ମହାସ୍ନାନ

ଉଇକିପିଡ଼ିଆ ରୁ
Jump to navigation Jump to search

ପ୍ରତିଦିନ ଜଗନ୍ନାଥଙ୍କ ସ୍ନାନ ନୀତି ହେଉଥିବା ବେଳେ କିଛି ଅଘଟଣ ଘାଟିଲେ ବା ବିଶେଷ ନୀତି ହେଲେ ମହାସ୍ନାନ ହୁଏ । ଜଗନ୍ନାଥଙ୍କ ଏହି ସ୍ନାନ ୬ ପ୍ରକାର । ଯଥା - ମହାସ୍ନାନ, ଛୁଆଁ ମହାସ୍ନାନ, ପର୍ବତିଆ ମହାସ୍ନାନ, ପାହାଡ ଉଠା ମହାସ୍ନାନ, ବଡ ମହାସ୍ନାନ, ଯାତ୍ରାଙ୍ଗୀ ମହାସ୍ନାନ ।

  • ମହାସ୍ନାନ -ଏହା ଏକ ବିଶେଷ ସ୍ନାନ ବିଧି । ଲୋକମୁଖରେ ଏହାକୁ ମା ସ୍ନାନ, ମାଘ ସ୍ନାନ ଭାବରେ କୁହାଯାଏ ।
  • ଛୁଆଁ ମହାସ୍ନାନ - ସାହାଣମେଳା ଓ ଅନ୍ୟ ସମୟରେ ପାଳିଆ ପୁଷ୍ପାଳକ ପୂଜାପଣ୍ଡାଙ୍କ ବ୍ୟତୀତ ଅନ୍ୟ କେହି ଠାକୁରଙ୍କୁ ଛୁଇଁ ଦେଲେ ଏହି ମହାସ୍ନାନ କରାଯାଏ ସେଥିପାଇଁ ଏହାକୁ ଛୁଆଁ ମହାସ୍ନାନ କୁହାଯାଏ ।
  • ପର୍ବତିଆ ମହାସ୍ନାନ - ମନ୍ଦିର ପରିସର ମଧ୍ୟରୁ ଶବ ବାହାରିଲେ ଓ ମନ୍ଦିର ଭିତରେ କୁକୁର ପଶିଲେ ମହା ପ୍ରଭୁଙ୍କ ଏହି ମହା ସ୍ନାନ ହୁଏ । ଏଥିରେ ସମ୍ପୂର୍ଣ ମନ୍ଦିର ଶୋଧ କରାଯାଏ ଓ ଠାକୁରଙ୍କ ବସ୍ତ୍ର ବଦଳାଇବା ସହ ଆଉଥରେ ବେସ କରାଯାଏ ।
  • ପାହାଡ ଉଠା ମହାସ୍ନାନ - ପୂଜା ଠା ହେବା ପରେ ବା ବସିଥିବା ବେଳେ ଚକାତଳୁ (ରତ୍ନ ସିଂହାସନ ମହା ପ୍ରଭୁଙ୍କ ଆସ୍ଥାନ ଚକା) ଜୟବିଜୟ ଦ୍ୱାର ପର୍ଯ୍ୟନ୍ତ ଅଞ୍ଚଳରେ ପାନଛେପ, ମଇଳା , ପରିସ୍ରା ଆଦି ପଡିଥିବା ଜଣାଗଲେ ଏହି ମହାସ୍ନାନ କରାଯାଏ । ସେଥିରେ ମଧ୍ୟ ବଡ ଦେଉଳ ଶୋଧ କରାଯାଏ । ଠାକୁରଙ୍କ ନୀତି ବନ୍ଦ ରୁହେ ଓ ମହା ସ୍ନାନ ପରେ ପୁଣି ନୀତି ହୁଏ ।
  • ବଡ ମହାସ୍ନାନ - ଭିତର ପୋଖରିଆରୁ ଜଳବିଜୟ ଦ୍ୱାର ମଧ୍ୟରେ ଝାଡା, ପରିସ୍ରା, ରକ୍ତବାନ୍ତି,ଛେପଖଙ୍କାର ଆଦି ପଡିଥିଲେ ଏହି ମହାସ୍ନାନ କରାଯାଏ ।
  • ଯାତ୍ରାଙ୍ଗୀ ମହାସ୍ନାନ -ଯାତ୍ରା ଦିନ ମାନଙ୍କରେ ହେଉଥିବା ଏକ ଅତିରିକ୍ତ ଶୁଦ୍ଧି ବା ସ୍ନାନନୀତି ।ବିଭିନ୍ନ ଯାତ୍ରାରେ ଏହା ହେଉଥିବା ବେଳେ ରଥଯାତ୍ରାରେ ଯାଇ ମହାପ୍ରଭୁ ଯଜ୍ଞଦେବୀରେ ବିଜେ କରିବା ପରେ ଓ ବାହୁଡାଯାତ୍ରାରେ ଫେରି ରତ୍ନବେବୀରେ ବିଜେ କରିବା ପରେ ଏହି ଯାତ୍ରାଙ୍ଗୀ ମହାସ୍ନାନ କରାଯାଏ ।

ଆଧାର[ସମ୍ପାଦନା]