ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣୀ

ଉଇକିପିଡ଼ିଆ ରୁ
Jump to navigation Jump to search

ବିଷୟସୂଚୀ

ଦ୍ୱାଦଶ ଯାତ୍ରା[ସମ୍ପାଦନା]

ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ବର୍ଷସାରା ପର୍ବପର୍ବାଣି ଲାଗି ରହିଥିଲେ ମଧ୍ୟ ସେଥିମଧ୍ୟରୁ ବାରଗୋଟି ବିଶିଷ୍ଟ ଉତ୍ସବ ଭାବେ ପାଳିତ ହୁଏ ସେଗୁଡ଼ିକ ଦ୍ୱାଦଶ ଯାତ୍ରା ନାମରେ ଅଭିହିତ ।

  1. ଚନ୍ଦନ ଯାତ୍ରା: ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା): ଗନ୍ଧଲେପନ ଯାତ୍ରା
  2. ସ୍ନାନ ପୂର୍ଣ୍ଣିମା: ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମା: ଶ୍ରୀଜଗନ୍ନାଥଙ୍କ ଜନ୍ମଦିନ, ଗଜ ବେଶ
  3. ରଥଯାତ୍ରା: ଆଷାଢ଼ ଶୁକ୍ଳ ଦ୍ୱିତୀୟା: ରଥରେ ଆଡ଼ପ ମଣ୍ଡପ ଗୁଣ୍ଡିଚା ମନ୍ଦିରକୁ ବିଜେ କରନ୍ତି ।
  4. ହରିଶୟନ ଏକାଦଶୀ: ଆଷାଢ଼ ଶୁକ୍ଳ ଏକାଦଶୀ: ବାହୁଡ଼ା ଏକାଦଶୀ ।
  5. କର୍କଟ ସଂକ୍ରାନ୍ତି: ଶ୍ରାବଣ କୃଷ୍ଣ ଦ୍ୱିତୀୟା: ଦକ୍ଷିଣାୟନ ଯାତ୍ରା
  6. ପାର୍ଶ୍ୱପରିବର୍ତ୍ତନ ଏକାଦଶୀ: ଭାଦ୍ରବ ଶୁକ୍ଳ ଏକାଦଶୀ:
  7. ହରି ଉତ୍ଥାପନ ଏକାଦଶୀ: କାର୍ତ୍ତିକ ଶୁକ୍ଳ ଏକାଦଶୀ: ଦେବୋତ୍ଥାନ ଏକାଦଶୀ ବା ପ୍ରବୋଧନ ଯାତ୍ରା ।
  8. ପ୍ରାବରଣ ଷଷ୍ଠୀ: ମାର୍ଗଶିର ଶୁକ୍ଳ ଷଷ୍ଠୀ: ଓଢ଼ଣ ଷଷ୍ଠୀ: ଏହିଦିନ ଠାରୁ ଶୀତ ବସ୍ତ୍ର ପରିଧାନ କରନ୍ତି । ଘୋଡ଼ଲାଗି ବେଶ ଆରମ୍ଭ ହୁଏ ।
  9. ପୁଷ୍ୟାଭିଷେକ: ଫାଲ୍‌ଗୁନ ଶୁକ୍ଳ ପୂର୍ଣ୍ଣିମା:
  10. ମକର ସଂକ୍ରାନ୍ତି: ମାଘ କୃଷ୍ଣ ସପ୍ତମୀ: ଉତ୍ତରାୟଣ ଯାତ୍ରା
  11. ଦୋଳୋତ୍ସବ (ବସନ୍ତୋତ୍ସବ): ଫାଲ୍‌ଗୁନ ଶୁକ୍ଳ ପୂର୍ଣ୍ଣିମା
  12. ଦମନକ ଲାଗି ବା ଦମନକ ଚୋରି: ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ

ଦଶାବତାର ସମ୍ବନ୍ଧୀୟ ଯାତ୍ରା ଓ ପର୍ବ ପର୍ବାଣୀ[ସମ୍ପାଦନା]

ଶ୍ରୀମନ୍ଦିରରେ ପାରମ୍ପରିକ ରୀତି ମତେ ବାମନ ଜନ୍ମ ନୀତି ଅନୁଷ୍ଠିତ ହୋଇଥାଏ । ମଧ୍ୟାହ୍ନ ଧୂପ ଉଠିବା ପରେ ଗର୍ଭଗୃହରେ ଥିବା ଜୟବିଜୟ ଦ୍ୱାରକୁ ବନ୍ଦ କରିଦିଆଯାଏ । ଭିତରେ ପାଣି ପଡ଼ି ପୋଛା ମରାଯିବା ପରେ ପଣ୍ଡା ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡଳ ତିଆରି କରନ୍ତି । ତିନିବାଡ଼ରେ ବନ୍ଦାପନା ପରେ ମହାଜନ ସେବକମାନେ କୃଷ୍ଣଙ୍କୁ ଭିତର ସିଂହାସନକୁ ବିଜେ କରାନ୍ତି । ବଣିଆ ଦେଇଥିବା ଏକ ସୁବର୍ଣ୍ଣ ବାମନ ପ୍ରତିମାଙ୍କୁ ପଞ୍ଚାମୃତରେ ମହାସ୍ନାନ କରାଯାଇ ଶୀତଳ ଭୋଗ କରାଯିବା ପରେ ଗର୍ଭଉଦକ ନିମନ୍ତେ ପଞ୍ଚୋପଚାରରେ ପୂଜା କରାଯାଇଥାଏ । ରାମ ନବମୀ ଅଥବା ଜନ୍ମାଷ୍ଟମୀ ଭଳି ନୀତି ନ ହୋଇ ବିଧିବ୍ୟବସ୍ଥା ତଥା ପାରମ୍ପରିକ ରୀତି ମତେ ଖଣ୍ଡୁଆ ଘୋଡ଼ାଇ ପୋଥିପାଠ ପ୍ରମାଣେ ଜନ୍ମନୀତି ଅନୁଷ୍ଠିତ ହେବାପରେ ପାଳିଆ ମହାସୁଆର ଦେଇଥିବା କ୍ଷୀର, ଲହୁଣି ଓ କୋରାକୁ ପଣ୍ଡା ମଣୋହି କରାଇଥାନ୍ତି । ମାଜଣା ମଣ୍ଡପରେ କେତେକ ନୀତି ସମ୍ପାଦିତ ହୋଇ ବାମନ (କୃଷ୍ଣ) ଦକ୍ଷିଣଘରକୁ ବିଜେ କରନ୍ତି । ଏହି ଅବସରରେ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ପରେ ସ୍ନାନବେଦୀ ପାଖ ଚାହାଣୀମଣ୍ଡପଠାରେ ବଡ଼ଛତା ମଠ କୋଣରେ କୋଠ ସୁଆଁସିଆ ସେବକମାନେ ଗୋଟିଏ କାଠ ଗୟଳରେ ସପ୍ତମେଘ ବାଉଁଶରେ ତିଆରି କରି ପୋତିଥାନ୍ତି । ପୂର୍ଣ୍ଣିମା ପର୍ଯ୍ୟନ୍ତ ସପ୍ତମେଘ ବନ୍ଧାହୋଇ ରହନ୍ତି । ପୂଜାପଣ୍ଡା ସେବକଙ୍କଦ୍ୱାରା ଇନ୍ଦ୍ରଧ୍ୱଜ ପୂଜା ସମ୍ପନ୍ନ ହୁଏ । ଏହି ଅବସରରେ ରୋଷରୁ ମହାସୁଆର ଦୁଇ ଓଳି ଅନ୍ନ ଆଣି ରଖିବାପରେ ପଣ୍ଡା ତାହାକୁ ପଞ୍ଚୋପଚାରରେ ପୂଜା କରି ବନ୍ଦାପନା କରିଥାନ୍ତି । ବର୍ଷକରେ ଏହି ଗୋଟିଏ ଦିନ କେବଳ ଶଙ୍ଖୁଡ଼ି ବାହରକୁ ଯାଇଥାଏ[୧]

