ଛୁଞ୍ଚିପତ୍ର
ଆରମ୍ଭ | |
---|---|
ମୂଳ ଜାଗା | ଓଡ଼ିଶା |
ଅଞ୍ଚଳ | ଓଡ଼ିଶା |
ଖାଇବାର ସବିଶେଷ | |
ମୂଳ ଉପାଦାନ | ଚାଉଳ, ବିରିଚୂନା, ନଡ଼ିଆ, ଗୁଡ଼ |
ଛୁଞ୍ଚିପତ୍ର ହେଉଛି ଏକ ପ୍ରକାର ପିଠା, ଯାହାକି ଚାଉଳ ଓ ନଡ଼ିଆ କୋରାରୁ ମୁଖ୍ୟତଃ ପ୍ରସ୍ତୁତ ହୋଇଥାଏ । ଏହା ଶ୍ରୀଜଗନ୍ନାଥଙ୍କ ଛପନ ଭୋଗରୁ ଅନ୍ୟତମ ।[୧]
ଉପକରଣ[ସମ୍ପାଦନା]
- ଅରୁଆ ଚାଉଳ ୪୦୦ ଗ୍ରାମ
- ଗୁଡ଼ ୨୦୦ ଗ୍ରାମ
- ଅଳେଇଚ ଗୁଣ୍ଡ ୧ ଚାମଚ
- ଗୁଆଘିଆ ଅଧ କପ
- ନଡିଆ କୋରା ଏକ କପ
- ବାଇଗଣ ଭୁଣ୍ଡି ୧ଟା
- ଆବଶ୍ୟକ ଅନୁସାରେ ପାଣି
ପ୍ରସ୍ତୁତି[ସମ୍ପାଦନା]
ଅରୁଆ ଚାଉଳକୁ ପରିଷ୍କାର ଭାବରେ ବାଛି ଧୋଇ ବତୁରାଇ ପାତ୍ରରେ ବାଟି ରଖିଦେବେ।ଚାଉଳ ବଟା ଟିକେ ପାଣିଆ ହେବା ଭଲ । ଗରମ କରେଇରେ ଅଳ୍ପ ଘିଅ ଚାରିପଟେ ବୋଳି ଏହି ପିଠଉକୁ ଡ଼ଙ୍କିଏ ପକାଇ କରେଇ ଚାରିପଟେ ପିଠଉ ବୁଲାଇ ଦେବେ । ଏହା ଦୋଷା ପରି ସରୁ ପିଠା ତିଆରି ହୋଇଗଲେ ଏହାକୁ କରେଇରୁ ବାହାର କରିଦେବେ । କୋରା, ନଡ଼ିଆ, ଗୁଡ଼ ଓ ଅଳେଇଚ ଗୁଣ୍ଡ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରି ଆଗରୁ ରଖିଥିବେ । ଏହି ପିଠା ମଧ୍ୟରେ ଉକ୍ତ ପୁର ବା ମିଶ୍ରଣ ଅଳ୍ପ ଅଳ୍ପ ଦେଇ ପିଠାକୁ ଚାରିପଟୁ ଭାଙ୍ଗି ଦେବେ।ଯେପରି ପୁର ବା ମିଶ୍ରଣ ପିଠା ମଝିରେ ରହିଯିବ ।ଏଥର ଛୁଞ୍ଚି ପତ୍ର ପିଠା ପ୍ରସ୍ତୁତ ହୋଇଗଲା ।[୨]
ଆଧାର[ସମ୍ପାଦନା]
- ↑ ବାରିକ, ବିଚିତ୍ରାନନ୍ଦ (1 June 2007). "ଜଗନ୍ନାଥଙ୍କ ଜଣା ଅଜଣା ପ୍ରସଙ୍ଗ" (PDF). ଉତ୍କଳ ପ୍ରସଙ୍ଗ: ୧୨୨. Retrieved 24 June 2023.
- ↑ http://www.odiatastykhana.in/2016/06/chunchipatra-pithaa.html