ଜଗନ୍ନାଥଙ୍କ ଅଜ୍ଞାତବାସ

ଉଇକିପିଡ଼ିଆ‌ରୁ

ମାଦଳା ପାଞ୍ଜି ମତେ ୫୦୦ରୁ ୧୭୩୩ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୨୩୩ ବର୍ଷ ଧରି କ୍ରମାଗତ ଭାବେ ଆଫଗାନୀ ଓ ମୋଗଲମାନଙ୍କଦ୍ୱାରା ୧୭ଥର ପୁରୀ ଜଗନ୍ନାଥ ମନ୍ଦିର ଉପରେ ବହୁବାର ଆକ୍ରମଣ କରାଯାଇଥିଲା ।[୧] ହିନ୍ଦୁମାନଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ବିଗ୍ରହକୁ ଧ୍ୱଂସ ନ କରିବା ପର୍ଯ୍ୟନ୍ତ ଓଡ଼ିଶାକୁ ଜୟକରିବା ଅସମ୍ଭବ ବୋଲି ସମସ୍ତ ମୁସଲିମ ଆକ୍ରମଣକାରୀ ଧରିନେଇଥିଲେ ୤ ଏହି ବିଧର୍ମୀ ଯବନମାନଙ୍କ ଆକ୍ରମଣରୁ ଶ୍ରୀବିଗ୍ରହମାନଙ୍କୁ ରକ୍ଷାକରିବା ଲାଗି କେତେବେଳେ ଦୋବନ୍ଧା ବାଟେ ଡଙ୍ଗାରେ ରଖି ଚିଲିକା ଗର୍ଭକୁ ଆଉ କେତେବେଳେ ଚଉଦୋଳାରେ ବୁହାଇ ଦକ୍ଷିଣ ଓଡ଼ିଶାର ଘଞ୍ଚ ଜଙ୍ଗଲ ମଧ୍ୟକୁ ଶ୍ରୀବିଗ୍ରହମାନଙ୍କୁ ନିଆଯାଉଥିଲା ୤ ଏଥିପାଇଁ ଜଗନ୍ନାଥଙ୍କ ସେବକମାନଙ୍କ ମଧ୍ୟରେ ଚାପ ଦଳେଇ ଅରିଆ ସେବକ ନାମରେ ଗୋଟିଏ ସ୍ୱତନ୍ତ୍ର ବୃତ୍ତିଭୋଗୀ ସେବକ ଗୋଷ୍ଠୀକୁ ସୃଷ୍ଟି କରାଯାଇ ନିଯୁକ୍ତି ଦିଆଯାଇଥିଲା । ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣର ଆଭାସ ମିଳିବା ମାତ୍ରେ ତତ୍‌କ୍ଷଣାତ୍ ଚାପ ଦଳେଇ ଓ ଅରିଆ ସେବକମାନେ ଶ୍ରୀ ବିଗ୍ରହମାନଙ୍କୁ ଚାପରେ ଧରି ଚିଲିକା ଗର୍ଭକୁ ବୋହି ନେଇଯାଉଥିଲେ ୤ ଏଥିପାଇଁ ବର୍ଷସାରା ମାଣିକପାଟଣା ଓ ଖାଲିକାପାଟଣା ମୁହାଣଠାରେ ବୋଇତ, ଚାପ ଓ ଡଙ୍ଗାମାନ ସଦାସର୍ବଦା ପ୍ରସ୍ତୁତ ହୋଇ ରହୁଥିଲା ।

ଶ୍ରୀଜଗନ୍ନାଥଙ୍କ ଅଜ୍ଞାତବାସ[ସମ୍ପାଦନା]

୫୦୦: ପାତାଳି ଶ୍ରୀକ୍ଷେତ୍ର ସୋନପୁର[ସମ୍ପାଦନା]

ପ୍ରଥମେ ରକ୍ତବାହୁ ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ କରିଥିଲା । ଏହାପରେ ଆଫଗାନୀ କଳାପାହାଡ଼ର ଆକ୍ରମଣରୁ ଶ୍ରୀବିଗ୍ରହମାନଙ୍କୁ ରକ୍ଷା କରିବା ଲାଗି ଅତି ଗୋପନରେ ଶ୍ରୀବିଗ୍ରହମାନଙ୍କୁ ସୋନପୁରର ଗୋପାଳୀ ଗ୍ରାମରେ ଦୀର୍ଘ ୧୪୬ବର୍ଷ ପାଇଁ ଅବସ୍ଥାନ କଲେ।

