ପ୍ରବାସିନୀ ମହାକୁଡ଼

ଉଇକିପିଡ଼ିଆ‌ରୁ
ପ୍ରବାସିନୀ ମହାକୁଡ଼ ତିୱାରୀ
Born (1957-11-24) ୨୪ ନଭେମ୍ବର ୧୯୫୭ (ବୟସ ୬୬)
କୋକାସରା, କଳାହାଣ୍ଡି
Nationalityଭାରତୀୟ
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ପ୍ରବାସିନୀ ମହାକୁଡ଼(ଜନ୍ମ: ୨୪ ନଭେମ୍ବର ୧୯୫୭) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ଓ ଅନୁବାଦକ । [୧] ୨୦୦୯ ମସିହାରେ ଧାଡ଼ିଏ ଶିମିଳି ଫୁଲ ଓ ଅନ୍ୟାନ୍ୟ କବିତା ପୁସ୍ତକ ପାଇଁ ସେ ଏହି ପୁରସ୍କାର ଲାଭ କରିଥିଲେ ।


ପ୍ରବାସିନୀ ୧୯୫୭ ମସିହାରେ କଳାହାଣ୍ଡି ଜିଲ୍ଲାର କୋକସରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେମାନେ ଥିଲେ ତିନି ଭଉଣୀ । ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାଙ୍କର ପିଲାଦିନ ବିତିଥିଲା । ସେ ଓଡ଼ିଆରେ ସ୍ନାତକତ୍ତୋର ପାଠ ପଢିଛନ୍ତି ।[୨] କିଶୋର ସାହିତ୍ୟ ପତ୍ରିକା "ସୌରଭ"ରେ ତାଙ୍କର ପ୍ରଥମ ଲେଖା ପ୍ରକାଶିତ ହୋଇଥିଲା । ପ୍ରଥମ କବିତା "ସ୍ୱରାଜ" ଖବର କାଗଜରେ ପ୍ରକାଶ ପାଇଥିଲା । ତାଙ୍କ ପ୍ରଥମ ଉପନ୍ୟାସିକା "ସୁପର୍ଣ୍ଣା" ଓ ପ୍ରଥମ କବିତା ପୁସ୍ତକ "ମୁହୂର୍ତ୍ତ ମୁହୂର୍ତ୍ତ" ପ୍ରେଣ୍ଡ ପବ୍ଲିସରସ ପ୍ରକାଶ କରିଥିଲେ ।

ରଚନାବଳୀ[ସମ୍ପାଦନା]

  • ମୁହୂର୍ତ୍ତ ମୁହୂର୍ତ୍ତ
  • ଆଧାରଶିଳା
  • ପରମା
  • ଧାଡ଼ିଏ ଶିମିଳି ଫୁଲ ଓ ଅନ୍ୟାନ୍ୟ କବିତା
  • ଜିପ୍ସୀ ଝିଅ
  • କେହିଜଣେ ଶୁଭାଙ୍ଗୀ
  • ନଭେମ୍ବର ମୋର ଜନ୍ମମାସ
  • କଥା କୁହ କବିତା
  • ନାଆଁର ଊର୍ଦ୍ଧ୍ୱରେ
  • ପ୍ରତିଥର ଶୋଷ
  • ଅପରାଜିତାର ଦିନରାତି
  • ଅକାଳରେ ସାରସ (କେଦାରନାଥ ସିଂଙ୍କର ହିନ୍ଦୀ କବିତାପୁସ୍ତକ 'ଅକାଳ ମେଁ ସାରସ'ର ଅନୁବାଦ)[୩]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୨୦୦୯ (ଧାଡ଼ିଏ ଶିମିଳି ଫୁଲ ଓ ଅନ୍ୟାନ୍ୟ କବିତା ପାଇଁ)[୪]
  • ଝଙ୍କାର କବିତା ପୁରସ୍କାର
  • କାଦମ୍ବିନୀ କବିତା ପୁରସ୍କାର
  • କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ଫେଲୋସିପ
  • ରାଜା ଫାଉଣ୍ଡେସନ ଫେଲୋସିପ[୫]

ଆଧାର[ସମ୍ପାଦନା]

  1. "Poets gather to exchange creative thoughts". telegraphindia.com. Retrieved 16 December 2018.
  2. Susie J. Tharu; Ke Lalita (1991). Women Writing in India: The twentieth century. Feminist Press at CUNY. pp. 594–. ISBN 978-1-55861-029-3.
  3. Kedarnath Singh (1 January 2004). Akalare Sarasa. Sahitya Akademi Publications. ISBN 978-81-260-1976-2.
  4. https://timesofindia.indiatimes.com/city/bhubaneswar/State-Sahitya-Akademi-awards-announced/articleshow/17850379.cms
  5. "ଅଳ୍ପ ଆଳାପ". No. ସମ୍ବାଦ ୧୦/୦୪/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୦. ଇଷ୍ଟର୍ଣ୍ଣ ମିଡିଆ. Archived from the original on 4 October 2020. Retrieved 4 October 2020.