ମଠ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଦଶାବତାର ମଠ,ପୁରୀ,

ବିଦ୍ୟାର୍ଥୀମାନଙ୍କ ବେଦାଭ୍ୟାସ ଓ ଆଶ୍ରୟ ସ୍ଥାନକୁ ଏବଂ ଦେବସେବା ନିମିତ୍ତ ସ୍ଥାପିତ ଓ ଜମି ବାଡ଼ି ଖଞ୍ଜାଥିବା ଆଶ୍ରମ କୁ ମଠ କୁହାଯାଏ । ପ୍ରତ୍ୟକ୍ଷରେ ମଠଗୁଡ଼ିକ ସଂସ୍କୃତିକୁ ସୁରକ୍ଷା ପ୍ରଦାନ କରିଥାନ୍ତି ।

ଖ୍ରୀଷ୍ଟପୂର୍ବ ୪୮୪ରେ ମୂର୍ତ୍ତିଭଞ୍ଜକମାନଙ୍କ ଜଗନ୍ନାଥାଦି ଚତୁଃବିଗ୍ରହଙ୍କୁ ଶ୍ରୀକ୍ଷେତ୍ର ପୁରୀ ଠାରେ ପୁନଃପ୍ରତିଷ୍ଠିତ ହୋଇଥିଲେ । ସେହି ସମୟରୁ ଶ୍ରୀକ୍ଷେତ୍ରରେ ମଠଗୁଡ଼ିକ ସ୍ଥାପନ ହୋଇଚାଲିଲା । ଶ୍ରୀମନ୍ଦିର ସହିତ ବିଭିନ୍ନ ମଠର ସମ୍ପର୍କ ରହିଛି । ଏକବିଂଶ ଶତାବ୍ଦୀ ସୁଦ୍ଧା ୩୭୩ ମଠ ଏବଂ ଆଶ୍ରମ ରହିଥିବା ବେଳେ ସେଥିରୁ ନବକଳେବର ସହିତ ୧୬ଟି ମଠର ସମ୍ପୃକ୍ତି ରହିଛି ବୋଲି ଇତିହାସରୁ ଜଣାଯାଏ । ପୁରୁଷୋତ୍ତମ କ୍ଷେତ୍ରରେ ପ୍ରାଚୀନକାଳରୁ ଜଗନ୍ନାଥଙ୍କ ଉପାସନା ସନାତନ ଧର୍ମର ବିଭିନ୍ନ ଉପାସକଙ୍କୁ ଆକର୍ଷିତ କରିଛି । ସେଥିପାଇଁ ଦେଶର ୭୩ ସାଧୁସନ୍ଥ, ମହାପୁରୁଷ, ଦାର୍ଶନିକ ଓ ଗୁରୁ ଏହି କ୍ଷେତ୍ରକୁ ଆସିଥିବା ଇତିହାସରୁ ପ୍ରମାଣ ମିଳେ । ଏମାନେ ପୁରୁଷୋତ୍ତମ ଉପାସନାକୁ ବୁଝିଲା ପରେ ମୁଗ୍ଧ ହୋଇଛନ୍ତି । ଶେଷରେ ଏହି କ୍ଷେତ୍ରରେ ନିଜର ମଠ / ଅାଶ୍ରମ ସ୍ଥାପନା କରିଯାଇଛନ୍ତି । କାଳକ୍ରମେ ଗଜପତିଙ୍କ ଅନୁମତି ନେଇ ଉପାସନା ସହିତ ସାମିଲ ହୋଇଛନ୍ତି । ଲୋକ ବିଶ୍ଵାସରେ ରହିଛି ଯେ, କ୍ଷେତ୍ରର ସାତ ସାହି ୪୨ କନ୍ଦିରେ ୭୫୨ ମଠ ଥିଲା । ବହୁ ମଠ ଆଶ୍ରମ ନିଶ୍ଚିହ୍ନ ହୋଇଯିବା ପରେ ୩୭୩ ମଠ ଓ ଆଶ୍ରମ ଆଜି ମଧ୍ୟ ରହିଛି । ଏହି ମଠଗୁଡ଼ିକ ମଧ୍ୟରୁ କେତେକ ମଠରେ ବର୍ଷସାରା ପ୍ରତିଦିନ ସେବା ରହିଛି । କେତେକ ମଠର ସାମୟିକ ସେବା ରହିଥିବା ଜଣାଯାଏ । ମହାପ୍ରଭୁଙ୍କୁ ନବକଳେବର ଲୀଳା ସହିତ ୧୬ ଟି ମଠ ସମ୍ପୃକ୍ତ ରହିଥିବା ଇତିହାସରୁ ଜଣାଯାଏ । ମାତ୍ର ସେଥିରୁ କେତେକ ମଠ ସେବା ସହିତ ଆଉ ସାମିଲ ନାହାନ୍ତି ।[୧]


ଗଠନ ଏବଂ ପରିଚାଳନା[ସମ୍ପାଦନା]

ମଠର ପରିଚାଳନା କରୁଥିବା ମଠାଧୀଶ (ପ୍ରଧାନ ବାହାଜୀ)ଙ୍କୁ ମହନ୍ତ କୁହାଯାଏ । ଶିଷ୍ୟଗଣ ଶାସ୍ତ୍ର ଅଧ୍ୟୟନ ସହ ଧର୍ମ ପ୍ରଚାର ସେବା ଏବଂ ଆଶ୍ରମର ଅନ୍ୟାନ୍ୟ କାର୍ଯ୍ୟ ସମ୍ପାଦନ କରିଥାନ୍ତି । ରକ୍ଷଣାବେକ୍ଷଣ ଏବଂ ସେବା ଖର୍ଚ୍ଚ ସହାୟତା ଗଜପତିଙ୍କ ଦ୍ଵାରା ସ୍ଥାବର ଏବଂ ଅସ୍ଥାବର ସମ୍ପତି ଖଞ୍ଜା ଆକାରରେ ବହନ କରାଯାଇଥାଏ ।

