ଆସନ

ଉଇକିପିଡ଼ିଆ ରୁ

ପଦାନ୍ୱୟ[ସମ୍ପାଦନା]

ଆସନ (ହିନ୍ଦି - आसन - āsana)ର ଅର୍ଥ ହେଲା ବସିବା। [୧]) ଯୋଗରେ ଏହା ଶରୀରର ଏକ ସ୍ୱତନ୍ତ୍ର ବସିବା ମୁଦ୍ରା। [୨]. ଯୋଗ ଅଭ୍ୟାସ ଦିଗରୁ ଦେଖିଲେ ଆସନର ଦୁଇଟି ଅର୍ଥ ରହିଛି, ଅଭ୍ୟାସୀ ଯେଉଠି ବସେ ଓ ଅଭ୍ୟାସୀ ଯେଉଁପରି ବସେ। [୩] ପତଞ୍ଜଳୀଙ୍କ ଯୋଗସୂତ୍ର ଅନୁସାରେ ସ୍ଥିର ସୁଖଂ ଆସନଂ, ଅର୍ଥାତ ଏମିତି ଏକ ବସିବାର ଶୈଳୀ ଯେଉଁଥିରେ ଅଧିକ କାଳ ପର୍ଯ୍ୟନ୍ତ ନିରବିଚ୍ଛିନ୍ନ ସ୍ଥିର ଓ ନିରୁଦ୍ବିଗ୍ନ ଭାବେ ବସିହୁଏ। [୪]

ମୁଖ୍ୟ ଉଦ୍ଦେଶ୍ୟ[ସମ୍ପାଦନା]

ପତଞ୍ଜଳୀଙ୍କ ଯୋଗସୂତ୍ରରେ ବର୍ଣ୍ଣିତ ଆସନମାନଙ୍କ ଭିତରୁ ‘ମେରୁଦଣ୍ଡକୁ ସିଧାକରି ବସି ରହିବାର ସ୍ଥିତି’ ହେଉଛି ମୌଳିକ ଆସନ। ତାଙ୍କ ଅନୁସାରେ ସ୍ଥିର ଭାବରେ ଏକ ସ୍ଥିତିରେ ସହଜତାର ସହିତ ବସି ରହିବା ହିଁ ଆସନ। [୫] ଏପରି ବସି ରହି ଧ୍ୟାନ କରିବାଦ୍ୱାରା ଆତ୍ମ ସାକ୍ଷାତକାର ବା ସମାଧି ପ୍ରାପ୍ତ ହୁଏ। [୬] ଆସନ ଓ ପ୍ରାଣାୟାମକୁ ମିଶାଇ ପରବର୍ତ୍ତି କାଳରେ ହଠଯୋଗ [୭] ନାମକ ଶାରୀରିକ ଉତ୍କର୍ଷ ଲାଭ କରିବାର ପ୍ରଣାଳୀ ମଧ୍ୟ ବିକଶିତ ହୋଇଛି। କିନ୍ତୁ ପ୍ରକୃତ ପକ୍ଷେ ପତଞ୍ଜଳୀ ଋଷିଙ୍କ ପ୍ରଣିତ ରାଜଯୋଗର ଅଷ୍ଟାଙ୍ଗ ଚରଣ ଭିତରୁ ଆସନ ହେଉଛି ସମାଧି ଲାଭ କରିବାର ପ୍ରଥମ ପଦକ୍ଷେପ।

ଅଷ୍ଟାଙ୍ଗ ଯୋଗର ଅନ୍ୟାନ୍ୟ ଅଙ୍ଗ ଗୁଡ଼ିକ ହେଲା ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଆଉ ସମାଧି[୫][୬]

