ସୁନାବେଶ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଏହି ଲେଖାଟି ସୁନାବେଶ ବାବଦରେ । ବାକିସବୁ ପାଇଁ, ଜଗନ୍ନାଥଙ୍କ ବେଶ ପ୍ରସଙ୍ଗଟି ଦେଖନ୍ତୁ ।
ସୁନାବେଶ
Suna Vesha or Golden Attire of Lord Shri Jagannath of Puri.jpg
ଅନ୍ୟ ନାମ ରାଜବେଶ, ରାଜରାଜେଶ୍ଵର ବେଶ, ବଡ ତଢାଉ ବେଶ
ପାଳନକାରୀ ଜଗନ୍ନାଥ ମନ୍ଦିର
ପ୍ରକାର ଧାର୍ମିକ
ତାରିଖ
୨୦୧୬ ତାରିଖ
  • ପୌଷ ପୂର୍ଣ୍ଣିମା: ୨୪ ଜାନୁଆରୀ (ରବିବାର)
  • ଦୋଳ ପୂର୍ଣ୍ଣିମା: ୨୩ ମାର୍ଚ୍ଚ (ବୁଧବାର)
  • ବାହୁଡ଼ା ଏକାଦଶୀ: ୧୫ ଜୁଲାଇ (ଶୁକ୍ରବାର)
  • କାର୍ତ୍ତିକ ପୂର୍ଣ୍ଣିମା: ୧୪ ନଭେମ୍ବର (ସୋମବାର)
  • ଦଶହରା: ୧୧ ଅକ୍ଟୋବର (ମଙ୍ଗଳବାର)
୨୦୧୭ ତାରିଖ date missing (please add)
ସମ୍ପର୍କିତ ରଥଯାତ୍ରା

ସୁନାବେଶ (ବା ରାଜବେଶ ବା ବଡ଼ତଢାଉ ବେଶ) ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ବିଶେଷ ବେଶ, ଯହିଁରେ ଦିଅଙ୍କୁ ସୁବର୍ଣ୍ଣ ଆଭୂଷଣରେ ସାଜ କରାଯାଏ । ପ୍ରତିବର୍ଷ ସୁନାବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ ।[୧] ଏହା ସାଧାରଣତଃ ପୌଷ ପୂର୍ଣ୍ଣିମା (ପୁଷ୍ୟାଭିଷେକ), ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା), ହରିଶୟନ ଏକାଦଶୀ (ବାହୁଡ଼ା ଏକାଦଶୀ), କାର୍ତ୍ତିକ ପୂର୍ଣ୍ଣିମା (ରାଜରାଜେଶ୍ଵର ବେଶ) ଓ ବିଜୟାଦଶମୀ (ଦଶହରା), ଦିନ ଅନୁଷ୍ଠିତ ହୋଇଥାଏ ।

ଏଥିମଧ୍ୟରୁ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥି ଗୁଡ଼ିକରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ଓ କେବଳ ଥରେ ମାତ୍ର ସମସ୍ତବର୍ଗର ଜନତାଙ୍କ ପାଇଁ ଆଷାଢ଼ ଶୁକ୍ଲ ଏକାଦଶୀଦିନ ସିଂହଦ୍ଵାରଠାରେ ରଖାଯାଇଥିବା ତିନିରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି । । [୨]

ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପରେ, ପ୍ରାୟ ୨ଘଣ୍ଟା ସମୟ ବିନିମୟରେ ତିନିରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଜୀଉମାନେ ସୁନାବେଶରେ ପ୍ରାୟ ୬ଘଣ୍ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ।

ଭିତିରଚ୍ଛ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ, ତଳିଚ୍ଛ ମହାପାତ୍ର ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ବାଡ଼ରେ ଓ ପୁଷ୍ପାଳକ ସେବାୟତ ଦେବୀ ସୁଭଦ୍ରାଙ୍କ ବାଡ଼ରେ ଯଥାକ୍ରମେ ନନ୍ଦିଘୋଷ, ତାଳଧ୍ଵଜ ଓ ଦର୍ପଦଳନ ରଥରେ ଶ୍ରୀବିଗ୍ରହମାନଙ୍କୁ ସୁନାବେଶରେ ସଜ୍ଜିତ କରିବାର ପରମ୍ପରା ରହିଛି।

