ଭଜା

ଉଇକିପିଡ଼ିଆ‌ରୁ
ଭଜା
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା

ଭଜା ଏକ ପ୍ରକାର ଓଡ଼ିଆ ଖାଦ୍ୟ ।

ଶାଗ ଭଜା[ସମ୍ପାଦନା]

ସକାଳ ଧୂପ ବା ରାଜଭୋଗରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶାଗ ଭଜା ଭୋଗ କରାଯାଇଥାଏ ।[୧]

ଉପାଦାନ[ସମ୍ପାଦନା]

  • ଭଲ କୋଶଳା ବା ଲେଉଟିଆ ଶାଗ ୩ବିଡ଼ା
  • ଦେଶୀ ଖମ୍ବଆଳୁ ୭୫ ଗ୍ରାମ
  • ଭଲସାରୁ୧୫୦ ଗ୍ରାମ
  • କଞ୍ଚା କଦଳୀ ୧ ଟା
  • ନାଡ଼ି ୫୦ ଗ୍ରାମ
  • ଗୁଆଘିଅ ୩ ଚାମଚ
  • ଆବଶ୍ୟକ ଅନୁଯାୟୀ ଲୁଣ
  • ଜିରା
  • ସୋରିଷ
  • ହଳଦୀ ଗୁଣ୍ଡ ଓ ପାଣି[୨]

ପ୍ରସ୍ତୁତି[ସମ୍ପାଦନା]

ପ୍ରଥମେ ଶାଗକୁ ଧୋଇ ଛୋଟ ଛୋଟ କରି କାଟି ଦିଅନ୍ତୁ । ତା' ପରେ ସବୁ ପନିପରିବାକୁ ଧୋଇ ପରିଷ୍କାର କରି ଛୋଟ ଛୋଟ କାଟି ସେଥିରେ ଲୁଣ ଓ ହଳଦୀ ଗୁଣ୍ଡ ମିଶାଇ ତାକୁ ସିଝାଇ ଦିଅନ୍ତୁ । ଅନ୍ୟ ଏକ ପାତ୍ରରେ ଘିଅ ପକାଇ ଗରମ କରନ୍ତୁ । ଏହି ଗରମ ଗୁଆ ଘିଅରେ ଜିରା ଓ ସୋରିଷ ଫୁଟାଇ ଦିଅନ୍ତୁ । ସେଥିରେ ଆଗରୁ ପ୍ରସ୍ତୁତ ଥିବା ସିଝା ପନିପରିବା, କଟା ଶାଗ ଓ ଛଣା ନାଡ଼ି ଏବଂ ଆବଶ୍ୟକ ଅନୁସାରେ ପାଣି ଦେଇ ଭଲକରି ଗୋଳାଇ ଚୁଲିରେ ବସାନ୍ତୁ । ଏହା କିଛି ସମୟ ବସାଇ ଶାଗ ସିଝି ଗଲେ ଏହାକୁ ଭଲକରି ଗୋଳାଇ ଓହ୍ଲାଇ ଦେବେ । ଏଥର ଶାଗ ଭଜା ପ୍ରସ୍ତୁତ ହୋଇଗଲା ।

ବାଇଗଣ ଭଜା[ସମ୍ପାଦନା]

ବାଇଗଣ ଭଜା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୬ ଭୋଗରେ ଅନ୍ତର୍ଭୁକ୍ତ ଅଟେ ।

ଉପାଦାନ[ସମ୍ପାଦନା]

  • ବାଇଗଣ ୫୦୦ ଗ୍ରାମ
  • ଗୁଆଘିଅ ୪ ଚାମଚ
  • ଜିରା ୨ ଚାମଚ
  • ଆବଶ୍ୟକ ଅନୁସାରେ ଲୁଣ ଓ ହଳଦୀ ଗୁଣ୍ଡ ନିଅନ୍ତୁ ।

ପ୍ରସ୍ତୁତି[ସମ୍ପାଦନା]

ପ୍ରଥମେ ବାଇଗଣର ଡେମ୍ଫ କାଟି ଏହାକୁ ଗୋଲ ଗୋଲ କରି କାଟି ରଖନ୍ତୁ । ଏହାପରେ ଏହି କଟା ବାଇଗଣକୁ ଛାଣି ଦିଅନ୍ତୁ । ଏହାପରେ କଟା ବାଇଗଣରେ ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ ଗୋଳାଇ ଦିଅନ୍ତୁ । ଗରମ ପାତ୍ରରେ ଜିରାକୁ ଭାଜି ଗୁଣ୍ଡ କରି ରଖନ୍ତୁ । ଅନ୍ୟ ଏକ ପାତ୍ରରେ ଗୁଆଘିଅକୁ ଗରମ କରି ସେଥିରେ ବାଇଗଣକୁ ପକାଇ ଭାଜନ୍ତୁ । ଏହି ଭଜା ବାଇଗଣ ଉପରେ ଆଗରୁ ପ୍ରସ୍ତୁତ ହୋଇ ରହିଥିବା ଜିରା ଗୁଣ୍ଡକୁ ଛିଞ୍ଚି ଦିଅନ୍ତୁ । ଏଥର ବାଇଗଣ ଭଜା ପ୍ରସ୍ତୁତ ହୋଇଗଲା ।