୧୫୦୯:ଚାଡିଗୁହା[ସମ୍ପାଦନା]

ଇସଲାମ ଗାଜୀଙ୍କ ଆକ୍ରମଣ ସମୟରେ ପ୍ରତାପରୁଦ୍ର ଦେବ ରାଜତ୍ୱ କରୁଥିଲେ। ସେତେବେଳେ ସେବାୟତମାନେ ଶ୍ରୀଜୀଉମାନଙ୍କ ସୁରକ୍ଷା ପାଇଁ ଚିଲିକା ହ୍ରଦ ମଧ୍ୟରେ ଥିବା ଚାଡିଗୁହା ଦ୍ୱୀପରେ ନେଇ ଗୋପନରେ ରଖାଗଲା।

୧୬୦୧:କପିଳେଶ୍ୱର[ସମ୍ପାଦନା]

ଏକଦା ପୁରୀ ଆକ୍ରମଣ କରିଥିଲେ ମିର୍ଜା ଖୁରାମ। ସେହିସମୟରେ ମହାପ୍ରଭୁ ମାନଙ୍କର ସୁରକ୍ଷା ପାଇଁ ଭାର୍ଗବୀ ନଦୀ ପାର ହୋଇ କପିଳେଶ୍ୱରରେ ୮ମାସ ଆଶ୍ରୟ ନେଇଥିଲେ।

୧୫୬୫:କାଙ୍କଣ ଶିଖରୀ,ଚିଲିକା[ସମ୍ପାଦନା]

ଏଠାରେ ମହାପ୍ରଭୁ ଦୁଇଥର ଆଶ୍ରୟ ନେଇଥିଲେ। କଳାପାହାଡ଼ ଆକ୍ରମଣ ସମୟରେ ଶ୍ରୀଜୀଉମାନଙ୍କୁ ଏଠାକୁ ଅଣାଗଲା। ଏଠାରେ ଘୋର କାଙ୍କଣବଣ ଜଙ୍ଗଲରେ ମହାପ୍ରଭୁଙ୍କୁ କଣ ଭୋଗ ଲାଗିବ ବୋଲି ବିଚାର କଲେ ସେବକମାନେ। ବାଧ୍ୟ ହୋଇ ସେମାନେ ଏକ ଚୂଆରୁ ଜଳ ଏବଂ କଣ୍ଟାଫଳ କାଙ୍କଣ ରୋଷେଇ କରି ଲାଗି କଲେ। ଏହା ପରେ ସେ ଭୋଗ ମହାପ୍ରସାଦରେ ପରିଣତ ହେଲା। ଓ ସମଗ୍ର ଚିଲିକା କ୍ଷାରିଅ ପାଣି ହୋଇଥିବା ବେଳେ ସେ ଚୂଆର ପାଣି ଅଦ୍ୟାପି ମଧୁର।୨୦୧୫ ନବକଳେବର ସମୟର ସେଠାକୁ ନନ୍ଦିଘୋଷ ରଥର ଚକ ପୂଜା ପାଉଛନ୍ତି ।

୧୫୬୬:ନଇରୀ,ଚିଲିକା[ସମ୍ପାଦନା]

କଳାପାହାଡ଼ ଆକ୍ରମଣ ସମୟରେ ମହାପ୍ରଭୁ କାଙ୍କଣ ଶିଖରୀରୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ଥିବା ହରିହର ମନ୍ଦିରରେ ଠାକୁର ଅବସ୍ଥାନ କରିଥିଲେ। ଅଦ୍ୟାବଧି ସେଠାରେ ମହାପ୍ରଭୁଙ୍କ ତିନିଟି ରତ୍ନଚକା ଅଛି। ଏଠାରେ ରଥଯାତ୍ରା ମଧ୍ୟ ଶଗଡିରେ ହୋଇଥିଲା।

୧୫୬୮:ଗଡ କୁଜଙ୍ଗ[ସମ୍ପାଦନା]

