ମୋହନ ଭୋଗ

ଉଇକିପିଡ଼ିଆ ରୁ
Jump to navigation Jump to search

ଉପକରଣ[ସମ୍ପାଦନା]

  • ସୁଜି ୧କପ
  • ଚିନି ଅଧା କପ
  • ଗୁଆଘିଆ ୧/୪ କପ
  • ଖିସମିସ୍ ୧୦ ଗ୍ରାମ
  • ତେଜପତ୍ର ୨ଟା
  • ଅଳେଇଚ ୪ଟା
  • ଲୁଣ ଧାପେ ଓ ପାଣି ୧କପ

ପ୍ରସ୍ତୁତି[ସମ୍ପାଦନା]

ଗରମ ଘିଅ ପାତ୍ରରେ ସୁଜି ଭାଜି ବାଦାମୀ ରଙ୍ଗ ହୋଇଗଲେ ସେଥିରେ ଚିନି, ଖିସମିସ୍ ଓ ତେଜପତ୍ର ପକାଇବେ।ତା'ପରେ ଏହାକୁ ଆଉ ଭାଜି ସେଥିରେ ପାଣି, ଲୁଣ ଓ ଅଳେଇଚ ଗୁଣ୍ଡ ପକାଇବେ।ସୁଜି ପାଣିରେ ଫୁଟିଲେ, ଜାଳ କମାଇ ପାତ୍ରରେ ଘୋଡ଼ଣୀ ଦେଇଦେବେ।ଏଥିରେ ସୁଜି ପ୍ରସ୍ତୁତ ହୋଇଗଲେ ଘୋଡ଼ଣୀ କାଢ଼ି ଏହାକୁ ଭଲକରି ଘାଣ୍ଟି ଦେବେ । ସୁଜି କରେଇରେ ମେଞ୍ଚା ମେଞ୍ଚା ନ ହୋଇ ଗୋଟି ଗୋଟି ହୋଇଗଲେ ଏହାକୁ ତଳକୁ ଓହ୍ଲାଇ ଥଣ୍ଡା କରିଦେବେ।ବର୍ତ୍ତମାନ ମୋହନ ଭୋଗ ପ୍ରସ୍ତୁତ ହୋଇଗଲା ।