ଶିକା

ଉଇକିପିଡ଼ିଆ‌ରୁ

ଶିକା ହାଣ୍ଡି, ଘଡ଼ି ଓ ଏପରିକି କଖାରୁ ଆଦି ଚାଳ ବା ଛପର ଘର ଛାତରୁ ଝୁଲାଇ ରଖିବା ନିମନ୍ତେ ବ୍ୟବହୃତ ଦଉଡ଼ିରେ ତିଆରି ଏକ ଆଧାର । ଏହାକୁ ଘରର ଚାଳରୁ ଓ ବାଉଁଶରୁ ଝୁଲାଇ ତହିଁରେ ଖାଦ୍ଯ ପାତ୍ର ଆଦି ରଖାଯାଇଥାଏ । ବାହୁଙ୍ଗିରେ ଦୁଇ ପାଖରେ ଅଙ୍ଗା (ବୋଝ) ଝୁଲାଇ ଦ୍ରବ୍ଯ ବହିବା ନିମନ୍ତେ ମଧ୍ୟ ଶିକା ବ୍ୟବହୃତ ହୋଇଥାଏ ।[୧] ଲୋକେ କ୍ଷୀର, ଦ‌ହି, ଲହୁଣୀ ଆଦି ବିରାଡ଼ିଠାରୁ ଦୂରେଇ ର‌ଖିବା ପାଇଁ ଏହାକୁ ବ୍ୟବ‌ହାର କରନ୍ତି ।[୨]

ଜନପ୍ରିୟ ଚଳଣି ବ୍ୟବହାର[ସମ୍ପାଦନା]

ଓଡ଼ିଆରେ ଉକ୍ତି ରହିଛି: ବିରାଡ଼ି କପାଳକୁ ଶିକା ଛିଡ଼ିବା ଅର୍ଥାତ ଶିକାରେ ରଖାଯାଇ ମଥାନରୁ ଝୁଲା ହୋଇଥିବା ଦୁଧ, ମାଛ ଆଦି ଖାଦ୍ଯପଦାର୍ଥକୁ ବିରାଡ଼ି ସହଜରେ ଖାଇପାରେ ନାହିଁ । ଏଥିପାଇଁ ସେ ଭୂଇଁରେ ବସି ସେହି ଶିକାରେ ଥିବା ଦ୍ରବ୍ଯ ଆଡ଼କୁ ଅନାଇ ରହିଥାଏ । କୌଣସି ପ୍ରକାରେ ଶିକାର ଦଉଡ଼ି ଛିଣ୍ଡିଗଲେ ଶିକାରେ ଥିବା ପାତ୍ର ଓ ଖାଦ୍ଯ ଭୂମିରେ ପ଼ଡ଼ିଯାଏ ଓ ବିରାଡ଼ି ତାହା ଖାଇବାକୁ ସମର୍ଥ ହୁଏ । କୌଣସି ଅସାଧ୍ଯ ବା ଅପ୍ରାପ୍ଯ ବସ୍ତୁ ତାହାର ତ୍ପ୍ରତ୍ଯାଶୀ ବ୍ୟକ୍ତିକୁ କୌଣସି ମତେ ମିଳିଗଲେ ଏ ଉକ୍ତିର ଉଦାହରଣ ଦିଆଯାଏ ।

ଆଧାର[ସମ୍ପାଦନା]

  1. Praharaj, G. C. (undefined NaN). "Purnnacandra Odia Bhashakosha". dsal.uchicago.edu. Retrieved 1 October 2020. {{cite web}}: Check date values in: |date= (help)
  2. nlp.unigoa.ac.in/indonet/owl/odia/v1/word/ଶିକା.rdf