ଚିତ୍ତରଞ୍ଜନ ନାୟକ

ଉଇକିପିଡ଼ିଆ‌ରୁ
ଚିତ୍ତରଞ୍ଜନ ନାୟକ
Chittaranjan Nayak
ଭଦ୍ରକରେ ଆୟୋଜିତ ସାଳନ୍ଦୀ ପୁସ୍ତକ ମେଳା, ୨୦୨୩ରେ ଚିତ୍ତରଞ୍ଜନ ନାୟକ
ଜନ୍ମ ଓ ଜନ୍ମସ୍ଥାନଡଅଁର, ଶାଳଣିଆ, କେନ୍ଦୁଝର
ଛଦ୍ମନାମପାକୁନ
ବୃତ୍ତିକବି ଓ ସରକାରୀ ଅଧିକାରୀ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (ଇଂରାଜୀ)
ଶିକ୍ଷାନୁଷ୍ଠାନଭଦ୍ରକ ମହାବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ
ଶୈଳୀପ୍ରେମ, ପ୍ରକୃତି
ସାହିତ୍ୟ କୃତିମାଟି ଛୁଇଁନଥିବା ସୂର୍ଯ୍ୟୋଦୟ (କବିତା-୨୦୧୯), ଡାକୁଛ ବୋଲି ଜାଣେ (୨୦୨୦), ଆସୁଛ ବୋଲି ଜାଣେ (୨୦୨୧), ଲିଜା ମିଶ୍ର ଓ ଅନ୍ୟାନ୍ୟ କବିତା (୨୦୨୪)
ପୁରସ୍କାରବସନ୍ତ ମୁଦୁଲି କବିତା ପୁରସ୍କାର[୧]
ଜୀବନସାଥୀଜ୍ୟୋତ୍ସ୍ନାମୟୀ ନାୟକ
ସନ୍ତାନହର୍ଷିତା ହୃଦୟଜ୍ୟୋତି (ଝିଅ), ବୋଧିପ୍ରିୟ ବିଶ୍ୱମୋହନ (ପୁଅ)
ସମ୍ପର୍କୀୟମନୋରମା ନାୟକ (ମାଆ), ଅର୍ଚ୍ଚନା ନାୟକ (ଭଉଣୀ), ଲୋପାମୁଦ୍ରା ନାୟକ (ଭଉଣୀ)

ଚିତ୍ତରଞ୍ଜନ ନାୟକ ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ଜନ୍ମିତ ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି[୨] ଓ ସରକାରୀ ଅଧିକାରୀ । ସେ ଚାରି ଗୋଟି କବିତା ପୁସ୍ତକ ରଚନା କରିବା ସମେତ ୩୦୦ରୁ ଉର୍ଦ୍ଧ୍ୱ କବିତା କରିଛନ୍ତି । ତାଙ୍କର ସାହିତ୍ୟ ରଚନା ନିମନ୍ତେ ସେ ୨୦୨୩ ପାଇଁ ବସନ୍ତ ମୁଦୁଲି କବିତା ପୁରସ୍କାର ପାଇଥିଲେ ।

ଜୀବନୀ[ସମ୍ପାଦନା]

ଚିତ୍ତରଞ୍ଜନ ନାୟକ କେନ୍ଦୁଝର ଜିଲ୍ଲାର ହାଟଡ଼ିହି ବ୍ଲକ ଅନ୍ତର୍ଗତ ଡଅଁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ରବୀନ୍ଦ୍ରନାଥ ନାୟକ ଓ ମାତାଙ୍କ ନାମ ମନୋରମା ନାୟକ । ଚିତ୍ତରଞ୍ଜନ ନିଜ ପିତାଙ୍କ ରଚନାଦ୍ୱାରା ପ୍ରଭାବିତ ହୋଇଥିଲେ । ଭଦ୍ରକ କଲେଜରେ ପାଠପଢ଼ା ସମୟରେ ସେ କବିତା ପ୍ରତି ଅଧିକ ଆକୃଷ୍ଟ ହୋଇଥିଲେ ଏବଂ ସେତେବେଳେର ଅନେକ କବିତା ପାଠୋତ୍ସବରେ ଯୋଗ ଦେବା ସହିତ ବିଭିନ୍ନ ପତ୍ରପତ୍ରିକାରେ କବିତାମାନ ଲେଖୁଥିଲେ ।

ସାହିତ୍ୟ ରଚନା[ସମ୍ପାଦନା]

