ଜଗନ୍ନାଥଙ୍କ ସେବକ

ଉଇକିପିଡ଼ିଆ ରୁ
(ଶ୍ରୀମନ୍ଦିର ସେବକ ରୁ ଲେଉଟି ଆସିଛି)
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଜଗନ୍ନାଥ ମନ୍ଦିରରେ ବିଭିନ୍ନ ସେବା ଲାଗି ନିଯୁକ୍ତ ସେବାକାରୀ ସେବକ ନାମରେ ଜଣା । ଶ୍ରୀମନ୍ଦିରର ଦୈନଦିନ ନୀତି ସଂପାଦନ କରିବା ପାଇଁ ୧୧୯ ପ୍ରକାର ସେବା ରହିଅଛି । ଶ୍ରୀ ମନ୍ଦିର ସ୍ଵତ୍ତ୍ଵଲିପି ସଂଶୋଧନ କରାଯାଇ୧୯୮୮ ମସିହାରେ ୧୨୦ ତମ ସେବାଭାବେ ବେହେରା କରଣ ସେବାକୁ ପୁନଃ ପ୍ରଚଳନ କରାଯାଇଛିା[୧]

ଇତିହାସ[ସମ୍ପାଦନା]

ଶଙ୍କରାଚାର୍ଯ୍ୟଙ୍କ ଆଗମନ ପୂର୍ବରୁ, କେବଳ ଦଇତା ଓ ପତିମାନେ ଶ୍ରୀଜଗନ୍ନାଥଙ୍କର ସେବକ ଥିଲେ । ଶଙ୍କରାଚାର୍ଯ୍ୟଙ୍କ ସମୟରେ ଏହା ଛଅଗୋଟି ନିଯୋଗକୁ ବୃଦ୍ଧି ପାଇଲା । ଅନଙ୍ଗ ଭୀମଦେବଙ୍କ ସମୟରେ, ନାରଦୀୟ ସେବକ ରୂପେ ବୀଣାକାର ଓ ପୁରାଣପଣ୍ଡା ଶ୍ରୋତ୍ରୀୟ ବ୍ରାହ୍ମଣମାନେ ନିଯୁକ୍ତି ପାଇଲେ । ଅନଙ୍ଗ ଭୀମଦେବଙ୍କ ମନ୍ତ୍ରୀ ପରମହଂସ ବାଜପେୟୀ 'ମାର୍କଣ୍ଡେୟ ସେବକ ନିଯୋଗ' ରେ ଶୂଦ୍ରାଦିଙ୍କୁ ନିଯିକ୍ତ କଲେ । ଭୋଇ ବଂଶୀୟ ରାଜା ନରସିଂହ ଦେବ 'ଗରାବଡୁ ସେବକ' ଓ ରାଜା ମୁକୁନ୍ଦଦେବ 'ମୁଖସିଂହାର ନିଯୋଗ' ଆରମ୍ଭ କଲେ । କାଳକ୍ରମେ ନିଯୋଗ ସଂଖ୍ୟା ବୃଦ୍ଧି ପାଇଲା । ଶ୍ରୀମନ୍ଦିରର ସ୍ଵତନ୍ତ୍ର ଅଧିକାରୀଙ୍କ ଦ୍ଵାରା ୧୯୫୫ରେ ପ୍ରଦତ୍ତ ତଥ୍ୟ ଅନୁସାରେ ସେତେବେଳ ୨୫୦ନିଯୋଗ କାର୍ଯ୍ୟରତ ଥିଲେ ।[୨]

ଶ୍ରୀମନ୍ଦିରର ଦୈନଦିନ ନୀତି ସଂପାଦନ କରିବା ପାଇଁ ୧୧୯ ପ୍ରକାର ସେବା ରହିଅଛି । ଶ୍ରୀ ମନ୍ଦିର ସ୍ଵତ୍ତ୍ଵଲିପି ସଂଶୋଧନ କରାଯାଇ୧୯୮୮ ମସିହାରେ ୧୨୦ ତମ ସେବାଭାବେ ବେହେରା କରଣ ସେବାକୁ ପୁନଃ ପ୍ରଚଳନ କରାଯାଇଛିା[୩]

ଛତିଶାନିଯୋଗ[ସମ୍ପାଦନା]

ଜଗନ୍ନାଥଙ୍କର ଛତିଶି ପାଟକ ସେବା ରହିଥିବା ବେଳେ, ତାଙ୍କର ପ୍ରତିଟି କାର୍ଯ୍ୟ ପାଇଁ ସେବକ ଖଞ୍ଜା ହୋଇଛନ୍ତିା ହେଲେ ତାଙ୍କର ଛତିଶି ପାଟକ ସେବାର ପ୍ରତିନିଧିତ୍ଵ କରନ୍ତି ଛତିଶା ନିଯୋଗ। ମାଦଳାପାଞ୍ଜି ଅନୁଯାୟୀ ଗଙ୍ଗବଂଶର ରାଜା ଅନଙ୍ଗଭୀମ ଦେବ ପ୍ରଥମ ଥର କରି ଛବିଶା ନିଯେ।ଗ ବୋଲି ଏକ ଗୋଷ୍ଟି ପ୍ରଚଳନ କରାଇଥିଲେ । ଶ୍ରୀମନ୍ଦିରର ସେବକମାନେ ଦେବତାଙ୍କର ଭିନ୍ନ ଭିନ୍ନ ନିତି କରିବା ଅନୁସାରେ ୩୬ଟି ଶ୍ରେଣୀରେ ବିଭକ୍ତ- ସେମାନଙ୍କୁ ଛତିଶା ନିଯୋଗ ବୋଲାଯାଏ, ।

ବାମଦେବ ସଂହିତାର ଏକାଦଶ ଅଧ୍ୟାୟରେ ଶ୍ରୀଜଗନ୍ନାଥଙ୍କର ସେବକମାନଙ୍କର ନାମ, ଲକ୍ଷଣ ଓ ତାଙ୍କ କାର୍ଯ୍ୟ ସମ୍ବନ୍ଧରେ ଉଲ୍ଲିଖିତ ହୋଇଅଛି । ସେହି ସେବକମାନେ ହେଲେ: ରାଜା, ପୂଜକ, ବ୍ରହ୍ମା, ଚରୁହୋତା, ପାତ୍ରହୋତା, ଆଚାର୍ଯ୍ୟ, ଯାଜ୍ଞିକ, ଅଗ୍ନିଶର୍ମା, ବିଶ୍ଵାବସୁକୁଳଜାତ ସେବକ, ବିଦ୍ୟାପତିକୁଳଜାତ ସେବକ ଓ ପ୍ରତିହାରୀ । ଏହି ସେବକମାନଙ୍କୁ କାକଳ୍ରମେ ଛତିଶ ପ୍ରକାରରେ ବିଭକ୍ତ କରାଯାଇଛି ଯାହା କି ଛତିଶାନିଯୋଗ ନାମରେ ପ୍ରସିଦ୍ଧ ।[୪]

