ଜଗନ୍ନାଥ ମନ୍ଦିର, ପାରାଦୀପ

ଉଇକିପିଡ଼ିଆ‌ରୁ


ଜଗନ୍ନାଥ ମନ୍ଦିର, ପାରାଦୀପ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଜଗତସିଂହପୁର[୧]
Location
ସ୍ଥାନମଧୁବନ, ପାରାଦ୍ୱୀପ
Stateଓଡ଼ିଶା
Countryଭାରତ

ବନ୍ଦର ସହର ପାରାଦ୍ୱୀପର ମଧୁବନଠାରେ ଏହି ମନ୍ଦିରଟି ଅବସ୍ଥିତ । ଏଠାରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାସୁଦର୍ଶନଙ୍କର ଚତୁର୍ଦ୍ଧା ମୂର୍ତ୍ତୀ ପୂଜା ପାଆନ୍ତି । ଏହି ମନ୍ଦିରରେ ସବୁ ଧର୍ମର ଲୋକଙ୍କୁ ଦର୍ଶନ ଓ ପୂଜା କରିବାର ଅଧିକାର ଅଛି ।[୨]

ବିଶେଷତ୍ୱ[ସମ୍ପାଦନା]

ବିଶ୍ୱର ଅନ୍ୟ ଜଗନ୍ନାଥ ମନ୍ଦିରଠାରୁ ଏହି ମନ୍ଦିରର ରୀତିନୀତି ଟିକିଏ ଭିନ୍ନ । ୧୯୭୨ ମସିହାରେ ନିର୍ମିତ ଏହି ମନ୍ଦିରଟି "ସର୍ବ ଧର୍ମ ସମନ୍ୱୟ" ନୀତିରେ ଗଢ଼ିଉଠିଛି । ଏହି ମନ୍ଦିରରେ ହିନ୍ଦୁ ଧର୍ମ ସମେତ ଅନ୍ୟସବୁ ଧର୍ମାବଲମ୍ବୀ ଭକ୍ତମାନଙ୍କୁ ପୂଜା କରିବାର ଅଧିକାର ଦିଆଯାଇଥାଏ ।[୩]ସବୁ ଜଗନ୍ନାଥ ମନ୍ଦିରରେ ଥିବା ଅରୁଣ ସ୍ତମ୍ଭ ରହିଥାଏ । କିନ୍ତୁ ଏହି ମନ୍ଦିରରେ ଅରୁଣ ସ୍ତମ୍ଭ ସ୍ଥାନରେ "ସର୍ବଧର୍ମ ସମନ୍ୱୟ ସ୍ତମ୍ଭ" ରହିଛି । ସ୍ତମ୍ଭର ଉପରିଭାଗରେ, ଏକ ଗୋଲାକାର ଚକ୍ର ମଧ୍ୟରେ ସନାତନ ଧର୍ମର ପ୍ରତୀକ "ଓଁ" ସ୍ଥାପିତ ହୋଇଛି । ଚକ୍ରର ବାହାର ପାର୍ଶ୍ୱରେ ଇସଲାମ , ଖ୍ରୀଷ୍ଟ, ବୌଦ୍ଧ, ଜୈନ ଧର୍ମା ଆଦି ପ୍ରମୂଖ ଧର୍ମର ପ୍ରତୀକ ସ୍ଥାପିତ ହୋଇଛି । ମନ୍ଦିର ଭିତରେ ଚତୁର୍ଦ୍ଧା ମୂର୍ତ୍ତୀ ବ୍ୟତିତ ମାଳିକାରେ ବର୍ଣ୍ଣିତ କଳକୀ ଅବତାରର କଳକୀ ଓ ଅନନ୍ତ ମୂର୍ତ୍ତୀ ମଧ୍ୟ ପୂଜା ପାଉଛନ୍ତି । ମନ୍ଦିର ପ୍ରତିଷ୍ଠା ସମୟରେ, ପୋର୍ଟ ଟ୍ରଷ୍ଟର ସେତେବେଳର ଅଧ୍ୟକ୍ଷ ଏମ୍, ୱାଇ. ରାଓ, ଯେ କି ନିଜେ ଜଣେ ଖ୍ରୀଷ୍ଟ ଧର୍ମାବଲମ୍ବି ଥିଲେ, ଏହି ମନ୍ଦିରର ଉଦଘାଟନ କରି ଜଗନ୍ନାଥଙ୍କ ପାଖରେ ଭୋଗ ଓ ପୂଜା ଅର୍ପଣ କରିଥିଲେ । ପ୍ରତିବର୍ଷ ରଥଯାତ୍ରାରେ ପାରାଦୀପ ବନ୍ଦରର ଅଧ୍ୟକ୍ଷ ରଥରେ ଛେରା ପହଁରା କରିଥାନ୍ତି ।[୪]

