ଡାଲମା

ଉଇକିପିଡ଼ିଆ‌ରୁ
ଡାଲମା
ଡାଲମା
ଆରମ୍ଭ
ଅଲଗା ନାଆଁଡାଲେମା
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନଡାଲି (ହରଡ଼/ ମୁଗ/ ମସୁର/ ବୁଟ)

ଡାଲମା ଏକ ପାରମ୍ପାରିକ ଓଡ଼ିଆ ରାନ୍ଧଣା । ଏଥିରେ ଡାଲିକୁ ପରିବା ସହିତ ସିଝାଯାଇ ତାହାକୁ ଜିରା, ଫୁଟଣ, ଭୃଷଙ୍ଗ ପତ୍ର, ବିଲାତି ବାଇଗଣ, ପିଆଜ, ରସୁଣ, ଅଦା ଆଦି ଛୁଙ୍କ ଦେଇ ତିଆରି କରାଯାଏ ।

ଉପାଦାନ[ସମ୍ପାଦନା]

ହରଡ଼, ମୁଗ, କୋଳଥ, ମସୁର
  • ପରିବା:
ଜହ୍ନି, ବାଇଗଣ, ଆଳୁ, କଞ୍ଚା କଦଳୀ, କଖାରୁ, ଦେଶି ଆଳୁ, ସଜନା ଛୁଇଁ, ଇତ୍ୟାଦି.

ˑ

ପ୍ରକାର[ସମ୍ପାଦନା]

ହବିଷ ଡାଲମା
  • ହବିଷ ଡାଲମା
  • ମୁଗ ଡାଲମା
  • ହରଡ଼ ଡାଲମା
  • ମସୁର ଡାଲମା
  • ବୁଟ ଡାଲିର ଡାଲମା
  • ମାଂସ ଡାଲମା
  • ଚିଙ୍ଗୁଡି ଡାଲମା
  • କୋବି ଡାଲମା

ତିଆରି ପ୍ରଣାଳୀ[ସମ୍ପାଦନା]

ଡାଲିକୁ ପରିବା, ଲୁଣ ଏବଂ ଅଳ୍ପ ହଳଦୀଗୁଣ୍ଡ ଦେଇ ସିଝାଯାଏ. ତତ୍ପରେ ତାହାକୁ ତେଲ/ ଘିଅରେ ଲଙ୍କା, ପଞ୍ଛଫୁଟଣ, ପିଆଜ, ରସୁଣ, ଅଦା, ଭୃଷଙ୍ଗ ପତ୍ର ଆଦି ଛୁଙ୍କ ଦେଇ ଏହା ତିଆରି କରାଯାଏ । ଦୁଇ ପ୍ରକାରରେ ଡାଲମା ରନ୍ଧା ଯାଇ ପାରେ । ଏକ ପ୍ରଣାଳୀରେ ପ୍ରଥମେ ପରିବାକୁ ଅଳ୍ପ ତେଲରେ ଭାଜି ତାହା ପରେ ଡାଲି ପକାଇ ସିଝାଯାଏ । ଅନ୍ୟ ପ୍ରଣାଳୀରେ ପରିବା ଓ ଡାଲିକି ଏକା ସାଂଗରେ ସିଝାଯାଏ । ଡାଲମାରେ ନଡିଆ କୋରା ପକେଇ ରାନ୍ଧିଲେ ଏହାକୁ ଲୋକେ ବାଡିଆ ଡାଲମା ବୋଲି କୁହନ୍ତି ।

ହବିଷ ଡାଲମା ବିନା ପିଆଜ, ରସୁଣରେ ତିଆରି କରାଯାଇଥାଏ ଓ ହବିଷ କାଳରେ ଖିଆଯାଇଥାଏ ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଓଡ଼ିଆ ରାନ୍ଧଣା[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]