ଭାରତ ମାଝୀ
ଦେଖଣା
ଭାରତ ମାଝୀ | |
---|---|
ଜନ୍ମ | ୧୯୭୨ ଘୁମରିଗୁଡା, କଳାହାଣ୍ଡି |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର ୧୯୯୪ |
ବୃତ୍ତି(ସମୂହ) | ଓଡ଼ିଆ ସାହିତ୍ୟିକ, ସାମ୍ବାଦିକ |
ଭାରତ ମାଝୀ ଜଣେ ଜଣାଶୁଣା ଓଡ଼ିଆ କବି ଓ ସାମ୍ବାଦିକ । ସେ ୧୯୭୨ ମସିହାରେ କଳାହାଣ୍ଡି ଜିଲ୍ଲାର ଘୁମରିଗୁଡାରେ ଜନ୍ମଗ୍ରହଣ କରିଥିଲେ । ପିଲାବେଳୁ ଦୀନକୃଷ୍ଣ ଦାସ, ଉପେନ୍ଦ୍ର ଭଞ୍ଜ ଓ ଅଭିମନ୍ୟୁ ସାମନ୍ତସିଂହାରଙ୍କ କବିତାଦ୍ୱାରା ପ୍ରଭାବିତ[୧] କବି ଭାରତ, ନିଜ କବିତା ମାଧ୍ୟମରେ ଲୋକସଂସ୍କୃତି, ସମକାଳୀନ ସମସ୍ୟା ଓ ଲୋକଙ୍କ ସୁଖଦୁଃଖକୁ ଦେଖାଇବାକୁ ଚେଷ୍ଟା କରିଥାନ୍ତି । ୧୯୯୪ରେ ସ୍ନାତକୋତ୍ତର ପାଠ୍ୟକ୍ରମ ଶେଷ କରିବା ପରେ ଭାରତ, ଆକାଶବାଣୀ, ସମ୍ବାଦ ତଥା କନକ ଟିଭି, ଓଟିଭି ଓ ନକ୍ଷତ୍ର ନିଉଜ୍ ଆଦି ଟେଲିଭିଜନ ମାଧ୍ୟମରେ ଜଣେ ସାମ୍ବାଦିକ ଭାବରେ କାମ କରିଛନ୍ତି ।[୨]
ରଚନାବଳୀ
[ସମ୍ପାଦନା]- ଢୋ(ଟାଇମପାସ ପବ୍ଳିକେଶନ) - ୨୦୦୯
- ହାଇୱେରେ କୁହୁଡି(ପକ୍ଷୀଘର ପ୍ରକାଶନୀ) - ୨୦୦୮
- ମୂର୍ତ୍ତିକାର(ପେନ୍ ଇନ୍) - ୨୦୦୬
- ମହାନଗର ପଦ୍ୟ(ପ୍ରାଚୀ ପ୍ରକାଶନୀ) - ୨୦୦୬
- ସରଳରେଖା(ପଶ୍ଚିମା) - ୨୦୦୨
- ଅଗାଧୁ ଦୁଆରି(ବର୍ଷାପଲ୍ଲବୀ) - ୧୯୯୯
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2017-11-19. Retrieved 2014-09-26.
{{cite web}}
: Cite has empty unknown parameter:|1=
(help) - ↑ "ଆର୍କାଇଭ୍ କପି". Archived from the original on 2016-03-05. Retrieved 2014-09-26.
{{cite web}}
: Cite has empty unknown parameter:|1=
(help) - ↑ "ଆର୍କାଇଭ୍ କପି". Archived from the original on 2016-03-05. Retrieved 2014-09-26.
{{cite web}}
: Cite has empty unknown parameter:|1=
(help) - ↑ http://www.sanskritifoundation.org/awardees-list.pdf