ଇତିହାସ[ସମ୍ପାଦନା]

ଶିଳାଲେଖରେ ଉଲ୍ଲେଖ ରହିଛି ରାଜା ଅନଙ୍ଗଭୀମ ଦେବ (୧୨୧୧-୧୨୩୮) ଓଡ଼ିଆଙ୍କ ପରମାଧ୍ୟ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ରଦେବତାରୂପେ ଘୋଷଣା କରିଥିଲେ । [୩]ରାଜା ମହାରାଜା ମାନେ ପ୍ରଭୁଙ୍କ ଆଦେଶ ବାହକ ସେବକ ରୂପେ ସେବା କରୁଥିଲେ । କିଛି ରାଜା ମହାପ୍ରଭୁଙ୍କୁ ଓଡ଼ିଶାର ରାଜା ରୂପେ ଘୋଷଣାକରି ରାଜଭିଷେକ ମଧ୍ୟ କରିଥିଲେ । କିଛି ଗବେଷକଙ୍କ ମତରେ ରାଜା ଅନଙ୍ଗଭୀମ ଦେବ ପବିତ୍ର ଆଷାଢ଼ ଏକାଦଶୀ ତିଥିରେ ସୁନାବେଶ କରାଇଥିଲେ । ଅନ୍ୟ କେତେ ଗବେଷକଙ୍କ ମତରେ ରଥଉପରେ ସୁନାବେଶ ବଡ଼ତଢାଉଙ୍କ ପରାମର୍ଶରେ ରାଜା କରେଇଥିଲେ । ବଡ଼ତଢାଉ ବେଶ ମତରେ ରାଜା କପିଳେନ୍ଦ୍ର ଦେବ ୧୪୬୦ରେ ଦକ୍ଷିଣ ବିଜୟରୁ ଫେରିବା ବେଳେ ୧୬ଟି ହାତୀ ପିଠିରେ ବୋଝେଇ ସୁନାଅଳଙ୍କାର ଆଣିଥିଲେ [୪] ଏହାକୁ ମହାପ୍ରଭୁଙ୍କୁ ସମର୍ପଣ କରିଥିବା ନେଇ ଜୟବିଜୟ ଦ୍ଵାରସ୍ଥିତ ଶିଳାଲେଖରେ ସୂଚନା ରହିଛି । ଅଳଙ୍କାର ସମ୍ପର୍କରେ ରାଜା ବଡ଼ତଢାଉଙ୍କ ପରାମର୍ଶ ନେଇଥିଲେ । ରତ୍ନବେଦିରେ ମହାପ୍ରଭୁଙ୍କ ବିଭିନ୍ନ ବେଶକୁ ସବୁବର୍ଗରେ ଭକ୍ତ ଦର୍ଶନ କରି ପାରୁନାହାନ୍ତି ତେଣୁ ରଥ ଉପରେ ସବୁବର୍ଗର ଦର୍ଶନ ପାଇଁ ମହାପ୍ରଭୁଙ୍କ ସୁନାବେଶ କରେଇବାକୁ ବଡ଼ତଢାଉ ରାଜାଙ୍କୁ ବିନତି କରିଥିଲେ । ଦକ୍ଷିଣାଭିମୁଖୀ ଯାତ୍ରାରେ ତିନି ରଥ ସିଂହଦ୍ଵାରରେ ପହଞ୍ଚିବା ପରେ ବଡ଼ ଏକାଦଶୀ ଦିନ ରଥ ଉପରେ ସୁନାବେଶ କରିବାକୁ ରାଜା ଅନୁମତି ଦେଇଥିଲେ । ବହୁବର୍ଷ ଧରି ରଥ ଉପରେ ସୁନାବେଶରେ ମହାପ୍ରଭୁଙ୍କୁ ୧୩୮ ପ୍ରକାର ରତ୍ନ ଖଚିତ ସ୍ଵର୍ଣ୍ଣାଳଙ୍କାର ଲାଗି ହେଇଥିଲା । ଏବେ ଏଥିରେ କିଛି ପରିବର୍ତ୍ତନ ହେଇଛି । ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ରଥ ଉପରେ ସୁନାବେଶ ପାଇଁ ଭଣ୍ଡାର ଗୃହରୁ ପାଳିଆ ଭଣ୍ଡାରି ମେକାପ, ପାଳିଆ ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ ପୋଲିସ ଓ ଶ୍ରୀମନ୍ଦିର ଅଫିସରଙ୍କ ଉପସ୍ଥିତିରେ ବେଶ ଅଳଙ୍କାର ଗଣତି କରି ଆଣିଥାନ୍ତି । ତିନି ରଥରେ ରଥାରୂଢ଼ ଦାରୁଦେବତାଙ୍କୁ ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ପ୍ରମୁଖ ସୁନାବେଶ ଆଭୁଷଣ ଲାଗି କରିଥାନ୍ତି ।

