Jump to content

ଜଗନ୍ନାଥଙ୍କ ବେଶ

ଉଇକିପିଡ଼ିଆ‌ରୁ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସର୍ବଶ୍ରେଷ୍ଠ ବେଶ ରାଜାରାଜେଶ୍ୱର ସୁନାବେଶ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଖ୍ୟ ୩୨ ବେଶ ମଧ୍ୟରୁ ପ୍ରତିବର୍ଷ ୩୦ଟି ବେଶ ସମ୍ପନ୍ନ ହେଲା ବେଳେ ଅନ୍ୟ ଦୁଇଟି ବେଶ ବିରଳ ମୂହୁର୍ତ୍ତରେ ସମ୍ପନ୍ନ ହୋଇଥାଏ । ଏହି ଦୁଇଟି ବିରଳ ବେଶ ହେଲା ରଘୁନାଥ ବେଶନାଗାର୍ଜୁନ ବେଶ । ଅନେକ ବର୍ଷ ଧରି ରଘୁନାଥ ବେଶ ଆଉହୋଇନଥିଲା ବେଳେ ୨୦୨୧ ମସିହା ପରେ ଆଉ ନାଗାର୍ଜୁନ ବେଶ ଯୋଗ ପଡ଼ିନାହିଁ । ଏ ସବୁ ବେଶ ମଧ୍ୟରୁ କେତେକ ବେଶରେ ମହାପ୍ରଭୁ ଜଗନ୍ନାଥଙ୍କ ପୋଷାକ କେବଳ ବଦଳୁଥିବା ବେଳେ ଆଉ କେତେକ କ୍ଷେତ୍ରରେ ତାଙ୍କର ଅବତାର ବଦଳିଯାଇଥାଏ, ଯଥା କେତେବେଳେ ସେ ବିଷ୍ଣୁ ତ ଆଉ କେତେବେଳେ ଶିବ, ରାମ-କୃଷ୍ଣାଦି ରୂପ ଧାରଣ କରିଥାନ୍ତି । ପୁଣି ମହାପ୍ରଭୁମାନଙ୍କ ସବୁଯାକ ବେଶରେ ଜଗନ୍ନାଥ ମୁଖ୍ୟ ଭୂମିକାରେ ରହୁଥିବା ବେଳେ କେବଳ ପ୍ରଳମ୍ବାସୁରବଦ୍ଧ ଓ ହରିହର ବେଶରେ ବଳଭଦ୍ର ମୂଖ୍ୟ ଭୂମିକା ଗ୍ରହଣ କରନ୍ତି । ଜଗନ୍ନାଥଙ୍କ ମୂଖ୍ୟ ୩୨ ବେଶ ମଧ୍ୟରୁ କେତେକ ବେଶ ବର୍ଷକରେ ଏକାଧିକବାର ସଂପନ୍ନ ହୋଇଥାଏ । ଯଥା: - ସୁନାବେଶ ପାଞ୍ଚଥର ଓ ଶ୍ରାଦ୍ଧ ବେଶ ତିନିଦିନ, ଝୁଲଣ ସନ୍ଧ୍ୟା ବେଶ ସାତଦିନ, ଚନ୍ଦନଲାଗି ବେଶ ବୟାଳିଶ ଦିନ, ରାଧାଦାମୋଦର ବେଶ ଏକମାସ ଏବଂ ତିନୋଟି ବେଶ ପ୍ରତ୍ୟହ ସଂପନ୍ନ ହୋଇଥାଏ ।

ଜଗନ୍ନାଥ ସଂସ୍କୃତିରେ ଉଲ୍ଲେଖ ଥିବା ଜଗନ୍ନାଥଙ୍କର ବିଭିନ୍ନ ପ୍ରକାର ବେଶ ହେଲା:[] []