କଳାପାହାଡ଼ର ଆକ୍ରମଣ ବେଳେ କୌଶଳ କ୍ରମେ ବିସର ମହାନ୍ତି ନାମକ ଏକ ବୈଷ୍ଣବ ସନ୍ନ୍ୟାସୀ ତାଙ୍କ ଢୋଲ ଭିତରେ ମହାପ୍ରଭୁଙ୍କ ବ୍ରହ୍ମକୁ ଆଣି ୧୫୬୮ରୁ ୧୫୭୫ ଜଗତସିଂହପୁରର କୁଜଙ୍ଗରେ ପୂଜା କଲେ। ୧୫୭୫ରେ ରାମଚନ୍ଦ୍ର ଦେବ ଏହାକୁ ଆଣି ଖୋର୍ଦ୍ଧାରେ ଏକ ବର୍ଷ ପୂଜାପରେ ୧୫୭୬ର ନବକଳେବର ସମୟରେ ବିଗ୍ରହରେ ସଂସ୍ଥାପିତ ହେଲେ।

୧୬୦୮:ଗୋପାଳ ମନ୍ଦିର[ସମ୍ପାଦନା]

୧୬୦୮ ମସିହାରେ ଓଡ଼ିଶାର ଉପଦେଷ୍ଟା ହେଲେ ହାସିମ ଖାନ । ସେତେବେଳେ ରାଜା ପୁରୁଷୋତ୍ତମ ଦେବ। ଏହି ସମୟରେ ସେ ଜଗନ୍ନାଥ ମନ୍ଦିର ଆକ୍ରମଣ କରିଥିଲେ। ସେବକମାନେ ଶ୍ରୀଜୀଉମାନଙ୍କୁ ରାଜଧାନୀସ୍ଥିତ ଗୋପାଳ ମନ୍ଦିରରେ ଗୋପନ ଭାବେ ରଖାଗଲା।

୧୬୧୦:ମା ବିମଳାଙ୍କ ମନ୍ଦିର[ସମ୍ପାଦନା]

୧୬୧୦ରେ କେଶୁ ଦାସ ନାମକ ଜଣେ ମୋଗଲ ସୁବାଦାର ଜଗନ୍ନାଥ ମନ୍ଦିର ଉପରେ ଏତେ ଅତର୍କିତ ଭାବେ ଆକ୍ରମଣ କରିଥିଲା ଯେ ଶ୍ରୀବିଗ୍ରହମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ସେବାୟତମାନଙ୍କୁ ସମୟ ମିଳି ନ ଥିଲା । କେବଳ ବିଗ୍ରହମାନଙ୍କଠାରୁ ବିନା ଉପଚାରରେ ବ୍ରହ୍ମ କଢ଼ାଯାଇ ମା ବିମଳାଙ୍କ ପଛପଟେ ଲୁଚାଯାଇଥିଲା ୤ ଏହାପରେ ମୋଗଲ ସୁବାଦାର କେଶୁଦାସ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ନେଇ ବଡ଼ଦାଣ୍ଡରେ ନିଆଁ ଲଗାଇ ଦେଇଥିଲା ଏବଂ ତା ସହିତ ଶ୍ରୀଗୁଣ୍ଡିଚା ଉପଲକ୍ଷେ ପ୍ରସ୍ତୁତ ହୋଇଥିବା ତିନି ରଥରେ ମଧ୍ୟ ନିଆଁ ଲଗାଇ ଦେଇଥିଲା ୤ ଏହି ଭୟରେ ଦୀର୍ଘବର୍ଷ ଧରି ପୁରୀରେ ରଥଯାତ୍ରା ହୋଇନଥିଲା

୧୬୧୧-୧୨:ଚକାନାସି,ଚିଲିକା[ସମ୍ପାଦନା]

କଲ୍ଲ୍ୟାଣ ମାଲ ଶ୍ରୀମନ୍ଦିରକୁ ୨ଥର ଆକ୍ରମଣ କରିଥିଲା। ପ୍ରଥମଥର୤ଯୁଦ୍ଧ ପୂର୍ବରୁ ଶ୍ରୀଜୀଉମାନଙ୍କୁ ଚିଲିକା ହ୍ରଦ ମଧ୍ୟରେ ଥିବା ଚକାନାସି ଦ୍ୱୀପକୁ ସ୍ଥାନାନ୍ତର କରାଯାଇଥିଲା।ଏହି ଯୁଦ୍ଧରେ ସେ ପୁରୁଷୋତ୍ତମ ଦେବଙ୍କଠାରୁ ପରାସ୍ତ ହୋଇଥିଲା ଦ୍ୱିତୀୟ ଥର ୧୬୧୨ରେ ଆକ୍ରମଣ ସମୟରେ ମହାପ୍ରଭୁ ଚକାନାସିରେ ଥିଲେ ସେଠାରୁ ଯାଇ ଦଧିବାମନ ମନ୍ଦିରରେ ରହିଲେ