  1. ଭିତରଛ ମହାପାତ୍ର, ତଳିଛ ମହାପାତ୍ର
  2. ପୁରୋହିତ
  3. ପୂଜାପଣ୍ଡା
  4. ପୁଷ୍ପାଳକ
  5. ବଡୁ
  6. ପତିମହାପାତ୍ର
  7. ପ୍ରତିହାରୀ
  8. ମେକାପ
  9. ସୁଆର
  10. ଖୁଣ୍ଟିଆ
  11. ମୁଦୁଲି
  12. ଦଇତା
  13. ଦତ୍ତ
  14. କରଣ
  15. ହଡ଼ପନାୟକ
  16. ଘଟୁଆରୀ
  17. ମହାଭୋଇ
  18. ପାଣିଆପଟ
  19. ବଜନ୍ତ୍ରୀ
  20. ଗାୟଣୀ
  21. ଗୀତଗୋବିନ୍ଦ ସେବକ
  22. ଚତର
  23. ଚକ୍ରଦିହୁଡ଼ି
  24. କୁମ୍ଭାରବିଶୋଇ
  25. ସୁଆଁସିଆ
  26. ଚୂନରା
  27. ଜ୍ୟୋତିଷ
  28. ବୈଦ୍ୟ
  29. ସବୁତ ନିଯୋଗ
  30. ବିନ୍ଧାଣୀ
  31. ତୀର୍ଥମାଟିଆ
  32. ଓଝା ମହାରଣା
  33. ଚାପା ଦଳେଇ
  34. ଅଶ୍ଵହସ୍ତି ସେବକ
  35. ମହାସେଠୀ
  36. ପାଳିଆ ମାହାର

ସାଧାରଣତଃ ଶିବ ଓ ବିଷ୍ଣୁଙ୍କ ମନ୍ଦିରରେ ଦୁଇ ଜାତିର ସେବକ ଦେଖା ଯାଆନ୍ତି ଯଥା- ବ୍ରାହ୍ମଣ (ପଣ୍ଡା ବା ସୁଆର) ଓ ଶୂଦ୍ର (ମାଳି, ବଡୁ ବା ମଲିଆ) । ପୁରୀର ଶ୍ରୀଜଗନ୍ନାଥଙ୍କର ସବୁ ଶ୍ରେଣୀର ଶୂଦ୍ର ଓ ବ୍ରାହ୍ମଣ ସେବକ ।[୫]

  • ଗଜପତି ମହାରାଜା: ରଥଯାତ୍ରା ସମୟରେ ଦେବତାଙ୍କ ପହଣ୍ଡିବିଜେ କଲାବେଳେ ଛେରାପହଁରା ସେବା ।
  • ମୁଦିରସ୍ତ/ ମୁଦିରଥ: ରାଜାଙ୍କ ପ୍ରତିନିଧି, ରାଜାଙ୍କ ଅନୁପସ୍ଥିତିରେ ସେବାକାର୍ଯ୍ୟ ଚଳାଇବା ।
  • ପରିଛା: ମନ୍ଦିର ପରିଚାଳନ, ସେବା, ଯାତ୍ରାଦି ତନଖିବାର ସର୍ବଶ୍ରେଷ୍ଠ ରାଜକର୍ମଚାରୀ ।
  • ଛତିଶା ନିଯୋଗ ନାୟକ/ ପାଟ୍ଟଯୋଶି ମହାପାତ୍ର: ଛତିଶାନିଯୋଗ ମାନଙ୍କଅ ଅଧ୍ୟକ୍ଷ ।
  • ତଳିଚ୍ଛୋ ମହାପାତ୍ର/ ତଳିଛ/ ତଳଛ: ପରିଛାଙ୍କ ପ୍ରତିନିଧି: ରାତ୍ର ପହୁଡ଼ ପରେ ଦ୍ଵାର ମୁଦ କରନ୍ତି ଏବଂ ରୋଷ ନିର୍ମଳ ରଖନ୍ତି ଓ ରୋଷ ଉପରେ କର୍ତ୍ତୃତ୍ଵ କରନ୍ତି ।

[ସମ୍ପାଦନା]

  • ଅଖଣ୍ଡ/ଅଖଣ୍ଡଳ ମେକାପ: ରତ୍ନ ସିଂହାସନ ନିକଟରେ ଥିବା ଅଖଣ୍ଡ ଦୀପ ଜଳାଇ ରଖିବା /ପ୍ରଦୀପ ଜଳାଇବା ।
  • ଅଣସର ସୁଧ ସୁଆର
  • ଅଙ୍ଗାରୁଆ: ରୋଷଘରୁ ପାଉଁଷ କାଢ଼ିବା ।
  • ଅମାଲୁ ତୋଳି ଓ ପୁର ଖରଡ଼ା
  • ଅମୁଣିଆ ଛତ୍ର/ ଅମୋଣିହାଛତାର: ଯାନିଯାତ୍ରାମାନଙ୍କରେ ଛତି ଓ ତ୍ରାସ ଧରନ୍ତି

[ସମ୍ପାଦନା]

  • ଆସ୍ଥାନ ପଢ଼ିଆରୀ/ ଆସ୍ଥାନ ପ୍ରତିହାରୀ: ପର୍ବ ସମୟରେ ଡାକ ଦେବା ।

[ସମ୍ପାଦନା]

  • କରତିଆ/ କରତୀ: ରଥ ତିଆରି ସମୟରେ କାଠ କାଟିବା
  • କଳା ବେଠିଆ: ରଥ ଯାତ୍ରା ସମୟରେ ରଥ ଟାଣିବା
  • କାହାଳିଆ: ବିଜେ କାହାଳି ଫୁଙ୍କିବା
  • କୁମ୍ଭାର ବିଶୋଇ: ହାଣ୍ଡି, କୁଡୁଆ ଓ ଅନ୍ୟାନ୍ୟ ମାଟିପାତ୍ର ଯୋଗାଇବା ।
  • କୋଠ କରଣ
  • କୋଠଭୋଗ ପାଣିଆ
  • କୋଠ ଭୋଗ ଯୋଗାଣିଆ
  • କୋଠ ସୁଆଁଁସିଅା: ବିଭିନ୍ନ ଯାନିଯାତ୍ରା ସମୟରେ ଛାମୁଣ୍ଡିଆ, ଚାଳିଘର ଇତ୍ୟାଦି ତିଆରି କରନ୍ତି

[ସମ୍ପାଦନା]

  • ଓଝା ମହାରଣା: ମନ୍ଦିର କମାର

[ସମ୍ପାଦନା]

