ଚିତଉ
Jump to navigation
Jump to search
![]() ଚିତଉ ପିଠା | |
ଆରମ୍ଭ | |
---|---|
ଅଲଗା ନାଆଁ | ଚିତଉ |
ମୂଳ ଜାଗା | ![]() |
ଅଞ୍ଚଳ | ଓଡ଼ିଶା |
ଖାଇବାର ସବିଶେଷ | |
ବାଢ଼ିବାର ତାତି | ଗରମ, ଥଣ୍ଡା |
ମୂଳ ଉପାଦାନ | ଚାଉଳ, ଗୁଡ଼, ଘିଅ |
ଚିତଉ ଓଡ଼ିଶାରେ ତିଆରି ହେଉଥିବା ଏକ ପ୍ରକାରର ପିଠା । ଏହା ଶ୍ରାବଣ ମାସରେ ପାଳିତ ଓଡ଼ିଆ ଗଣପର୍ବ ଚିତାଲାଗି ଅମାବାସ୍ୟାରେ ଜଗନ୍ନାଥଙ୍କ ନିକଟରେ ଭୋଗ ଭାବେ ମଧ୍ୟ ଲାଗି ହୋଇଥାଏ । ଏହା ଗେଣ୍ଡେଇକଟା ଓଷା ନାମରେ ଉତ୍ତର ଓଡ଼ିଶାରେ ପାଳିତ ହୋଇଥାଏ । ଏହି ଦିନ ଗେଣ୍ଡାମାନଙ୍କୁ ପିଠା ଖାଇବାକୁ ଦେଲେ ସେମାନେ ଘରେ କାହାକୁ କାମୁଡ଼ନ୍ତି ନାହିଁ ବୋଲି ଲୋକବିଶ୍ୱାସ ରହିଛି ।[୧][୨]
ପ୍ରସ୍ତୁତି[ସମ୍ପାଦନା]
ଏହା ତିଆରି କରିବା ଆଗରୁ ଅଧ କେଜି ବତୁରା ଅରୁଆ ଚାଉଳରେ ଗୋଟେ କୋରା ନଡ଼ିଆ ମିଶାଇ ବାଟି ୨-୩ ଘଣ୍ଟା ରଖିଦିଆଯାଏ । ପରେ ସେଥିରେ ଲୁଣ ମିଶାଇ ପାଣି ଦେଇ ଗୋଳାଇ କଡ଼ାଇରେ ଡଙ୍କିଏ ପିଠଉ ଦେଇ ଢାଙ୍କିଦେଇ ସରା/ଢାଙ୍କୁଣି ଚାରିକଡ଼େ ପାଣିକନା ଦେଇ ଗୁଡ଼ାଇ ଦିଆଯାଏ । ସିଝିଗଲା ପରେ ପିଠା କାଢ଼ି ଆଉଥରେ ସମାନ ପ୍ରଣାଳୀରେ ଆଉ ପିଠାଟିଏ ତିଆରି କରାଯାଏ ।
ଅଧିକ ପଠନ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ Nab Kishore Behura (1978). Peasant potters of Orissa: a sociological study. Sterling.
- ↑ Jagannath Mohanty; Sudhansu Mohanty (1 January 2006). In Quest of Quality Education and Literature: An Autobiography. Deep & Deep Publications. pp. 100–. ISBN 978-81-7629-764-6.