ନବକଳେବର ୨୦୧୫

ଉଇକିପିଡ଼ିଆ‌ରୁ
ନବକଳେବର
'ନବକଳେବର ୨୦୧୫'ର ପ୍ରତିକ ଚିହ୍ନ
ଆରମ୍ଭଚୈତ୍ରମାସ ଶୁକ୍ଳପକ୍ଷ ଦଶମୀ (୨୯ ମାର୍ଚ୍ଚ ୨୦୧୫)
ଶେଷଆଷାଢ଼ ଅମାବାସ୍ୟା (୧୭ ଜୁଲାଇ ୨୦୧୫)
ଘନତା୧୯/ ୧୨/ ୮ ବର୍ଷ
ସ୍ଥାନପୁରୀ ଓ ଅନ୍ୟାନ୍ୟ ଜଗନ୍ନାଥ ମନ୍ଦିର
ଉଦଘାଟନ ହେଲା୧୭୩୩
ଯୋଗଦାନକାରୀଭକ୍ତ
ଯୋଗଦାନ୫୦ଲକ୍ଷ
ପ୍ରକାରଧାର୍ମିକ
ଅଟକଳ୧,୩୦୦ କୋଟି
ପୁରୋଧାଗଜପତି ମହାରାଜା ପୁରୀ
ବେବସାଇଟhttp://nabakalebara.nic.in/index.php

ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ପୁରୁଣା ଶରୀର ତ୍ୟାଗ କରି ନୂତନ ଶରୀର ଧାରଣ କରିବାକୁ ନବକଳେବର କୁହାଯାଇଥାଏ । ବିଧି ଅନୁସାରେ ଯେଉଁ ବର୍ଷ ଓଡ଼ିଆ ପାଞ୍ଜିରେ ବର୍ଷକୁ ଦୁଇଟି ଆଷାଢ଼ ମାସ ବା ଯୋଡ଼ା ଆଷାଢ଼ ପଡେ, ସେଇ ବର୍ଷ ମହାପ୍ରଭୁଙ୍କ ନବକଳେବର ହୋଇଥାଏ। ଏଥି ପୂର୍ବରୁ ଶ୍ରୀଜିଉମାନଙ୍କର ନବକଳେବର ୧୯୯୬ ମସିହାରେ ହେଇଥିଲା।

ଦାରୁ ଚିହ୍ନଟ[ସମ୍ପାଦନା]

ସୁଦର୍ଶନଙ୍କ ଦାରୁ[ସମ୍ପାଦନା]

୧୧ ଅପ୍ରେଲ ୨୦୧୫ ମଧ୍ୟରାତ୍ରରେ,[୧] ଖୋର୍ଦ୍ଧା ଜିଲ୍ଲାର ବାଳକାଟୀ ବ୍ଳକ ଅନ୍ତର୍ଗତ ଗଡ଼କଣ୍ଟୁଣିଆ ଗ୍ରାମରେ କୁଆଖାଇ ନଦୀବନ୍ଧ ରାସ୍ତା ପାର୍ଶ୍ୱରେ ଥିବା ଏକ ଲିମ୍ବ ଗଛକୁ ସୁଦର୍ଶନଙ୍କ ଦାରୁ ଭାବେ ଚିହ୍ନଟ କରାଯାଇଥିବା ଘୋଷଣା କରାଯାଇଥିଲା । [୨]

ବଳଭଦ୍ରଙ୍କ ଦାରୁ[ସମ୍ପାଦନା]

୧୬ ଅପ୍ରେଲ ରାତିରେ[୩] ଜଗତସିଂହପୁର ଜିଲ୍ଲାର ଶାରଳା ମନ୍ଦିର (କନକପୁର ଗ୍ରାମ) ନିକଟରେ ବଳଭଦ୍ରଙ୍କ ଦାରୁ ଚିହ୍ନଟ କରାଯାଇଥିବା ଘୋଷଣା କରାଯାଇଛି ।[୪]

୨୦୧୫ ନବକଳେବର କାର୍ଯ୍ୟସୂଚୀ[ସମ୍ପାଦନା]

ଡାହାଣରୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ମା ସୁଭଦ୍ରାଙ୍କ ଦେବଦଳନ ରଥ ଓ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ବାହୁଡ଼ାଯାତ୍ରା, ନବକଳେବର ୨୦୧୫ ବେଳେ ଗୁଣ୍ଡିଚା ମନ୍ଦୀର ସମ୍ମୁଖରେ ଛିଡ଼ା ହୋଇଛନ୍ତି ।

୨୦୧୫ ମସିହାରେ ଅନୁଷ୍ଠିତ ହେଉଥିବା ନବକଳେବରର କାର୍ଯ୍ୟସୂଚୀ:[୫]