  • ଖଟଶେଯ ମେକାପ
  • ଖଟୁଳି ସେବକ: ଅବକାଶ ପୂଜା ସମୟରେ ପିଢା ରଖିବା
  • ଖଡ଼ିକା ସୁଆଁସିଆ: ଜଗମୋହନ ଓଳାଇବା ।
  • ଖୁଣ୍ଟିଆ: 'ମଣିମା' ଡାକଦେବା ଓ ଠାକୁର ମାନଙ୍କୁ ଜଗିବା ଏମାନଙ୍କ ମୁଖ୍ୟ କାମ ।
  • ଖୁରି ନାୟକ/ ଖୁରିଘର ନାୟକ: ସମୟଜ୍ଞାପକ ଘଣ୍ଟା ବଜାଇବା ।

[ସମ୍ପାଦନା]

  • ଗରାବଡୁ: ପୂଜାପଣ୍ଡାଙ୍କ ନିକଟରେ ପାଣିଗରା ରଖିବା ।
  • ଗୀତ ଗୋବିନ୍ଦ ସେବକ: ବଡ଼ସିଂହାର ଭୋଗ ପରେ ଚନ୍ଦନଲାଗି ସମୟରେ ଜୟଦେବଙ୍କ ଗୀତ ଗୋବିନ୍ଦ ବୋଲିବା
  • ଗୁଣବଳୁଆ: ଦଉଡ଼ି ବଳିବା ।
  • ଗୋଛିକର

[ସମ୍ପାଦନା]

  • ଘଣ୍ଟୁଆ: ଦୈନିକ ନୀତି ଓ ପର୍ବପର୍ବାଣି ସମୟରେ ଘଣ୍ଟ ବଜାଇବା
  • ଘଟୁଆରି/ ଘୋଟୁଆରୀ: ଚନ୍ଦନ ଘୋରିବା ।

[ସମ୍ପାଦନା]

  • ଚକା ଅପସରା ସେବକ: ଦରଜି ମାନଙ୍କଠାରୁ ପୋଷାକପତ୍ରର ଦାୟିତ୍ଵ ନିଅନ୍ତି । ବଳଭଦ୍ର,ସୁଭଦ୍ରା ଓ ଜଗନ୍ନାଥ ବିଜେ ଆସ୍ଥାନରେ ସର୍ବଦା ରହିଥାଏ ଚକା । ଦାରୁବ୍ରହ୍ମଙ୍କ ବିଜେ ଚକା ହେଉଛନ୍ତି ସ୍ବୟଂ ବ୍ରହ୍ମା । ରତ୍ନବେଦୀ ହେଉ କି ଅଣସର ପିଣ୍ଡି, କୋଇଲି ବୈକୁଣ୍ଠର ନିର୍ମାଣ ମଣ୍ଡପର ପିଣ୍ଡି ହେଉ ବା ସ୍ନାନବେଦୀର ପିଣ୍ଡି ସବୁଠି ରହିଛି ଚକା । ଚକା ବିଜେ ଓ ଅପସରା କ।ର୍ଯ୍ୟ କରିବା ପାଇଁ ରହିଛନ୍ତି ସ୍ଵତନ୍ତ୍ର ଚକା ଅପସରା ସେକକ। ଏମାନେ ଶାଢୀବନ୍ଧା ସେବକ । ଏହି ସେବକମାନେ ଅଣସର ପିଣ୍ଡିରେ ଚକା ବିଜେ କରାଇବା ସହ ବିଗ୍ରହ ଉଠିବା ପରେ ଚକା ଅପସରା କରିଥାନ୍ତି ।ଏହି ସେବକମାନେ ଜଗନାଥଙ୍କ ଯାତ୍ରା କାଳରେ ମାଣ୍ଡି,ମୁଚୁଳା ନେବା ଆଣିବା କରିଥାନ୍ତି । ସ୍ନାନ ଯାତ୍ରାରେ ଦେବ ବିଗ୍ରହଙ୍କ ସ୍ନାନମଣ୍ଡପକୁ ଯାତ୍ରା ପରେ ଓ ଅଣସର ପିଣ୍ଡିରେ ସେଠାରେ ଚକା ମାଣ୍ଡି ଓ ମୁଚୁଳା ନେଇ ବିଜେ କରାଇଥାନ୍ତି । ରଥଯାତ୍ରା ବେଳେ ଦେବ ବିଗ୍ରହମାନଙ୍କର ମାଣ୍ଡି ମୁଚୁଳା ଜଗନ୍ନାଥ ମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ଏବଂ ସେଠାରୁ ଜଗନ୍ନାଥ ମନ୍ଦିରକୁ ଏହି ସେବକମାନଙ୍କ ଦ୍ଵାରା ନେବା ଆଣିବା କରାଯାଇଥାଏ ।
  • ଚକ୍ର ଦିହୁଡ଼ିଆ: ଚକ୍ରମସାଲ ଧରିବା ।
  • ଚର୍ଚ୍ଚାଇତ କରଣ: ନୀତି ଯେପରି ନିୟମିତ ଭାବେ ହେବ, ତାହା ଦେଖିବା ଦାୟିତ୍ଵ
  • ଚାଉଳାବଛା କରଣ/ ଚାଉଳବଛା: ରୋଷେଇ ହେବାକୁ ଥିବା ଚାଉଳ ବାଛିବା
  • ଚାପଦଳେଇ (ଦଳାଇ) ଓ ଚାପ ବେହେରା: ଚନ୍ଦନଯାତ୍ରା ସମୟରେ ଚାପ ପ୍ରସ୍ତୁତ କରିବା ଓ ଚଲାଇବା ।
  • ଚାଙ୍ଗଡ଼ା କରଣ: ଭଣ୍ଡାରର ଲାଗିବସ୍ତ୍ର ଓ ଅଳଙ୍କାର ହିସାବ ଲେଖିବା ।
  • ଚାଙ୍ଗଡ଼ା ମେକାପ: ଦେବତାଙ୍କ ପୋଷାକ ଓ ଅଳଙ୍କାରମାନ ପିନ୍ଧାଇବା ପାଇଁ ଡାଲାରେ ସଜାଇବା ।
  • ଚିତ୍ରକର: ରଥ ରଙ୍ଗ କରିବା ।
  • ଚୂନରା ଗରୁଡ଼ ସେବକ/ ଚୂନରା: ଗରୁଡ଼ପ୍ରତିମାଙ୍କ ସେବା କରିବା, ଏକାଦଶୀ ଦିନ ଦେଉଳର ଶିଖରକୁ ମହାଦୀପ ଉଠାଇବା ।

[ସମ୍ପାଦନା]

  • ଛତାରସେବକ/ ଛତାଧରା: ଯାତ୍ରା ସମୟରେ ଧଳା ଓ କଳା ଛତି ବୋହିବା ।
  • ଛାମୁ ଦିହୁଡ଼ିଆ: ଦେବତାଙ୍କ ଆଗରେ ମସାଲ ଧରିବା ।

[ସମ୍ପାଦନା]

  • ଜଗିଆ: ଭୋଗ ସମୟରେ ପହରା ଦେବା ।
  • ଜୟମଙ୍ଗଳ ଆଳତି ସେବକ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଆଳତି କରିବା ସେବକ।
  • ଜ୍ୟୋତିଷ/ ଖୁରି ନାହାକ: ଅବକାଶ ପୂଜା ସମୟରେ ଠାକୁରଙ୍କ ସମ୍ମୁଖରେ ସେହିଦିନର ତିଥି ବାର ପଢି ଜଣାଇବା