  1. ଅବକାଶ ବେଶ ବା ତଡ଼ପ ଉତ୍ତରୀ ବେଶ: ପ୍ରତ୍ୟେକ ଦିନ ସକାଳେ ଅବକାଶ ପୂଜା ସମୟରେ ଏହି ବେଶ ଅନୁଷ୍ଠିତ ହୁଏ ।
  2. ନିତ୍ୟଧୂପ ବେଶ ବା ପ୍ରତିଦିନ ବେଶ ବା ସାଧା ବେଶ: ପ୍ରତ୍ୟେକ ଦିନ ତିନି ଧୂପ ସମୟରେ ଏହି ବେଶ ଅନୁଷ୍ଠିତ ହୁଏ ।
  3. ବଡ଼ସିଂହାର ବେଶ: ପ୍ରତ୍ୟେକ ଦିନ ଏହି ବେଶ ସହିତ ରାତ୍ର ପହୁଡ ଅନୁଷ୍ଠିତ ହୁଏ
  4. ଚନ୍ଦନଲାଗି ବେଶ: ଅକ୍ଷୟ ତୃତୀୟାଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଦୀର୍ଘ ବୟାଳିଶ ଦିନଧରି ଏହି ବେଶ ଅନୁଷ୍ଠିତ ହୁଏ ।
  5. ଗଜାନନ ବେଶ ବା ଗଣପତି ବେଶ ବା ହାତୀ ବେଶ: ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଏହି ବେଶ ଅନୁଷ୍ଠିତ ହୁଏ ।
  6. ନବଯୌବନ ବେଶ: ଆଷାଢ ପ୍ରତିପଦ ଅର୍ଥାତ ରଥଯାତ୍ରାର ପୂର୍ବଦିନ ଏହି ବେଶ ଅନୁଷ୍ଠିତ ହୁଏ ।
  7. ସେନାପଟାଲାଗି ବେଶ: ରଥଯାତ୍ରା, ସ୍ନାନଯାତ୍ରା ଓ ବାହୁଡା ଯାତ୍ରାର ପୂର୍ବଦିନ ଏହି ବେଶ ଅନୁଷ୍ଠିତ ହୁଏ ।
  8. ଟାହ୍ୟାଲାଗି ବେଶ: ରଥଯାତ୍ରା, ସ୍ନାନଯାତ୍ରା,ବାହୁଡା ଯାତ୍ରା, ଆଡପ ବିଜେ ଓ ନୀଳାଦ୍ରି ବିଜେ ପହଣ୍ଡି ସମୟରେ ଏହି ବେଶ ଅନୁଷ୍ଠିତ ହୁଏ ।
  9. ସୁନାବେଶ ବା ବଡ଼ତଢ଼ାଉ ବେଶ: ଆଷାଢ଼ ଶୁକ୍ଳ ଏକାଦଶୀ ରଥ ଉପରେ, ଆଶ୍ୱିନ ଶୁକ୍ଳ ଦଶମୀ(ଦଶହରା), କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା ଏବଂ ଦୋଳ ପୂର୍ଣ୍ଣିମା ଉକ୍ତ ପାଞ୍ଚ ତିଥିରେ ଏହି ବେଶ ଅନୁଷ୍ଠିତ ହୁଏ ।
  10. ଝୁଲଣ ସନ୍ଧ୍ୟାଧୂପ ବେଶ: ଶ୍ରାବଣ ଦଶମୀଠାରୁ ଭାଦ୍ରବ ପ୍ରତିପଦ ପର୍ଯ୍ୟନ୍ତ ସାତଦିନ ଏହି ବେଶ ଅନୁଷ୍ଠିତ ହୁଏ ।
  11. ବଣଭୋଜି ବେଶ: ଭାଦ୍ରବ କୃଷ୍ଣ ଦଶମୀ ଦିନ ଏହି ବେଶ ଅନୁଷ୍ଠିତ ହୁଏ ।
  12. କାଳୀୟଦଳନ ବେଶ: ଭାଦ୍ରବ କୃଷ୍ଣ ଏକାଦଶୀ ଦିନ ଏହି ବେଶ ଅନୁଷ୍ଠିତ ହୁଏ ।
  13. ପ୍ରଳମ୍ବାସୁରବଧ ବେଶ: ଭାଦ୍ରବ କୃଷ୍ଣ ଦ୍ୱାଦଶୀ ଦିନ ଏହି ବେଶ ଅନୁଷ୍ଠିତ ହୁଏ । []
  14. କୃଷ୍ଣ ବଳରାମ ବେଶ: ଭାଦ୍ରବ କୃଷ୍ଣ ତ୍ରୟୋଦଶୀ ଦିନ ଏହି ବେଶ ଅନୁଷ୍ଠିତ ହୁଏ ।(ପୂର୍ବେ ଏହି ବେଶ ବଦଳରେ ଗିରି ଗୋବର୍ଦ୍ଧନ ବେଶ ହେଉଥିଲା।)
  15. ବଳିବାମନ ବେଶ ବା ବାମନ ବେଶ: ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ଦିନ ଏହି ବେଶ ଅନୁଷ୍ଠିତ ହୁଏ ।
  16. ରାଧାଦାମୋଦର ବା ରାଇଦାମୋଦର ବେଶ: ପ୍ରତ୍ୟେକ ବର୍ଷ ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଦୀର୍ଘ ଏକମାସ ପର୍ଯ୍ୟନ୍ତ ପ୍ରତ୍ୟହ ଅନୁଷ୍ଠିତ ହୋଇଥାଏ ।
