ଅଖିଳ ନାୟକ

ଉଇକିପିଡ଼ିଆ‌ରୁ
ଅଖିଳ ନାୟକ
ଜନ୍ମ ଓ ଜନ୍ମସ୍ଥାନ(1970-03-13)୧୩ ମାର୍ଚ୍ଚ ୧୯୭୦
ରଇନଗୁଡ଼ା, ଧର୍ମଗଡ଼, କଳାହାଣ୍ଡି
ମୃତ୍ୟୁ୧୪ ନଭେମ୍ବର ୨୦୨୧(2021-11-14) (ବୟସ ୫୧)
କଟକ
ବୃତ୍ତିଅଧ୍ୟାପକ
ଜାତୀୟତାଭାରତୀୟ
ନାଗରିକତା ଭାରତୀୟ
ପୁରସ୍କାରବସନ୍ତ ମୁଦୁଲି ପୁରସ୍କାର
ଜୀବନସାଥୀଏଲିଜବେଥ
ସନ୍ତାନବିଭୋର
ପିତାମାତାଦଇତାରୀ ନାୟକ, ବସୁମତୀ ନାୟକ
ସମ୍ପର୍କୀୟଡମ୍ବରୁଧର ନାୟକ (ଭାଇ)

ଅଖିଳ ନାୟକ (୧୩ ମାର୍ଚ୍ଚ ୧୯୭୦ - ୧୪ ନଭେମ୍ବର ୨୦୨୧) ଜଣେ ଓଡ଼ିଆ ସହିତ୍ୟିକ ଥିଲେ । ସେ କବିତା, ଉପନ୍ୟାସ ଓ ଅନୁବାଦ ସାହିତ୍ୟ ଆଦି ଲେଖୁଥିଲେ । ସାହିତ୍ୟ ସର୍ଜନା ପାଇଁ ସେ ବସନ୍ତ ମୁଦୁଲି ପୁରସ୍କାର ଆଦି ଅନେକ ସାହିତ୍ୟ ପୁରସ୍କାର ଲାଭ କରିଥିଲେ । ତାଙ୍କ ଉପନ୍ୟାସ ଭେଦକୁ ପ୍ରଥମ ଓଡ଼ିଆ ଦଳିତ ଉପନ୍ୟାସ ଭାବରେ ଗଣନା କରାଯାଏ ।[୧]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଅଖିଳ ୧୯୭୦ ମସିହାରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ରଇନଗୁଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଥିଲେ ପିତା ଦଇତାରୀ ନାୟକ ଓ ମା ବସୁମତୀ ନାୟକଙ୍କ ବଡ଼ ପୁଅ । ସେ ଭବାନୀପାଟଣା ସରକାରୀ ମହାବିଦ୍ୟାଳୟରୁ ଯୁକ୍ତ ୨, ଜୟପୁର ବିକ୍ରମଦେବ କଲେଜରୁ ଯୁକ୍ତ ୩ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ସେ ଓଡ଼ିଆ ଭାଷା ସାହିତ୍ୟରେ ପିଏଚଡ଼ି ଡିଗ୍ରି ମଧ୍ୟ ହାସଲ କରିଥିଲେ । ୧୯୯୯ ମସିହାରେ ଭବାନୀପାଟଣା ସରକାରୀ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ । ପରେ ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟରେ କିଛି ଦିନ ଚାକିରି କରିବା ପରେ ପୁଣି ସରକାରୀ ମହାବିଦ୍ୟାଳୟକୁ ଫେରିଥିଲେ । ଭବାନୀପାଟଣା ସରକାରୀ ମହାବିଦ୍ୟାଳୟ, କଳାହାଣ୍ଡି ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇବା ପରେ ଅଖିଳ ଏହି ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଭାବରେ ଅବସ୍ଥାପିତ ହୋଇଥିଲେ ।

ସେ ଏଲିଜବେଥଙ୍କୁ ବିବାହ କରିଥିଲେ ଓ ତାଙ୍କର ବିଭୋର ନାମରେ ଗୋଟିଏ ପୁଅ ଅଛି । ତାଙ୍କ ଭାଇ ଡମ୍ବରୁଧର ନାୟକ ଜଣେ ସାମ୍ବାଦିକ ।

ସାହିତ୍ୟ ସର୍ଜନା[ସମ୍ପାଦନା]

ଭବାନୀପାଟଣାରେ +୨ ପଢ଼ୁଥିବା ସମୟରେ ଅଖିଳ ମାଙ୍ଗଳିକ ନାମରେ ଏକ ପତ୍ରିକା ସମ୍ପାଦନା କରୁଥିଲେ । ସାହିତ୍ୟ ପତ୍ରିକା ଡେର୍‌ନା ପ୍ରକାଶନାରେ ତାଙ୍କର ପ୍ରମୂଖ ଭୂମିକା ରହିଥିଲା । କବିତାରେ କଥିତ ‌ଶୈଳୀର ପ୍ରୟୋଗ କରି ସେ ଓଡ଼ିଶାରେ ଏକ ନୂତନ ଧାରା ଆରମ୍ଭ କରିଥିଲେ । ତାଙ୍କ ଉପନ୍ୟାସ ଭେଦକୁ ରାଜକୁମାର ଇଂରାଜୀ ଭାଷାକୁ ଅନୁବାଦ କରିଥିଲେ । ଏହି ଅନୁବାଦିତ ପୁସ୍ତକ ଅକ୍ସଫୋର୍ଡ଼ ପ୍ରକାଶନଦ୍ୱାରା ପ୍ରକାଶିତ ହୋଇ ଏକ ବେଷ୍ଟ ସେଲର ବହି ଭାବରେ ପରିଗଣିତ ହୋଇଥିଲା । ଏହି ପୁସ୍ତକ ମାଲାଲାୟମ ଭାଷାକୁ ମଧ୍ୟ ଅନୁବାଦିତ ହୋଇଥିଲା ।[୨]

ରଚନାବଳୀ[ସମ୍ପାଦନା]

କବିତା[ସମ୍ପାଦନା]

  • ଗାଧୁଆବେ‌ଳ
  • ଗୁଲିଖଟି
  • ଧୋବ ଫରଫର
  • ଧିକ
  • କ୍ଷେତ ପୁରାଣ

ଉପନ୍ୟାସ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

  • ସାତ ରାତି (ଗଳ୍ପ)

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ବସନ୍ତ ମୁଦୁଲି ପୁରସ୍କାର - ୧୯୯୬
  • ଡ. ଭୁବନେଶ୍ବର ବେହେରା ପୁରସ୍କାର
  • ଯୁବ ପୁରସ୍କାର[୪]

ଆଧାର[ସମ୍ପାଦନା]

  1. Joshil K. Abhraham & Judith Misrahi-Barak (2016). Dalit Literatures in India. New Delhi: Routledge. ISBN 978-1-138-89194-4. Retrieved 1 December 2021.
  2. "ଅଖିଳ ନାୟକଙ୍କ କବିତା ସଂକଳନ 'ଖେତ ପୁରାଣ' ପ୍ରକାଶିତ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 1 December 2021. Retrieved 1 December 2021.
  3. Bheda. Oxford Publication. 2017. ISBN 987-0-19-909133-1. Retrieved 1 December 2021. {{cite book}}: Check |isbn= value: invalid prefix (help)
  4. "ଆରପାରିରେ କବି ଅଖିଳ ନାୟକ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 1 December 2021. Retrieved 1 December 2021.