[ସମ୍ପାଦନା]

  • ଟମକିଆ ବା ବଜନ୍ତ୍ରୀ/ ବଜୟନ୍ତ୍ରୀ: ବାଜାଦାର ।
  • ଡମ୍ବରୁ ସେବକ: ଜୟବିଜୟ ଦ୍ଵାର ନିକଟରେ ମେଘଡ଼ମ୍ବରୂ ବା ଟୁଲ ଯୋଗାଇବା ।

[ସମ୍ପାଦନା]

  • ତରାସିଆ: ଯାତ୍ରା ସମୟରେ ତ୍ରାସ ଧରିବା ।
  • ତଅଁରା: କଂସାବାସନ ତିୟାରି କରିବା ।
  • ତଢ଼ଉ: ମୋହରିର ।
  • ତଢ଼ାଉକରଣ: ଦୈନନ୍ଦିନ ନୀତି ସମ୍ପର୍କୀୟ ପଞ୍ଜିକା (ମାଦଳା ପାଞ୍ଜି) ଲେଖିବା ଓ ବିଶେଷ ନୀତିଗୁଡ଼ିକ ସମ୍ପର୍କରେ ଅନ୍ୟ ସେବକମାନଙ୍କୁ ଜଣାଇବା ।
  • ତନ୍ତିବଡୁ/ ପନ୍ତିବଡୁ: ବାଘମୁହାଁ ବାନ୍ଧି ପୂଜାର ନୈବେଦ୍ୟ ଗର୍ଭଗୃହକୁ ନିଅନ୍ତି ।
  • ତାଟୁଆ
  • ତାମରାବିଶୋଇ/ ତାମ୍ରବିଶୋଇ: ତମ୍ବା ବାସନ ତିଆରି/ମରାମତି କରିବା
  • ତୁଳାବତୀ ବା ହାଣ୍ଡି ଯୋଗଣିଆ: ଭଣ୍ଡାରକୁ ଓ ରୋଷକୁ ହାଣ୍ଡି ଦେବା ଓ ସନ୍ଧ୍ୟାଧୂପ ଅମୁଣିଆ ବୁହାବେଳେ ଦୀପ ଦେଖାଇବା ।
  • ତୂଳାଭିଣା:
  • ତୋଳାବଡୁ:

[ସମ୍ପାଦନା]

  • ଦରଜୀ ବା ସିପୁଟି: ସିଲାଇକାମ
  • ଦଇତା: ଠାକୁରଙ୍କୁ ପହଣ୍ଡି ବିଜେ କରାଇବା, ସ୍ନାନଯାତ୍ରା, ନବକଳେବର, ଅଣସର ଓ ରଥଯାତ୍ରା ସମୟରେ ସେବା କରିବା ।
  • ଦଉଡ଼ି ବଳା:
  • ଦଣ୍ଡିଆ: ଶ୍ରୀ ବିମଳାଙ୍କ କୂଅରୁ ପାଣି ବାହାର କରିବା ନିମନ୍ତେ ଦଉଡ଼ି ଯୋଗାନ୍ତି
  • ଦର୍ପଣିଆଁ: ଠାଙ୍କୁରଙ୍କ ସ୍ନାନ ସମୟରେ ଦର୍ପଣ ଯୋଗାନ୍ତି । ଠାକୁରଙ୍କର ବାସନ ସଫା କରନ୍ତି ।
  • ଦଳବେହେରା: ପ୍ରହରୀଙ୍କ ସରଦାର ।
  • ଦତ୍ତ ମହାପାତ୍ର: ଶ୍ରୀମୁଖ ଶିଙ୍ଗାର କରନ୍ତି
  • ଦୟଣାପତ୍ରୀ/ ଦୟଣାମାଳୀ: ଠାକୁରଙ୍କ ନିମନ୍ତେ 'ଦଅଣା' ଯୋଗାଇବା
  • ଦାଝୀ, ମାହାରୀ, ତଳିସେବକ: ନର୍ତ୍ତକୀ
  • ଦେଉଳକରଣ: ମାଦଳାପାଞ୍ଜି ଓ ହିସାବ ଲେଖିବା । ଭଣ୍ଡାର, ଚାଙ୍ଗଡ଼ାଘର, ସେବା ହସ୍ତାନ୍ତରର ହିସାବ ରଖନ୍ତି ଓ ପର୍ବାଣି ଖେଇ ବଣ୍ଟନ କରନ୍ତି
  • ଦେଉଳ ପୁରୋହିତ: ରଥ ଅନୁକୁଳ, ଅଭିଷେକ ଇତ୍ୟାଦି କରିବା
  • ଦୋଶାଖା: ଦୁଇ ଶାଖାଯୁକ୍ତ ମସାଲ ଧରିବା ।
  • ଦ୍ଵାରୀ: ଦ୍ଵାରରକ୍ଷକ ।

[ସମ୍ପାଦନା]

  • ଧ୍ଵଜଧରା ସେବକ: ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମୁଣୋହି ବେଳେ ଗରୁଡ଼ଧ୍ଵଜ, ତାଳଧ୍ଵଜ ଆଦି ଧରିବା ସେବକ।
  • ଧୋ ପଖାଳିଆ: ରୋଷ ଧୋଇ ସଫା କରିବା ।

[ସମ୍ପାଦନା]

  • ନହବତବାଲା ନାଗର୍ଚି
  • ନଳାହୁରୁଡ଼ା: ନଳାର ପାଣି ସଫା କରିବା ।
  • ନାଗରଚି:

[ସମ୍ପାଦନା]