  17. ହରିହର ବେଶ: ଦୀପାବଳି ଅମାବାସ୍ୟାଠାରୁ କାର୍ତ୍ତିକ ପୂର୍ଣ୍ଣିମା ମଧ୍ୟରେ ପଡୁଥିବା ସମସ୍ତ ସୋମବାରରେ ଏହି ବେଶ ଅନୁଷ୍ଠିତ ହୁଏ ।
  18. ଠିଆକିଆ ବେଶ ବା ଲକ୍ଷ୍ମୀନାରାୟଣ ବେଶ: କାର୍ତ୍ତିକ ଶୁକ୍ଳ ଏକାଦଶୀ ଦିନ ଏହି ବେଶ ଅନୁଷ୍ଠିତ ହୁଏ ।
  19. ବାଙ୍କଚୂଡ଼ା ବେଶ: କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ଦିନ ଏହି ବେଶ ଅନୁଷ୍ଠିତ ହୁଏ ।
  20. ଆଡ଼କିଆ ବେଶ ବା ତ୍ରିବିକ୍ରମ ବେଶ: କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ଦିନ ଏହି ବେଶ ଅନୁଷ୍ଠିତ ହୁଏ ।
  21. ଡାଳିକିଆ ବେଶ ବା ଲକ୍ଷ୍ମୀନୃସିଂହ ବେଶ: କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଏହି ବେଶ ଅନୁଷ୍ଠିତ ହୁଏ ।
  22. ନାଗାର୍ଜୁନ ବେଶ: କାର୍ତ୍ତିକ ମଳ ତିଥିଯୁକ୍ତ ହୋଇ ପଞ୍ଚୁକ ପାଞ୍ଚଦିନ ବଦଳେ ଛଅଦିନ ହେଲେ ।
  23. ଘୋଡ଼ଲାଗି ବେଶ: ମାର୍ଗଶୀର ଶୁକ୍ଳ ଷଷ୍ଠୀଠାରୁ ମାଘ ଶୁକ୍ଳ ପଞ୍ଚମୀ ପର୍ଯ୍ୟନ୍ତ କରାଯାଏ ।
  24. ଶ୍ରାଦ୍ଧବେଶ: ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀରୁ ପ୍ରତିପଦ ପର୍ଯ୍ୟନ୍ତ ଦିନ ଏହି ବେଶ ଅନୁଷ୍ଠିତ ହୁଏ ।(ଦେବ ଦୀପାପବଳୀ ୩ ଦିନ ଯାଏ ) ।
  25. ପୁଷ୍ୟାଭିଷେକ ବେଶ ବା ସୁନାବେଶ : ପୌଷ ପୂର୍ଣ୍ଣିମା ଦିନ ଏହି ବେଶ ଅନୁଷ୍ଠିତ ହୁଏ ।
  26. ନବାଙ୍କ ବେଶ ବା ମହାନାରାୟଣ ବେଶ: ମକର ସଂକ୍ରାନ୍ତି ପୂର୍ବଦିନ ଏହି ବେଶ ଅନୁଷ୍ଠିତ ହୁଏ ।
  27. ମକରଚୌରାଶି ବେଶ: ମକର ସଂକ୍ରାନ୍ତି ଦିନ ଏହି ବେଶ ଅନୁଷ୍ଠିତ ହୁଏ ।
  28. ପଦ୍ମବେଶ: ମାଘ ଅମାବାସ୍ୟାରୁ ପଞ୍ଚମୀ ମଧ୍ୟରେ ପଡୁଥିବା ବୁଧବାର ବା ଶନିବାର ଦିନ ଏହି ବେଶ କରାଯାଇଥାଏ । []
  29. ଜାମାଲାଗି ବେଶ: ମାଘ ଶୁକ୍ଳ ପଞ୍ଚମୀଠାରୁ ଫାଲଗୁନ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଏହି ବେଶ ଅନୁଷ୍ଠିତ ହୁଏ ।
  30. ଗଜ ଉଦ୍ଧାରଣ ବେଶ: ମାଘ ପୂର୍ଣ୍ଣିମା ଦିନ ଏହି ବେଶ ଅନୁଷ୍ଠିତ ହୁଏ ।
  31. ଚାଚେରୀ ବେଶ: ଫାଲଗୁନ ଶୁକ୍ଳ ଦଶମୀଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ( ଦୋଳ ପୂର୍ଣ୍ଣିମା ପୂର୍ବଦିନ) ଏହି ବେଶ ଅନୁଷ୍ଠିତ ହୁଏ ।
  32. ରଘୁନାଥ ବେଶ: ଚୈତ୍ର ଶୁକ୍ଳ ନବମୀ (ରାମ ନବମୀ) ଗୁରୁବାର ଶ୍ରବଣା ମକର ଯୁକ୍ତହେଲେ ଏହି ବେଶ ଅନୁଷ୍ଠିତ ହୁଏ ।[] ୧୯୦୫ ମସିହା ପରଠାରୁ ଏହି ବେଶ ଅନୁଷ୍ଠିତ ହୋଇନାହିଁ ।[]