କଦଳୀ ବଡ଼ା ଭଜା[ସମ୍ପାଦନା]

ଏ ପ୍ରକାର ଭଜାକୁ ଜଗନ୍ନାଥଙ୍କୁ ଅର୍ପଣ କରାଯାଇଥାଏ ।

ଉପାଦାନ[ସମ୍ପାଦନା]

  • କଞ୍ଚା କଦଳୀ ଦୁଇଟା
  • ନଡ଼ିଆ ଫାଳେ
  • ଭଜା ଜିରାଗୁଣ୍ଡ ଏକ ଚାମଚ
  • ଗୁଆଘିଅ ଅଧା କପ
  • ଆବଶ୍ୟକ ପରିମାଣର ଲୁଣ ଓ ପାଣି

ପ୍ରସ୍ତୁତି[ସମ୍ପାଦନା]

ପ୍ରଥମେ କଞ୍ଚା କଦଳୀକୁ ଧୋଇ ଚୋପା ଛଡ଼ାଇ କାଟି ସିଝାଇ ଦିଅନ୍ତୁ । ନଡ଼ିଆକୁ କୋରି ରଖନ୍ତୁ । ସିଝି ଥିବା କଦଳୀକୁ ଚକଟି ସେଥିରେ ନଡ଼ିଆ କୋରା, ଜିରାଗୁଣ୍ଡ ଓ ଆବଶ୍ୟକ ପରିମାଣର ଲୁଣ ମିଶାଇ ଆଉଥରେ ଭଲକରି ଚକଟି ଦିଅନ୍ତୁ । ଅଳ୍ପ ନିଆଁରେ ଗରମ ଘିଅ ପାତ୍ରରେ କଞ୍ଚା କଦଳୀ ଚକଟାକୁ ହାତରେ ବରା ଭଳି କରି ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ତାକୁ ଭାଜି ଭାଜି ଦେବେ । ଏଥର କଦଳୀ ବଡ଼ା ଭଜା ପ୍ରସ୍ତୁତ ହୋଇଗଲା ।

କଦଳୀ ଭଜା[ସମ୍ପାଦନା]

କଦଳୀ ଭଜାକୁ ମଧ୍ୟ ପ୍ରଭୁ ଜଗନ୍ନାଥ ନିଜ ଭୋଗ ଆକାରରେ ଗ୍ରହଣ କରିଥାନ୍ତି ।

ଉପକରଣ[ସମ୍ପାଦନା]

  • କଞ୍ଚା କଦଳୀ ୨ଟା
  • ଗୁଆଘିଅ ଅଧ କପ
  • ଆବଶ୍ୟକ ଅନୁସାରେ ଲୁଣ, ହଳଦୀ ଗୁଣ୍ଡ ଓ ପାଣି ନେବେ

ପ୍ରସ୍ତୁତି[ସମ୍ପାଦନା]

ପ୍ରଥମେ କଞ୍ଚା କଦଳୀକୁ ପାଣିରେ ଭଲକରି ଧୋଇବେ । ତାର ଡେମ୍ଫ କାଟି ଗୋଲ ଗୋଲ ସରୁ ସରୁ କରି କାଟି ଦେବେ । ସେଥିରେ ଲୁଣ ଓ ହଳଦୀ ଗୁଣ୍ଡ ମିଶାଇ ସିଝାଇ ଦେବେ । କଟା କଞ୍ଚା କଦଳୀ ସିଝି ଯିବା ପରେ ଗରମ ଘିଅ ପାତ୍ରରେ ଅଳ୍ପ ଘିଅ ପକାଇ ସିଝା କଦଳୀକୁ ଭାଜି ଦେବେ । ବର୍ତ୍ତମାନ କଦଳୀ ଭଜା ପ୍ରସ୍ତୁତ ହୋଇଗଲା ।

ଆଧାର[ସମ୍ପାଦନା]

  1. ବାରିକ, ବିଚିତ୍ରାନନ୍ଦ (1 June 2007). "ଜଗନ୍ନାଥଙ୍କ ଜଣା ଅଜଣା ପ୍ରସଙ୍ଗ" (PDF). ଉତ୍କଳ ପ୍ରସଙ୍ଗ: ୧୨୨. Retrieved 24 June 2023.
  2. ପାଣି, ଭଲ (22 August 2016). ଶାଗଭଜା. ସାହିତ୍ୟ ପ୍ରସାର ପ୍ରତିଷ୍ଠାନ, ଶେଖବଜାର, ନିଉ କଲୋନୀ, କଟକ-୮. p. ୧୮. {{cite book}}: More than one of |pages= and |page= specified (help)