ପୁରି
![]() ଓଡ଼ିଶାର କଟକ ନଗରରେ ବାଲିଯାତ୍ରା, ୨୦୧୧ କଟକ ପ୍ରସିଦ୍ଧ ଠୁଙ୍କା ପୁରି | |
ଅନ୍ୟ ନାମ | ବୁରି |
---|---|
ମୂଳ ସ୍ଥାନ | ଭାରତ |
ଅଞ୍ଚଳ ବା ରାଜ୍ୟ | ଭାରତ |
ପରଷିବା ଉତ୍ତାପ | ଗରମ ଓ ଘର ତାପରେ |
ମୁଖ୍ୟ ଉପାଦାନ | ଅଟା |
ପ୍ରକାର ଭେଦ | ବଟୁରା, ଲୁଚି, ସେଓ ପୁରି |
|
ପୁରି ଏକ ଭାରତୀୟ ଖାଦ୍ୟ । ଏହା ଭାରତ ସମେତ ନେପାଳ, ବଙ୍ଗଳାଦେଶ, ପାକିସ୍ଥାନ ଓ ଦକ୍ଷିଣ ଏସିଆର ଅନେକ ଦେଶରେ ମିଳିଥାଏ । ଏହାକୁ ସକାଳ ଜଳଖିଆ ବା ସଞ୍ଜ ଜଳଖିଆ ଭାବରେ ଖିଆଯାଇଥାଏ ।
ପ୍ରକାରଭେଦ[ସମ୍ପାଦନା]
ପୁରି ଭଳି ତିଆରି କରାଯାଇ ଗୁପଚୁପ ଆଳୁ ଚକଟା ଓ ଖଟାପାଣି ସହ ଖିଆଯାଇଥାଏ ।
ଓଡ଼ିଶାର କଟକରେ ବାଲିଯାତ୍ରା ସମୟରେ ଠୁଙ୍କାପୁରି ଓ ଛେନା ତରକାରି ମିଳିଥାଏ ।[୧][୨][୩][୪][୫]
ଉପାଦାନ[ସମ୍ପାଦନା]
ପୁରି ଅଟା ବା ମଇଦାରୁ ତିଆରି ହୋଇଥାଏ । ଅଟା ବା ମଇଦାରେ ଅଳ୍ପ ଲୁଣ ମିଶାଇ, ପାଣି ମିଶାଇ ଚକଟିବା ପରେ ତାହାକୁ ଗୋଲଗୋଲ କରି ବେଲାଯାଇଥାଏ । ଏହି ବେଲାଯାଇଥିବା ଗୋଲାକାର ପୁରିକୁ ଘିଅ ବା ଗରମ ତେଲରେ ଛଣାଯାଇଥାଏ । ଏହା ଭିତରେ ଥିବା ଜଳ ବାଷ୍ପିକରଣ ହେବା ହେତୁ ଏଥିରୁ ଯେଉଁ ବାମ୍ଫ ବାହାରେ ତାହା ପୁରିକୁ ଫୁଲାଇବାରେ ସାହାଯ୍ୟ କରିଥାଏ । ଏହା ସୁନେଲି-ବାଦାମି ରଙ୍ଗ ଧାରଣ କଲେ ଏହାକୁ ତେଲରୁ ବାହାର କରାଯାଇ ଗରମ ବା ଘର ତାପମାତ୍ରାରେ ପରାସଯାଇଥାଏ । ଛୋଟ ଛୋଟ ପୁରି ତିଆରି କରାଯାଇ ତାହାକୁ ଗୁପଚୁପ ଭାବରେ ସାଇତି ରଖି ମଧ୍ୟ ଖିଆଯାଇଥାଏ ।
ବାରାଣାସୀରେ ପୁରି
ତାମିଲନାଡୁର ପୁରି
ଆଧାର[ସମ୍ପାଦନା]

- ↑ Overview of Cuttack
- ↑ Fanfare & spectacle mark the opening of Bali Yatra, November 10, 2011
- ↑ Orissa CM Naveen Patnaik inaugurates historic Baliyatra festival in Cuttack, November 22, 2010
- ↑ Bali Yatra Fever grips Cuttack, 12 November 2011
- ↑ Binita Jaiswal, Fanfare & spectacle mark the opening of Bali Yatra, Nov 10, 2011