  • ପତର ବନ୍ଧା
  • ପତି ମହାପାତ୍ର
  • ପର୍ବଯାତ୍ରା ଯୋଗାଣିଅା
  • ପାଳିଆ ମାହାର: ବେଢ଼ା ମଧ୍ୟରୁ ମଇଳା ସଫା କରିବା ।
  • ପତ୍ରୀବଡୁ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପୂଜାର ସମସ୍ତ ଉପକରଣ ପଣ୍ଡାମାନଙ୍କୁ ବଢ଼ାଇଦେବା ଓ ପୂଜାପଣ୍ଡାଙ୍କ ନିକଟରେ ଫୁଲ ତୁଳସୀ ରଖନ୍ତି ।
  • ପଢ଼ିଆରୀ: ଠାକୁରଙ୍କ ନିକଟରେ ପହରା ଦିଅନ୍ତି । ଭୋଗ ଡାକନ୍ତି ଏବଂ ଯାତ୍ରୀମାନଙ୍କ ନିରାପତ୍ତା ବିଷୟରେ ଦୃଷ୍ଟି ଦିଅନ୍ତି ।
    • ଗୋଛିକାର ଓ ଦୁଆର ନାୟକ: ଦେଉଳର ଚାରି ଦୁଆର ଜଗିବା ଓ ଅମୁଣିଆଁ ଆସିଲାବେଳେ ଦକ୍ଷିଣ ଦୁଆରେ ଅନ୍ୟଲୋକଙ୍କୁ “ଆଡ଼ ହୋ” ବୋଲି ଆଦେଶ ଦେବା ।
  • ପନ୍ତିବଡୁ/ ତନ୍ତିବଡୁ: ବାଘମୁହାଁ ବାନ୍ଧି ପୂଜାର ନୈବେଦ୍ୟ ଗର୍ଭଗୃହକୁ ନିଅନ୍ତି ।
  • ପଟଶେଜ ମେକାପ: ଠାକୁରଙ୍କ ଶଯ୍ୟା ରଚନା କରିବା ।
  • ପଥୁରିଆ: ମିସ୍ତ୍ରୀ
  • ପନିକି ପଟା: ରୋଷଘରେ ପରିବା କାଟି ଯୋଗାଇବା
  • ପରୀକ୍ଷାବଡୁ: ପୂଜା ପଣ୍ଡାଙ୍କ ନିକଟରେ ପୂଜାବାସନ ରଖିବା ।
  • ପାଇକ: ପ୍ରହରୀ । ଦଳେଇ ଓ ଦଳବେହେରାଙ୍କ ଅଧିନରେ, ଶ୍ରୀମନ୍ଦିର ପ୍ରଶାସକଙ୍କ ଆବଶ୍ୟକତା ଅନୁସାର କାମ କରିଥାନ୍ତି ।
  • ପାଳିଆ ମହାପାତ୍ର: ଅଣସର ମମୟରେ ସେବା କରିବା ।
  • ପାଳିଆ ମେକାପ
  • ପାଟରା ବିଶୋଇ/ ପାଟରା: ବିଭିନ୍ନ ନୀତିରେ ବ୍ୟବହାର ହେଉଥିବା ପାଟଡୋର ପ୍ରସ୍ତୁତ କରନ୍ତି
  • ପାଣିଆଁ: ରୋଷେଇ ପାଇଁ ଜଳ ଯୋଗାଇବା ।
  • ପାଣିଆପଟ: ଦିନସାରା ବିଭିନ୍ନ ନୀତି ନିମନ୍ତେ ପାଣି ଯୋଗାଇବା ।
  • ପାଟଯୋଷୀ ମହାପାତ୍ର
  • ପାତ୍ର: ମାଳାଗୁନ୍ଥିବା ।
  • ପିକାପ/ ଗନ୍ଧଣ ନିକାପ
  • ପୁଷ୍ପାଳକ/ ପଶୁପାଳକ/ ସିଂହାରୀ: ଦେବତାମାନଙ୍କୁ ବେଶ ଲାଗି କରାଇବା । ଅବକାଶ ପୂଜା କରିବା (ଦର୍ପଣ ଦେଖାଇ ଶ୍ରୀମୁଖ ପ୍ରକ୍ଷାଳନ, ଦାନ୍ତକାଠୀ ଲାଗି, ଆଚମନ, ଧୂପଦୀପ ସହିତ ଶ୍ରୀମୁଣ୍ଡିରେ ପଞ୍ଚାମୃତ ସ୍ନାନ, ସୁଗନ୍ଧ ଅଏଁଳା ଇତ୍ୟାଦି ଲାଗି କରାଇବା) । ରଥ ଉପରେ ଠାକୁରଙ୍କୁ ଭୋଗ ଲଗାଇବା ।
  • ପୂଜାପଣ୍ଡା: ବ୍ରାହ୍ମଣ ଜାତୀୟ ସେବକ, ନୈବେଦ୍ୟ ସମର୍ପଣ କରିବା ।[୬]
  • ପୂରାଣ ପଣ୍ଡା: ଶ୍ରୀମନ୍ଦିରରେ ପୂରାଣ ପାଠ କରିବା ।
  • ପ୍ରତିହାରୀ
  • ପ୍ରଧାନି/ ପଧାନି: ପଣ୍ଡାମାନଙ୍କୁ ଡାକନ୍ତି ଓ ମୁକ୍ତିମଣ୍ଡପରେ ଖେଇ ବାଣ୍ଟନ୍ତି । ପରିଛାଙ୍କ ହାତକୁ ସୁନାବେତ ଦେବା ଓ ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କୁ ଭୋଜନ ଦେବା ।
  • ପ୍ରସାଦବଡୁ: ଶୁଖୁଲି ଅମୁଣିଆଁ ଦିଅଁଙ୍କ ଆଗରେ ରଖିବା, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସାଦ ନେଇ ଗଜପତି ରାଜାଙ୍କ ଉଆସରେ ପହଞ୍ଚାଇବା ।

[ସମ୍ପାଦନା]

  • ଫାରକ: ଭଣ୍ଡାର ଜଗିବା ।
  • ଫୁଲ ବଡୁ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଫୁଲ ନେଇ ଗଜପତି ମହାରାଜାଙ୍କ ନଅରରେ ପହଞ୍ଚାଇବା ।

[ସମ୍ପାଦନା]

  • ବଇଠି କରଣ
  • ବଡ଼ପଣ୍ଡା: ପୂଜାପଣ୍ଡାମାନେ ସେମାନଙ୍କ କର୍ତ୍ତବ୍ୟ ବିଧିମତେ ସମ୍ପଦନା କରୁଛନ୍ତି କି ନାହିଁ, ତାହା ଉପରେ ନଜର ରଖନ୍ତି ।
  • ବଡୁସୁଆର
  • ବଢେଈ: ରଥ ତିଆରି କରିବା
  • ବଣିଅା: ଅଳଙ୍କାର ତିଆରି ଓ ମରାମତି କରିବା
  • ବଲ୍ଲଭ ଯୋଗାଣିଆ
  • ବଳିତା ସେବକ/ ଆଳତି ବଳିତା ସେବା: ସମସ୍ତ ଆଳତି ନିମନ୍ତେ ବଳିତା ଯୋଗାଇବା ।
  • ବାଣୁଆ: ଯାନିଯାତ୍ରା ସମୟରେ ବାଣ ଯୋଗାଇବା
  • ବାହାର ଦେଉଳ ସୁଆର/ ବାହାର ଦେଉଳି ସୁଆର: ଲକ୍ଷ୍ମୀଙ୍କ ରୋଷରେ ରାନ୍ଧନ୍ତି ।
  • ବାହାର ଦେଉଳି ଯୋଗାଣିଆ
  • ବିଡ଼ିଆ ଯୋଗାଣିଆ: ଠାକୁରଙ୍କ ଲାଗି ପାନଖିଲ ସଂଗ୍ରହ କରି ଆଣି ହଡ଼ପ ନାୟକଙ୍କୁ ଯୋଗାଇବା ।
  • ବିମାନ (ବିବାନ) ବଡୁ: ଶ୍ରୀମନ୍ଦିରର ଚଳନ୍ତି ପ୍ରତିମାମାନଙ୍କୁ ଯାତ୍ରାଦି ସମୟରେ ବହନ କରୁଥିବା ବିମାନକୁ କାନ୍ଧେଇବା ।
  • ବିରିବଟା ସମର୍ଥା: ପିଠାପଣା ନିମନ୍ତେ ଦରକାର ମୁତାବକ ବିରି ବାଟିବା
  • ବିରିବୁହା ସୁଆର: ସମର୍ଥାଠାରୁ ରାନ୍ଧିବା ପାଇଁ ଜିନିଷ ନେଇ ସୁଆରକୁ ଦେବା ।
  • ବିଡୁଆ: ମଥମଲ ବା ଛେକ ପ୍ରସ୍ତୁତ କରନ୍ତି
  • ବୀଣାକାର: ଠାକୁରଙ୍କର ପହୁଡ଼ ପୂର୍ବରୁ ବୀଣା ବଜାନ୍ତି ।
  • ବେଣ୍ଟ ବିନ୍ଧା ପାଇକ: ଶିକାରୀ ଭାବେ ମାନ୍ୟତାପ୍ରାପ୍ତ । ଠାକୁରଙ୍କ ତରଫରୁ ଜଗନ୍ନାଥ ବଲ୍ଲଭ ମଠକୁ ଯାଇ ଶିକାର କରନ୍ତି ।
  • ବୈଦ୍ୟ: ଅଣସର ସମୟରେ ଠାକୁରଙ୍କୁ ଔଷଧ ଦିଅନ୍ତି
  • ବିନ୍ଧାଣି: ବଣିଆଁ
  • ବୋଝିଆ: କୁମ୍ଭାରଘରୁ କୁଡୁଆ ଆଣିବା ।

