ଶୁଭଶ୍ରୀ ଲେଙ୍କା

ଉଇକିପିଡ଼ିଆ‌ରୁ
ଶୁଭଶ୍ରୀ ଲେଙ୍କା
କେନ୍ଦୁଝର ଜିଲ୍ଲାର ଘସିପୁରାରେ ଶୁଭଶ୍ରୀ ଲେଙ୍କା
କେନ୍ଦୁଝର ଜିଲ୍ଲାର ଘସିପୁରାରେ ଶୁଭଶ୍ରୀ ଲେଙ୍କା
ଜନ୍ମ ଓ ଜନ୍ମସ୍ଥାନବାଲେଶ୍ୱର
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ପୁରସ୍କାରବସନ୍ତ ମୁଦୁଲି କବିତା ପୁରସ୍କାର[୧]

ଶୁଭଶ୍ରୀ ଲେଙ୍କା ଜଣେ ଭାରତୀୟ ଓଡ଼ିଆ-ଭାଷୀ ଅଧ୍ୟାପକ, ଲେଖକ, ଚିତ୍ରଶିଳ୍ପୀ, ସମାଜସେବୀ ଓ ସମ୍ପାଦକ । ତାଙ୍କର ଜନପ୍ରିୟ ରଚନା ମଧ୍ୟରେ ୨୦୧୩ ମସିହାରେ ପ୍ରକାଶିତ ଚିତ୍ରରାତି (୨୦୧୩), ସେଇ ଶବ୍ଦମାନେ (୨୦୧୮), ଆକାଶରେ ଆଜି ଜହ୍ନ ନାହିଁ (୨୦୧୦) ଏବଂ ଓ’ (୨୦୦୭), ଆସ (୨୦୦୫) ଆଦି ଅନ୍ୟତମ । ସେ ବାଲେଶ୍ୱରରେ ଜନ୍ମିତ ଓ ସେଠାରେ ଓଡ଼ିଶା ସରକାରର ମହିଳା ଓ ଶିଶୁ ବିକାଶ ବିଭାଗର ନାବାଳକ ନ୍ୟାୟ ବୋର୍ଡ଼ର ସଦସ୍ୟ ଥିଲେ ।[୨] ୨୦୦୯ରୁ ସେ ସମ୍ବାଦର ସାହିତ୍ୟ ସଂଗଠନ "ସାହିତ୍ୟ ଘର"ର ରାଜ୍ୟ ସଂଯୋଜକ ଥିଲେ ।[୩] ୨୦୨୧ ମସିହାରେ ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ରାଜ୍ୟ କାର୍ଯ୍ୟକାରିଣୀକୁ ମନୋନୀତ ହୋଇଥିଲେ । ସେ ଫକୀରମୋହନ ସାହିତ୍ୟ ପରିଷଦର ପ୍ରଥମ ନାରୀ ସଂପାଦିକା ଥିଲେ । ସେ ଏଫଏମ ରେଡ଼ିଓ ଚ୍ୟାନେଲରେ ଓଡ଼ିଆ ସାହିତ୍ୟ ସମ୍ପର୍କିତ କାର୍ଯ୍ୟକ୍ରମର ଆଲେଖ୍ୟ, ପ୍ରସ୍ତୁତି ଓ ଉପସ୍ଥାପନା କରିଛନ୍ତି । ସେ ସମ୍ପାଦନା କରିଥିବା ପ୍ରକାଶନଗୁଡ଼ିକ ମଧ୍ୟରୁ ଦି’ଫକୀର, ସାହିତ୍ୟ ବାହିକା, ସୁବର୍ଣ୍ଣଭୂମି, କୋଶମ୍ବିକା, ଇନ୍ଦ୍ରଧନୁ ପୃଷ୍ଠା (ସମ୍ବାଦ ସାହିତ୍ୟଘର) ଆଦି ଅନ୍ୟତମ । ସେ ୨୦୧୮ ମସିହାରେ ବସନ୍ତ ମୁଦୁଲି କବିତା ପୁରସ୍କାର, ୨୦୧୯ ମସିହାରେ ସେ କଟକ ଲିଟେରାରୀ ଫେଷ୍ଟିଭାଲ ସମ୍ମାନ, ୨୦୨୧ରେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳଙ୍କଠାରୁ କଟକ ସାଇ ଏଜୁକେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟର ସାଇ ଗ୍ୟାଲେଣ୍ଟାରି ଏକ୍ସିଲେ୍‍ସି ସମ୍ମାନ, ଝାଡ଼ଖଣ୍ଡ ଖଣ୍ଡାମୌଦା ସାହିତ୍ୟଘର ତରଫରୁ ସରୋଜିନୀ ଦେବୀ କବିତା ସମ୍ମାନ, ଓ୍ୱାର୍ଲଡ଼୍‍ ପୋଏଟ୍ରି କଂଗ୍ରେସ ସମ୍ମାନରେ ଲାଭକରିଥିଲେ ।[୧][୪]