୧୬୧୫: ଗୁରୁବଦେଇ,ଚିଲିକା[ସମ୍ପାଦନା]

୧୬୧୫ରେ ତୋଡ଼ରମଲ୍ଲଙ୍କ ପୁଅ କଲ୍ୟାଣମଲ୍ଲ ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ କରିଥିଲା । ବିଶ୍ୱସ୍ତ ସେବକମାନଙ୍କଦ୍ୱାରା ଶ୍ରୀବିଗ୍ରହମାନଙ୍କୁ ସ୍ଥାନାନ୍ତରିତ କରାଯାଇ ଚିଲିକାସ୍ଥିତ ଗୁରୁବଦେଇଠାରେ ଲୁକ୍କାୟିତ ରଖାଯାଇଥିଲା।

୧୬୧୭: ଗୁରୁବଦେଇ, ଚିଲିକା[ସମ୍ପାଦନା]

ଆକ୍ରମ ଖାନ୍‌ଦ୍ୱାରା ଜଗନ୍ନାଥ ମନ୍ଦିର ଆକ୍ରମଣ ହେବାପରେ ଶ୍ରୀବିଗ୍ରହମାନଙ୍କୁ ସ୍ଥାନାନ୍ତରିତ କରାଯାଇ ଚିଲିକାସ୍ଥିତ ଗୁରୁବଦେଇଠାରେ ଲୁକ୍କାୟିତ ରଖାଯାଇଥିଲା ୤

୧୬୧୭: ମାଣିତ୍ରୀ ଦୁର୍ଗ[ସମ୍ପାଦନା]

ସୁବାଦାର ଅହମନ୍ ବେଗ୍ଦ୍ୱାରା ପୁଣି ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ କରାଯିବା ଯୋଗୁ ଶ୍ରୀବିଗ୍ରହମାନଙ୍କୁ ଗୋପନରେ ମାଣିତ୍ରୀ ଦୁର୍ଗକୁ ସ୍ଥାନାନ୍ତରିତ କରାଯାଇଥିଲା ।

୧୬୨୧: ମାଣିତ୍ରୀ ଦୁର୍ଗ[ସମ୍ପାଦନା]

୧୬୨୨ରେ ସୁବାଦାର ଅହମନ୍ ବେଗ୍ଦ୍ୱାରା ପୁଣି ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ କରାଯିବା ଯୋଗୁ ଶ୍ରୀବିଗ୍ରହମାନଙ୍କୁ ପୁଣି ଆଉଥରେ ଗୋପନରେ ମାଣିତ୍ରୀ ଦୁର୍ଗକୁ ସ୍ଥାନାନ୍ତରିତ କରାଯାଇଥିଲା ।

୧୬୨୩: ମାଣିତ୍ରୀ ଦୁର୍ଗ[ସମ୍ପାଦନା]

୨୮ ଅଗଷ୍ଟ ୧୬୨୩ରେ ବେଗୁନିଆ ନିକଟସ୍ଥ ଗଡମାଣତୀରକୁ ଜଗନ୍ନାଥଙ୍କ ଦାରୁବିଗ୍ରହ ଆସିଥିଲା ।

୧୬୨୪: ସାକ୍ଷୀଗୋପାଳ[ସମ୍ପାଦନା]

୧୬୨୪ରେ ପୁଣି ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ କରାଯିବା ଯୋଗୁ ଶ୍ରୀବିଗ୍ରହମାନଙ୍କୁ ସାକ୍ଷୀଗୋପାଳରେ ଏକ ମନ୍ଦିରରେ ଲୁକ୍କାୟିତ ରଖାଯାଇଥିଲା ।

୧୬୯୨: କୋକଲଗଡ[ସମ୍ପାଦନା]

୧୬୯୨ରେ ଦାରୁଦିଅଁଙ୍କ ସହିତ ତାଙ୍କ ବିଜେ ପ୍ରତିମା ଶ୍ରୀମନ୍ଦିର ଦକ୍ଷିଣୀଘରୁ କୋକଲଗଡ଼କୁ ଯାଇଥିଲେ ।[୨]


୧୭୩୩: ଶରଣ ଶ୍ରୀକ୍ଷେତ୍ର ମାରଦା[ସମ୍ପାଦନା]

