ଜଗନ୍ନାଥ ମନ୍ଦିର, ହାଇଦ୍ରାବାଦ
ଜଗନ୍ନାଥ ମନ୍ଦିର, ହାଇଦ୍ରାବାଦ | |
---|---|
![]() | |
Religion | |
ଅନୁବନ୍ଧଗୁଡ଼ିକ | Hinduism |
Location | |
ସ୍ଥାନ | ରୋଡ଼ ନମ୍ବର ୧୨, ବଞ୍ଜାରା ହିଲ୍ସ, ହାଇଦ୍ରାବାଦ |
State | ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା |
Country | ଭାରତ |
Website | |
http://www.shrijagannathtemplehyderabad.com/index.html |
ହାଇଦ୍ରାବାଦ ସହରର ବଞ୍ଜାରା ହିଲ୍ସଠାରେ ଏହି ମନ୍ଦିରଟି ଅବସ୍ଥିତ । ମନ୍ଦିରଟି ୨୦୦୯ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ମନ୍ଦିରର ମୁଖ୍ୟ ଆରାଧ୍ୟ ହେଲେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ । ବେଢା ମଧ୍ୟରେ ପୂଜା ପାଉଥିବା ଅନ୍ୟାନ୍ୟ ଦେବଦେବୀ ହେଲେ କମଳା, ବିମଳା, ଗଣେଶ, କାଶୀ ବିଶ୍ୱନାଥ ଓ ନବଗ୍ରହ । ମନ୍ଦିରରେ ବାର ମାସରେ ତେର ପର୍ବ ପାଳିତ ହେଉଥିଲେ ମଧ୍ୟ, ରଥଯାତ୍ରା ମୁଖ୍ୟ ପର୍ବ ।[୧]
ପରିଚାଳନା[ସମ୍ପାଦନା]
ମନ୍ଦିର ପରିଚାଳନା ଦାୟିତ୍ୱ କଳିଙ୍ଗ କଲ୍ଚରାଲ ଟ୍ରଷ୍ଟ ଉପରେ ନ୍ୟସ୍ତ ।
ବିଶେଷତ୍ୱ[ସମ୍ପାଦନା]
ମନ୍ଦିରଟିକୁ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ନିର୍ମାଣ କରାଯାଇଛି । ମନ୍ଦିରଟିର ଉଚ୍ଚତା ପ୍ରାୟ ୭୫ ଫୁଟ ଅଟେ ଏବଂ ପ୍ରାୟ ୨୭୦୦୦ ବର୍ଗ ଫୁଟ କ୍ଷେତ୍ରଫଳର ବେଢା ରହିଛି । ମନ୍ଦିରରେ ତିନିଟି ଦ୍ୱାର ରହିଛି । ଜାଗା ଅଧିକାର କରି ମନ୍ଦିର ସମ୍ପୂର୍ଣ୍ଣ ନିର୍ମାଣ କରିବାକୁ କଳିଙ୍ଗ କଲ୍ଚରାଲ ଟ୍ରଷ୍ଟକୁ ଏକ ଦଶନ୍ଧିରୁ ଉର୍ଦ୍ଧ ସମୟ ଲାଗିଥିଲା । ନିର୍ମାଣ କାର୍ଯ୍ୟ କେବଳ ୫ବର୍ଷରୁ ଅଧିକ ସମୟ ଲାଗିଥିଲା । ମନ୍ଦିର ନିର୍ମାଣ କରିବାକୁ ଓଡ଼ିଶାରୁ ପ୍ରାୟ ୬୦ଜଣ ଶିଳ୍ପୀ ହାଇଦ୍ରାବାଦ ଆସିଥିଲେ । ପଥର ମଧ୍ୟ ଓଡ଼ିଶାରୁ ଆମଦାନୀ କରାଯାଇଥିଲା । ହାଇଦ୍ରାବାଦରେ ଥିବା ଓଡ଼ିଆମାନଙ୍କ ପାଇଁ ଏହି ମନ୍ଦିର ଏକ ମିଳନ ସ୍ଥଳୀ ଭାବରେ ଉଭା ହୋଇଛି ।[୨]
ଅବସ୍ଥିତି[ସମ୍ପାଦନା]
ଜଗନ୍ନାଥ ମନ୍ଦିର, ହାଇଦ୍ରାବାଦ ସହରର ବଞ୍ଜାରା ହିଲ୍ସ ଅଞ୍ଚଳର ୧୨ ନମ୍ବର ରାସ୍ତାରେ ଅବସ୍ଥିତ ।[୩] ସାମ୍ନାରେ କେ.ଭି.ଆର ପାର୍କ ଓ ପାଖରେ ତେଲେଙ୍ଗାନା ଭବନ ରହିଛି ।