ଅନୁଶାସନ ମାଧ୍ୟମରେ ଶରୀର ଉପରେ ନିୟନ୍ତ୍ରଣ ଲାଭ କରି ପାରିଲେ ଯୋଗୀ ବା ଯୋଗିନୀ ( ପୁରୁଷ ବା ସ୍ତ୍ରୀ ଅଭ୍ୟାସକାରୀ/ଅଭ୍ୟାସ କାରିଣୀ) ଥଣ୍ଡା-ଗରମ, ସୁଖ-ଦୁଃଖ ଆଦି ଦ୍ୱୈତତାରୁ ମୁକ୍ତି ପାଆନ୍ତି। [୮] ଏହା ଅଦ୍ୱୈତବାଦ ଓ ଏହା ସାଂଖ୍ୟବାଦୀ ହିମାଳୟର ସିଦ୍ଧମାନଙ୍କ ଠାରୁ ବିକଶିତ ହୋଇଛି। [୯]

ପରିବର୍ତ୍ତିତ ଦୃଷ୍ଟିକୋଣ[ସମ୍ପାଦନା]

ଅଧୁନା ଯୋଗକୁ କେବଳ ଶାରୀରିକ କସରତ ହିସାବରେ ପରିଗଣିତ କରା ଯାଏ। ଶବାସନରେ ନିର୍ଜୀବବତ୍ ପଡ଼ି ରହିବାଠାରୁ ଶୀର୍ଷାସନରେ ମୁଣ୍ଡ ତଳକୁ କରି ଗୋଡ଼କୁ ଉପରକୁ କରିବାର ବିପରୀତ ମୁଦ୍ରା ପର୍ଯ୍ୟନ୍ତ ଶରୀରର ବିବିଧ ସ୍ଥିତିକୁ ନେଇ ଅନେକ ଗୁଡ଼ିଏ ଆସନ ବିକଶିତ ହୋଇଛି। [୧୦] କିନ୍ତୁ ଏକ ସ୍ଥିତିରେ ଅଧିକ କାଳ ବସିରହିବା ହେଉଛି ପୁରାତନ ରାଜ ଯୋଗର ଅଷ୍ଟାଙ୍ଗ ଚରଣ ଅନ୍ତର୍ଗତ ତୃତୀୟ ଚରଣ। [୫]

ଏହି ସ୍ଥିତି ଗୁଡ଼ିକର ନାମ ଅନେକ ସ୍ଥଳରେ କୌଣସି ପ୍ରାଣୀର ଆକାର ଦୃଷ୍ଟିରୁ ତା’ର ନାମ ଅନୁସାରେ ନାମିତ ହୋଇଛି - ଯଥା ମଣ୍ଡୁକାସନ (ଏକ ବେଙ୍ଗ ପରି ଶାରୀରିକ ସ୍ଥିତି)। ପ୍ରତିଟି ଆସନ ଶରୀରର ନିର୍ଦ୍ଦିଷ୍ଟ ଅଙ୍ଗ ଉପରେ ଚାପ ପକାଇଥାଏ ଓ ସେହି ଅଙ୍ଗକୁ ରକ୍ତ ସଞ୍ଚାଳନ ସୁଗମ କରାଇ ତତ୍ ସମ୍ପର୍କିତ ରୋଗକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଏହା ଶରୀରର ନମନୀୟତା ଓ ପ୍ରାଣଶକ୍ତିକୁ ବଢାଏ। ତେଣୁ ଯଦିଓ ଆସନର ଆବିଷ୍କାର ଏକ ସ୍ଥିତିରେ ଅଧିକକାଳ ବସି ରହିବାର କ୍ଷମତାକୁ ବିକାଶ କରିବା ପାଇଁ ହୋଇଥିଲା, ପରବର୍ତ୍ତୀ କାଳରେ ଶାରୀରିକ କସରତ ହିସାବରେ ଏହାର ବହୁଳ ପ୍ରସାର ହୋଇଛି। [୧୦] ଆଜିକାଲି ଆସନ ବା ଯୋଗାସନ କହିଲେ ଲୋକେ ଶାରୀରର ବିଭିନ୍ନ ସ୍ଥିତିକୁହିଁ ବୁଝିଥାନ୍ତି।

