ସୁନା କୂଅ

ଉଇକିପିଡ଼ିଆ ରୁ
Jump to navigation Jump to search

ଶ୍ରୀମନ୍ଦିର ବେଢା ମଧ୍ୟରେ ଦେବୀ ଶୀତଳା ଓ ବାହନ ସିଂହଙ୍କ ମଧ୍ୟରେ ପ୍ରାଚୀନ ସୁନାକୂଅ ଅବସ୍ଥିତ । ଏହାକୁ ଅନେକ ପ୍ରଣୀତ କୂଅ ବୋଲି କୁହନ୍ତି । ଏହିକୂଅର ରକ୍ଷକ ହେଉଛନ୍ତି ମା’ଶୀତଳା । ଦେବ ସ୍ନାନ ପୂର୍ଣ୍ଣିମା ଦିନ ଠାକୁରମାନଙ୍କୁ ସ୍ନାନମଣ୍ଡପରେ ବସାଇ ୧୦୮ କଳସରେ ସ୍ନାନ କରିବାର ବିଧି ଅଛି । ସ୍ନାନପୂର୍ଣ୍ଣିମା ପୂର୍ବଦିନ ସୁନାକୂଅରୁ ପବିତ୍ର ଜଳ ଅଣାଯାଏ । ସିଂହଦ୍ଵାର ପ୍ରବେଶପଥର ଦକ୍ଷିଣ ପଟ ବେଢା ମଧ୍ୟରେ ବିରାଜିତ ପାତାଳ ସମ୍ଭୂତା ମା’ଶୀତଳାଙ୍କର କେବଳ ମସ୍ତକଟି ଦେଖାଯାଏ । କଳିଯୁଗ ଶେଷରେ ଦେବୀ ସଂପୂର୍ଣ୍ଣ ଆବିର୍ଭାବ ହେବେ ବୋଲି ଜନଶ୍ରୁତି ରହିଛି । ବର୍ଷକରେ ଥରୁଟିଏ ମାତ୍ର ସ୍ନାନପୂର୍ଣ୍ଣିମା ପୂର୍ବଦିନ ସୁନାକୂଅର ଅଭ୍ୟନ୍ତର ପରିଷ୍କାର କରାଯାଇ ଜଳ ଅଭିମନ୍ତ୍ରୀତ ହୋଇ ୧୦୮କଳସରେ ଜଳ ଅଣାଯାଏ । ଏହିଜଳକୁ କେବଳ ସୁନାଗୋସେଇଁ , ମୁଦିରସ୍ତ ଓ ଗରାବଡୁ ସେବକମାନେ ଆଣିଥାନ୍ତି । ଜଳ ଆଣିସାରିବା ପରେ ପୁନର୍ବାର କୂଅକୁ ଘୋଡାଇ ଦିଆଯାଏ । ବର୍ଷେ ପର୍ଯ୍ୟନ୍ତ ଆଉ ସେ କୂଅର ଜଳ ବ୍ୟବହାର କରାଯାଏ ନାହିଁ । ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଠାକୁରଙ୍କ ଜନ୍ମଦିନ । ତେଣୁ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଏହି ସ୍ନାନପୂର୍ଣ୍ଣିମା ଦିନ ସୁନାକୂଅରୁ ୧୦୮କଳସ ଜଳ ଆଣି ଠାକୁରଙ୍କୁ ସ୍ନାନ କରାଇଥିଲେ । ସୃଷ୍ଟିରେ ଯେତେ ତୀର୍ଥଜଳ ଅଛି ସମସ୍ତ ତୀର୍ଥଜଳ ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ଏହି ସୁନାକୂଅକୁ ଆସିଥାନ୍ତି । ଜଗତର ଠାକୁର ଶ୍ରୀଜଗନ୍ନାଥଙ୍କର ସ୍ନାନପରେ ସବୁତୀର୍ଥଜଳ ସେ ସୁନାକୂଅରୁ ଅନ୍ତର୍ଦ୍ଧାନ ହୋଇଯାଇଥାନ୍ତି । ତେଣୁ ସେ କୂଅରୁ ଆଉ ଜଳ ବ୍ୟବହୃତ ହୋଇନଥାଏ । ବର୍ଷକ ପରେ ସ୍ନାନପୂର୍ଣ୍ଣିମାକୁ ସେ କୂଅରୁ ଜଳ ଆସେ । ଏହା ହେଉଛି ଶ୍ରୀମନ୍ଦିର ସୁନାକୂଅର ବିଶେଷତ୍ଵ । [୧]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ସମୟ, ପୃଷ୍ଠା- ୨, ୨୯.୧୨.୨୦୧୨