ଗଇଁଠା

ଉଇକିପିଡ଼ିଆ‌ରୁ
ଗଇଁଠା‌
ବଉଳ ଅମାବାସ୍ୟାରେ ତିଆରି ଗଇଁଠା ପିଠା
ଅନ୍ୟ ନାମଗେଟେଇ, କ୍ଷୀରଗଇଁଠା, ଗଇଁଠାଗୁଡ଼ି ପିଠା
ପ୍ରକାରପିଠା
ମୂଳ ସ୍ଥାନଭାରତ
ଅଞ୍ଚଳ ବା ରାଜ୍ୟଓଡ଼ିଶା
ମୁଖ୍ୟ ଉପାଦାନଚାଉଳ ଚୂନା, ଚିନି, [ନଡ଼ିଆ]] କ୍ଷୀର ବା ଗାଈ କ୍ଷୀର
ଅନ୍ୟ ଉପାଦାନଲୁଣ, ପାଣି, ଅଳେଇଚତେଜପତ୍ର
ପ୍ରକାର ଭେଦନଡ଼ିଆ କ୍ଷୀର ଗଇଁଠା, ଗାଈ କ୍ଷୀର ଗଇଁଠା

ଗଇଁଠା‌ (ଗେଟେଇ, କ୍ଷୀରଗଇଁଠା, ଗଇଁଠାଗୁଡ଼ି ପିଠା ଆଦି ନାମରେ ମଧ୍ୟ ଜଣା) ଓଡ଼ିଶାର ଏକ ପ୍ରକାର ଚାଉଳ ତିଆରି ପିଠାଚୂନାକୁ ବାମ୍ପରେ ସିଝାଇ ଖଳି ତିଆରି କରି ସେହୁ ଖଳିକୁ ଗୋଟି କରି ବଳି ପରେ ପାଣିରେ ସିଝାଇ ଏହା ତିଆରି କରାଯାଇଥାଏ ।[୧] ସାଧାରଣତଃ ଅରୁଆ ଚାଉଳକୁ ଗୁଣ୍ଡ କରି, ସେଥିରେ ନଡ଼ିଆ କୋରା ପକାଇ ବାଟି ତାହାକୁ ଫୁଟନ୍ତା ପାଣିରେ ଚିନି ଓ ଲୁଣ ସହ ମିଶାଇ ଘାଣ୍ଟି ଖଳି ତିଆରି କରାଯାଇଥାଏ । ଏହି ଖଳିକୁ ଗୋଲ ଗୋଲ କରି ବଳି ଫୁଟୁଥିବା ଓ ସାମାନ୍ୟ ମରିଯାଇଥିବା କ୍ଷୀରରେ ପକାଇ ଘାଣ୍ଟି ଘାଣ୍ଟି ଗଇଁଠା ତିଆରି କରାଯାଇଥାଏ । ବାସ୍ନା ପାଇଁ ଏଥିରେ ଛେଚା ଅଳେଇଚତେଜପତ୍ର ଆଦି ପକାଇ ଘୋଡ଼ାଇ ରଖି ଥଣ୍ଡା ହେଲା ପରେ ଖିଆଯାଇଥାଏ ।

ଆଧାର[ସମ୍ପାଦନା]

  1. Praharaj, G. C. (1930). Purnnacandra Odia Bhashakosha. Retrieved 14 July 2020.