ବଳରାମ ଅବତାର ସମ୍ବନ୍ଧୀୟ ଯାତ୍ରା ଓ ପର୍ବପର୍ବାଣୀ[ସମ୍ପାଦନା]

  • ବଳଭଦ୍ର ଜନ୍ମ: ଶ୍ରାବଣ ପୂର୍ଣ୍ଣମୀ
  • ଶ୍ରୀକୃଷ୍ଣ ଜନ୍ମ: ଭାଦ୍ରବ କୃଷ୍ଣାଷ୍ଟମୀ
  • ନନ୍ଦୋତ୍ସବ: ଭାଦ୍ରବ କୃଷ୍ଣ ନବମୀ
  • ବଣଭୋଜି ବେଶ, କୋଳିବିକା, ଅର୍ଘାସୁର ବଧ, ବକାସୁର ବଧ: ଭାଦ୍ରବ କୃଷ୍ଣଦଶମୀ
  • କାଳୀୟଦଳନ ବେଶ, ଧେନୁକାସୁର ବଧ: ଭାଦ୍ରବ କୃଷ୍ଣ ଏକାଦଶୀ
  • ପ୍ରଳମ୍ବାସୁରବଧ ବେଶ: ଭାଦ୍ରବ କୃଷ୍ଣ ଦ୍ୱାଦଶୀ
  • କୃଷ୍ଣବଳରାମ ବେଶ: ଭାଦ୍ରବ କୃଷ୍ଣ ତ୍ରୟୋଦଶୀ
  • କୃଷ୍ଣଜନ୍ମ ଯାତ୍ରା: ଭାଦ୍ରବ କୃଷ୍ଣ ଚତୁର୍ଦ୍ଦଶୀ
  • ବସ୍ତ୍ରହରଣ: ଭାଦ୍ରବ ଅମାବାସ୍ୟା
  • ଦାବାଗ୍ନି: ଭାଦ୍ରବ ଶୁକ୍ଳ ପ୍ରତିପଦା
  • ନିକୁଞ୍ଜଲୀଳା: ଭାଦ୍ରବ ଶୁକ୍ଳ ଦ୍ୱିତୀୟା
  • ଅନ୍ଧଲୀଳା ବା ଅନ୍ଧ ମନ୍ଦିର ହାତୀ: ଭାଦ୍ରବ ଶୁକ୍ଳ ତୃତୀୟା
  • ଦାହଲୀଳା: ଭାଦ୍ରବ ଶୁକ୍ଳ ପଞ୍ଚମୀ
  • ବିମ୍ବାସୁର ବଧ: ଭାଦ୍ରବ ଶୁକ୍ଳ ଷଷ୍ଠୀ
  • କେଶୀବଧ: ଭାଦ୍ରବ ଶୁକ୍ଳ ସପ୍ତମୀ
  • କୃଷ୍ଣଲୀଳା, ଲବଣୀଖିଆ, ଅକ୍ରୂର ଲୀଳା, ରଜକୀଲିଳା, ଧନୁଘର ପ୍ରସ୍ତାବ, ମଲ୍ଲଯୁଦ୍ଧ ପ୍ରସ୍ତାବ, କୁବ୍‌ଜା ଉଦ୍ଧାର, କୁବଳୟାଗଜ ପ୍ରସ୍ତାବ, କଂସବଧ, ଉଗ୍ରସେନଙ୍କୁ ଶାଢୀ ପ୍ରଦାନ: ଭାଦ୍ରବ ଶୁକ୍ଳ ଦଶମୀ
  • ଇନ୍ଦ୍ରଧ୍ୱଜ ପୂଜା: ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ଠାରୁ ପୂର୍ଣ୍ଣିମା
  • ରାଧାଦାମୋଦର ବେଶ: ଆଶ୍ୱିନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ

ରାମ ଅବତାର ସମ୍ବନ୍ଧୀୟ ଯାତ୍ରା ଓ ପର୍ବପର୍ବାଣୀ[ସମ୍ପାଦନା]

  • ଜେଉଡ଼ ଭୋଗ: ଚୈତ୍ର ଶୁକ୍ଳ ଅଷ୍ଟମୀ: ଶ୍ରୀରାମଙ୍କ ଜନ୍ମ ପ୍ରସବ ବେଦନାକୁ ଲାଘବ କରିବା ପାଇଁ ଅଷ୍ଟମୀ ଦିନ ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କୁ ଜେଉଡ଼ ଭୋଗ କରାଯିବା ସଙ୍ଗେ ସଙ୍ଗେ ଗର୍ଭଉଦକ ଦିଆଯାଇଥାଏ । ଏଥିଲାଗି ପାରମ୍ପରିକ ରୀତିମତେ ମହାପ୍ରଭୁଙ୍କ ବାଡ଼ରେ ଅଧିକ ଏକ ବନ୍ଦାପନା ହେବାପରେ ଠାକୁରମାନଙ୍କର ଅନ୍ୟାନ୍ୟ ଦୈନନ୍ଦିନ ନୀତି ଅନୁଷ୍ଠିତ ହୋଇଥାଏ ।
  • ଶ୍ରୀରାମ ଜନ୍ମ: ଚୈତ୍ର ଶୁକ୍ଳ ନବମୀ (ରାମ ନବମୀ): ଶ୍ରୀରାମ ଜନ୍ମ ନୀତିରେ ଶ୍ରୀମନ୍ଦିରରେ ସ୍ୱୟଂ ଶ୍ରୀ ଜଗନ୍ନାଥ ମାତା ରୂପରେ ବିଳମ୍ବିତ ରାତ୍ରିରେ ଶ୍ରୀରାମଙ୍କୁ ଜନ୍ମ ଦେଇଥାନ୍ତି । ନବମୀ ଦିନ ମଧ୍ୟାହ୍ନ ଧୂପ ନୀତି ଶେଷ ହେବାପରେ ଜନ୍ମନୀତି ଆରମ୍ଭ ହୋଇଥାଏ । ଦୁଇଜଣ ମହାଜନ ସେବକ ଦଶରଥ ଓ କୌଶଲ୍ୟା ହୋଇ ଜନ୍ମବିଧି କରିଥାନ୍ତି । ଏହି ଗୁପ୍ତନୀତିକୁ ଯେପରି କେହି ଦେଖି ନ ପାରିବେ ସେଥିଲାଗି ଗର୍ଭଗୃହରେ ଥିବା ଜୟ ବିଜୟ ଦ୍ୱାରକୁ ବନ୍ଦ କରାଯାଥାଏ । ପ୍ରଭୁ ଜନ୍ମ ହେବା ପରେ କର୍ପୁରଆଳତି ବନ୍ଦାପନା ହୋଇ ମହାସୁଆର ଗଣ୍ଡୁସ ମସଲା, କ୍ଷୀର ମଣୋହୀ କରାଇଥାନ୍ତି । ଏହିପରେ ପଣ୍ଡା ଶୀତଳଭୋଗ କରାଇବା ସହ ମହାସୁଆର ଜୟବିଜୟ ଦ୍ୱାରଠାରେ ଚରୁଭାତ ମଣୋହୀ କରାଇବେ ।[୨]
  • ଯଜ୍ଞଲୀଳା: ଚୈତ୍ର ଶୁକ୍ଳ ଦଶମୀ
  • ସୀତା ବିବାହ: ଚୈତ୍ର ଶୁକ୍ଳ ଏକାଦଶୀ
  • ବନବାସ: ଚୈତ୍ର ଶୁକ୍ଳ ଦ୍ୱାଦଶୀ
  • ମାୟାମୃଗ ପ୍ରସ୍ତାବ: ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ
  • ଲଙ୍କାପୋଡି: ଚୈତ୍ର ଶୁକ୍ଳ ପୂର୍ଣ୍ଣିମା
  • ସେତୁବନ୍ଧ: ବୈଶାଖ କୃଷ୍ଣ ପ୍ରତିପଦା
  • ରାବଣ ବଧ, ଅଭିଷେକ: ବୈଶାଖ କୃଷ୍ଣ ଦ୍ୱିତୀୟା

ବାର ମାସର ପର୍ବପର୍ବାଣି[ସମ୍ପାଦନା]