ଗଞ୍ଜାମ ଜିଲ୍ଲାର ପୋଲସରା ତହସିଲ ଅନ୍ତର୍ଗତ ମଥୁରା ପଞ୍ଚାୟତରେ ଶରଣ ଶ୍ରୀକ୍ଷେତ୍ର ଅବସ୍ଥିତ। ତକ୍କି ଖାନ ଆକ୍ରମଣ ସମୟରେ ଜଣେ ବଙ୍ଗୀୟ ରାଜାଙ୍କ ଭୟରେ ତତ୍କାଳୀନ ପୁରୀ ଗଜପତି ମହାରାଜା ଲୁକ୍କାୟିତ ଭାବେ ତିନି ଠାକୁରଙ୍କୁ ଆଣି ଏଠାରେ ବିଜେ କରାଇଥିଲେ । ୧୭୩୩ ମସିହାରେ[୩] ବିଜେ କରିଥିବା ତିନିଠାକୁର ଏଠାରେ ୨ବର୍ଷ ୪ ମାସ ରହଣି କରିଥିଲେ ।[୪] ଏହି ସମୟରେ ତିନି ଠାକୁରଙ୍କ ପୂଜାର୍ଚ୍ଚନା ଓ ଭୋଗରାଗ ପାଇଁ ତତ୍କାଳୀନ ଆଠଗଡ଼ ରାଜା ନୃସିଂହ ଜଗଦ୍ଦେବ ହରିଚନ୍ଦନ ୮ଶହ ଭରଣ ଜମି ଯୋଗାଇ ଦେଇଥିଲେ । ତିନି ଠାକୁର ରହିବା ସମୟରେ ତକ୍କୀ ଦୃଷ୍ଟି ଆକର୍ଷଣକୁ ଏଡାଇବା ନିମନ୍ତେ ଏଠାରେ ରଥଯାତ୍ରା ପାଳନ କରାଯାଇ ନଥିଲା । [୫] ତିନି ଠାକୁର ଶ୍ରୀକ୍ଷେତ୍ରକୁ ବାହୁଡ଼ିଯିବା ପରେ ଶରଣ ଶ୍ରୀକ୍ଷେତ୍ରରେ କେବଳ ଠାକୁରମାନଙ୍କ ୩ ଆସନ ହିଁ ରହିଛି । ପୂଜକମାନେ କେବଳ ଆସନକୁ ପୂଜାର୍ଚ୍ଚନା କରୁଛନ୍ତି । ଏବେବି ମହାପ୍ରଭୁଙ୍କୁ ଆଶ୍ରୟ ଦେଇଥିବା ହେତୁ ଏକାଦଶୀ ଦିନ ମହାଦୀପ ଉଠିବା ସମୟରେ ତାଙ୍କର ମଙ୍ଗଳ କାମନା ପାଇଁ ଡାକ ପଡେ ଶ୍ରୀମନ୍ଦିର ଚୂଡାରୁ...

ଆଧାର[ସମ୍ପାଦନା]

  1. Bhatta, Dr. Brajabandhu (2011). "Secret Dwelling of Lord Jagannath : A Study" (PDF). Orissa Review. Retrieved 26 February 2013. From Madalapanji, it is known that from 1568A.D to 1733 A.D; about 165 years continuously the Muslim invaders had attacked upon the Jagannath temple {{cite web}}: line feed character in |quote= at position 77 (help)
  2. ମିଶ୍ର, ଡ. ସୁରେନ୍ଦ୍ର କୁମାର. "ନୀଳାଦ୍ରିପ୍ରସାଦରେ ନିଳାଦ୍ରୀନାଥ". ଧରିତ୍ରୀ. Retrieved 12 September 2016.
  3. Mohanty, Hrusikesh (2009). "Devotees keep alive kingsize customs - Times Of India". indiatimes.com. Retrieved 26 February 2013. Puri deities were transferred to Marada, near Polasara in 1733 AD[permanent dead link]
  4. "Celebrations at God's own abode". newindianexpress.com. 2012. Retrieved 26 February 2013. the idols of Jagannath temple were shifted to Marada in 1733 and the deities were kept in Marada temple for over two years.[permanent dead link]
  5. "The Sampradaya Sun - Independent Vaisnava News - News - February 2008". harekrsna.com. 2005. Retrieved 26 February 2013. the famous Rath Yatra has never been observed here to avoid drawing attention of the Muslim invaders during their stay at the Sharan Srikshetra.

ଅଧିକ ତଥ୍ୟ[ସମ୍ପାଦନା]

ପାତାଳି ଶ୍ରୀକ୍ଷେତ୍ର

ମାରଦା