[ସମ୍ପାଦନା]

  • ଭଣ୍ଡାର ନାୟକ: ଭଣ୍ଡାରର ହିସାବ ଲେଖିବା ।
  • ଭଣ୍ଡାର ମେକାପ: ଶ୍ରୀଜୀଉଙ୍କ ଦୈନିକ ବ୍ୟବହାର ନିମନ୍ତେ ପୋଷାକ, ଅଳଙ୍କାରାଦି ସମସ୍ତ ଆବଶ୍ୟକୀୟ ପଦାର୍ଥ ସହିତ ବାହାର ଭଣ୍ଡାର ଦାୟିତ୍ଵରେ ରହନ୍ତି ।
  • ଭିତର ଗାଉଣୀ/ ଭିତର ଗାଆଣୀ ଦେବଦାସୀ: ପହଡ଼ ସମୟରେ ଓ ଅନ୍ୟାନ୍ୟ ଯାତ୍ରା ବେଳେ ଗୀତ ବୋଲିବା ।
  • ଭିତରଛ ମହାପାତ୍ର/ ଭିତରଛଉ: ସକାଳେ ଦେଉଳ ଦୁଆର ଫିଟାଇବା, ଭୋଗ ସମୟରେ ଶୁଦ୍ଧତା ଜଗିବା, ବେଶ କରିବା ।
  • ଭିତର ଗରାବଡୁ: ଆବଶ୍ୟକ ବେଳେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପାଣି ଧରି ଖଟିବା ।

[ସମ୍ପାଦନା]

  • ମଣ୍ଡଣି ସେବକ: ଯାନିଯାତ୍ରା ସମୟରେ ଚାନ୍ଦୁଆ ବାନ୍ଧିବା
  • ମହାଜନ: ପାର୍ଶ୍ଵଦେବତାଙ୍କୁ ନରେନ୍ଦ୍ର ପୁସ୍କରଣୀକୁ ନେବାଆଣିବା କରିବା ।
  • ମହାଭୋଇ: ମନ୍ଦିର ରୋଷଘରକୁ ଓ ଅନ୍ୟାନ୍ୟ ଯାନିଯାତ୍ରା ସମୟରେ କ୍ଷୀର ଓ ଦହି ଯୋଗାଇଥାନ୍ତି
  • ମହାସୁଆର : ପନ୍ତିକୁ ପ୍ରଥମ ଛେକ ନିଅନ୍ତି ।
  • ମହାସେଠୀ ବା ମଢ଼ିଆଳ: (ଲୁଗା କାଚିବା)

