ବଣଭୋଜି ବେଶ

ଉଇକିପିଡ଼ିଆ ରୁ
Jump to navigation Jump to search

ମହାପ୍ରଭୁଙ୍କ ବେଶ ମଧ୍ୟରେ ବଣଭୋଜି ବେଶ ଅନ୍ୟତମ। ଏହି ବେଶ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ବା ନନ୍ଦୋତ୍ସବର ପରଦିନ ଅନୁଷ୍ଠିତ ହେଇଥାଏ। ଏହି ବେଶପୂର୍ବରୁ ମହାପ୍ରଭୁଙ୍କ କୋଳି ବିକା ନୀତି ସମ୍ପନ୍ନ ହେଇଥାଏ। ଏହା ସହ ଠାକୁରମାନେ ବକାସୁର ଓ ଅଘାସୁର ବଧ କରିଥାଆନ୍ତି।ଏହି ଉତ୍ସବର ସ୍ଵତନ୍ତ୍ର ନୀତି ମୁତାବକ ମଧ୍ୟାନ୍ନ ଧୂପ ବେଶରେ ବଡ଼ ଠାକୁର ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦୁଇଟି ଆଜ୍ଞାମାଳ ଲାଗି ହୋଇଥାଏ। ମଧ୍ୟାନ୍ନ ଧୂପ ପରେ ଦକ୍ଷିଣ ଘରୁ ରାମକୃଷ୍ଣଙ୍କୁ ଆଣି ସିଂହାସନରେ ବିଜେ କରାଯାଇଥାଏ। ବିମାନ ବଡୁ ସେବକ ପାଲିଙ୍କିକୁ ନେଇ ବଡ଼ଛତା ମଠ ଆଖଡା ପାଖ କାଠ ସିଂହାସନରେ ବିଜେ କରାଇଥାନ୍ତି। ଏହି ମଠ ସମ୍ମୁଖରେ ଜଣେ ଲୋକ ଶବରୁଣୀ ବେଶରେ ନଡି଼ଆ,କୋଳି ଧରି ଥାଏ। ଏଠାରୁ ଭିତରଚ୍ଛୁ ମହାପାତ୍ରେ ଶବରୁଣୀ ଠାରୁ କୋଳିନେଇ ରୂପା ପିଙ୍ଗଣରେ ରଖି ମଣୋହି କରିଥାନ୍ତି। ରାକକୃଷ୍ଣ ପାଲିଙ୍କିରେ ବିଜେ ହେବାପରେ ସଂଧ୍ୟାଧୂପରେ ପୁଷ୍ପାଳକମାନେ ବଣଭୋଇ ବେଶ କରିଥାନ୍ତି। ଠାକୁରମାନଙ୍କୁ ପରମ୍ପରା ମୁତାବକ ପେଡାମାଳ ବି ଲାଗି ହେଇଥାଏ।

ଆଧାର[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]