ବିଞ୍ଚଣା

ଉଇକିପିଡ଼ିଆ‌ରୁ
ଓଡ଼ିଶାର ବିଞ୍ଚଣା

ବିଞ୍ଚଣା ଏକ ହସ୍ତଚାଳିତ ସମତଳ ପୃଷ୍ଠ ଥିବା ହସ୍ତଚାଳିତ ପଂଖା । ଭାଷା ଓ ଅଞ୍ଚଳ ଭେଦରେ ଏହା ଅଲଗା ଅଲଗା ନାମରେ ନାମିତ । [୧] ଏହାକୁ ବାୟୁ ପ୍ରବାହ ସୃଷ୍ଟି କରିବା ପାଇଁ ଆଗପଛ ବିଞ୍ଚାଯାଏ । ସାଧାରଣତଃ ଏକ ବୃତ୍ତର କ୍ଷେତ୍ର ପରି ଆକୃତିରେ ଏହାର ଆକାର । ଏହା ପତଳା ସାମଗ୍ରୀରେ (ଯଥା ତାଳ ପତ୍ର, ପାପେଲ କିମ୍ବା ପର) ତିଆରି । ଏହା ଏକ କକ୍ଷ ଚାରିପାଖରେ ଘୂରିଥାଏ ଓ ଏହାକୁ ବ୍ୟବହାର ନ କରିବା ସମୟରେ ବନ୍ଦ କରାଯାଇପାରେ ।

ମଣିଷ ଚର୍ମରେ ବିଞ୍ଚଣାସବୁ ବାୟୁ ପ୍ରବାହ ବାଷ୍ପୀକରଣ ବଢ଼ାଇଥାଏ ଫଳରେ ଥଣ୍ଡା ପ୍ରଭାବ ମଧ୍ୟ ବଢ଼ିଥାଏ । ଏହା ମଧ୍ୟ ଚର୍ମକୁ ଘେରି ରହିଥିବା ଶରୀରର ଉତ୍ତାପରୁ ଉତ୍ପନ୍ନ ଗରମ ବାୟୁକୁ ବିସ୍ଥାପିତ କରି ଉତ୍ତାପ କମାଇଥାଏ । ଏହା ଫଳରେ ଆହୁରି ଅଧିକ ଥଣ୍ଡା ଅନୁଭୂତ ହୁଏ । ତେବେ ଏହି ଥଣ୍ଡା ହେବା ବାହାରର ତାପମାତ୍ରା (ପାଖାପାଖି 33 °C (91 °F)) ଉପରେ ନିର୍ଭରଶୀଳ । ବିଞ୍ଚଣା ସାଥିରେ ନେବା ପାଇଁ ସୁବିଧାଜନକ ।

ବିଭିନ୍ନ ସମାଜରେ କୋଟିକମକରା ବିଶାଳ ବିଞ୍ଚଣା ଉଚ୍ଚ ଶ୍ରେଣୀର ଲୋକଙ୍କ ପାଖେ ରହୁଥିବାର ନଜିର ରହିଛି । କେତେକ ସମାଜରେ ସଂଭ୍ରାନ୍ତ ମହିଳାମାନଙ୍କ ପାଖରେ ଖରା ପଡ଼ିବାରୁ ରୋକିବା ପାଇଁ ଏହି ଭଳି ହାତଚାଳିତ ବଡ଼ ବିଞ୍ଚଣା ରଖାଯାଉଥିଲା ।

ଆଧାର[ସମ୍ପାଦନା]

  1. ଦାସ, ଯତୀନ. "Fans". Archived from the original on 2015-06-08. Retrieved 2013-07-14.