ବୈଶାଖ ମାସରେ ପାଳିତ ପର୍ବପର୍ବାଣୀ[ସମ୍ପାଦନା]

ପବିତ୍ର ନିଳାଦ୍ରି ମହୋଦୟାଷ୍ଟମୀ ତିଥିରେ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଦିବ୍ୟ ଦାରୁର ଆର୍ବିଭାବ ହୋଇଥିଲା । ଏହି ଦିନରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରତ୍ନସିଂହାସନରେ ବିଜେ କରାଯାଇଥିଲା ବୋଲି ଗବେଷକ ମାନେ ମତ ଦିଅନ୍ତି । ଏଥିଲାଗି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର କେତକ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ରାଜା ଇନ୍ଦ୍ରଦ୍ୟୁମ୍ନ ନିଳାଦ୍ରି ମହାଯଜ୍ଞର ପୂର୍ଣ୍ଣାହୂତି ପୂର୍ବରୁ ମହୋଦଧିରେ ସ୍ନାନ କରୁଥିବା ବେଳେ ସମୁଦ୍ରରେ ଏକ ଅଦ୍ଭୂତ ଦାରୁ ଭାସି ଭାସି ଆସୁଥିବାର ଦେଖିଥିଲେ। ଲହଡିର ବିପରିତ ଦିଗରୁ ଭାସି ଆସୁଥିବା ଦେଖି ସମସ୍ତେ ବିସ୍ମିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଏହି ମହାଦାରୁଙ୍କ ବୈଶାଖ ଶୁକ୍ଳ ଅଷ୍ଟମୀ ତିଥିରେ ଆର୍ବିଭାବ ଦିନ ଅଭିଷେକ କରାଯାଇଥାଏ । ସେହି ବିଧି ପରମ୍ପରା ଅନୁସାରେ ଏହି ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ଜଳାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥାଏ । ପୂର୍ବ ଦିନ ସନ୍ଧ୍ୟାଧୂପ ପରେ ଗରାବଡୁ ସେବକମାନେ ତମ୍ବା ଗଡୁରେ ଆଣିଥିବା ୧୦୮ ଗଡୁ ଜଳକୁ ଅଧିବାସ କରାଯାଇ ଭୋଗ ମଣ୍ଡପ ଘରେ ରଖାଯଇଥାଏ । ଅଷ୍ଟମୀ ତିଥି ଦିନ ଅପରାହ୍ଣ ପ୍ରାୟ ୨:୩୦ ବେଳକୁ ଉକ୍ତ ଜଳରେ ଶ୍ରୀବିଗ୍ରହଙ୍କ ଜଳବିଜେ ଓ ପୂଜା କରାଯାଇ ନୂଆ ଲୁଗା ଲାଗି କରାଯାଇଥାଏ । ଏହାପରେ ଦ୍ୱାଦଶ ଯାତ୍ରା ବନ୍ଦାପନା ହୋଇ ଚନ୍ଦନ ଠାକୁର ବିମାନକୁ ବିଜେ କରିଥାନ୍ତି । ବିମାନ ଉଠିଲାପରେ ଭୋଗମଣ୍ଡପ ଶେଷ ହୋଇ ଶାହାଣମେଳା ଅନୁଷ୍ଠିତ ହୋଇଥାଏ।ଏହାପରେ ସନ୍ଧ୍ୟା ଧୂପ, ସନ୍ଧ୍ୟା ଆଳତୀ ନୀତି କରାଯିବା ପରେ ରାତି ୧ଟାରେ ଠାକୁରମାନଙ୍କୁ ଚନ୍ଦନ ଲାଗି କରାଯଇ ବଡସିଂହାର ବେଶ ଓ ବଡସିଂହାର ଭୋଗ ହୋଇ ତିନି ଠାକୁରଙ୍କ ପହୁଡ଼ ନିତି ଅନୁଷ୍ଠିତ ହୋଇଥାଏ ।

ଜ୍ୟୈଷ୍ଠ ମାସରେ ପାଳିତ ପର୍ବପର୍ବାଣୀ[ସମ୍ପାଦନା]

  • ଭିତର ଚନ୍ଦନ: ଜ୍ୟୈଷ୍ଠ କୃଷ୍ଣପକ୍ଷ ଏକାଦଶୀ (ଜଳକ୍ରିଡ଼ା ଏକାଦଶୀ):
  • ଶୀତଳ ଷଷ୍ଠୀ: ଜ୍ୟୈଷ୍ଠ ଶୁକ୍ଳ ଷଷ୍ଠୀ : ଶିବ ପାର୍ବତୀଙ୍କ ବିବାହ ଉତ୍ସବ ।
  • ରାଜେନ୍ଦ୍ରାଭିଷେକ: ଜ୍ୟୈଷ୍ଠ ଶୁକ୍ଳପକ୍ଷ ଦଶମୀ:
  • ରୁକ୍ମିଣୀ ହରଣ: ଜ୍ୟୈଷ୍ଠ ଶୁକ୍ଳପକ୍ଷ ଏକାଦଶୀ: ଦେବବିବାହ ବା ପଦ୍ମା ଏକାଦଶୀ ।
  • ଚମ୍ପକ ଦ୍ୱାଦଶୀ: ଜ୍ୟୈଷ୍ଠ ଶୁକ୍ଳଦ୍ୱାଦଶୀ: ଚମ୍ପାଫୁଲଦ୍ୱାରା ବିଷ୍ଣୂପୂଜା (ଶ୍ରୀକୃଷ୍ଣଙ୍କ ବିବାହୋତ୍ସବ) ।
  • ଦଇତାପତିଙ୍କ ପ୍ରବେଶୋତ୍ସବ
  • ସ୍ନାନ ପୂର୍ଣ୍ଣିମା: ଶ୍ରୀଜଗନ୍ନାଥଙ୍କ ଜନ୍ମଦିନ, ଗଜ ବେଶ

ଆଷାଢ଼ ମାସରେ ପାଳିତ ପର୍ବପର୍ବାଣୀ[ସମ୍ପାଦନା]

