ମଣ୍ଡା

ଉଇକିପିଡ଼ିଆ‌ରୁ
ମଣ୍ଡା ପିଠା
ମଣ୍ଡା ପିଠା
ଆରମ୍ଭ
ଅଲଗା ନାଆଁମଣ୍ଡା
ମୂଳ ଜାଗା ଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନସୁଜି, ଚାଉଳ ଚୂନା, ନଡ଼ିଆ, ଗୁଡ଼
ମଣ୍ଡା ପିଠା

ମଣ୍ଡା ପିଠା ଏକ ଓଡ଼ିଆ ଖାଦ୍ୟ ଯାହା ଚାଉଳଚୂନା/,ସୂଜି ଗୁଡ଼ନଡ଼ିଆରୁ ତିଆରି କରାଯାଇଥାଏ । ଏହା ପ୍ରତ୍ୟେକ ଓଡ଼ିଆ ଘରେ ନାନାଦି ପର୍ବପର୍ବାଣିରେ ତିଆରି କରାଯାଇଥାଏ । ମାଣବସା ଗୁରୁବାର, କୁମାର ପୁର୍ଣିମା, ରାକ୍ଷୀ ପୁର୍ଣିମା ଅବସରରେ ଏହା ପ୍ରତ୍ୟେକ ଘରେ ତିଆରି କରାଯାଇଥାଏ।

ଉପାଦାନ[ସମ୍ପାଦନା]

ତିଆରି ପ୍ରଣାଳୀ[ସମ୍ପାଦନା]

ପ୍ରଥମେ ପାଣି ଓ ଗୁଡ଼/ଚିନିକୁ ମିଶାଇ ଗରମ କରାଯାଏ ଓ ସେଥିରେ ଚାଉଳ ଚୂନା / ସୂଜିକୁ ଗୋଳାଯାଏ । ଏହି ପ୍ରକିୟାକୁ ଜନ୍ତଣି କୁହାଯାଏ । ତାପରେ କିଛି ଘିଅ କି ଗରମ କରାଯାଇ ସେଥିରେ ଗୋଲମରିଚ, ଗୁଜରାତି, ଲବଙ୍ଗର ଗୁଣ୍ତକୁ ମିଳାଯାଏ ଏବଂ ପରେ କୋରା ନଡ଼ିଆ ମିଶାଇ କିଛି ସମୟ ଭଜା ଯାଇଥାଏ ।

ଏହି ଜନ୍ତଣିରୁ ପିଠା ଆକାରରେ ଛୋଟ ଛୋଟ ଗୁଳା ତିଆରି କରାଯାଇ ସେଥିରେ ଭଜା ହୋଇଥିବା ନଡ଼ିଆ ପୁର ମିଶାଇ ପିଠା ଗଢ଼ା ହୋଇଥାଏ ତାପରେ ତାକୁ ଗରମ ତେଲରେ ଛଣା ଯାଏ ।

ଆଧାର[ସମ୍ପାଦନା]