ବୃତ୍ତିଗତ ଜୀବନ[ସମ୍ପାଦନା]

ଶୁଭଶ୍ରୀ ଲେଙ୍କା ଫକୀରମୋହନ ସାହିତ୍ୟ ପରିଷଦର ପ୍ରଥମ ନାରୀ ସଂପାଦିକା ଥିଲେ ଏବଂ ଓଡ଼ିଶା ଲେଖିକା ସାମୁଖ୍ୟଉତ୍କଳ ସାହିତ୍ୟ ସମାଜ ଆଦି ଭାଷା ସାହିତ୍ୟ ଅନୁଷ୍ଠାନ ସହିତ ଜଡ଼ିତ । ସେ ୨୦୦୧ରେ ସମ୍ବାଦ ସାହିତ୍ୟଘରର ରାଜ୍ୟ ସଂଯୋଜିକା ଭାବରେ ଯୋଗଦେଇଥିଲେ ।[୫][୬]

ରଚନାବଳୀ[ସମ୍ପାଦନା]

ଓଡ଼ିଆ[ସମ୍ପାଦନା]

  • ଆସ (୨୦୦୫)
  • ଓ’ (୨୦୦୭)
  • ଆକାଶରେ ଆଜି ଜହ୍ନ ନାହିଁ (୨୦୧୦)
  • ଚିତ୍ରରାତି (୨୦୧୩)
  • ସେଇ ଶବ୍ଦମାନେ (୨୦୧୮)

ଇଂରାଜୀ[ସମ୍ପାଦନା]

  • ନାଇଟସ୍କେପ୍ସ (Nightscapes; ୨୦୧୬)

ଆଧାର[ସମ୍ପାଦନା]

  1. ୧.୦ ୧.୧ "ବସନ୍ତଙ୍କ କବିତାରେ ଥିଲା ଭିନ୍ନ ଦିଗନ୍ତ". ଧରିତ୍ରୀ. 28 March 2022. p. ୧୩. Archived from the original on 30 August 2023. Retrieved 28 March 2022.
  2. "Notification" (PDF). Government of Odisha: Department of Women & Child Development and Mission Shakti. 23 November 2021. Archived from the original (PDF) on 23 November 2021. Retrieved 17 October 2023.
  3. "Authorspress". authorspressbooks.com (in ଇଂରାଜୀ). Retrieved 2023-10-17.
  4. "ଡ. ଶୁଭଶ୍ରୀ ଲେଙ୍କା ଓଡ଼ିଶା ସାହିତ୍ୟ ଏକାଡ଼େମୀର ରାଜ୍ୟ କାର୍ଯ୍ୟକାରିଣୀକୁ ମନୋନୀତ - Sanket Tv". web.archive.org. 2021-01-28. Archived from the original on 2021-01-28. Retrieved 2023-10-17.{{cite web}}: CS1 maint: bot: original URL status unknown (link)
  5. Delhi, Odia Samaj (2023-03-22). "ସାହିତ୍ୟ ଏକାଡେମୀ ପକ୍ଷରୁ ସର୍ବଭାରତୀୟ କବିତା ମହୋତ୍ସବ; ଓଡ଼ିଶାରୁ ପ୍ରତିନିଧିତ୍ବ କଲେ ଶୁଭଶ୍ରୀ". Welcome To New Delhi Odia Samaj. Retrieved 2023-10-17.
  6. "ଓଡ଼ିଆ ଭା‌ଷାର ଶୁଦ୍ଧତା ସମସ୍ତଙ୍କ ନିକଟରେ ପହଞ୍ଚିବ: ଡଃ.ଶୁଭଶ୍ରୀ ଲେଙ୍କା". Sambad (in ଆମେରିକୀୟ ଇଂରାଜୀ). 2021-09-05. Retrieved 2023-10-17.

ବାହାର ଆଧାର[ସମ୍ପାଦନା]