ଛତିଆ
ଛତିଆ ମନ୍ଦିର | |
---|---|
![]() | |
ଓଡ଼ିଶାରେ ଅବସ୍ଥାନ | |
ନାମ | |
ମୂଳ ନାମ | ଛତିଆ ମଠ |
ଭୌଗୋଳିକ ଅବସ୍ଥିତି | |
ଦିଗବାରେଣି | 20°51′N 86°20′E / 20.850°N 86.333°ECoordinates: 20°51′N 86°20′E / 20.850°N 86.333°E |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଯାଜପୁର ଜିଲ୍ଲା |
ପରମ୍ପରା | |
ମୁଖ୍ୟ ଆରାଧ୍ୟ | ଜଗନ୍ନାଥ |
ଛତିଆ ଓଡ଼ିଶାର ଯାଜପୁର ଜିଲ୍ଲାରେ ଅବସ୍ଥିତ ଏକ ପର୍ଯ୍ୟଟକ ସ୍ଥାନ । ଏଠାରେ ଥିବା ପ୍ରସିଦ୍ଧ ବର ଗଛ ପାଇଁ ଏହା 'ଛତିଆବଟ' ନାମରେ ମଧ୍ୟ ପରିଚିତ । ଏଠାରେ ଥିବା ଜଗନ୍ନାଥ ମନ୍ଦିର ଆଧୁନିକ ଉତ୍କଳୀୟ ସ୍ଥାପତ୍ୟ କଳାର ଏକ ଜ୍ୱଳନ୍ତ ଉଦାହରଣ । ଚୋଡ଼ଗଙ୍ଗଦେବଙ୍କର ପାଞ୍ଚଟି ପ୍ରଧାନ ଦୁର୍ଗ ମଧ୍ୟରୁ ଅନ୍ୟତମ ଦୁର୍ଗ ଅମରାବତୀ-କଟକର ଅବଶେଷ ମଧ୍ୟ ଏହିଠାରେ ଅବସ୍ଥିତ। [୧]ସାରଳା ମହାଭାରତ ଅନୁସାରେ ପାଣ୍ଡବମାନେ ନିଜର ସ୍ୱର୍ଗଗମନ ପୁର୍ବରୁ କଳିଙ୍ଗ ଯାତ୍ରା କରିଥିଲେ । ଏହି ଯାତ୍ରା ସମୟରେ ସେମାନେ ଅମରାବତୀ-କଟକରେ ୭୫ ବର୍ଷ କାଳ ରହିଥିଲେ । ହରି ସାହୁ ନାମକ ଜନେ ସ୍ଥାନୀୟ ବାସିନ୍ଦା ନିଜ ଝିଅ 'ସୁହାନି କନ୍ୟା'ଙ୍କୁ ଜ୍ୟେଷ୍ଠ ପାଣ୍ଡବ ଯୁଧିଷ୍ଠିରଙ୍କୁ ଏହି ସମୟରେ ବିଭା ଦେଇଥିଲେ । ପାଣ୍ଡବମାନଙ୍କର ନାତୀ ପରିକ୍ଷୀତଙ୍କୁ 'ଜଜାନ ନଗର'ର ରାଜା କରାଯାଇଥିଲା । ଜଜାନ ନଗର' ବର୍ତମାନ ଚୌଦ୍ୱାର ନାମରେ ପରିଚିତ ।[୧] ସନ୍ଥ ହାଡ଼ିଦାସଙ୍କ ରଚିତ ମାଳିକାରେ ଛତିଆର ସ୍ୱତନ୍ତ୍ର ବର୍ଣ୍ଣନା କରାଯାଇଛି । ସନ୍ଥ ହାଡ଼ି ଦାସ ମଧ୍ୟ ଏହିଠାରେ ସମାଧୀ ନେଇଥିଲେ ।[୨] ମହାପୁରୁଷ ହାଡ଼ିଦାସଙ୍କ ସମ୍ମାନରେ ଏଠାରେ ଥିବା ମହାବିଦ୍ୟାଳୟକୁ ତାଙ୍କ ନାମରେ ନାମିତ କରାଯାଇଅଛି ।
ଆଧାର[ସମ୍ପାଦନା]
- ↑ ୧.୦ ୧.୧ Karuna Sagar Behera; Jagannātha Paṭṭanāẏaka; Harish Chandra Das (1990). Cuttack, one thousand years. Cuttack City Millennium Celebrations Committee, The Universe. p. 81. Retrieved 13 July 2012. Unknown parameter
|coauthors=
ignored (|author=
suggested) (help) ଆଧାର ଭୁଲ: Invalid<ref>
tag; name "BeheraPaṭṭanāẏaka1990" defined multiple times with different content - ↑ Ramesh Prasad Mohapatra; Oḍiśā Sāhitya Ekāḍemī (1989). Temple legends of Orissa. Orissa Sahitya Akademi. p. 71. Retrieved 13 July 2012.