  • ଅଣସର: ଆଷାଢ଼ କୃଷ୍ଣ ପ୍ରତିପଦ ଠାରୁ ପନ୍ଦରଦିନ କାଳ
    • କରାଳ କର୍ମ: ଆଷାଢ଼ କୃଷ୍ଣ ପ୍ରତିପଦରୁ ଚତୁର୍ଥୀ: ଠାକୁରମାନଙ୍କର ଅଙ୍ଗର ବସ୍ତ୍ରକୁ ଉତାରି କରାଳକାମ କରାଯାଏ ।
    • ଫୁଲରି ତେଲ ଲାଗି: ଆଷାଢ଼ କୃଷ୍ଣ ପଞ୍ଚମୀରୁ ସପ୍ତମୀ: ବଡ଼ ଓଡ଼ିଆ ମଠ ଏହି ସେବା ପାଇଁ ଆବଶ୍ୟକୀୟ ପଦାର୍ଥ (କର୍ପୂର, ଚୂଆ, ପରଖ, ପିଙ୍ଗଳ ଓ ରାଶିତେଲ) ଯୋଗାଇଥାଆନ୍ତି। ଏହା ପୂର୍ବ ବର୍ଷ ହେରା ପଞ୍ଚମୀ ଠାରୁ ମାଟି ତଳେ ପୋତା ହୋଇ ରଖାଯାଇଥାଏ ।
    • ଶ୍ରୀକପଡ଼ା ଉତ୍ସବ ବା ପଟ୍ଟାବନ୍ଧନ: ଆଷାଢ଼ କୃଷ୍ଣ ଅଷ୍ଟମୀ: ଏହିଦିନ ଶ୍ରୀ ଜୀଉମାନଙ୍କୁ କପଡ଼ା ବନ୍ଧନ କରାଯାଏ ।
    • ମସୃଣ ଲେପନ: ଆଷାଢ଼ କୃଷ୍ଣ ନବମୀ: ଶ୍ରୀ ଜୀଉମାନଙ୍କୁ ଚନ୍ଦନ, କର୍ପୂର, ରାଶିତେଲ, ଏବଂ ଝୁଣା ଇତ୍ୟାଦି ଲେପନ କରାଯାଏ ।
    • ଚକା ବିଜେ: ଆଷାଢ଼ କୃଷ୍ଣ ଦଶମୀ: ତିନିଟି ପଥର ଚକତି ଉପରେ ଶ୍ରୀ ଜୀଉମାନଙ୍କୁ ଅପସ୍ଥାପିତ କରି କସ୍ତୁରି, କୁଙ୍କୁମ ଇତ୍ୟାଦି ଲେପନ କରାଯାଏ । ଏହି ଚକତିମାନଙ୍କ ମଧ୍ୟରୁ ଗୋଟିକରେ ଶ୍ରୀଜଗନ୍ନାଥ ଏବଂ ସୁଦର୍ଶନ ତଥା ଅନ୍ୟ ଗୋଟିଏ ଲେଖାଁଏରେ ଶ୍ରୀବଳଭଦ୍ରସୁଭଦ୍ରା ଅବସ୍ଥାପିତ ହୁଅନ୍ତି ।
    • ଚନ୍ଦନ ଲାଗି: ଆଷାଢ଼ କୃଷ୍ଣ ଏକାଦଶୀ: ଶ୍ରୀ ଜୀଉମାନଙ୍କୁ ଚନ୍ଦନ, କର୍ପୂର, ଚୁଆ, କସ୍ତୁରି ଓ କୁଙ୍କୁମ ଇତ୍ୟାଦି ମିଶ୍ରିତ କରି ଲେପନ କରାଯାଏ । ଦଶମୂଳ (ବେଲ, ଗମ୍ବାରୀ, ଫଣଫଣା, ଅଗବଥୁ, ପାଟେଳୀ, ଶାଳପର୍ଣ୍ଣୀ, କୃଷ୍ଣପର୍ଣ୍ଣୀ, ବୃହତୀ, ଅଙ୍କରାନ୍ତି ଓ ଗୋଖୁରା) ମୋଦକ ଲାଗି କରାଯାଏ ।
    • ଓଷା ଲାଗି ବା ରାଜ ପ୍ରସାଦ ବିଜେ: ଆଷାଢ଼ କୃଷ୍ଣ ଦ୍ୱାଦଶୀ: ଠାକୁରମାନଙ୍କୁ ପ୍ରସାଦ ବିଜେ କରାଯାଏ ।
    • ଅଣସର ତ୍ରୟୋଦଶୀ: ଆଷାଢ଼ କୃଷ୍ଣ ତ୍ରୟୋଦଶୀ: ଶ୍ରୀ ଜୀଉମାନଙ୍କର ଘଣା ଲାଗି ଓ ପାଟ ବସ୍ତ୍ରର ପୟର ପୂଜା ହୁଏ ।
    • ବନକ ଲାଗି ଓ ଚକା ଅପସର: ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀ: ବନକ ଲାଗି କରାଯାଏ । ଅଣସରର ଶେଷ ଦିବସ ।
    • ନବଯୌବନ ଦର୍ଶନ: ଆଷାଢ଼ ଅମାବାସ୍ୟା (ଉଭା ଅମାବାସ୍ୟା): ଏହିଦିନ ନୂତନ ଚିତ୍ରିତ ଠାକୁରମାନଙ୍କୁ ସର୍ବସାଧାରଙ୍କ ଦର୍ଶନ ନିମନ୍ତେ ଉଭା କରାଯାଏ ।
  • ନେତ୍ରୋତ୍ସବ : ଆଷାଢ଼ ଶୁକ୍ଳ ପ୍ରତିପଦା (ରଥଯାତ୍ରାର ପୂର୍ବଦିନ): ଶ୍ରୀ ଜୀଉମାନଙ୍କର ଆଖିର ରଙ୍ଗ ସମ୍ପୁର୍ଣ୍ଣ କରାଯାଏ ।
  • ରଥଯାତ୍ରା: ଆଷାଢ଼ ଶୁକ୍ଳ ଦ୍ୱିତୀୟା: ରଥରେ ଆଡ଼ପ ମଣ୍ଡପ (ଗୁଣ୍ଡିଚା ମନ୍ଦିର)କୁ ବିଜେ କରନ୍ତି ।
    • ହେରାପଞ୍ଚମୀ: ଆଷାଢ଼ ଶୁକ୍ଳ ପଞ୍ଚମୀ: ମହାଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ହେରିବାକୁ ଘଣ୍ଟ ଘଣ୍ଟା, କାହାଳୀ ସହ ସୁସଜ୍ଜିତ ପାଲିଙ୍କିରେ ବସି (ଲୁଚିକରି) ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ଓ ରଥଯାତ୍ରାରେ ସଙ୍ଗରେ ନେଇ ନଥିବାରୁ କ୍ରୋଧ ଜର୍ଜରିତ ହୋଇ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରୁ ଖଣ୍ଡେ କାଠ ଭାଙ୍ଗି ଦେଇ ଫେରି ଆସନ୍ତି ।
    • ବାହୁଡ଼ା ଯାତ୍ରା: ଆଷାଢ଼ ଶୁକ୍ଳପକ୍ଷ ଦଶମୀ (ବାହୁଡ଼ା ଦଶମୀ): ଏ ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ରଥରେ ଗୁଣ୍ଡିଚା ଘରୁ ବଡ଼ ଦେଉଳକୁ ଫେରନ୍ତି ।
    • ସୁନାବେଶ ବା ବଡ଼ ତଢ଼ାଉ ବେଶ: ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀ
      • ହରିଶୟନ: ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀ (ବଡ଼) (ହରିଶୟନ ଏକାଦଶୀ)
    • ଗରୁଡ଼ ଶୟନ ଦ୍ୱାଦଶୀ:
    • ଅଧର ପଣା: ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶୀ
    • ନିଳାଦ୍ରି ବିଜେ: ଆଷାଢ଼ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଶ୍ରୀମନ୍ଦିରକୁ ବିଜେ କରିଥାନ୍ତି ।
  • କର୍କଟ ସଂକ୍ରାନ୍ତି ବା ଦକ୍ଷିଣାୟନ ଯାତ୍ରା: ଏହି ଦିନ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି ହେତୁ ଯେଉଁ ସଂକ୍ରାନ୍ତିର ଆରମ୍ବ ହୋଇଥାଏ ତାହାକୁ ପୁରାଣ ମତେ କର୍କଟ ସଂକ୍ରାନ୍ତି ଭାବରେ ପାଳନ କରାଯାଇଥାଏ ।

ଶ୍ରାବଣ ମାସରେ ପାଳିତ ପର୍ବପର୍ବାଣୀ[ସମ୍ପାଦନା]

  • ଚିତାଲାଗି ଅମାବାସ୍ୟା: ଶ୍ରାବଣ ଅମାବାସ୍ୟା (ଚିତଉ ଅମାବାସ୍ୟା):
  • ବାଡ଼ି ନୃସିଂହ ବିଜେ:
  • ଝୁଲଣ ଯାତ୍ରା: ଶ୍ରାବଣ ଶୁକ୍ଳ ଦଶମୀ ଠାରୁ ପ୍ରତିପଦ ପର୍ଯ୍ୟନ୍ତ
  • ବଳଭଦ୍ର ଜନ୍ମ : ଶ୍ରାବଣ ପୂର୍ଣ୍ଣମୀ (ଗହ୍ମାପୂର୍ଣ୍ଣମୀ):
  • ରାହୁରେଖା ଲାଗି:
  • ନଗର୍ଭଉଦକ ବନ୍ଦାପନା/ ଯେଉଡ଼ ଭୋଗ:

ଭାଦ୍ରବ ମାସରେ ପାଳିତ ପର୍ବପର୍ବାଣୀ[ସମ୍ପାଦନା]