ମହାବାହୁ ରଥରେ ବିଜେ କରି ଯାତ୍ରାରେ ବାହାରିଲେ ତାଙ୍କ ସହିତ ତାଙ୍କର ନିତ୍ୟ ବ୍ୟବହୃତ ପୋଷାକ ମଧ୍ୟ ଯାଇଥାଏ । ବିଗ୍ରହଙ୍କର ଦୈନଦିନ ନାତିରେ ବ୍ୟବହୃତ ପୋଷାକ ପାଇଁ ତାଙ୍କ ଉପାସନାରେ ଦୁଇ ପ୍ରକାର ସେବକ ରହିଛନ୍ତି । ଜଣେ ଲୁଗାଧୁଆ ପାଣିକୁଣ୍ଡ ସେବକ ଓ ଆଉ ଜଣେ ମହାସେଠୀ ସେବକ । ପ୍ରାଚୀନ କାଳରୁ ଗଜପତିଙ୍କ ସନନ୍ଦ ପାଇ ଏହି ମହାସେଠୀ ସେବକ ବିଗ୍ରହଙ୍କ ବ୍ୟବହୃତ ଲୁଗାପଟା ସଫା କରି ଆସୁଛନ୍ତି । ସେ ସଫାକରି ଦେବା ପରେ ତାକୁ ଆଉଥରେ ପାଣିକୁଣ୍ଡରେ ଧୁଆଯାଏ । ତାହାକୁ ଲୁଗାଧୁଆ ପାଣିକୁଣ୍ଠ ସେବକ ଚାଙ୍ଗଡ଼ା ମେକାପଙ୍କୁ ହସ୍ଥାନ୍ତର କରିଥାନ୍ତି । କେତେକ ବିଶେଷ ପୋଷାକ ଲୁଗାଧୁଆ ପାଣିକୁଣ୍ଡ ସେବକ ସଫାକରି ସାଇତି ରଖନ୍ତି । ସେମାନଙ୍କର ସାଙ୍ଗିଆ ହେଉଛି ପଣ୍ଡା । ବର୍ତ୍ତମାନ ମହାବାହୁଙ୍କର ମହାବାହୁଙ୍କ ସେବା କରୁଛନ୍ତି ପୂର୍ଣ୍ଣଚନ୍ଦ୍ର ସେଠୀ । ଗୌଡଡ଼ବାଡ଼ ସାହିରେ ରହୁଥବା ପୂର୍ଣ୍ଣଚନ୍ଦ୍ରଙ୍କ ବାପାଙ୍କ ନାମ ଥଲା ମୃଷା ସେଠୀ । ଅତୀତରେ ନବକଳେବର ସମୟରେ ମାର୍କଣ୍ଡ ତୀର୍ଥରେ ଦଶାହ ସେବା ଖଟିଥବାରୁ ତାଙ୍କ କାର୍ଯ୍ୟରେ ଖୁସି ହୋଇ ଗଜପତି ମହାରାଜା ଶ୍ରୀମନ୍ଦିର ପରିସରରେ ମୁକ୍ତିମଣ୍ଡପ ନିକଟରେ ତାହାକୁ "ଜେନାମଣି' ଉପାଧି ପ୍ରଦାନ କରିଥଲେ । ସେମାନେ ମହାବାହୁଙ୍କର ପାଟ, ଉତ୍ତରୀ, ତଡ଼ପ, ବଳା, ଘୋଡ଼ା ଇତ୍ୟାଦି ଓଡ଼ିଶାର ପାରମ୍ପରିକ ସଫା ଶୈଳୀରେ କଦଳୀ ଗଛର ଖାରରେ ସଫାକରି ଯୋଗାଇଥାନ୍ତି । ଶ୍ରୀମନ୍ଦିର ଗାରଦରୁ ଡାକରା ଗଲେ କମାଣ୍ଡରଙ୍କ ମାର୍ଫତରେ ତାଙ୍କ ମହାପ୍ରଭୁଙ୍କ ମଇଳା ବସ୍ତ୍ର ସଫା କରିବାକୁ ପ୍ରଦାନ କରାଯାଇଥାଏ । ସେମାନେ ସଫା କରି ଆଣି ଗାରଦରେ ଜମା ଦିଅନ୍ତି । ରଥଯାତ୍ରା ସମୟରେ ମହାପ୍ରଭୁ ସାଙ୍ଗରେ ନେଉଥବା ସମସ୍ତ ବସ୍ତ୍ର ଶ୍ରୀଗୁଣ୍ଡିଚା ପୂର୍ବରୁ ସଫା କରି ଯୋଗାଇଥାନ୍ତି । ତାହା ଏକ ସ୍ଵତନ୍ତ୍ର ବଡ଼ା କାଠ ବାକସରେ ନନ୍ଦିଘୋଷ ରଥରେ ଗୁଣ୍ଡିଚା ଘରକୁ ଯାଇଥାଏ । ମହାବାହୁ ରଥଯାତ୍ରାରୁ ଫେରିବା ପରେ ତାଙ୍କର ସମସ୍ତ ମଇଳା ପୋଷାକ ପ୍ରଭୃତି ମହାସେଠୀ ପୁଣି ସଫା କରି ଯୋଗାଇଥାନ୍ତି । ଖେଇ ବାବଦକୁ ଏମାନଙ୍କୁ ମିଳେ ମାସକୁ ୧oo ଟଙ୍କା । [୭]

  • ମହୁରିଆ ବା ତୁରୀବାଦକ:
  • ମାଦଳୀ/ ମାଦେଳି: ପଟୁଆର ସମୟରେ ମାଦଳ ବଜାଇବା ।
  • ମାପ ସାଇତା କରଣ/ ମହା ପ୍ରଶସ୍ତ ସେବା
  • ମାଳଚୂଳ ସେବକ: ବିଭିନ୍ନ ବେଶ ନିମନ୍ତେ ଚୁଳ ଯୋଗାଇବା
  • ମାଳିଆ ସୁଆଁସିଆ/ ମାଳି ସୁଆସିଆ: ଠାକୁରଙ୍କ ନିମନ୍ତେ କାଠପିଢ଼ା ଯୋଗାଇବା
  • ମାହୁନ୍ତ: ହସ୍ତି ଚାଳକ ।
  • ମୁଦିରସ୍ତ: ଗଜପତିଙ୍କର ଅନୁପସ୍ଥିତିରେ,ନିର୍ଦ୍ଦେଶ ପାଇ ମୁଦିରସ୍ତ ପ୍ରଭୁଙ୍କର ପ୍ରଥମ ସେବକର କାର୍ଯ୍ୟ ବହନ କରିଥାନ୍ତି ।
  • ମୂଖସିଂହାରଦତ୍ତ: ତିନି ଦିଅଙ୍କର ମୂଖ ଚିତ୍ର କରିବା ।
  • ମୂଖପଖାଳ ପଢ଼ିଆରୀ: ଠାଙ୍କୁରଙ୍କ ନିମନ୍ତେ ମୁତୁରୀ ଦାନ୍ତକାଠି ଓ ମୁହଁଧୁଆ ପାଣି ଯୋଗାଇବା ।
  • ମୂଦୁଲି: ପୂଜା ନିମନ୍ତେ ଦରକାର ବାସନର ରକ୍ଷକ, 'ମେକାପ'ଙ୍କୁ ଦରକାର ମୁତାବକ ପୂଜାଉପକରଣ ଯୋଗନ୍ତି । ଜୟବିଜୟ ଦ୍ଵାରର ଜଗୁଆଳି ଓ ଭଣ୍ଡାର ଜଗୁଆଳି ।
  • ମୂଦ୍ରା ସେବକ
  • ମେକାପ
    • ଅଖଣ୍ଡ ମେକାପ, ଚାଙ୍ଗଡ଼ା ମେକାପ, ପାଳିଆ ମେକାପ

[ସମ୍ପାଦନା]

  • ଯୋଗାଡ଼ମଜା: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାସନ ମାଜିବା ।
  • ଯୋଗାଣିଆ

[ସମ୍ପାଦନା]

  • ରଥ ଡାହୁକ
  • ରଥ ଭୋଇ: ରଥ ତିଆରି କାମ କରନ୍ତି ଓ ମୁଲିଆ ଯୋଗାନ୍ତି
  • ରୁବାଡ଼ିଆ: ରୋଷ ଅଗଣା ଓଳାଇବା ।
  • ରୂପକାର: ମୂର୍ତ୍ତିଗଢ଼ିବା ।
  • ରୋଷ ଅମିନ/ ଜଗିଆ ମହାସୁଆର: ରୋଷଘର ଜଗିବା ।
  • ରୋଷପାଇକ: ରୋଷଘରେ ଆଲୁଅ ଦେବା ଓ ଭୋଗ ସଙ୍ଗେ ଜୟ ବିଜୟ ଦ୍ଵାର ପର୍ଯ୍ୟନ୍ତ ଆସିବା ।
  • ରୋଷ ଧୋପଖାଳିଆ
  • ରୋଷ ମେକାପ: ରୋଷେଇ ନିମନ୍ତେ ଦରକାର ମୁତାବକ ଘିଅ ଦେବା ।

[ସମ୍ପାଦନା]

