ଅମାଲୁ
![]() ଅମାଲୁ | |
ଆରମ୍ଭ | |
---|---|
ଅଲଗା ନାଆଁ | ମାଲପୁଆ, ମାଲପା |
ମୂଳ ଜାଗା | ଓଡ଼ିଶା |
ଅଞ୍ଚଳ | ଓଡ଼ିଶା |
ଖାଇବାର ସବିଶେଷ | |
ମୂଳ ଉପାଦାନ | ଛେନା, ଚିନି, ମଇଦା |
ଅମାଲୁ ବା ମାଲପୁଆ ଛେନା, ଚିନି ବା ଗୁଡ, ମଇଦାରୁ ଓ କଦଳୀରୁ ତିଆରି ଏକ ମିଠାଜାତୀୟ ଖାଦ୍ୟ । ଏହା ଛେନା, ଚିନି ବା ଗୁଡ, ମଇଦାକୁ ଓ କଦଳୀ ମିଶାଇ ତିଆରି କରାଯାଇଥାଏ । ଏହି ଦେଖିବାକୁ ଗୋଲ ଓ ମୋଟା ହୋଇଥାଏ ।
ଅମାଲୁ ଶ୍ରୀଜଗନ୍ନାଥଙ୍କର ଛପନ ଭୋଗ ଭିତରୁ ଏକ ଯାହା ସଞ୍ଜ ଧୂପରେ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରାଯାଇଥାଏ ।[୧]
ପ୍ରକାର[ସମ୍ପାଦନା]
- ବଡ଼ ଅମାଲୁ: ସନ୍ଧ୍ୟା ଧୂପରେ (ଜୟ ମଙ୍ଗଳ ଆରତି ବା ସନ୍ଧ୍ୟା ଆରତି ପରେ) ଏହା ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରାଯାଇଥାଏ
- ଛୋଟ ଅମାଲୁ: ଏହା ମଧ୍ୟ ସନ୍ଧ୍ୟା ଧୂପରେ (ଜୟ ମଙ୍ଗଳ ଆରତି ବା ସନ୍ଧ୍ୟା ଆରତି ପରେ) ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରାଯାଇଥାଏ
ଉପାଦାନ[ସମ୍ପାଦନା]
ଅମାଲୁ ପାଇଁ
ସିରା/ରାସେଣି ପାଇଁ
- ୨୦୦ ଗ୍ରାମ ଚିନି
- ୨୦୦ ଗ୍ରାମ ପାଣି
- ମିଠା କମଳା ଲେମ୍ବୁ କୋଷାଏ
ତିଆରି ପ୍ରଣାଳୀ[ସମ୍ପାଦନା]
ଦହି, ମଇଦା ଓ ପାନ ମହୁରିକୁ ଗୋଳାଇ ସେଥିରୁ ଏକ ନରମ ମିଶ୍ରଣ ତିଆରି କରାଯାଇଥାଏ । ଘିଅ/ତେଲ ଏକ ପାତ୍ରରେ ଗରମ କରାଯାଇ ଗୋଳାଯାଇଥିବା ମିଶ୍ରଣରୁ ଗୁଳା ମାନ ତିଆରି କରାଯାଇ ମଝି ମଝିଆ ଆଞ୍ଚରେ ଛଣାଯାଇଥାଏ । ଅମାଲୁ (ମାଲପୁଆ) ତିଆରି ହୋଇଗଲେ ତାହାକୁ ସିରାରେ ବୁଡ଼ାଇ କିଛି ସମୟ ରଖାଯାଇଥାଏ । ଘର ତିଆରି ମାଲପୁଆକୁ ସଜାଇବା ପାଇଁ ଏଥିରେ କମଳାଲେମ୍ବୁର ଖଣ୍ଡରେ ସଜାଯାଇଥାଏ ।[୨] [୩]