  • ରେଖା ପଞ୍ଚମୀ: କୃଷ୍ଣ ପଞ୍ଚମୀ (ରକ୍ଷା ପଞ୍ଚମୀ): ଶ୍ରୀଜଗନ୍ନାଥଙ୍କ ରେଖା ଲାଗି ।
  • କୃଷ୍ଣ ଜନ୍ମ: କୃଷ୍ଣାଷ୍ଟମୀ (ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ଦୁର୍ଗାଜନ୍ମାଷ୍ଟମୀ):
  • ନନ୍ଦୋତ୍ସବ: କୃଷ୍ଣନବମୀ: କୃଷ୍ଣପକ୍ଷ ଦଶମୀ ଜନ୍ମାଷ୍ଟମୀର ପରଦିନ କୃତ ଉତ୍ସବ
  • ବଣଭୋଜି ବେଶ: କୋଳିବିକା/ ବକାସୁର ବଧ ବେଶ
  • କାଳୀୟଦଳନ ବେଶ: କୃଷ୍ଣପକ୍ଷ ଏକାଦଶୀ (କାଳୀଦଳନ ଏକାଦଶୀ): ଧେନୁକାସୁର ବଧ ବେଶ:
  • ପ୍ରଳମ୍ବାସୁର ବଧ ବେଶ: କୃଷ୍ଣପକ୍ଷ ଦ୍ୱାଦଶୀ
  • କୃଷ୍ଣ ବଳରାମ ବେଶ: କୃଷ୍ଣପକ୍ଷ ତ୍ରୟୋଦଶୀ: ପୂର୍ବେ ଏହି ଦିନ ଶ୍ରୀଜଗନ୍ନାଥଙ୍କର ଗିରିଗୋବର୍ଦ୍ଧନ ବେଶ ହେଉଥିଲା । ୧୯୪୭ ମସିହା ପରେ ଗିରିଗୋବର୍ଦ୍ଧନ ବେଶ ପରିବର୍ତ୍ତେ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେଉଛି ।
  • ସପ୍ତପୁରୀ ଅମାବାସ୍ୟା: ଭାଦ୍ରବ ଅମାବାସ୍ୟା (ସାତପୁରୀ ଅମାବାସ୍ୟା):
  • ଦାବାଗ୍ନି ଓ ନିକୁଞ୍ଜ ଲୀଳା:
  • ଅନ୍ଧ ପ୍ରସ୍ତାବ ଲୀଳା:
  • ଗଣେଶ ଚତୁର୍ଥୀ: ଶୁକ୍ଳ ଚତୁର୍ଥୀ: ମାଦଳା ପାଞ୍ଜି ପୂଜା[୩]
  • ଋଷି ପଞ୍ଚମୀ: ଶୁକ୍ଳ ପଞ୍ଚମୀ: ମହର୍ଷୀ ମାର୍କଣ୍ଡେୟଙ୍କ ତତ୍ତ୍ୱାବଧାନରେ ମହାଲକ୍ଷ୍ମୀ ସପ୍ତଋଷିଙ୍କୁ ପୂଜା କରିଥାନ୍ତି ।[୪]
  • ରାଧାଜନ୍ମାଷ୍ଟମୀ: ଭାଦ୍ରବ ଶୁକ୍ଳାଷ୍ଟମୀ (ଦୁର୍ବ୍ୱାଷ୍ଟମୀ): ରାଧିକା ଏହିଦିନ ଜନ୍ମଗ୍ରହଣ କରିଥିଲେ । ଶ୍ରୀସୁଦର୍ଶନ ଦେବଙ୍କ ଆଶ୍ରମ ବିଜେ ।
  • ଲବଣି ଖିଆ: ମଥୁରାହାଟ ଜୁର ଉତ୍ସବ
  • ପାର୍ଶ୍ୱପରିବର୍ତ୍ତନ ଏକାଦଶୀ: ଶୁକ୍ଳ ଏକାଦଶୀ (ବଡ଼): ଶୟନ ଏକାଦଶିର ପରବର୍ତ୍ତୀ ବଡ଼ ଏକାଦଶୀ । ଏହି ଦିନ ବିଷ୍ଣୁ ଶୋଇଥିବା ଅବସ୍ଥାରେ ବାଆଁପାଖରୁଉ ଡାହାଣ ପାଖକୁ କଡ଼ ଲେଉଟାନ୍ତି ବୋଲି ବିଶ୍ୱାସ ।
  • ବାମନ ଜନ୍ମ: ଭାଦ୍ରବ ଶୁକ୍ଳ ଦ୍ୱାଦଶୀ: ସୁନିଆ/ ଗରୁଡ଼ ପାର୍ଶ୍ୱ ପରିବର୍ତ୍ତନ/ ଇନ୍ଦ୍ରଧ୍ୱଜ ପୂଜା । ବାମନ ଅବତାରତେ ବିଷ୍ଣୁ ଏ ଦିନ ଅଦିତିଙ୍କ ଗର୍ଭରୁ ଆବିର୍ଭୁତ ହୋଇଥିଲେ ।
  • ଅନନ୍ତ ଚତୁର୍ଦ୍ଦଶୀ: ଅନନ୍ତ ବାସୁଦେବ ମନ୍ଦିରରେ ନିତି ସମାପନ କରାଯାଏ
  • ଇନ୍ଦ୍ର ଗୋବିନ୍ଦ ପୂଜା:

ଆଶ୍ୱିନ ମାସରେ ପାଳିତ ପର୍ବପର୍ବାଣୀ[ସମ୍ପାଦନା]

  • ସହସ୍ର କୁମ୍ଭ ଅଭିଷେକ: ଆଶ୍ୱିନ କୃଷ୍ଣ ଅଷ୍ଟମୀ
  • ଦଶହରା: ଆଶ୍ୱିନ ଶୁକ୍ଳପକ୍ଷ ଦଶମୀ: ଆୟୁଧ ପୂଜା ଓ ବିଜୟା ଦଶମୀ
  • ଦ୍ୱିତୀୟା ଓଷା: ଲକ୍ଷ୍ମୀ ମନ୍ଦିରରେ ନିତି ଅନୁଷ୍ଠିତ ହୁଏ ।
  • ଆଶ୍ୱିନ ପୂର୍ଣ୍ଣିମା: କୁମାର ପୂର୍ଣ୍ଣିମା: ପଶା ଖେଳ ଅନୁଷ୍ଠିତ ହୁଏ ।
ପାରମ୍ପରିକ ରୀତିମତେ କୁମାରପୂର୍ଣ୍ଣମୀ ଦିନ ଜଗନ୍ନାଥଙ୍କ ପ୍ରତିନିଧି ମୁଦିରସ୍ତ ଓ ଲକ୍ଷ୍ମୀଙ୍କ ପ୍ରତିନିଧି ଭିତରଚ୍ଛ ମହାପାତ୍ର, ମୁଦୁଲି ସେବକଙ୍କ ମଧ୍ୟରେ ପଶା, ଶକଟା ଓ କଉଡ଼ି ଖେଳ ହୋଇଥାଏ। ଏହି ଖେଳରେ ଶ୍ରୀଜଗନ୍ନାଥ ମହାପ୍ରଭୁ ପଶା ଖେଳରେ ମହାଲକ୍ଷ୍ମୀଙ୍କ ପାଖରେ ହାରିଯିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନୀଳମାଧବ ମହାଜନ ସେବକମାନଙ୍କ ହାତରେ ବିଜେ ହୋଇ ଲକ୍ଷ୍ମୀଙ୍କ ମନ୍ଦିରରେ ସାତ ଦିନ ପାଇଁ ବନ୍ଧା ହୋଇ ରହନ୍ତି । ଅଷ୍ଟମ ଦିନ ଶ୍ରୀଜୀଉମାନଙ୍କ ଅବକାଶ ନୀତି ପରେ ବନ୍ଧନରେ ଥିବା ମାଧବଙ୍କୁ ସେବାୟତ ମାନେ ଭିତର ସିଂହାସନକୁ ବିଜେ କରାନ୍ତି । [୫][୬]
  • ଗୁପ୍ତ ଗୁଣ୍ଡିଚା: ଆଶ୍ୱିନ କୃଷ୍ଣ ଦ୍ୱିତୀୟା[୭] ଠାରୁ ଆଶ୍ୱିନ ଶୁକ୍ଳପକ୍ଷ ଦଶମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ । ପ୍ରଥମ ଆଠ ଦିନ ଦୁର୍ଗାମାଧବଙ୍କୁ ମନ୍ଦିର ବେଢ଼ାରେ ପରିକ୍ରମା କରାଯାଉଥିବା ବେଳେ ଶେଷ ଆଠଦିନ ଦୋଳମଣ୍ଡପ ସାହିରେ ଥିବା ନାରାୟଣୀ ମଣ୍ଡପକୁ ପାଲିଙ୍କିରେ ନିଆଯାଇଥାଏ ।[୮]
  • ଗର୍ଭଣା ସଂକ୍ରାନ୍ତି:

କାର୍ତ୍ତିକ ମାସରେ ପାଳିତ ପର୍ବପର୍ବାଣୀ[ସମ୍ପାଦନା]

ମାର୍ଗଶିର ମାସରେ ପାଳିତ ପର୍ବପର୍ବାଣୀ[ସମ୍ପାଦନା]

ପୌଷ ମାସରେ ପାଳିତ ପର୍ବପର୍ବାଣୀ[ସମ୍ପାଦନା]

  • ଧନୁ ସଂକ୍ରାନ୍ତି: ଏହି ଦିନ ଠାରୁ ପହଲି ଭୋଗ ଆରମ୍ଭ ହୋଇ ମକର ସଂକ୍ରାନ୍ତିରେ ଶେଷ ହୁଏ ।
  • ବଉଳ ଅମାବାସ୍ୟା: ପୌଷ ଅମାବାସ୍ୟା (ବଉଳ ଉଆଁସ ବା ବକୁଳ ଅମାବାସ୍ୟା): ବରାହ ଜନ୍ମ । ଏହିଦିନ ଗଇଁଠା ପୂଜା କରାଯାଏ ।
  • ପୁଷ୍ୟାଭିଷେକ: ପୌଷ ପୂର୍ଣ୍ଣିମା: ଏହି ଦିନ ରାମଚନ୍ଦ୍ର ଚଉଦବର୍ଷ ବନବାସ ପରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରି ରାଜ୍ୟଭାର ଗ୍ରହଣ କରିବା ପୂର୍ବରୁ ତାଙ୍କର ରାଜାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହାକୁ ଏକ ସ୍ମୃତି ରୂପେ ଗ୍ରହଣକରି ପ୍ରତିବର୍ଷ ଏହିଦିନ ଦେବମନ୍ଦିରମାନଙ୍କରେ ଠାକୁରମାନଙ୍କର ପୁଷ୍ୟାଭିଷେକ ହେଉଅଛି । ଏହିଦିନ ଶ୍ରୀ ଜୀଉମାନଙ୍କର ପୁଷ୍ୟାଭିଷେକ ହୁଏ । ଶାସ୍ତ୍ରରେ ଏ ଉତ୍ସବ ନେଇ ଉଲ୍ଲେଖ ଅଛି: "ପୌଷ ମାସି ସିତେ ପକ୍ଷେ ପୌଣ୍ଣମ୍ୟାଂ ରୁକ୍ମିଣୀ ପତେଃ । ପୁଷ୍ୟାଭିଷେକଂ କୁର୍ବାତ୍ ସର୍ବକାମାର୍ଥ ସିଦ୍ଧୟେ ॥
ଏହି ପୂର୍ଣ୍ଣମୀ ଦିନ ଶ୍ରୀ ଜଗନ୍ନାଥଙ୍କ ନିତ୍ୟ ପୂଜାପରେ ନୂତନବସ୍ତ୍ର, ଭୂଷଣ ଓ ଗନ୍ଧ ପୁଷ୍ପାଦିଦ୍ୱାରା ଠାକୁରଙ୍କୁ ବେଶ କରାଇ ଯାତ୍ରା ମଣ୍ଡପକୁ ନିଆଯାଏ । ସେଠାରେ ବରୁଣ ପୂଜା, ସ୍ୱସ୍ତିବାଚନ, ମଙ୍ଗଳାରୋପଣ, ଯଜ୍ଞୋପବୀତ-ସମର୍ପଣ, ହୋମ, ଆରତି ଇତ୍ୟାଦି ବିଧିରେ ବିଜେ -ପ୍ରତିମା ଓ ଖଡ଼ଗପୂଜା ପରେ ଉକ୍ତ ଯଜ୍ଞୋପବୀତ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କୁ ଓ ପରେ ଯାତ୍ରା ମଣ୍ଡପରେ ଯଥାବିଧି ଉପଚାର ସହିତ ରାଜାଙ୍କୁ ଅର୍ପଣ କରାଯାଏ । ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ଅଭିଷେକୋତ୍ସବ ରାଜାଙ୍କ ଅଭିଷେକ ରୂପେ ପାଳିତ ହୁଏ । ଏହି ଅଭିଷେକୋତ୍ସବ ଦର୍ଶନରେ ଦର୍ଶନାର୍ଥୀ ପାପମୁକ୍ତ ହୋଇ ବୈକୁଣ୍ଠପୁରୀ ପ୍ରାପ୍ତହୁଏ ବୋଲି ବିଶ୍ୱାସ କରାଯାଏ । ନୀଳାଦ୍ରୀ ମହୋତ୍ସବରେ ଲେଖାଅଛି: “ଏବଂଚ ପରୟା ଭକ୍ତ୍ୟା ତୋଷୟେତ୍ପରମେଶ୍ୱରମ୍ । ଅଭିଷେକୋତ୍ସଙ୍କ ଯେ ବୈ ପଶ୍ୟନ୍ତି ଭୂବିମାନବାଃ ॥ ସର୍ବପାପର୍ବିନିର୍ମୁକ୍ତ ଭୂକ୍ତ୍ୱା ଶର୍ମାଖିଳଂ ପରମ୍ । ସର୍ବାନକାମାନ ପରଂଲବ୍‌ଧ୍ୱା ବିଷ୍ଣଲୋକଂ ବ୍ରଜନ୍ତିତେ ॥” ଏହି ଅବସରରେ ଶ୍ରୀ ଜଗନ୍ନାଥଙ୍କର ରାଜବେଶ ଅନୁଷ୍ଠିତ ହୁଏ ।[୧୧]

ମାଘ ମାସରେ ପାଳିତ ପର୍ବପର୍ବାଣୀ[ସମ୍ପାଦନା]

