Jump to content

ଭାରତ ମାଝୀ

ଉଇକିପିଡ଼ିଆ‌ରୁ
(Bharat Majhiରୁ ଲେଉଟି ଆସିଛି)
ଭାରତ ମାଝୀ
ନିଜ ଭୁବନେଶ୍ୱରସ୍ଥିତ ବାସଭବନରେ ଭାରତ ମାଝୀ
ଜନ୍ମ୧୯୭୨
ଘୁମରିଗୁଡା, କଳାହାଣ୍ଡି
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର ୧୯୯୪
ବୃତ୍ତି(ସମୂହ)ଓଡ଼ିଆ ସାହିତ୍ୟିକ, ସାମ୍ବାଦିକ


ଭାରତ ମାଝୀ ଜଣେ ଜଣାଶୁଣା ଓଡ଼ିଆ କବି ଓ ସାମ୍ବାଦିକ । ସେ ୧୯୭୨ ମସିହାରେ କଳାହାଣ୍ଡି ଜିଲ୍ଲାର ଘୁମରିଗୁଡାରେ ଜନ୍ମଗ୍ରହଣ କରିଥିଲେ । ପିଲାବେଳୁ ଦୀନକୃଷ୍ଣ ଦାସ, ଉପେନ୍ଦ୍ର ଭଞ୍ଜଅଭିମନ୍ୟୁ ସାମନ୍ତସିଂହାରଙ୍କ କବିତାଦ୍ୱାରା ପ୍ରଭାବିତ[] କବି ଭାରତ, ନିଜ କବିତା ମାଧ୍ୟମରେ ଲୋକସଂସ୍କୃତି, ସମକାଳୀନ ସମସ୍ୟା ଓ ଲୋକଙ୍କ ସୁଖଦୁଃଖକୁ ଦେଖାଇବାକୁ ଚେଷ୍ଟା କରିଥାନ୍ତି । ୧୯୯୪ରେ ସ୍ନାତକୋତ୍ତର ପାଠ୍ୟକ୍ରମ ଶେଷ କରିବା ପରେ ଭାରତ, ଆକାଶବାଣୀ, ସମ୍ବାଦ ତଥା କନକ ଟିଭି, ଓଟିଭିନକ୍ଷତ୍ର ନିଉଜ୍ ଆଦି ଟେଲିଭିଜନ ମାଧ୍ୟମରେ ଜଣେ ସାମ୍ବାଦିକ ଭାବରେ କାମ କରିଛନ୍ତି ।[]

ରଚନାବଳୀ

[ସମ୍ପାଦନା]
ଭାରତ ମାଝୀ ନିଜର ପ୍ରଥମ ବହି ଅଗାଧୁ ଦୁଆରୀର ଶିରୋନାମ କବିତା "ଅଗାଧୁ ଦୁଆରୀ"ର ଆବୃତ୍ତି କରୁଛନ୍ତି
  • ଢୋ(ଟାଇମପାସ ପବ୍ଳିକେଶନ) - ୨୦୦୯
  • ହାଇୱେରେ କୁହୁଡି(ପକ୍ଷୀଘର ପ୍ରକାଶନୀ) - ୨୦୦୮
  • ମୂର୍ତ୍ତିକାର(ପେନ୍ ଇନ୍) - ୨୦୦୬
  • ମହାନଗର ପଦ୍ୟ(ପ୍ରାଚୀ ପ୍ରକାଶନୀ) - ୨୦୦୬
  • ସରଳରେଖା(ପଶ୍ଚିମା) - ୨୦୦୨
  • ଅଗାଧୁ ଦୁଆରି(ବର୍ଷାପଲ୍ଲବୀ) - ୧୯୯୯

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର - ୨୦୦୮[]
  • ସଂସ୍କୃତି ସମ୍ମାନ - ୨୦୦୪[]
  1. "ଆର୍କାଇଭ୍ କପି". Archived from the original on 2017-11-19. Retrieved 2014-09-26. {{cite web}}: Cite has empty unknown parameter: |1= (help)
  2. "ଆର୍କାଇଭ୍ କପି". Archived from the original on 2016-03-05. Retrieved 2014-09-26. {{cite web}}: Cite has empty unknown parameter: |1= (help)
  3. "ଆର୍କାଇଭ୍ କପି". Archived from the original on 2016-03-05. Retrieved 2014-09-26. {{cite web}}: Cite has empty unknown parameter: |1= (help)
  4. http://www.sanskritifoundation.org/awardees-list.pdf