ଆଦି ଶଙ୍କରାଚାର୍ଯ୍ୟ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଆଦି ଶଙ୍କରାଚାର୍ଯ୍ୟ
आदिशङ्कराचार्यः
ଆଦି ଶଙ୍କର ଶିଷ୍ୟମାନଙ୍କ ସହିତ
ଜନ୍ମ ଶଙ୍କର
୭୮୮ ଖ୍ରୀଷ୍ଟାବ୍ଦ
କାଲାଡ଼ି ଗ୍ରାମ, ଚେର ସାମ୍ରାଜ୍ୟ
(ବର୍ତ୍ତମାନର କେରଳ, ଭାରତ)
ମୃତ୍ୟୁ ୮୨୦ ଖ୍ରୀଷ୍ଟାବ୍ଦ[୧]
କେଦାରନାଥ, ପାଳ ସାମ୍ରାଜ୍ୟ
(ବର୍ତ୍ତମାନର ଉତ୍ତରାଖଣ୍ଡ , ଭାରତ)
ଉପାଧି/ ସମ୍ମାନ ହିନ୍ଦୁ ଧର୍ମର ପୁନଃ ସ୍ଥାପନା,ଦଶନାମୀ ସନ୍ୟାସୀ ସମ୍ପ୍ରଦାୟର ପ୍ରତିଷ୍ଠା,ବେଦାନ୍ତ ପ୍ରଚାର
ଗୁରୁ ଗୋବିନ୍ଦ ଭଗବଦ୍ ପାଦ
ଦର୍ଶନ ଅଦ୍ଵୈତ ବେଦାନ୍ତ
ବାଣୀ ବ୍ରହ୍ମ ସତ୍ୟ, ଜଗତ୍ ମିଥ୍ୟା ଓ ଜୀବ-ବ୍ରହ୍ମ ଅଭେଦ


ଆଦି ଶଙ୍କର (ସଂସ୍କୃତ : आदिशङ्करः) (୭୮୮- ୮୨୦ ଖ୍ରୀଷ୍ଟାବ୍ଦ) ଏକାଧାରରେ ଜଗତର ଅନ୍ୟତମ ଧର୍ମଗୁରୁ, ଦାର୍ଶନିକ, ସମାଜ ସଂସ୍କାରକ ଓ ବେଦାନ୍ତର ମୂଖ୍ୟ ପ୍ରବକ୍ତା । ସେ ଆଦି ଶଙ୍କର ଓ ଶଙ୍କର ଭଗବତ୍ ପାଦ ନାମରେ ମଧ୍ୟ ପରିଚିତ । ଅଦ୍ଵୈତ ବେଦାନ୍ତ ର ଶେଷ୍ଠ ପ୍ରବକ୍ତା ରୂପରେ ସେ ବିଶ୍ଵର ଦାର୍ଶନିକ ମଣ୍ଡଳୀରେ ସ୍ଵୀକୃତ ଓ ସମାଦୃତ । ସେ ଦଶନାମୀ ସନ୍ୟାସୀ ସମ୍ପ୍ରଦାୟର ପ୍ରତିଷ୍ଠା କରିଥିଲେ । ହିନ୍ଦୁ ଧର୍ମର ପୁନଃ ସ୍ଥାପନା ଏବଂ ସମାଜ ସଂସ୍କାରରେ ତାଙ୍କର ଦାନ ଅତୂଳନୀୟ [୨]

ସଂସ୍କୃତ ଭାଷାରେ ତାଙ୍କ ରଚନା ସମୂହ ଦ୍ଵାରା ସେ ଆତ୍ମା ଓ ନିର୍ଗୁଣ ବ୍ରହ୍ମଙ୍କ ଏକତ୍ତ୍ଵ ପ୍ରତିପାଦନ କରିଥିଲେ । ତାଙ୍କ ମତ ସପକ୍ଷରେ ସେ ବେଦାନ୍ତର ପ୍ରସ୍ଥାନ ତ୍ରୟୀ ପ୍ରଧାନ ଉପନିଷଦ ସମୂହ, ବ୍ରହ୍ମସୂତ୍ର ଓ ଭଗବଦ୍ ଗୀତା ଉପରେ ବିସ୍ତୃତ ଭାଷ୍ୟ ରଚନା କରିଥିଲେ । ତାଙ୍କ ରଚନାରେ ଉପନିଷଦ ମାନଙ୍କର ବାଖ୍ୟା କରାଯାଇଛି । ସେ ହିନ୍ଦୁ ଧର୍ମର ଅନ୍ୟତମ ଦର୍ଶନ ମତ ମୀମାଂଶା ବା ପୂର୍ବ ମୀମାଂଶା, ଯାହା ବୈଦିକ କର୍ମକାଣ୍ଡର ପ୍ରୋତ୍ସାହନ କରିଥାଏ, ତାହାର ସମାଲୋଚନା କରିଥିଲେ । ସେ ମଧ୍ୟ ବୈଦିକ ହିନ୍ଦୁ ଧର୍ମ ଓ ବୌଦ୍ଧ ମତ ମଧ୍ୟରେ ଥିବା ପ୍ରଧାନ ବିଭେଦ ଦର୍ଶାଇ ଥିଲେ ।

ଶଙ୍କର ଭାରତ ସାରା ଭ୍ରମଣ କରି ବିଭିନ୍ନ ଦାର୍ଶନିକ ମାନଙ୍କ ଦ୍ଵାରା ତର୍କ ଓ ବକ୍ତୃତା ଦ୍ଵାରା ଅଦ୍ଵୈତ ବେଦାନ୍ତର ପ୍ରଚାର କରିଥିଲେ । ସେ ମୀମାଂସା ମତ ଖଣ୍ଡନ କରି ସନ୍ନ୍ୟାସର ଗୁରୁତ୍ତ୍ଵ ପ୍ରତିପାଦନ କରିଥିଲେ । ସେ ଭାରତର ଚାରି କୋଣରେ ଚାରୋଟି ମଠ ସ୍ଥାପନ କରିଥିଲେ । ଏହି ମଠ ସବୁ ଅଦ୍ଵୈତ ମତବାଦ ପ୍ରଚାର ଓ ପ୍ରସାର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେ ଦଶନାମୀ ସନ୍ନ୍ୟାସୀ ସମ୍ପ୍ରଦାୟର ପୁନର୍ସ୍ଥାପନା କରିଥିଲେ । ସେ ମଧ୍ୟ ଆଦି ଶଙ୍କରାଚାର୍ଯ୍ୟ, ଶଙ୍କର ଭଗବତପାଦ ଆଦି ନାମରେ ଜଣାସୁଣା ।

ଜୀବନୀ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Sharma, Chandradhar (1962). "Chronological Summary of History of Indian Philosophy". Indian Philosophy: A Critical Survey. New York: Barnes & Noble. p. vi. 
  2. ଆଚାର୍ଯ୍ୟ ଶଙ୍କର,ସ୍ଵାମୀ

ଅଧିକ ତଥ୍ୟ[ସମ୍ପାଦନା]