ବ୍ୟବହୃତ । ସେହିପରି କେତୋଟି ଉଦାହରଣ ହେଲା :
“ | ଗାମୁଛା ନ ଥାଇ କି ସ୍ନାହାନ, ଆଦର ନ ଥାଇ କି ଭୋଜନ॥ |
” |
“ | ନଖି ନାନି ପୁଅ ଭଗିଆ, ଶଗଡ଼ ଉପରେ ବଇଚି ପାନ ଖିଲେ ଖିଲେ ଖାଉଚି, ନାଲି ଗାମୁଛା କାନ୍ଧରେ ପକାଇ ଗୀତ ପଦେ ପଦେ ଗାଉଚି ॥ |
” |
“ | କଳାଚିତି ଯେବେ ମାରେ ଗାମୁଛା ବ୍ରାହ୍ମଣ ହୋଇ ରଖେ ଗାଲମୁଚା ଶୁଖିଲା ଭାତକୁ ଖାଆଣ ତୁଛା ଖେତକୁ ନଯାଇ ବାରତା ପୁଛା କୁଳନାରୀ ଯେବେ, ନ ମାରେ କଛା ଯୋଗୀ ହୋଇ ଯାର ରମଣ ଇଛା କହେ ଦନାଇ ଏ ବଡ଼ ନିକୁଛା ॥ |
” |
ଗ୍ୟାଲେରି[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ http://www.orissa.gov.in/people/dress.htm
- ↑ http://assamgovt.nic.in/culture.asp
- ↑ http://www.ordistricts.nic.in/district_profile/history.php
- ↑ http://timesofindia.indiatimes.com/india/Assamese-gamocha-makes-it-to-Guinness/articleshow/19451759.cms
- ↑ Satya Narayan Dash (1995). Handloom Industry in India. Mittal Publications. pp. 195–. ISBN 978-81-7099-599-9. Retrieved 5 June 2012.
- ↑ http://www.rourkelacity.com/rest-of-odisha/ranganipatana-shadhi-ebe-swapna/