  • ପଦ୍ମ ବେଶ: ମାଘ ଅମାବାସ୍ୟା ପରେ ବସନ୍ତ ପଞ୍ଚମୀ ପୂର୍ବରୁ ପଡୁଥିବା ବୁଧବାର ବା ଶନିବାର ଦିନ ଏହି ବେଶ କରାଯାଇଥାଏ ।[୧୨]
  • ବସନ୍ତପଞ୍ଚମୀ: ମାଘ ଶୁକ୍ଳପଞ୍ଚମୀ (ଶ୍ରୀପଞ୍ଚମୀ): ସରସ୍ୱତୀ ମନ୍ଦିରରେ ପାଞ୍ଜି ପୂଜା କରାଯାଏ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପଞ୍ଚପଲ୍ଲବ ଲାଗି । ରଥକାଠ ଅନୁକୂଳ ।
ପୌରାଣିକ ମତରେ ଶ୍ରୀକୃଷ୍ଣ ଶ୍ରୀରାଧା ଏକତ୍ର ପୁଷ୍ପ ଆଭରଣ ମଣ୍ଡିତ ପୂର୍ବକ ଫଗୁ ବା ବାଚେରୀ ଖେଳୁଥିବାର ସ୍ମୃତି ସ୍ୱରୂପ ବସନ୍ତ ପଞ୍ଚମୀ ପାଳିତ ହୋଇଥାଏ । ମାଦଳା ପାଞ୍ଜି ଅନୁଯାୟୀ ୧୨୩୦ ଖ୍ରୀଷ୍ଟାବ୍ଦରେ ଅନଙ୍ଗ ଭୀମଦେବ ଶ୍ରୀମନ୍ଦିରରେ ବସନ୍ତ ପଞ୍ଚମୀରେ ଫଗୁଚାଚେରୀ ଉତ୍ସବ ପ୍ରଚଳନ କରାଇ ୩୦ମାଢ଼ ସୁନା ଖଞ୍ଜା କରାଇଥିଲେ ।
ମାଘ ଶୁକ୍ଳ ପଞ୍ଚମୀରେ ଶ୍ରୀଜୀଉମାନଙ୍କର ଘୋଡ଼ବସ୍ତ୍ର କଢ଼ାଯାଇ ‘ଜାମାଲାଗି’ ବସ୍ତ୍ର ପିନ୍ଧାଯାଏ । ମଧ୍ୟାହ୍ନ ଧୂପ ସରିବା ପରେ ଶ୍ରୀଜୀଉମାନଙ୍କୁ ମାଧବଳି ବସ୍ତ୍ର, ଫୁଟା, ପହରଣା, ଶ୍ରୀକପଡ଼ା, ମୁଖବଳା ଓ ଟୋପର ଭୂଷିତ ସହିତ ସୁବର୍ଣ୍ଣର ନଳିଭୁଜ, ଆଡ଼କାନି, ତଡ଼କି, ତିଳକ, ଚନ୍ଦ୍ରିକା, କୁଣ୍ଡଳ, ଓଡ଼ିଆଣୀ, ଚନ୍ଦ୍ର-ସୂର୍ଯ୍ୟ ଓ ଘାଘଡ଼ାମାଳିରେ ମଣ୍ଡିତ ହୋଇ ବାଚେରୀ ବେଶରେ ଦର୍ଶନ ଦିଅନ୍ତି । ଚଳନ୍ତି ପ୍ରତିମା ଲକ୍ଷ୍ମୀ, ସରସ୍ୱତୀ ଓ ଦୋଳଗୋବିନ୍ଦଙ୍କୁ ମଧ୍ୟ ଚାଚେରୀ ବେଶ କରାଯାଇ ତିନିଗୋଟି ମାଣ୍ଡୁଅ ସାର୍ପାମଣୋହି କରାଯିବା ପରେ ଶ୍ରୀଜୀଉମାନଙ୍କ ପାର୍ଶ୍ୱକୁ ଆସିଲେ ବାଚେରୀ ଭୋଗ ପଞ୍ଚୋପଚାରରେ କରାଯାଏ । ଭୋଗ ସରିବା ପରେ ପଣ୍ଡା, ପତି, ମୁଦିରସ୍ତେ ଚନ୍ଦନ ଫଗୁ ଲାଗି କରାଇ ବନ୍ଦାପନା ଓ ଅଞ୍ଜଳି ଦେବା ପରେ ଫଗୁ ଚନ୍ଦନ ମୁଣି, ପ୍ରସାଦ ଲାଗି ଓ ଚାମର ଆଲଟ ପୂର୍ବକ ଚଳନ୍ତି ପ୍ରତିମାମାନଙ୍କୁ ଜୟବିଜୟ ଦ୍ୱାର ପାର୍ଶ୍ୱରେ ପୁନର୍ବାର ଫଗୁ ଚନ୍ଦନ ମୁଣି, ପ୍ରସାଦ ଲାଗି, ବନ୍ଦାପନା ଓ ଚାମର ଆଲଟ କରାଯାଇ ଶ୍ରୀଠାକୁରମାନଙ୍କୁ ଫଗୁ ଡାବ ସମର୍ପଣ କରାଯିବା ପରେ ବିମାନବଡୁ ସେବକମାନେ ଘଣ୍ଟାର, ଛତାର, କାହାଳିଆ ସହିତ ବିମାନରେ ବସନ୍ତ ତୋଟା (ଜଗନ୍ନାଥ ବଲ୍ଲଭ ମଠ)କୁ ବିଜେ କରାନ୍ତି । ସେଠାରେ ଦୁଇ ଠାକୁରାଣୀ ଜଗତି ଉପରେ ଓ ଦୋଳଗୋବିନ୍ଦ ଚଉଦୋଳାରେ ବିଜେ କରି ଠାକୁରଙ୍କ ପକ୍ଷରୁ ମୁଦିରସ୍ତେ ଓ ଠାକୁରାଣୀଙ୍କ ପକ୍ଷରୁ ଭିତର ଗାଏଣି ଜଉଡାବ ଖେଳ ଖେଳିଥାନ୍ତି । ଶେଷରେ ଠାକୁର ଠାକୁରାଣୀଙ୍କୁ ଏକାଠି କରାଯାଇ ଶୀତଳଭୋଗ, ବନ୍ଦାପନା, ପ୍ରସାଦ ଲାଗି, ଚାମର ଆଲଟ ଆଦି ହେବା ପରେ ବେଣ୍ଟ ବିନ୍ଧା (ଶିକାର) ନିମନ୍ତେ ବେଣ୍ଟ ପୋଖରୀକୁ ଯାତ୍ରା କରନ୍ତି । ସେଠାରେ ଭିତରଚ୍ଛ ଶ୍ରୀଠାକୁରମାନଙ୍କୁ ତୀର କମାଣ ସ୍ପର୍ଶ କରାଇବା ପରେ ଲେଙ୍କା ସେବକ ପଇଡ଼ (ମୃଗ)କୁ ବିନ୍ଧି ବେଣ୍ଟ ନୀତି ସମ୍ପନ୍ନ କରାଯାଇଥାଏ । ଏହାପରେ ଠାକୁରମାନେ ବାହୁଡ଼ା ବିଜେ ହୋଇ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାରଠାରେ ବାଚେରୀ ଫଗୁଖେଳ ହୋଇ ପ୍ରସାଦ ଏବଂ ବନ୍ଦାପନା ପୂର୍ବକ ସ୍ୱ ସ୍ୱ ସ୍ଥାନକୁ ବିଜେ କରନ୍ତି ।

ଉକ୍ତ ଦିବସରେ ଶ୍ରୀଜୀଉମାନଙ୍କର ସନ୍ଧ୍ୟାଧୂପ ପରେ ସରସ୍ୱତୀ ଦେବୀଙ୍କ ମନ୍ଦିରରେ ମାଦଳାପାଞ୍ଜି ପୂଜା କରାଯାଏ । ସେଠାରେ ଭୁବନେଶ୍ୱରୀଙ୍କ ପାର୍ଶ୍ୱରେ ଶୀତଳ ଭୋଗ ବନ୍ଦାପନା ଉପରାନ୍ତେ ଭଦ୍ରାସନ ଉପରେ ବେହରଣ କରଣମାନଙ୍କଦ୍ୱାରା ମାଦଳାପାଞ୍ଜି ରଖା ଯାଇ ପତନି ଓ ମାଳ ଲାଗି କରାଯାଇ ଶୀତଳ ଭୋଗ ସହିତ ଏକୋଇଶ ଗୋଟି ନଡ଼ିଆ ଭଙ୍ଗା ଯାଇଥାଏ । ଉକ୍ତ ତିଥିରେ ଶ୍ରୀଜଗନ୍ନାଥଙ୍କର ପାରମ୍ପରିକ ରଥଯାତ୍ରାର ରଥ ନିର୍ମାଣ ନିମନ୍ତେ ପ୍ରଥମ କରି ରଥକାଠ ବନବିଭାଗରୁ ଶ୍ରୀକ୍ଷେତ୍ରକୁ ଆସି ରାଜନଅର ସମ୍ମୁଖରେ ତିନିବାଡ଼ର ତିନିରଥ ନିର୍ମାଣ ନିମନ୍ତେ ତିନିଗୋଟି କାଠକୁ ପାରମ୍ପରିକ ଭାବେ ପୂଜାର୍ଚ୍ଚନା କରାଯାଇ ଶୁଭ ଦିଆଯାଇଥାଏ । [୧୩]

  • ତିଳ ସପ୍ତମୀ:
  • ଭୌମ ଏକାଦଶୀ: ମାଘ ଶୁକ୍ଳ ଏକାଦଶୀ (ବଡ଼):
  • ମାଘ ପୂର୍ଣ୍ଣମୀ: (ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମା ବା ଅଇଘରା ପୂର୍ଣ୍ଣିମା ବା ଅଗିଜଳା ପୂର୍ଣ୍ଣିମା) ଶ୍ରୀଜଗନ୍ନାଥଙ୍କ ଗଜ ଉଦ୍ଧାରଣ ବେଶ

