ପ୍ରୀତିଧାରା ସାମଲ

ଉଇକିପିଡ଼ିଆ‌ରୁ
ପ୍ରୀତିଧାରା ସାମଲ
ଜନ୍ମ ଓ ଜନ୍ମସ୍ଥାନ(1973-09-05)୫ ସେପ୍ଟେମ୍ବର ୧୯୭୩
କୋରାପୁଟ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ପୁରସ୍କାରବସନ୍ତ ମୁଦୁଲି କବିତା ପୁରସ୍କାର[୧]

ପ୍ରୀତିଧାରା ସାମଲ (ଜନ୍ମ: ୫ ସେପ୍ଟେମ୍ବର ୧୯୭୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଅଧ୍ୟାପକ ଓ ଲେଖକ । ତାଙ୍କର ଜନପ୍ରିୟ ରଚନା ମଧ୍ୟରେ କବିତା ସଂକଳନ ଡାଏରୀ, ଖେଳ, ଦର୍ପଣରେ ନାରୀ, ଉର୍ଣ୍ଣାର ପୃଥିବୀ ଆଦି ଏବଂ "ରମାକାନ୍ତ ରଥଙ୍କ କବିତାର ଭାଷା ଓ ରଚନା ଶୈଳୀ" ଆଦି ଅନ୍ୟତମ ।[୨] ସେ କୋରାପୁଟରେ ଜନ୍ମିତ ଓ ସେଠାରେ ସରକାରୀ ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗରେ ଅଧ୍ୟାପକ ।[୩] ସେ ଉତ୍କଳ ସାହିତ୍ୟ ସମାଜର କୋରାପୁଟ ଜିଲ୍ଲା ସଂଯୋଜକ ।[୪] ସେ ୨୦୧୯ ମସିହାରେ ବସନ୍ତ ମୁଦୁଲି କବିତା ପୁରସ୍କାର[୧][୫] ଓ ୨୦୦୪ରେ ସୁବ୍ରତ ରଥ ସ୍ମାରକୀ ପୁରସ୍କାର ଲାଭକରିଥିଲେ ।

ବୃତ୍ତିଗତ ଜୀବନ[ସମ୍ପାଦନା]

ପ୍ରୀତିଧାରା ସାମଲ କୋରାପୁଟସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗରେ ଅଧ୍ୟାପକ ଓ ଉତ୍କଳ ସାହିତ୍ୟ ସମାଜର କୋରାପୁଟ ଜିଲ୍ଲା ସଂଯୋଜକ ।[୬]

ସାହିତ୍ୟ ରଚନା[ସମ୍ପାଦନା]

ତାଙ୍କର କବିତା ରଚନାରେ ସାଧାରଣତଃ ପୃଥିବୀକୁ ନେଇ ଓ ତାଙ୍କ ରଚନାରେ ଅନେକ ବିମ୍ବ ଓ ପ୍ରତୀକର ବ୍ୟବହାର ହୋଇଥାଏ । ତାଙ୍କର ପ୍ରଥମ କବିତା ସଂକଳନ ଡାଏରୀ ସାହିତ୍ୟ ଏକାଡେମୀର ଯୁବ ସାହିତ୍ୟିକଙ୍କ ପାଇଁ ଥିବା ନବୋଦୟ ଯୋଜନାରେ ନିର୍ବାଚିତ ହୋଇ ଏକାଡେମୀଦ୍ୱାରା ପ୍ରକାଶିତ ହୋଇଥିଲା ।[୨]

ରଚନାବଳୀ[ସମ୍ପାଦନା]

ଓଡ଼ିଆ[ସମ୍ପାଦନା]

  • ଡାଏରୀ
  • ଖେଳ
  • ଦର୍ପଣରେ ନାରୀ
  • ଉର୍ଣ୍ଣାର ପୃଥିବୀ

ଆଧାର[ସମ୍ପାଦନା]

  1. ୧.୦ ୧.୧ "୨୭ରେ କବି ବସନ୍ତ ମୁଦୁଲି ସ୍ମୃତି ସମାରୋହ". sambadepaper.com. Archived from the original on 2022-03-25. Retrieved 2022-03-25.
  2. ୨.୦ ୨.୧ ନାଥ, ଗାରିମା (2023-02-05). "ନାରୀ ପାଇଁ ଲେଖକୀୟ ସ୍ବାଧୀନତା ଖୁବ୍‌ ସୀମିତ - Odia". Samachar. Archived from the original on 2023-02-05. Retrieved 2023-10-18.
  3. "Notification" (PDF). Government of Odisha: Department of Women & Child Development and Mission Shakti. 23 November 2021. Archived from the original (PDF) on 23 November 2021. Retrieved 17 October 2023.
  4. "Authorspress". authorspressbooks.com (in ଇଂରାଜୀ). Retrieved 2023-10-17.
  5. Dhangadamajhi, Sunil Kumar (2021-10-17). "୫ବର୍ଷ ପାଇଁ 'କବି ବସନ୍ତ ମୁଦୁଲି କବିତା ପୁରସ୍କାର' ଘୋଷଣା : ପାଇବେ କବି କିଶୋର, ଶୁଭଶ୍ରୀ, ପ୍ରୀତିଧାରା, ଇପ୍‌ସିତା ଓ ବାଦଲ — OdiaBarta.in". ଓଡ଼ିଆ ବାର୍ତ୍ତା. Archived from the original on 2023-10-18. Retrieved 2023-10-18.
  6. "ଉତ୍କଳ ସାହିତ୍ୟ ସମାଜ : ଯୋଗାଯୋଗ". utkalsahityasamaj.com. Archived from the original on 18 October 2023. Retrieved 2023-10-18.