  • ୨୯ ମାର୍ଚ୍ଚ ୨୦୧୫, ରବିବାର: ବନଯାଗ ଯାତ୍ରା ଆରମ୍ଭ, ଜଗନ୍ନାଥ ବଲ୍ଲଭ ମଠରେ ରହଣୀ[୬]
  • ୩୦ ମାର୍ଚ୍ଚ ୨୦୧୫, ସୋମବାର: ବିଳମ୍ବିତ ରାତିରେ ଦଇତାପତିମାନେ ଜଗନ୍ନାଥ ବଲ୍ଲଭ ମଠରୁ ଦେଉଳି ମଠ ଅଭିମୁଖେ ଯାତ୍ରା କୋଣାର୍କ କିମ୍ବା ରାମଚଣ୍ଡୀରେ ରାତ୍ରୀଯାପନ
  • ୧ ଅପ୍ରେଲ ୨୦୧୫, ବୁଧବାର: ନରୁଆ ଶଙ୍କରେଶ୍ୱର ମନ୍ଦିରରେ ରାତ୍ରିଯାପନ
  • ୨ ଅପ୍ରେଲ ୨୦୧୫, ଗୁରୁବାର: ଦେଉଳି ମଠରେ ରାତ୍ରିଯାପନ
  • ୩ ଅପ୍ରେଲ ୨୦୧୫, ଗୁରୁବାର: କାକଟପୁର ମା'ମଙ୍ଗଳାଙ୍କ ପାରମ୍ପରିକ ପୂଜାର୍ଚ୍ଚନା
  • ୪ ଅପ୍ରେଲ- ୧୭ ମଇ: ଦାରୁ ଅନ୍ୱେଷନ ଓ ଆନୟନ
  • ୨୯ ମଇ ୨୦୧୫, ଶୁକ୍ରବାର: ରୁକ୍ମିଣୀ ହରଣ ଏକାଦଶୀ
  • ୩୦ ମଇ ୨୦୧୫, ଶନିବାର: ଚମ୍ପକ ଦ୍ୱାଦଶୀ
  • ୩୧ ମଇ ୨୦୧୫, ରବିବାର: ଦଇତାପତିଙ୍କ ଶ୍ରୀମନ୍ଦିର ପ୍ରବେଶ
  • ୧ ଜୁନ ୨୦୧୫, ସୋମବାର: ଚତୁର୍ଥୀ ହୋମ ଓ ସେନାପଟ୍ଟା ଲାଗି
  • ୨ ଜୁନ ୨୦୧୫, ମଙ୍ଗଳବାର: ଦେବସ୍ନାନ ପୂର୍ଣ୍ଣିମା,
  • ୩ ଜୁନ ୨୦୧୫, ବୁଧବାର: ମହାଅଣସର ଆରମ୍ଭ
  • ୫ ଜୁନ - ୧୫ ଜୁନ ୨୦୧୫: ଶ୍ରୀ ଦାରୁବିଗ୍ରହ ଗଠନ ଓ ଯଜ୍ଞ
  • ୧୫ ଜୁନ ୨୦୧୫, ବୁଧବାର: ଗଜପତି ମହାରାଜାଙ୍କଦ୍ୱାରା ଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ, ଶ୍ରୀ ନୃସିଂହ ଠାକୁରଙ୍କ ବାହୁଡା ବିଜେ, ବିଳମ୍ବିତ ରାତ୍ରରେ ବ୍ରହ୍ମ ସ୍ଥାନାନ୍ତର, ପାତାଳୀ ଲୀଳା
  • ୨୫ ଜୁନ ୨୦୧୫: ଦଇତାପତି ସେବକମାନେ ମାର୍କଣ୍ଡ ପୁଷ୍କରଣୀରେ ଦଶା ଖଟିବେ, ଲକ୍ଷେ ଲୋକ ମହାପ୍ରସାଦ ସେବନ କରିବେ
  • ୧୧ ଜୁଲାଇ ୨୦୧୫, ଶନିବାର: ଚକାବିଜେ
  • ୧୨ ଜୁଲାଇ ୨୦୧୫, ରବିବାର: ଖଳିଲାଗି ଏକାଦଶୀ
  • ୧୬ ଜୁଲାଇ ୨୦୧୫, ଗୁରୁବାର: ନେତ୍ରୋତ୍ସବ
  • ୧୭ ଜୁଲାଇ ୨୦୧୫, ଶୁକ୍ରବାର: ଉଭାଯାତ୍ରା, ନବଯୌବନ ଦର୍ଶନ
  • ୧୮ ଜୁଲାଇ ୨୦୧୫, ଶନିବାର: ଗୁଣ୍ଡିଚା ଯାତ୍ରା
  • ୨୨ ଜୁଲାଇ ୨୦୧୫, ବୁଧବାର: ହେରାପଞ୍ଚମୀ
  • ୨୩ ଜୁଲାଇ ୨୦୧୫, ଗୁରୁବାର: ରଥ ଦକ୍ଷିଣ ମୋଡ଼
  • ୨୫ ଜୁଲାଇ ୨୦୧୫, ଶନିବାର: ସଂଧ୍ୟା ଦର୍ଶନ
  • ୨୬ ଜୁଲାଇ ୨୦୧୫, ରବିବାର: ବାହୁଡ଼ା ଯାତ୍ରା
  • ୨୭ ଜୁଲାଇ ୨୦୧୫, ସୋମବାର: ବଡ଼ତଢାଉ ସୁନାବେଶ
  • ୨୮ ଜୁଲାଇ ୨୦୧୫, ମଙ୍ଗଳବାର: ଅଧର ପଣା ନୀତି
  • ୩୦ ଜୁଲାଇ ୨୦୧୫, ଗୁରୁବାର: ନିଳାଦ୍ରୀ ବିଜେ