  • ଶଙ୍ଖୁଆ: ବୟୟନ୍ତ୍ରୀଙ୍କ ସହ ମିଶି ଶଙ୍ଖ ଫୁଙ୍କିବା
  • ଶିକାଧୁଆ ସୁଆର: ରୋଷଘରୁ ଭୋଗ ହେବାପାଇଁ ପଦାର୍ଥମାନ ମନ୍ଦିର ମଧ୍ୟକୁ ଯେଉଁ ଶିକାରେ ବୁହାହୁଏ, ତାକୁ ଧୋଇବା ।
  • ଶୁଦ୍ଧସୁଆର: ଭୋଗ ମାରା ହେଲେ ତାହା ଉଠାଇ ନେବା, ଅଣସର ବେଳେ ନିଆରା ପଣା "ପାଚନ ପାଣି" ତିଆରି ।

[ସମ୍ପାଦନା]

  • ସମର୍ଥା: ରୋଷ ପାଇଁ ଡାଲି ରଗଡ଼ିବା ।
    • ଚୁନାମୁଣ୍ଡା ସମର୍ଥା, ବିରିମୁଣ୍ଡା ସମର୍ଥା, ବିରିବୁହା ସମର୍ଥା
  • ସମ୍ପ୍ରଦା ନିଯୋଗ: ଏହି ନର୍ତ୍ତକୀ ମାନେ ଯାନିଯାତ୍ରା ସମୟରେ ଗୀତ ଗାଆନ୍ତି ।
  • ସାବତ ନିଯୋଗ/ ସାବୁତ ନିଯୋଗ: ପ୍ରତ୍ୟେକ ଅମାବାସ୍ୟା ଦିନ ସ୍ଵର୍ଗଦ୍ଵାର ନିକଟରେ ସ୍ଵତନ୍ତ୍ର ଭୋଗ କରିବା ।
  • ସୁଆର/ ସୂପକାର: ଶ୍ରୀଜଗନ୍ନାଥଙ୍କ ଅନ୍ନ ପାକାଦି କାର୍ଯ୍ୟ କରିବା
    • ବଡୁସୁଆର, ପିଠାସୁଆର, ତୁଣସୁଆର, ଥାଳି ସୁଆର, ବିନ୍ଦୁଆ ସୁଆର, ପାଗୁଆ ସୁଆର, ଅମାଲୁ ତୋଳି ସୁଆର, ତୋଳାବଡୁ ସୁଆର, ତୋଳା ବତି ସୁଆର
  • ସୁଆରବଡୁ: ପୂଜାସ୍ଥାନ ଝାଡ଼ିବା ଓ ଶ୍ରୀଜଗନ୍ନାଥଙ୍କ ଆଗରେ ଭୋଗ ରଖିବା । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୋଗ ପରେ ମନ୍ଦିର ଚଟାଣକୁ ପାଣି ପକାଇ ଧୋଇବା, ପାହାଡ଼ା (ଦେବତାଆଦି ବିଜେ ହେବା ସମୟରେ ବାଟରେ ବିଛା ଯାଉଥିବା ବସ୍ତ୍ର ) ପକାଇବା, ଧୂପ ଓ ଆଳତି ପାଇଁ ନିଆଁ ଓ ଆଲୋକ ଆଣି ଦେବା ଏବଂ ପଣ୍ଡାମାନଙ୍କୁ ଆଳତି କାଠୀ, ଧୂପଦାନୀ ଆଦି ବଢ଼ାଇ ଦେବା ।
  • ସୁଆର ମହାସୁଆର ନିଯୋଗ
  • ସୁଆଁସିଆ: ରୋଷଛୁଆଣି ଓ ମୂଲିଆକାମ କରିବା ।
  • ସୁଦୁ ସୁଆର: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୋଗ ପାଇଁ ମୁଗ ରଗଡ଼ିବା, ପରିବା କାଟିବା, ପାଚିଲାକଦଳି ପ୍ରଭୃତି ଆଣିଦେବା ଏବଂ ପଞ୍ଚାମୃତ ଯୋଗାଇବା ।
  • ସୁନା ଗୋସାଇଁ/ ସୁନା ଗୋସ୍ଵାମୀ: ସ୍ନାନଯାତ୍ରା ଦିନ ସୁନାକୁଅରୁ ପାଣି ବାହାର କରିବା

[ସମ୍ପାଦନା]

  • ହଡ଼ପ ନାୟକ: ଭୋଗପରେ ଶ୍ରୀଜଗନ୍ନାଥଙ୍କୁ ପାନ ଓ ମସଲା ଯୋଗାଇବା ।
  • ହାଣ୍ଡି ଯୋଗାଣିଆ: ରୋଷେଇ ପାଇଁ ହାଣ୍ଡି ଯୋଗାନ୍ତି ।

[ସମ୍ପାଦନା]

  • ଲୁଗାଧୁଆ, ପାଣିକୁଣ୍ଡ ସେବା: ଦେବତାଙ୍କ ଲୁଗା ଧୋଇବା ଓ ଶୁଖାଇବା ।
  • ଲେଙ୍କା: ପିଆଦା, ସେବକମାନଙ୍କୁ ଡାକନ୍ତି ।

ଆଧାର[ସମ୍ପାଦନା]

  1. "ଛତିଶା ନିଯୋଗ". ପ୍ରମେୟ. ୩ ଜୁନ୍ ୨୦୧୫. http://epaper.prameyanews.com/45603-17328809-1-article.html. Retrieved ୫ ଜୁଲାଇ ୨୦୧୫. 
  2. Patra, Dr.Benudhar; Sushanta Kumar Patra. "Chhatisa Nijoga in Shri Mandira". Orissa Review (June-July 2007): 29–33. Retrieved 14 August 2015.
  3. "ଛତିଶା ନିଯୋଗ". ପ୍ରମେୟ. ୩ ଜୁନ୍ ୨୦୧୫. http://epaper.prameyanews.com/45603-17328809-1-article.html. Retrieved ୫ ଜୁଲାଇ ୨୦୧୫. 
  4. ମିଶ୍ର, ଡ. ଜୟକୃଷ୍ଣ (୨୦୦୮). ବାମଦେବ ସଂହିତା. ସଦ୍‌ଗ୍ରନ୍ଥ ନିକେତନ, ପୁରୀ. pp. ୨୨–୨୪. ISBN ୯୭୮୮୧୯୦୬୩୯୦୦୨.  Check date values in: &#୧୨୪;date= (help)
  5. ଦାଶ, ପଣ୍ଡିତ ସୂର୍ଯ୍ୟନାରାୟଣ. "ପଞ୍ଚଦଶ ପରିଚ୍ଛେଦ". ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ତତ୍ତ୍ଵ. ଫ୍ରେଣ୍ଡ୍‌ସ୍‌ ପବ୍ଳିଶର୍ସ୍‌. pp. ୨୦୩–୨୪୨. ISBN ୮୧-୭୪୦୧-୩୧୩-X. 
  6. "Gopinath Puja Panda Samanta vs Ramchandra Deb And Ors. on 17 January, 1958". IndianKanoon. Retrieved 25 January 2015. 
  7. http://www.dharitri.com/Bhubaneswar/060716/p11.htm

ଅଧିକ ତଥ୍ୟ[ସମ୍ପାଦନା]