ଗିରି ଗୋବର୍ଦ୍ଧନ ବେଶ

ଉଇକିପିଡ଼ିଆ‌ରୁ

ପରମ୍ପରା ଅନୁଯାୟୀ ପ୍ରତ୍ୟେକ ବର୍ଷ ଭାଦ୍ରବ କୃଷ୍ଣ ତ୍ରୟୋଦଶୀରେ ଶ୍ରୀବିଗ୍ରହମାନଙ୍କର ଗିରି ଗୋବର୍ଦ୍ଧନ ବେଶ ହୁଏ । ଗବେଷକ ପଦ୍ମଶ୍ରୀ ସଦାଶିବ ରଥଶର୍ମାଙ୍କ ମତରେ ଭୌମ ବଂଶର ରାଣୀ ବକୁଳ ମହାଦେବୀ ଏହି ବେଶ ପ୍ରଥମେ ପ୍ରଚଳନ କରାଇଥିଲେ। ଏହାପରେ କିଛି ବର୍ଷ ପାଇଁ ଏ ବେଶ ହୋଇନଥିଲା। ଖୀଷ୍ଟାବ୍ଦ ୧୫୭୫ରେ ରାମଚନ୍ଦ୍ର ଦେବ ଏହି ବେଶର ପୁନଃ ପ୍ରଚଳନ କରାଇଥିଲେ। ମାଘ ପୂର୍ଣ୍ଣମୀ ଦିନ ଶ୍ରୀଜୀଉମାନଙ୍କ ମଧ୍ୟାହ୍ନ ଧୂପ ସରି ମଇଲମ ହେବା ପରେ ତିନି ବାଡ଼ରେ ଗଜ ଉଦ୍ଧାରଣ ବେଶ ହୁଏ। ଭିତରଛୁ,ତଳିଛୁ,ପୁଷ୍ପାଳକ,ନିଯୋଗୀ ଖୁଣ୍ଟିଆ ଓ ମେକାପମାନଙ୍କ ସହଯୋଗରେ ଏହି କାର୍ଯ୍ୟ ସମ୍ପାଦିତ ହୁଏ। ଠାକୁରମାନେ ଏହି ବେଶରେ ଚୁଳ, କିରୀଟ,କର୍ଣ୍ଣକୁଣ୍ଡଳ, ସୂର୍ଯ୍ୟଚନ୍ଦ୍ର,ଅଣ୍ଟାପଟି,ହାତ,ଦାରୁବନ୍ଧ,ଶଙ୍ଖ, ଚକ୍ର,ଗଦା,ପଦ୍ମ,ହଳ ଓ ମୂଷଳ ପ୍ରଭୃତି ଲାଗି ହୁଅନ୍ତି। ବିଶ୍ୱାସ କରାଯାଏ, ଗଜ ଉଦ୍ଧାରଣ ବେଶ ଦର୍ଶନ କରି ଭକ୍ତିର ସହିତ ଗଜେନ୍ଦ୍ର ସ୍ତୁତି ପାଠ କଲେ ଅପାର ପୁଣ୍ୟ ଲାଭ ହୁଏ। ୧୯୪୭ ପୂର୍ବରୁ ପ୍ରତିବର୍ଷ ଭାଦ୍ରବ କୃଷ୍ଣ ତ୍ରୟୋଦଶୀ ତିଥିରେ ଜଗନ୍ନାଥଙ୍କର ଏହି ବେଶ ହେଉଥିଲା । ଏହି ବେଶରେ କୃଷ୍ଣ ଗିରି ଗୋବର୍ଦ୍ଧନ ପାହାଡ଼କୁ ଟେକି ଧରିଥିବା ଦୃଶ୍ୟ ଦେଖିବାକୁ ମିଳେ ।

ପଦ୍ମ ଗୋଟିଏ ଘେନି ହସ୍ତେ,

ଊର୍ଦ୍ଧେ ଚାହିଁଲା ଶୂନ୍ୟ ପଥେ, ବେଗେ ନମିଲା ଶୂଣ୍ଧ୍ହ୍ହ ତୋଳି, ଦେଖନ୍ତେ ପ୍ରଭୁ ବନମାଳୀ

—ଭାଗବତ ଅଷ୍ଟମ ସ୍କନ୍ଧ, ତୃତୀୟ ଅଧ୍ୟାୟ

ପୌରାଣିକ[ସମ୍ପାଦନା]

ଭାଗବତର କଥାଅନୁସାରେ ଗୋପପୁର ବୃନ୍ଦାବନବାସୀ ଇନ୍ଦ୍ରଙ୍କୁ ପୂଜା କରୁଥିଲେ । ମାତ୍ର ଶ୍ରୀକୃଷ୍ଣ ସେମାନଙ୍କୁ ବାରଣ କରି ଇନ୍ଦ୍ରଙ୍କ ବଦଳରେ ଗୋବର୍ଦ୍ଧନଙ୍କୁ ପୂଜା କରିବାକୁ ପରାମର୍ଶ ଦେଲେ । ଏଥିରେ କ୍ରୁଦ୍ଧ ହୋଇ ଇନ୍ଦ୍ର ପ୍ରବଳ ବର୍ଷା କରାଇଲେ । ଏହି ତାଣ୍ଡବ ବର୍ଷାର ନାମ ସଂବର୍ତକ । ତାହାର ତାଣ୍ଦବରେ ଗୋପବାସୀ ତ୍ରାହି ତ୍ରାହି ଡାକିଲେ । ସେମାନେ ସୁରକ୍ଷା ପାଇଁ କୃଷ୍ଣଙ୍କ ସହାୟତା ଲୋଡିଲେ । ଭଗବାନ କୃଷ୍ଣ ନିଜ ବାମହାତ କାଣି ଆଙ୍ଗୁଠିରେ ଗୋବର୍ଦ୍ଧନ ଗିରିକୁ ଉଠେଇ ଧରିଥିଲେ ଓ ତା ତଳେ ବୃନ୍ଦାବନ ବାସୀ ନିଜର ଗୋବତ୍ସା ସହିତ ନିରାପଦ ଆଶ୍ରୟ ଗ୍ରହଣ କରିଥିଲେ । ଏହି ରୂପେ ଭଗବାନ ଦେବରାଜ ଇନ୍ଦ୍ରଙ୍କ ଗର୍ବ ଖଣ୍ଡନ କରିଥିଲେ ।

ଭାଗବତର ଏହି ଉପାଖ୍ୟାନର ସୃତିରେ ଶ୍ରୀମନ୍ଦିରରେ ଗିରିଗୋବର୍ଦ୍ଧନ ବେଶ ସଂପନ୍ନ ହେଉଥିବା ଅନୁମାନ କରାଯାଏ । ଏହି ବେଶରେ ଜଗନ୍ନାଥ ଏକ ପାହାଡ଼ ଟେକି ଧରିବାପରି ବ୍ୟବସ୍ଥା କରାଯାଏ । ତେବେ ୧୯୪୭ ପରଠାରୁ ଏହି ବେଶ ଅନୁଷ୍ଠିତ ହେଉନାହିଁ । ଅନେକ ବର୍ଷ ଧରି ଏହା ବନ୍ଦ ରହିବା ପରେ ତା ବଦଳରେ ଏବେ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେଉଅଛି ।[୧][୨]

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]