ବେସର

ଉଇକିପିଡ଼ିଆ‌ରୁ
ବେସର
ପରିବା ବେସର
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନଛତୁ, ଆଳୁ, ବେସର

ବେସର ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ[୧] ବେସର ବଟା (ସୋରିଷ, ଜିରା, ପାନମଧୁରୀ, ନଡ଼ିଆ ଆଦି ମିଶାଇ ବାଟିବା କିମ୍ବା ସୋରିଷ, ରସୁଣ, ଜିରାକୁ ମିଶାଇ ବାଟିବା)ରେ ପରିବା କିମ୍ବା ମାଛ ଆଦି ମିଶାଇ କରାଯାଇଥିବା ଏକ ତରକାରୀ । ବେସର ଉଭୟ ନିରାମିଷ (ପରିବା ବେସର, ପାଳଙ୍ଗ/ଶାଗ ବେସର, ଛୁଇଁ ବେସର, ଛତୁ ବେସର ଆଦି) ଆମିଷ (ସାଧାରଣତଃ ମାଛରେ) ହୋଇପାରେ । ବେସରରେ ସାଧାରଣତଃ ବଡ଼ି ବା ନାଡ଼ି ଛୁଙ୍କ ଦେଇ ତିଆରି କରାଯାଇଥାଏ । ବେସର ଝୋଳ ଭଳି ପାଣିଆ ନହୋଇ ବହଳିଆ ହୋଇଥାଏ ।[୨] ମାଛ ବେସର ଓ ଅନ୍ୟାନ୍ୟ କେତେ ବେସରରେ ଆମ୍ବୁଲ ମଧ୍ୟ ପଡ଼ିଥାଏ ।[୨] ବେସର ସାଧାରଣତଃ ଦ୍ୱିପହର କିମ୍ବା ରାତିରେ ଭାତ ସଙ୍ଗେ ଏକ ମୁଖ୍ୟ ତରକାରୀ ଭାବେ ଖିଆଯାଇଥାଏ ।[୩]

ପ୍ରକାର ଭେଦ[ସମ୍ପାଦନା]

ବେସର ବଟାରେ ବ୍ୟବହୃତ ଉପାଦାନକୁ ନେଇ ବେସର ମୁଖ୍ୟତଃ ଦୁଇପ୍ରକାରର । ପ୍ରଥମଟି ସୋରିଷ, ଜିରା, ପାନମଧୁରୀ, ନଡ଼ିଆ ଆଦି ମିଶାଇ ବଟାଯାଇଥିବା ବେସର ବଟା ପଡ଼ିହୁଏ । ଜଗନ୍ନାଥ ମନ୍ଦିର ଓ ଅନ୍ୟାନ୍ୟ ଦେଉଳରେ ଏହି ଭଳି ବେସର ବଟା ପଡ଼ି ରନ୍ଧାଯାଉଥିବାରୁ ଏହାକୁ "ଦେଉଳିଆ ବେସର" ବୋଲି ମଧ୍ୟ କହାଯାଏ । ଦ୍ୱିତୀୟ ପ୍ରକାରର ବେସର ସୋରିଷ, ରସୁଣ, ଜିରା ଆଦିକୁ ମିଶାଇ ବାଟି କରାଯାଇଥାଏ । ଏହା ସାଧାରଣତଃ ଘରେ ଓ ଭୋଜି ଆଦିରେ ରନ୍ଧାଯାଇଥାଏ । ମାଛ ବେସର ଓ ଛତୁ ବେସର ଆଦିରେ ଆମ୍ବୁଲ ଓ ଏହି ପ୍ରକାର ବେସର ବଟା ଦେଇ ରନ୍ଧାଯାଏ ।[୨]

ଆଧାର[ସମ୍ପାଦନା]

  1. Data and Expo India Pvt Ltd; Ashutosh Goyal (1 May 2014). RBS Visitors Guide INDIA - Odisha: Odisha Travel Guide. Data and Expo India Pvt. Ltd. pp. 40–. ISBN 978-93-80844-82-4.
  2. ୨.୦ ୨.୧ ୨.୨ Bidhu Bhusan Das; Trilochan Misra; Prabhat Nalini Das (1994). Eye to Orissa. Information & Public Relations Department, Government of Orissa.
  3. B. B. Jena (1980). Orissa, people, culture, and polity. Kalyani Publishers.