ମନ୍ଦିର ପରିଚାଳନା ପାଇଁ ୧୯୭୨ମସିହାରେ "ଜଗନ୍ନାଥ ସମାଜ" ଗଠନ କରାଯାଇଥିଲା । ଏଯାବତ ମନ୍ଦିର ପରିଚାଳନାର ଦାୟିତ୍ୱ "ଜଗନ୍ନାଥ ସମାଜ" ଉପରେ ନ୍ୟସ୍ତ ଅଛି ।[୫] ମନ୍ଦିର ବାହାରେ ଏକ ଛାପାଖାନା ଅଛି । ଉଦୟନ୍ତୁ ନାମକ ଏକ ପତ୍ରିକା ଏଠାରୁ ରଥଯାତ୍ରା ଓ କାର୍ତ୍ତିକ ପୂର୍ଣ୍ଣିମା ବେଳେ ଛପାଯାଏ । ପତ୍ରିକାଟି ଓଡ଼ିଆ, ହିନ୍ଦୀଇଂରାଜୀ ଭାଷାରେ ପ୍ରକାଶ କରାଯାଏ ।

ଇତିହାସ[ସମ୍ପାଦନା]

୬୦ଦଶକର ଶେଷଭାଗକୁ ବନ୍ଦର ସହର ପାରାଦୀପରେ ଟାଉନସିପ ପ୍ରତିଷ୍ଠିତ ହୋଇଥିଲା । "ପଦ୍ମଚରଣ ତ୍ରିପାଠୀ" ନାମକ ବ୍ୟକ୍ତିଙ୍କୁ ମଧୁବନରେ ଏକ ସର୍ବଧର୍ମ ସମନ୍ୱୟ କ୍ଷେତ୍ର ପ୍ରତିଷ୍ଠା କରେଇବାକୁ ସ୍ୱପ୍ନାଦେଶ ହୋଇଥିଲା । ପଦ୍ମଚରଣ, ତାଙ୍କର ବହୁ ସାଥି ଓ ବନ୍ଦରରେ କାମ କରୁଥିବା କିଛି ବ୍ୟକ୍ତିବିଶେଷ ଜଗନ୍ନାଥ ମନ୍ଦିରଟିଏ ନିର୍ମାଣ କରିବାକୁ ଇଚ୍ଛାପ୍ରକାଶ କଲେ । ଜାତିଧର୍ମ ନିର୍ବିଶେଷରେ ପାରାଦୀପ ପୋର୍ଟ ଟ୍ରଷ୍ଟର ସମସ୍ତ କର୍ମଚାରୀ ଏହି ମନ୍ଦିର ନିର୍ମାଣ ପାଇଁ ଅର୍ଥଦାନ କରିଥିଲେ । ଜଗନ୍ନାଥ ମନ୍ଦିରଟି ୧୯୭୨ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ୧୯୭୪ ମସିହାରେ ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗଦ୍ୱାରା ମନ୍ଦିରଟିକୁ ତାଲିକାଭୁକ୍ତ କରାଯାଇଥିଲା ।[୬]

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2016-06-11. Retrieved 2015-07-31. {{cite web}}: Cite has empty unknown parameter: |1= (help)
  2. http://odisha.gov.in/e-magazine/Orissareview/2010/July/engpdf/29-33.pdf
  3. http://odishachannel.com/index.php/4286/jagannath-temple-servitors-visit-paradip-port/
  4. "ପାରାଦୀପ ଶ୍ରୀଜଗନ୍ନାଥ ମନ୍ଦିର". ପ୍ରମେୟ ୩୧/୦୭/୨୦୧୫ ପୃଷ୍ଠା ୨୨. 31 July 2015. Retrieved 31 July 2015.[permanent dead link]
  5. http://www.dailypioneer.com/state-editions/bhubaneswar/paradip-rath-yatra-bahuda-held-with-pomp.html
  6. http://www.telegraphindia.com/1110712/jsp/orissa/story_14228646.jsp