ପିଠା

ଉଇକିପିଡ଼ିଆ‌ରୁ
ପିଠା
ଆରମ୍ଭ
ମୂଳ ଜାଗାଓଡ଼ିଶା
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନଚାଉଳ

ପିଠା ହେଉଛି ଗହମ, ତଣ୍ଡୁଳ, ମୁଗ ଆଦି ବଟା ବା ଚୂନାଦ୍ୱାରା ପ୍ରସ୍ତୁତ ହେଉଥିବା ଏକ ପ୍ରକାର ଓଡ଼ିଆ ଖାଦ୍ୟ । ଏକାଧିକ ପିଠାର ସମ୍ଭାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଛପନ ଭୋଗ ଭାବରେ ଲାଗି କରାଯାଇଥାଏ ।[୧]

ପ୍ରସ୍ତୁତି ପ୍ରଣାଳୀ[ସମ୍ପାଦନା]

ପୋଡ଼ିକରି, ଭାଜିକରି, ତେଲ ବି ଘିଅରେ ଛାଣି, ପାଣିରେ ସିଝାଇ, ବାମ୍ଫରେ ସିଝାଇ ପିଠା ତିଆରି କରାଯାଏ।

ପ୍ରକାର[ସମ୍ପାଦନା]

ପିଠା ଅନେକ ପ୍ରକାରର। ଚାଉଳବଟା ପତଳା ହେଲେ ତାକୁ ପିଠଉ ଓ ମୋଟା ବା ବହଳିଆ ହେଲେ ତାକୁ ଖଳି ବା ସୋଦୁଅ ବୋଲାଯାଏ। କାକରା, ନାନମାନ, ଆରିସା, ପୁରୀ ବା ଲୁଚି, ରୁଟୀ, ଖଳିରୁଟୀ, ଏଣ୍ଡୁରୀ ବା ଇଣ୍ଡୁରୀ, ଚକୁଳି, ଚିତଉ, ପୋଡ଼ପିଠା, ଗଇଁଠା, ମଣ୍ଡା, ପୁଳି, ବିରିବରା, ବିରିଲଡ଼ୁ, ଅପମାଲୁ ବା ଅମାଲୁ (ମାଲପୁଆ), ଝିଲି (କାନ୍ତି ବା ନାଡ଼ି) ଓ ପାପଡ଼ ଆଦି ପିଠା ଶ୍ରେଣୀର।

କଦଳୀ ପିଠା[ସମ୍ପାଦନା]

କଦଳୀ ପିଠା, ମହାପ୍ରଭୁଙ୍କ ପାଖରେ ଭୋଗ ହେଉଥିବା ଅନ୍ୟ ପିଠାମାନଙ୍କ ମଧ୍ୟରୁ ଅନ୍ୟତମ।

ଉପାଦାନ[ସମ୍ପାଦନା]

  • ପାଚିଲା କଦଳୀ ୨ଟା
  • ମଇଦା ଅଧ କିଲୋ
  • ଗୁଆଘିଅ ଅଧ କପ
  • ପାନ ମଧୁରି ୧ ଚାମଚ
  • ଚିନି ଅଧା କପ
  • ଆବଶ୍ୟକ ଅନୁସାରେ ଲୁଣ ଓ ପାଣି ନେବେ

ପ୍ରସ୍ତୁତି[ସମ୍ପାଦନା]

ପ୍ରଥମେ ମଇଦାରେ ଚିନି, ଲୁଣ, ପାନମଧୁରି ଓ ପାଚିଲା କଦଳୀ ମିଶାଇ ଭଲ କରି ଚକଟି ଦେବେ।ଆବଶ୍ୟକ ଅନୁସାରେ ସେଥିରେ ପାଣି ଦେଇ ଗୋଳାଇ ଦେବେ।ଏହା ପିଠଉ ଭଳି ହେବ ଉଚିତ୍।ଚୁଲିରେ ପାତ୍ର ଗରମ କରି ସେଥିରେ ଘିଅ ଅଳ୍ପ ଲଗାଇ ଏହି ମଇଦା ମିଶ୍ରଣକୁ ଡ଼ଙ୍କି ସାହାଯ୍ୟରେ ତାୱାରେ ପକାଇ ଚକୁଳି ପରି ତିଆରି କରିବେ।ଏଥର ପ୍ରସ୍ତୁତ ହୋଇଗଲା କଦଳୀ ପିଠା।

ବ୍ୟବହାର[ସମ୍ପାଦନା]

ପୁରୀ ଜଗନ୍ନାଥଙ୍କ ଦେଉଳରେ[ସମ୍ପାଦନା]

ଜଗନ୍ନାଥ ବଲ୍ଲଭ, ଖଜା, ଗଜା, ଖୁରୁମା, ମଗଜ ଲଡ଼ୁ, ଛେନା ତାଡ଼ିଆ, ଛେନା ମାଣ୍ଡୁଆ, ଚନ୍ଦ୍ରକାନ୍ତି ଓ ତିପୁରୀ।

ସତ୍ୟବାଦୀ ଗୋପୀନାଥଙ୍କ ଦେଉଳରେ[ସମ୍ପାଦନା]

ଗୋପାଳବଲ୍ଲଭ, ସରପୁଳୀ, କାକରା, ଡାଳିମ୍ବ ଓ ଅମୃତ ରସାବଳୀ

ଭୁବନେଶ୍ୱରର ଲିଙ୍ଗରାଜ ମହାଦେବଙ୍କଠାରେ[ସମ୍ପାଦନା]

ବସନ୍ତ ବା ବସନ୍ତ ଆରିଷା, କାନ୍ତି ଓ ଡାଳିମ୍ବ

ଆଧାର[ସମ୍ପାଦନା]

  1. ବାରିକ, ବିଚିତ୍ରାନନ୍ଦ (1 June 2007). "ଜଗନ୍ନାଥଙ୍କ ଜଣା ଅଜଣା ପ୍ରସଙ୍ଗ" (PDF). ଉତ୍କଳ ପ୍ରସଙ୍ଗ: ୧୨୨. Retrieved 24 June 2023.

ଅଧିକ ତଥ୍ୟ[ସମ୍ପାଦନା]