ଶ୍ରୀଜୀଉମାନଙ୍କ ଅଳଙ୍କାର[୫][ସମ୍ପାଦନା]

ଶ୍ରୀଜଗନ୍ନାଥ[ସମ୍ପାଦନା]

  • କିରିଟ
  • ଶ୍ରୀପୟର
  • ଶ୍ରୀଭୁଜ
  • ସ୍ଵର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ
  • ଓଢିଆଣୀ
  • ଚନ୍ଦ୍ରସୂର୍ଯ୍ୟ
  • ଆଡ଼କାନି
  • ଘାଗଡ଼ା ମାଳି
  • କଦମ୍ବ ମାଳି
  • ବାହାଡ଼ା ମାଳି
  • ତାବିଜ ମାଳି
  • ସେବତୀ ମାଳି
  • ତିଳକ
  • ଚନ୍ଦ୍ରିକା
  • ଅଳକା
  • ଝୋବାକଣ୍ଠି
  • ତ୍ରିଖଣ୍ଡିକା
  • କମରପଟି

ଶ୍ରୀବଳଭଦ୍ର[ସମ୍ପାଦନା]

  • କିରିଟ
  • ଶ୍ରୀପୟର
  • ଶ୍ରୀଭୁଜ
  • ହଳ ଓ ମୂଷଳ
  • ଓଢିଆଣୀ
  • କୁଣ୍ଡଳ
  • ଚନ୍ଦ୍ରସୂର୍ଯ୍ୟ
  • ଆଡ଼କାନି
  • ଘାଗଡ଼ା ମାଳି
  • କଦମ୍ବ ମାଳି
  • ବାହାଡ଼ା ମାଳି
  • ବାଘନଖ ମାଳି
  • ସେବତୀ ମାଳି
  • ତିଳକ
  • ଚନ୍ଦ୍ରିକା
  • ଅଳକା
  • ଝୋବାକଣ୍ଠି
  • ତ୍ରିଖଣ୍ଡିକା
  • କମରପଟି

ଦେବୀସୁଭଦ୍ରା[ସମ୍ପାଦନା]

  • କିରୀଟ
  • ଓଢ଼ିଆଣୀ
  • କାନ
  • ଚନ୍ଦ୍ରସୂର୍ଯ୍ୟ
  • ଘାଗଡ଼ା ମାଳି
  • କଦମ୍ବ ମାଳି
  • ସେବତୀ ମାଳି
  • ତଗଡ଼ି-୨ଟି

ଆଧାର[ସମ୍ପାଦନା]

  1. "Suna Besha – Costume Of Lord Jagannath | PURIWAVES". puriwaves.nirmalya.in. 2012. Retrieved 25 June 2012. Sunaa Besha Observed five times during a year. 
  2. "Suna Besha of Lord Jagannath 2011 - Sunabesa Live Puri Orissa". incredibleorissa.com. 2012. Retrieved 25 June 2012. On the day of Bada Ekadasi, the 11th day of the bright fortnight in Asadha, the deities, on their chariots took the golden attire or the suna besa 
  3. http://puriwaves.nirmalya.in/besha/suna-besha
  4. "Lakhs throng to see Lord’s Golden Avatar - India News Diary". indianewsdiary.com. 2012. Retrieved 2 July 2012. brought huge quantities on gold on 16 elephants to Puri. He donated all the gold to the Jagannath Temple 
  5. "Suna Besha of Lord Jagannath | orissa.oriyaonline.com". orissa.oriyaonline.com. 2012. Retrieved 25 June 2012. Sri Hasta - Golden Hand, Sri Payar - Golden feet 

ବାହାର ଆଧାର[ସମ୍ପାଦନା]