ଜଗନ୍ନାଥଙ୍କ ନୀତି[ସମ୍ପାଦନା]

ନେତ୍ରୋତ୍ସବ ଦର୍ଶନ[ସମ୍ପାଦନା]

  • ଚକା ଅପସର
  • ମଙ୍ଗଳ ଅଳତୀ
  • ମଇଲମ
  • ଅବକାଶ
  • ଦଶ ଅବତାର ଠାକୁର ବାହୁଡା ବିଜେ
  • ତାଟି ଫିଟିବା
  • ଧୂଆ ଧୋଇ ହୋଇ ଚୂନ ପାନି ପଡିବା
  • ଦଇତାପତି ସର୍ବାଙ୍ଗ,ବନ୍ଦାପନା
  • ନେତ୍ରୋତ୍ସବ ବନ୍ଦାପନା
  • ରୋଷହୋମ
  • ରାଜନୀତି
  • ଯିତ୍ରାଙ୍ଗୀ ମହାସ୍ନାନ
  • ମଇଲମ
  • ଘଣ୍ଟଛତା ସର୍ବାଙ୍ଗ
  • ସୁର୍ଯପୂଜା
  • ଦ୍ୱାରପାଳ ପୂଜା
  • ବେଶ ଶେଷ
  • ଗୋପାଳବଲ୍ଳଭ ଓ ଘଣ୍ଟଛତା
  • ସକାଳ ଧୂପ(କେବଳ କୋଠଭୋଗ)
  • ଭୋଗ ମଣ୍ଡପ ଉଠିବା
  • ରଥଆଜ୍ଞାମାଳ ବିଜେ
  • ଭୋଗମଣ୍ଡପ ଶେଷ
  • ମଇଲମ,ଯାତ୍ରାଙ୍ଗୀ ମହାସ୍ନାନ
  • ଘଣ୍ଟ ଛତା ସର୍ବାଙ୍ଗ ଓ ବେଶ ଶେଷ
  • ଘଣ୍ଟଛତା ମଧ୍ୟାହ୍ନ ଧୁପ(କେବଲ କୋଠଭୋଗ)
  • ଦ୍ୱାଦଶ ଯାତ୍ରା ବନ୍ଦାପନା
  • ୨ୟ ଭୋଗ ମଣ୍ଡପ(ଆବଶ୍ୟକ ହେଲେ)
  • ଦକ୍ଷିଣ ଘର ଭୋଗ
  • ମଇଲମ ଓ ବେଶ ଶେଷ
  • ସନ୍ଧ୍ୟା ଆଳତି
  • ସନ୍ଧ୍ୟା ଧୂପ(କେବଳ କୋଠଭୋଗ)
  • ଅଙ୍କୁରାରୋପଣ
  • ୩ୟ ଭୋଗମଣ୍ଡପ(ଆବଶ୍ୟକ ହେଲେ)
  • ମଇଲମ
  • ଚନ୍ଦନ ଲାଗି
  • ବଡସିଂହାର ବେଶ
  • ବଡସିଂହାର ଭୋଗ
  • ପହୁଡ ଆଳତି
  • ଶ୍ରୀମୁଖ ଖଣ୍ଡଆ

ପୂର୍ବ ପ୍ରସ୍ତୁତି[ସମ୍ପାଦନା]

  • ବିଭୂତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟାପକ ଓ ଚିତ୍ରଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁଙ୍କଦ୍ୱାରା ପ୍ରସ୍ତୁତ କରାଯାଇଥିବା ପ୍ରତିକ ଚିହ୍ନ ୧୩ ଜାନୁଆରୀ ୨୦୧୫, ମଙ୍ଗଳବାର ଦିନ ଉନ୍ମୋଚନ କରାଯାଇଥିଲା ।

ଖର୍ଚ୍ଚ ଅଟକଳ[ସମ୍ପାଦନା]

  • ୧୩୦୦ କୋଟି

ଆଧାର[ସମ୍ପାଦନା]

  1. "Odisha Nabakalebara: Daru for Lord Sudarshan identified". Odisha Sun Times. Retrieved 12 April 2015.
  2. "Neem tree located to sculpt Lord's idol ahead of Nabakalebara". Business Standard. Retrieved 12 April 2015.
  3. "Odisha Nabakalebara: SJTA announces daru for Lord Balabhadra at Sarala". OdishaSunTimes. Retrieved 19 April 2015.
  4. "Focus now shifts to Balabhadra Daru". The Pioneer. Retrieved 19 April 2015.
  5. "Nabakalebara schedule in Odisha's Puri gets SJTA nod". Odisha Sun Times. Retrieved 19 March 2015.
  6. "ମାର୍ଚ ୨୯ରୁ ବନଯାଗ ଯାତ୍ରା" (PDF). ସମ୍ବାଦ. Archived from the original (PDF) on 11 February 2015. Retrieved 13 December 2014.