ପ୍ରକାର[ସମ୍ପାଦନା]

ମଠ ଦୁଇ ପ୍ରକାର (୧) ନିହଙ୍ଗି ମଠ ଓ (୨ ) ଗୃହୀ ମଠ

ନିହଙ୍ଗି ମଠ[ସମ୍ପାଦନା]

ଯେଉଁ ମଠର ମହନ୍ତ ଦାରପରିଗ୍ରହ ନ କରି କୁମାର ବ୍ରତ ଧାରଣ କରିବାକୁ ବାଧ୍ୟ । ଏମାର ମଠ, ଉତ୍ତରପାର୍ଶ୍ଵ ମଠ, ଦକ୍ଷିଣପାର୍ଶ୍ଵ ମଠ, ଓଡ଼ିଆ ମଠ, ପାପୁଡ଼ିଆ ମଠ, ବଡ଼ଛତା ମଠ, ଜଗନ୍ନାଥ ବଲ୍ଲଭ ମଠ, ତ୍ରିମାଳି ମଠ, କଟକିଆ ମଠ, ରାଧାକାନ୍ତ ମଠ ଆଦି ବହୁ ମଠ ଏହାର ଅନ୍ତର୍ଗତ ।

ଗୃହୀ ମଠ[ସମ୍ପାଦନା]

ଯେଉଁ ମଠର ମହନ୍ତ ଗୃହସ୍ଥ (ସ୍ତ୍ରୀ- ପିଲା ନେଇ ରୁହନ୍ତି) । ନେମାଳ ମଠ, ଛତିଆ ମଠ ଓ କୁଶବାବା ମଠ ଏହାର ଅନ୍ତଭୁକ୍ତ ।

ପୁରୀରେ ଥିବା କେତେକ ପ୍ରମୁଖ ମଠ[ସମ୍ପାଦନା]

ପୁରୀରେ ଥିବା ମଠଧାରୀମାନେ ଜଗନ୍ନାଥଙ୍କ ତଳେ ଖଞ୍ଜାଥିବା ଅମୃତମୁଣୋହିଁ ସ୍ଵତ୍ଵ ଭୋଗ କରି ତହିଁର ଉତ୍ପନ୍ନ ଆୟରୁ ଜଗନ୍ନାଥଙ୍କ ଭୋଗ, ମଠର ଠାକୁରଙ୍କ ଓ ଅତିଥି ଅଭ୍ୟାଗତମାନଙ୍କ ସେବା, ସଂସ୍କୃତ ଶିକ୍ଷାର୍ଥୀମାନଙ୍କର ଭରଣପୋଷଣ ଓ ଖଏରାତ କରନ୍ତି ।

  • ଉତ୍ତରପାର୍ଶ୍ଵ ମଠ
  • ଏମାର ମଠ
  • ଓଡ଼ିଆ ମଠ
  • କଦଳୀ ପଟୁକା ମଠ
  • କୋଠଭୋଗ ମଠ
  • ଗଙ୍ଗାମାତା ମଠ
  • ଗୋପାଳତୀର୍ଥ ମଠ
  • ଗୋବର୍ଦ୍ଧନ ମଠ
  • ଚାଉଳିଆ ମଠ
  • ଛାଉଣି ମଠ
  • ଜଗନ୍ନାଥବଲ୍ଲଭ ମଠ
  • ଜିୟରସ୍ଵାମୀ ମଠ
  • ଝାଞ୍ଜପିଟା ମଠ
  • ଡଗରା ମଠ
  • ତ୍ରିମାଳି ମଠ
  • ଦକ୍ଷିଣପାର୍ଶ୍ଵ ମଠ/ ଶ୍ରୀରାମଦାସ ମଠ
  • ନୂଆ ମଠ
  • ପାପୁଡ଼ିଆ ମଠ
  • ପୁରାଣସଭା ମଠ
  • ବଡ଼ଓଡ଼ିଆ ମଠ
  • ବଡ଼ଛତା ମଠ
  • ବଡ଼ଝାଡୁ ମଠ
  • ବଡ଼ ସନ୍ଥ ମଠ
  • ବଳରାମକୋଟ ମଠ
  • ଭେଙ୍କଟାଚାରୀ ମଠ
  • ମଙ୍ଗୁ ମଠ
  • ରାଘବ ଦାସ ମଠ
  • ରାଜଗୁରୁ ଗୋସ୍ଵାମୀ ମଠ
  • ରାଧାକାନ୍ତ ମଠ
  • ରାଧାବଲ୍ଲଭ ମଠ
  • ରାମଜୀ ମଠ
  • ରେବସା ମଠ
  • ସମାଧି ମଠ
  • ସାନଛତା ମଠ
  • ସାନଝାଡୁ ମଠ
  • ସିଦ୍ଧ ବକୁଳ ମଠ
  • ସୁନାଗୋସାଇଁ ମଠ/ ଦର୍ପନାରାୟଣ ମଠ
  • ଶଙ୍କରାନନ୍ଦ ମଠ
  • ହରିଦାସ ଠାକୁର ମଠ

ଆଧାର[ସମ୍ପାଦନା]

  1. ଦାରୁଦିଅଁ, ନବକଳେବର ୨୦୧୫ (୦୯ ଜୁନ ୨୦୧୫). ମଠେ ମଠେ ଚହଳ. ନୂଆପାଟଣା, କଟକ: ତଥାଗତ ଶତପଥୀ - ଧରିତ୍ରୀ. p. ୪୫,୪୬ Extra |pages= or |at= (help).