ଫାଇଲ:Students doing yoga.jpg
ଯୋଗ ଅଭ୍ୟାସ କରୁଥିବା ଛାତ୍ର ଛାତ୍ରୀ

ପ୍ରସ୍ତୁତି[ସମ୍ପାଦନା]

ଆସନ କରିବା ଆଗରୁ ନିମ୍ନଲିଖିତ ପୂର୍ବ ପ୍ରସ୍ତୁତି ଆବଶ୍ୟକ:[୧୧][୧୨]

  • ପେଟ ଖାଲି ରହିବା ଦରକାର।
  • କୌଣସି କ୍ରିୟାର ଅଭ୍ୟାସକୁ ଜୋର ଦେଇ ନ କରି ଆରାମରେ କରିବା ଦରକାର। ଦେହ ଥରିବା ଉଚିତ ନୁହେଁ।
  • ଶରୀରର ଭିନ୍ନ ଭିନ୍ନ ଅଙ୍ଗ ଚାଳନା ଲୟବଦ୍ଧ ଭାବରେ ଆସ୍ତେ ଆସ୍ତେ ହେବା ଦରକାର।
  • ନିଃଶ୍ୱାସ ଓ ପ୍ରଶ୍ୱାସ ଉପରେ ନିୟନ୍ତ୍ରଣ ରହିବା ଦରକାର। ନିର୍ଦ୍ଦିଷ୍ଟ ପ୍ରକାରର ପ୍ରାଣାୟାମକୁ ଆସନ ସହିତ କରି ପାରିଲେ ଅଧିକ ଲାଭ ମିଳିଥାଏ।
  • ଯଦି ଦେହ ଥକିଯାଏ ତେବେ ଶବାସନ (ଶବସୁଲଭ ସ୍ଥିତି) କିମ୍ବା ବାଳାସନ(ଶିଶୁ ସୁଲଭ ସ୍ଥିତି)କୁ ଫେରି ଆସିବା ଦରକାର।


ଆହୁରି ପଢ଼ନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Monier-Williams, Sir Monier (1899). A Sanskrit-English Dictionary. Oxford Clarendon Press, p. 159
  2. s:Hatha Yoga Pradipika/1#Asanas
  3. "Patanjali Yoga sutras" by Swami Prabhavananda , published by the Sri Ramakrishna Math ISBN 81-7120-221-7 p. 111
  4. Verse 46, chapter II; for translation referred: "Patanjali Yoga Sutras" by Swami Prabhavananda , published by the Sri Ramakrishna Math ISBN 81-7120-221-7 p. 111
  5. ୫.୦ ୫.୧ ୫.୨ Patanjali (± 300-200 B.C.) Yoga sutras, Book II:29
  6. ୬.୦ ୬.୧ Swami Prabhavananda (Translator), Christopher Isherwood (Translator), Patanjali (Author) (1996, 2nd ed.). Vedanta Press.
  7. Arya, Pandit Usharbudh (aka Swami Veda Bharati) (1977/1985). Philosophy of Hatha Yoga. Himalayan Institute Press, Pennsylvania.
  8. Feuerstein, Georg (2003). The Deeper Dimensions of Yoga: Theory and Practice. Shambhala Publications, Massacheusetts.
  9. Rama, Swami (1980). Living with the Himalayan Masters. Himalayan Institute Press, Pennsylvania; India.
  10. ୧୦.୦ ୧୦.୧ Feuerstein, Georg (1996). The Shambhala Guide to Yoga. Shambhala Publications, Boston. pp. 26
  11. Menuhin, Yehudi; Iyengar, B. K. S. (1979). Light on yoga: yoga dipika. New York: Schocken Books. ISBN 0-8052-1031-8. 
  12. Desikachar, T. K. V. (1999). The Heart of Yoga: Developing a Personal Practice. Rochester, Vt: Inner Traditions International. ISBN 0-89281-764-X. 

ବାହାର ଆଧାର[ସମ୍ପାଦନା]