ବାର ଅନୁଯାୟୀ ବସ୍ତ୍ରର ରଙ୍ଗ []

[ସମ୍ପାଦନା]

ବାର ଅନୁଯାୟୀ ଶ୍ରୀମନ୍ଦିରରରେ ଠାକୁରମାନଙ୍କୁ ବିଭିନ୍ନ ରଙ୍ଗର ପାଟବସ୍ତ୍ରରେ ଭୂଷିତ କରାଯାଇଥାଏ, ଯଥା:

  • ରବିବାର - ନାଲି ରଙ୍ଗର ପାଟବସ୍ତ୍ର
  • ସୋମବାର - ଧଳାଛିଟ ପାଟବସ୍ତ୍ର
  • ମଙ୍ଗଳବାର - ବାର ପଟିଆ (ପାଞ୍ଚଟି ରଙ୍ଗ ବିଶିଷ୍ଟ) ବସ୍ତ୍ର
  • ବୁଧବାର - ନୀଳ ରଙ୍ଗର ବସ୍ତ୍ର
  • ଗୁରୁବାର - ହଳଦିଆ ପାଟବସ୍ତ୍ର
  • ଶୁକ୍ରବାର - ଧଳା ପାଟବସ୍ତ୍ର
  • ଶନିବାର - କଳା ପାଟବସ୍ତ୍ର
  1. "Vesha Of Deities - Jagannath Temple". jagannathtemplepuri.com. 2012. Retrieved 16 May 2012. Some important Veshas or costumes of the deities
  2. Beshas of Deities
  3. "beshas of lord jagannath,different besha of lord jagannath, vesha of jagannath". fullorissa.com. 2010. Archived from the original on 21 August 2012. Retrieved 24 June 2012. This is the only beshas when Lord Jagannath's elder brother Lord Balabhadra occupid the central place
  4. "Puri Yatra". puritrip.com. Retrieved 26 December 2012. It is done on any Saturday or Wednesday between the new moon day of magha and basanta panchami
  5. J C Manti (22 August 2014). The Saga of Jagannatha and Badadeula at Puri (: Story of Lord Jagannatha and his Temple). Vij Books India Pvt Ltd. pp. 231–. ISBN 978-93-82652-45-8.
  6. Mishra, Bhaskar. "Beshas of Shree Jagannath Mahaprabhu" (PDF) (June-2012): 11–21. Retrieved 4 July 2015. {{cite journal}}: Cite journal requires |journal= (help)
  7. "Vesha - Devotee Care Center". devoteecare.fullorissa.com. 2012. Archived from the original on 17 January 2013. Retrieved 28 September 2012. colored Baralagi Pata(Silken clothes) from Sunday to Saturday. The Color represents the color of the planets.

ଅଧିକ ତଥ୍ୟ

[ସମ୍ପାଦନା]