ଗଜା

ଉଇକିପିଡ଼ିଆ‌ରୁ
ଗଜା
ଜଗନ୍ନାଥଙ୍କ ଧୂପରେ ଅର୍ପିତ ମୁଠି ଗଜା
ଆରମ୍ଭ
ମୂଳ ଜାଗାଓଡ଼ିଶା
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନମଇଦା, ଚିନି

ଗଜା ମଇଦା ଓ ଚିନିରୁ ତିଆରି ଏକ ପାରମ୍ପାରିକ ଓଡ଼ିଆ ମିଠା । ଓଡ଼ିଶାର ବାଲେଶ୍ୱର ଜିଲା ଏହା ପାଇଁ ପ୍ରସିଦ୍ଧିଲାଭ କରିଅଛି । ବିଭାଘର, ବ୍ରତ ଓ ବିଭିନ୍ନ ପାର୍ବଣରେ ଏହା ଦିଆଯାଇଥାଏ । ଚଉଠି ଭାର ଓ ବନ୍ଧୁ ବେଭାରରେ ମଧ୍ୟ ଏହା ଦିଆଯାଇଥାଏ । ଜଗନ୍ନାଥଙ୍କ ଧୂପରେ ମଧ୍ୟ ଏହା ଏକ ଭୋଗ ରୂପେ ଅର୍ପଣ କରାଯାଇଥାଏ ।

ଉପାଦାନ[ସମ୍ପାଦନା]

  • ମଇଦା
  • ଚିନି

ତିଆରି ପ୍ରଣାଳୀ[ସମ୍ପାଦନା]

ମଇଦାରେ ଘିଅ ପକାଇ ଅଳ୍ପ ପାଣି ଦେଇ ଚକଟା ଯାଏ । ଘିଅ ବା ରିଫାଇନ ତେଲକୁ ଖାସ୍ତା କୁହାଯାଏ । ଏହି ଖାସ୍ତା ବେଶୀ ହେଲେ ଗଜା ଛାଣିଲା ବେଳେ ଖୋଲିଯାଏ ଓ କମ ହେଲେ ଟାଣ ହୁଏ । ତେଣୁ ଉପଯୁକ୍ତ ଅନୁପାତରେ ଖାସ୍ତା ଦେଇ ଚକଟା ତିଆରି କରାଯାଏ । ଏହି ସମୟରେ କିଛି ଅଳେଇଚ ଗୁଣ୍ଡ ଏଥିରେ ଛିଞ୍ଚାଯାଏ । ତାହା ପରେ ବଡ଼ କାଠପଟାରେ ବେଲଣା ବାଡ଼ିରେ ୧ ଇଞ୍ଚ ବହଳର ମୋଟ କରି ବେଲାଯାଏ । ତାହାକୁ ଛୁରିରେ ଖଣ୍ଡ ଖଣ୍ଡ କରି କାଟି ଛଣାଯାଏ | ଆଉ ଏକ ପାତ୍ରରେ ବହଳ ଚିନି ସିରା କରି ସେଥିରେ ଛଣା ଗଜା ସବୁକୁ ପକାଯାଏ । ଏସବୁ ସିରାରେ ବୁଡ଼ି ରହିବା ପରେ ଫୁଲିଯାଏ ।[୧]

ଆଧାର[ସମ୍ପାଦନା]

  1. ସୁଦର୍ଶନ ମହାରଣା. ବାଲେଶ୍ୱରର ଅବଲୁପ୍ତ କଳା ଓ ସଂସ୍କୃତି. ଉନ୍ନୟନୀ (୨୦୦୬) ପୃ. ୯୮