ବାମନ ବେଶ

ଉଇକିପିଡ଼ିଆ‌ରୁ
ବାମନ ବେଶ

ବାମନ ବେଶ ବା ବଳିବାମନ ବେଶ[୧] ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ଦିନ ଜଗନ୍ନାଥ ମନ୍ଦିରରେ ପାଳନ କରାଯାଏ ।[୨] ପୌରାଣିକ ଉପାଖ୍ୟାନ ଅନୁସାରେ ଏହିଦିନ ଏକ ଶୁଭ ମୁହୂର୍ତରେ ଭଗବାନ ବିଷ୍ଣୁ ନିଜ ପଞ୍ଚମ ଅବତାରରେ ଏକ ଦିବ୍ୟ, ଜ୍ୟୋତିର୍ମୟ ବାମନ ବାଳକ ରୂପରେ ଧରିତ୍ରୀରେ ଅବତରଣ କରିଥିଲେ । ନୃସିଂହ ଜନ୍ମଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପରି ଶ୍ରୀମନ୍ଦିରରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ଦିନ ବାମନ ଜନ୍ମ ପାଳିତ ହେବା ସହ ଶୁକ୍ଳ ପକ୍ଷ ତ୍ରୟୋଦଶୀ ଦିନ ମଧ୍ଯାହ୍ମ ଧୂପ ପରେ ଶ୍ରୀଜଗନ୍ନାଥଙ୍କୁ ଏକ ବାମନରୂପ ବାଳକ ବେଶରେ ସଜ୍ଜିତ କରାଯାଇଥାଏ ।

ନୀତି[ସମ୍ପାଦନା]

ଶ୍ରୀମନ୍ଦିରରେ (ବାମନଙ୍କ) ଜନ୍ମୋତ୍ସବ ନୀତି ଓ ଦ୍ୱିପ୍ରହର ଧୂପ ଶେଷ ହେବା ପରେ ଜଗନ୍ନାଥ ମହାପ୍ରଭୁ ବାମନ ବେଶ ଧାରଣ କରନ୍ତି । ଏଥିରେ ସୁଭଦ୍ରା ସାଧାରଣ ବେଶ ଓ ବଳଭଦ୍ର ରାଜ ବେଶରେ ଦୃଶ୍ୟମାନ ହେବା ସଙ୍ଗେ ସଙ୍ଗେ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରୀଭୂଜ, ଶ୍ରୀପୟର ଓ କିରୀଟରେ ଆଭୁଷିତ ହୋଇଥାନ୍ତି । ଶ୍ରୀଜଗନ୍ନାଥଙ୍କ ଶ୍ରୀଭୂଜର ବାମ ହସ୍ତରେ ଛତା ଓ ଡାହାଣ ହସ୍ତରେ କୁଶବଟୁ ଗଡୁ ଧରାଯାଇ ଏକ ବାମନରୂପୀ ନୈଷ୍ଠିକ ବ୍ରାହ୍ମଣ ବେଶରେ ଭୂଷିତ କରାଯାଏ । ପୁଷ୍ପାଳକ ସେବକମାନେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଏପରି ବେଶ କରିଥାନ୍ତି, ଜଣାଯାଏ ସତେ ଯେପରି ଜଗନ୍ନାଥ ମହାପ୍ରଭୁ ସ୍ୱୟଂ ଏକ ବାମନ ବା କ୍ଷୁଦ୍ରକାୟ ବିପ୍ର ।

ଶ୍ରୀଜଗନ୍ନାଥ ବାମନ ଭାବେ ପରିଚିତ । ବିଶେଷ କରି ରଥ ଯାତ୍ରା ସମୟରେ ତାଙ୍କୁ ବାମନ ଭାବରେ ବର୍ଣ୍ଣନା କରାଯାଇ କୁହାଯାଇଛି : ରଥେତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ । ଜଗନ୍ନାଥଙ୍କର ହସ୍ତପଦ ବିହୀନ ଅବୟବକୁ ଦର୍ଶନ କଲେ ସେ ସ୍ୱତଃ ବାମନ ଭଳି ଦେଖାଯାନ୍ତି ।

ବାମନ ବେଶରେ ଠାକୁରଙ୍କୁ ଲାଗି କରାଯାଉଥିବା ସ୍ୱର୍ଣ୍ଣ ଅଳଙ୍କାର ଇତ୍ୟାଦି ବେଶ ଦିବସ ପୂର୍ବରୁ ରତ୍ନଭଣ୍ଡାରରୁ ବାହାର କରାଯାଇ ଭଣ୍ଡାର ମେକାପ ସେବକଙ୍କ ତତ୍ତ୍ୱବଧାନରେ ରହିଥାଏ ।

ଆଧାର[ସମ୍ପାଦନା]

  1. "Vesha of Deities". Retrieved 7 August 2015.
  2. J C Manti (22 August 2014). The Saga of Jagannatha and Badadeula at Puri (: Story of Lord Jagannatha and his Temple). Vij Books India Pvt Ltd. pp. 226–. ISBN 978-93-82652-45-8.

ଅଧିକ ତଥ୍ୟ[ସମ୍ପାଦନା]