ଜଗନ୍ନାଥ ମନ୍ଦିର, ରାଞ୍ଚି

ଉଇକିପିଡ଼ିଆ‌ରୁ


ଜଗନ୍ନାଥ ମନ୍ଦିର, ରାଞ୍ଚି
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନଧୁର୍ୱ,ରାଞ୍ଚି[୧]
Stateଝାଡ଼ଖଣ୍ଡ
Countryଭାରତ

ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ଧୁର୍ୱରେ ଥିବା ଏହି ଜଗନ୍ନାଥ ମନ୍ଦିରକୁ ବରକାଗଡ଼ ଜଗନ୍ନାଥପୁରର ରାଜା ଠାକୁର ଅନିନାଥ ସିଂହଦେଓ ୧୬୯୧ମସିହାରେ ନିର୍ମାଣ କରିଥିଲେ । ନିର୍ମାଣ କାର୍ଯ୍ୟ ୧୬୯୧ ମସିହା ଖ୍ରୀଷ୍ଟମାସ ଦିନ ସମାପ୍ତ ହୋଇଥିଲା ।  [୨] ମନ୍ଦିରଟି ମୁଖ୍ୟ ସହରଠାରୁ ପ୍ରାୟ ୧୦କିମି ଦୂରତାରେ ଅବସ୍ଥିତ । ଏହା ଏକ ପର୍ବତଚୂଡାରେ ନିର୍ମିତ ।[୩][୪]

ଏହି ମନ୍ଦିରଟି ଆକାରରେ କ୍ଷୁଦ୍ର ହେଲେ ମଧ୍ୟ ପୁରୀ ଜଗନ୍ନାଥ ମନ୍ଦିର ଢାଞ୍ଚାରେ ନିର୍ମାଣ କରାଯାଇଛି ।  ମନ୍ଦିରରେ ପ୍ରତିବର୍ଷ ରଥଯାତ୍ରା ମହାସମାରୋହରେ ପାଳନ କରାଯାଏ । ରାଞ୍ଚି [୩] ତଥା ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଏହି ରଥଯାତ୍ରରେ ଅଂଶଗ୍ରହଣ କରିଥାନ୍ତି ।[୪][୫]

ଏହି ମନ୍ଦିରଟି ଏକ ପର୍ବତଚୂଡାରେ ଅବସ୍ଥିତ । ମନ୍ଦିରକୁ ଯିବା ପାଇଁ ଗୋଟିଏ ପାହାଡ଼ କଟା ହୋଇ ତିଆରି କରାଯାଇଥିବା ପାହାଚ ଚଢା ରାସ୍ତା ଓ ଆଉଗୋଟିଏ ଗାଡିମଟର ଯିବା ଭଳି ରାସ୍ତା ରହିଛି । ପାହାଡ଼ ଚଢା ରାସ୍ତାରେ ଥିବା ବଡ଼ ବଡ଼ ଗଛଛାଇ ଯାତ୍ରୀମାନଙ୍କ କ୍ଲିଷ୍ଟ ନିବାରଣ କରିଥାଏ । ପର୍ବତ ଉପରୁ ରାଞ୍ଚି ସହରର ଦୃଶ୍ୟ ଅତି ମନରୋମ ହୋଇଥାଏ ।[୬]

୧୯୯୦ ମସିହା ଅଗଷ୍ଟ ୬ତାରିଖରେ ମନ୍ଦିରଟି ଭୂଷୁଡି ପଡିଥିଲା । ତତ୍କାଳୀନ ବିହାର ରାଜ୍ୟ ସରକାର ଓ ଭକ୍ତମାନଙ୍କ ସହାୟତାରେ ୧୯୯୨ ଫେବୃଆରୀ ୮ତାରିଖରେ ମନ୍ଦିର ପୁଣି ପୁନଃନିର୍ମିତ ହୋଇପାରିଥିଲା ।  [୫]

ଚିତ୍ର ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2015-07-23. Retrieved 2015-08-05. {{cite web}}: Cite has empty unknown parameter: |1= (help)
  2. "Jagannath Temple (Ranchi)". Jharkhand Samachar. 20 May 2010. Archived from the original on 9 January 2013. Retrieved 7 March 2012.
  3. ୩.୦ ୩.୧ "Jharkhand". Jharkhand Fast Facts. Envis Centre on Ecotourism, Govt of India. Retrieved 7 March 2012.
  4. ୪.୦ ୪.୧ "Jagannath Temple, Ranchi". Retrieved 7 March 2012.
  5. ୫.୦ ୫.୧ "Jagannath Temple, Ranchi". Rediff.com. Archived from the original on 5 March 2014. Retrieved 7 March 2012.
  6. "About Jagannath Temple". Home > Jharkhand > Ranchi > Ranchi Attractions. Retrieved 7 March 2012.