ଅନନ୍ତ ବାସୁଦେବ ମନ୍ଦିର

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଅନନ୍ତ ବାସୁଦେବ ମନ୍ଦିର
ଅନନ୍ତ ବାସୁଦେବ ମନ୍ଦିର
ଅନନ୍ତ ବାସୁଦେବ ମନ୍ଦିର
ଅନନ୍ତ ବାସୁଦେବ ମନ୍ଦିର is located in ଓଡ଼ିଶା
ଅନନ୍ତ ବାସୁଦେବ ମନ୍ଦିର
ଅନନ୍ତ ବାସୁଦେବ ମନ୍ଦିର
ଅନନ୍ତ ବାସୁଦେବ ମନ୍ଦିରର ଅବସ୍ଥାନ
Geography
ଦିଗବାରେଣି 20°14′26.18″N 85°50′8.81″E / 20.2406056°N 85.8357806°E / 20.2406056; 85.8357806
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଜିଲ୍ଲା ଖୋର୍ଦ୍ଧା
Culture
ମୁଖ୍ୟ ଆରାଧ୍ୟ ଅନନ୍ତ ବାସୁଦେବ (କୃଷ୍ଣ)
History and governance
ନିର୍ମାଣ କାଳ ତ୍ରୟୋଦଶ ଶତାବ୍ଦୀ

ଅନନ୍ତ ବାସୁଦେବ ମନ୍ଦିର ଏକ ହିନ୍ଦୁ ବିଷ୍ଣୁ ମନ୍ଦିର ଯାହା ଭୁବନେଶ୍ଵରର ବିନ୍ଦୁସାଗର[୧] ତୀରରେ ଅବସ୍ଥିତ ।[୨] । ଗଙ୍ଗ ବଂଶର ରାଜା ତୃତୀୟ ଅନଙ୍ଗ ଭୀମଦେବଙ୍କ କନ୍ୟା ଚନ୍ଦ୍ରାବତୀ[୩] ଏହି ମନ୍ଦିରଟିକୁ ୧୨୭୮ମସିହାରେ ତୋଳାଇଥିବାର ଜଣାଯାଏ ।[୪] ଏଠାରେ କୃଷ୍ଣ, ବଳରାମ ଏବଂ ସୁଭଦ୍ରାଙ୍କ ପୂର୍ଣ୍ଣାବୟବ ପ୍ରତିମା ପୂଜା କରାଯାଉଅଛି । ଅନନ୍ତ ବା ବଳରାମଙ୍କର ଦଣ୍ଡାୟମାନ ସପ୍ତଫେଣାକୃତି ମୂର୍ତ୍ତି ଡାହାଣ ହାତରେ ହଳ ଓ ବାମ ହାତରେ ମୂଷଳ ଧରି ପୂଜା ପାଆନ୍ତି । ବାସୁଦେବ ବା କୃଷ୍ଣଙ୍କ ମୂର୍ତ୍ତିଙ୍କ ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଶୋଭାପାଉଛି ।[୫] ସୁଭଦ୍ରାଙ୍କ ମୂର୍ତ୍ତି ବିକସିତ ପଦ୍ମ ଉପରେ ଦଣ୍ଡାୟମାନ । ପଶ୍ଚିମମୂଖି ଏହି ତିନି ମୂର୍ତ୍ତି ଏକ ବେଦି ଉପରେ ଦଣ୍ଡାୟମାନ ଭାବରେ ପୂଜିତ । ମନ୍ଦିରର ଦକ୍ଷିଣ ପଶ୍ଚିମ କୋଣରେ ମାତଙ୍ଗୀ ମହାଲକ୍ଷ୍ମୀଙ୍କ ପ୍ରତିମା ଓ ପାଷାଣ ସ୍ତମ୍ଭ ଭାବରେ ସୁଦର୍ଶନ ସ୍ଥାପିତ ଅଛନ୍ତି । ସିଂହଦ୍ଵାରରେ ସିଂହମୂର୍ତ୍ତି ରହିଛି । ପାର୍ଶ୍ଵଦେବତା ଭାବରେ ଦକ୍ଷିଣରେ ବରାହ ଓ ଉତ୍ତରରେ ବାମନ ପୂଜା ପାଉଛନ୍ତି । ଦ୍ଵାରପାଳ ଅଛନ୍ତି ଜୟ-ବିଜୟ । ମନ୍ଦିର ବେଢାରେ ପିଢ଼ଦେଉଳ, ଜଗମୋହନ, ନାଟମନ୍ଦିର ଓ ଭୋଗମଣ୍ଡପ ରହିଛି ।

ଏକାମ୍ର ପୂରାଣ, ଏକାମ୍ର ଚନ୍ଦ୍ରିକା, ସ୍ଵର୍ଣ୍ଣାଦି ମହୋଦୟ ଓ କପିଳ ସଂହିତାରେ ଏହି ମନ୍ଦିରର ଉଲ୍ଲେଖ ରହିଅଛି । [୬]

ଗେଲେରୀ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Shishir Kumar Panda (୧ January ୧୯୯୯). Political And Cultural History Of Orissa. New Age International (P) Limited. ISBN ୯୭୮-୮୧-୨୨୪-୧୧୯୭-୩. 
  2. Ghurye, G.S. (୨୦୦୫). Rajput Architecture. Popular Prakashan. p. ୯୧. ISBN ୮୧୭୧୫୪୪୪୬୦. 
  3. Dilip Kumar Ganguly (୧୯୮୪). History and Historians in Ancient India. Abhinav Publications. pp. ୬୨–. ISBN ୯୭୮-୦-୩୯୧-୦୩୨୫୦-୭. 
  4. M. M. Ninan (୧ June ୨୦୦୮). The Development of Hinduism. Madathil Mammen Ninan. pp. ୧୩୫–. ISBN ୯୭୮-୧-୪୩୮୨-୨୮୨୦-୪. 
  5. Chhabi Padhi (୧୯୯୪). An Analysis and Evaluation of the Cultural Landscape and Resources of Bhubaneswar, and Historic Temple City in India. University of Wisconsin--Madison. 
  6. "ଅନନ୍ତ ବାସୁଦେବ". ସମ୍ବାଦ ଭୁବନେଶ୍ଵର ସଂସ୍କରଣ. 22 June 2015. http://sambadepaper.com/Details.aspx?id=173025&boxid=3293458. Retrieved 22 June 2015.