ଫାଲ୍‌ଗୁନ ମାସରେ ପାଳିତ ପର୍ବପର୍ବାଣୀ[ସମ୍ପାଦନା]

  • ମହାଶିବରାତ୍ରି: ଶ୍ରୀଲୋକନାଥ ମନ୍ଦିରରେ ହରି ହର ଭେଟ ଅନୁଷ୍ଠିତ ହୁଏ ।
  • ଶିକାର ବା ବେନ୍ତ
  • ଦୋଳ ଯାତ୍ରା: ବସନ୍ତୋତ୍ସବ: ଫାଲ୍‌ଗୁନ ଶୁକ୍ଳ ଦଶମୀ (ଫଗୁ ଦଶମୀ) ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ: ପୂର୍ବେ କେବଳ ଶ୍ରୀଜଗନ୍ନାଥ ଦୋଳମଣ୍ଡପ ସାହିସ୍ଥ ଦୋଳବେଦୀକୁ ବିଜେ କରୁଥିଲେ । ୧୪୮୧ ଖ୍ରୀଷ୍ଟାବ୍ଦରେ ଗଜପତି ପୁରୁଷୋତ୍ତମ ଦେବ ନୂତନ (ବର୍ତ୍ତମାନର) ଦୋଳବେଦୀ ନିର୍ମାଣ କରିବାରୁ ଶ୍ରୀଜଗନ୍ନାଥଙ୍କ ଦୋଳମଣ୍ଡପ ସାହିକୁ ବିଜେ କରିବା ବନ୍ଦ ହୋଇଥିଲା । କିନ୍ତୁ ୧୫୬୧ ଖ୍ରୀଷ୍ଟାବ୍ଦରେ ଦୋଳ ପୂର୍ଣ୍ଣିମା ଅବସରରେ ଦୋଳି ଛିଣ୍ଡି, ଶ୍ରୀଜଗନ୍ନାଥଙ୍କ ଶ୍ରୀଭୁଜ ଭଗ୍ନ ହେବାରୁ ୧୫୬୨ ଠାରୁ ଶ୍ରୀଜଗନ୍ନାଥଙ୍କ ଅର୍ଚ୍ଚା ପ୍ରତିମା ମଦନମୋହନ (ଦୋଳଗୋବିନ୍ଦ)ଙ୍କୁ ବିଜେ କରାଗଲା ।
  • ଅଗ୍ନି ଉତ୍ସବ: ରାଜାଗ୍ନି
  • ହୋଲି:

ଚୈତ୍ର ମାସରେ ପାଳିତ ପର୍ବପର୍ବାଣୀ[ସମ୍ପାଦନା]

  • ଚୈତ୍ର ଗୁଣ୍ଡିଚା: ଚୈତ୍ର ଶୁକ୍ଳ ଷଷ୍ଠୀ: ଶ୍ରୀମନ୍ଦିର ବେଢ଼ାରେ ଥିବା ସୂର୍ଯ୍ୟ ମନ୍ଦିର ପରିସରରେ ଏହା ପାଳନ କରାଯାଏ
  • ଅଶୋକାଷ୍ଟମୀ: ଚୈତ୍ର ଶୁକ୍ଳାଷ୍ଟମୀ: ଶ୍ରୀ ଭଣ୍ଡାର ଲୋକନାଥଙ୍କୁ ଇଶାନେଶ୍ୱର ମହାଦେବଙ୍କ ମନ୍ଦିରକୁ ପଟୁଆରରେ ନିଆଯାଇ ନିତି ପାଳନ କରାଯାଏ । ଏହା ପରେ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ଦେଇ ମନ୍ଦିରକୁ ଫେରି ଆସନ୍ତି ।
  • ରାମ ନବମୀ: ଚୈତ୍ର ଶୁକ୍ଳ ନବମୀ: ଏ ଦିନ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳନ ହୁଏ । ଜେଉଡ଼ ଭୋଗ ।
  • ଯଜ୍ଞ ରକ୍ଷା: ଚୈତ୍ର ଶୁକ୍ଳ ଦଶମୀ
  • ସୀତା ବିବାହ: ଚୈତ୍ର ଶୁକ୍ଳ ଏକାଦଶୀ
  • ବନବାସ: ଚୈତ୍ର ଶୁକ୍ଳ ଦ୍ୱାଦଶୀ
  • ଦମନକ ଲାଗି ବା ଦମନକ ଚୋରି: ଚୈତ୍ର ଶୁକ୍ଳ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ
  • ଲଙ୍କା ପୋଡ଼ି: ଚୈତ୍ର ପୂର୍ଣ୍ଣିମା

ଆଧାର[ସମ୍ପାଦନା]

  1. ସମାଜ, ୯ ସେପ୍ଟେମ୍ବର୨୦୧୧, ପୃଷ୍ଠା-୪,
  2. ସମାଜ, ୧ ଅପ୍ରେଲ ୨୦୧୨, ପୃଷ୍ଠା:୫
  3. "ଶ୍ରୀମନ୍ଦିରରେ ଗଣେଶ ଚତୁର୍ଥୀ, ପୂଜା ହେଲା ମାଦଳାପାଞ୍ଜି". ଧରିତ୍ରୀ. Retrieved 8 March 2017.
  4. "ମହାଲକ୍ଷ୍ମୀ ପାଳିଲେ ଋଷିପଞ୍ଚମୀ ବ୍ରତ". ଧରିତ୍ରୀ. Retrieved 8 March 2017.
  5. ସମାଜ (ଖବରକାଗଜ), ୧୨ଅକ୍ଟୋବର ୨୦୧୧, ପୃଷ୍ଠା-୩
  6. ସୂର୍ଯ୍ୟପ୍ରଭା, ୧୨ଅକ୍ଟୋବର ୨୦୧୧, ପୃଷ୍ଠା-୭
  7. "Gupta Gundicha In Srikhetra – Start of Durga Madhab worshiping | PURIWAVES". puriwaves.nirmalya.in. Retrieved 20 December 2012. This Gupta Gundicha is celebrated from Aswina Krusna Dwitya
  8. Panda, Namita (2010). "The Telegraph - Calcutta (Kolkata) | Orissa | Gupta Gundicha attracts devotees". telegraphindia.com. Retrieved 20 December 2012. For the next eight days, the idols, known as Durgamadhaba, are taken outside the temple on a palanquin to the nearby Narayani Mandapa situated in the Dolamandapa lane
  9. ସମାଜ, ୮ନଭେମ୍ବର ୨୦୧୧, ପୃଷ୍ଠା-୬
  10. "Dev Deepavali at srimandir: Lord remembers ancestors | Orissa Post". orissapost.com. 2012. Retrieved 3 January 2013. As an incarnation of Sri Ram, he offered ‘pinda’ to king Dasarath. On the second day as Krishna, he offered ‘pinda’ to his parents Basudev and Devaki and on the third day he offered it to his foster parents Nanda and Yashoda.
  11. ମହାନ୍ତି, ବିପିନବିହାରୀ. "ପୁଷ୍ୟାଭିଷେକ-ପୁଷ୍-ପୁନି" (PDF). ପର୍ଯ୍ୟବେକ୍ଷକ. Retrieved 6 January 2015.
  12. "Padma Besha – Costume Of Lord Jagannath  | PURIWAVES". puriwaves.nirmalya.in. Retrieved 18 January 2013. Padma Vesha is done on any Wednesday or Saturday between the new moon day of Magha and Basanta Panchami.
  13. ଛୁଟିଦିନ, ଧରିତ୍ରୀ ଖବରକାଗଜ, ୨୨-୨୮ଜାନୁଆରୀ, ପୃ: ୧୦

ଅଧିକ ତଥ୍ୟ[ସମ୍ପାଦନା]

  • କୋହେନୂର୍ ପଠାଣି ସାମନ୍ତ ପଞ୍ଜିକା