ତାଙ୍କ ରଚିତ କବିତାଗୁଡ଼ିକ ସମ୍ବାଦ,ସମାଜ(ଖବରକାଗଜ) ଧରିତ୍ରୀ, ଝଙ୍କାର, ଇସ୍ତାହାର, ନବରବି, ସଚିତ୍ର ବିଜୟା,Rock Pebbles, Replica, ଗୋକର୍ଣ୍ଣିକା, ସାହିତ୍ୟ ଦର୍ପଣ, ବନଫୁଲ,ସୃଜନର ପାହାଚ, ଶୈଳଜା, ପ୍ରତିବେଶୀ,ରେବତୀ, ଜନସୁଧା, ପକ୍ଷୀଘର, ତୀର ତରଙ୍ଗ ଭଳି ଖବର ଖବର କାଗଜ ଓ ପତ୍ରିକାରେରେ ନିୟମିତ ପ୍ରକାଶିତ ହେଇଅଛି । ୨୦୧୯, ୨୦୨୦, ୨୦୨୧ ଓ ୨୦୨୪ ମସିହାରେ ଟାଇମ୍‌ପାସ୍ ପ୍ରକାଶନଦ୍ୱାରା ତାଙ୍କର ଚାରିଗୋଟି କବିତା ସଂକଳନ ଯଥାକ୍ରମେ ମାଟି ଛୁଇଁନଥିବା ସୂର୍ଯ୍ୟୋଦୟ, ଡାକୁଛ ବୋଲି ଜାଣେ' ଆସୁଛ ବୋଲି ଜାଣେ ଓ "ଲିଜା ମିଶ୍ର ଓ ଅନ୍ୟାନ୍ୟ କବିତା" ପ୍ରକାଶ ପାଇଥିଲା ।[୩]

ରଚନାବଳୀ[ସମ୍ପାଦନା]

  • ମାଟି ଛୁଇଁନଥିବା ସୂର୍ଯ୍ୟୋଦୟ (କବିତା ସଂକଳନ, ୨୦୧୯)
  • ଡାକୁଛ ବୋଲି ଜାଣେ (କବିତା ସଂକଳନ, ୨୦୨୦)
  • ଆସୁଛ ବୋଲି ଜାଣେ (କବିତା ସଂକଳନ, ୨୦୨୧)
  • ଲିଜା ମିଶ୍ର ଓ ଅନ୍ୟାନ୍ୟ କବିତା (କବିତା ସଂକଳନ, ୨୦୨୪)

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

୨୦୨୩ ବର୍ଷ ପାଇଁ ସେ ସେ ବସନ୍ତ ମୁଦୁଲି କବିତା ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ପୂର୍ବରୁ ସେ କଳିଙ୍ଗ ଲିଟେରାରୀ ୟୁଥ ଆୱାର୍ଡ, ଫକୀରମୋହନ ସାହିତ୍ୟ ସଂସଦ ଯୁବକବି ପୁରସ୍କାର (ହାଜି ଅସରଫ ଅଲ୍ଲୀ ଉଦୟ ପ୍ରତିଭା), କବିକନ୍ୟା ସ୍ମୃତି ପୁରସ୍କାର, ସଚିବାଳୟ ଲେଖକ ପରିଷଦ କବିତା ପୁରସ୍କାର, ଆନନ୍ଦପୁର ଲେଖକ ସମବାୟ କବିତା ପୁରସ୍କାର, ନିଜସ୍ୱ ସମ୍ନାନ, ବଡ଼ବିଲ, କେନ୍ଦୁଝର, କେନ୍ଦୁଝର ସମାଚାର କବିତା ପୁରସ୍କାର, ସୃଜନ ଇଣ୍ଡିଆ ଯୁବକବି ପୁରସ୍କାର, ପରାଗ ସାହିତ୍ୟ ସମ୍ମାନ, କେନ୍ଦ୍ରାପଡ଼ା, ଆଦି ପୁରସ୍କାର ପାଇଛନ୍ତି । ref name="sambad">"'କବି ବସନ୍ତ ମୁଦୁଲି କବିତା ପୁରସ୍କାର' ଘୋଷଣା: ୨୦୨୨ ପାଇଁ ନରେନ୍ଦ୍ର ଭୋଇ, ୨୦୨୩ ପାଇଁ ଚିତ୍ତରଞ୍ଜନ ନାୟକ ହେବେ ପୁରସ୍କୃତ". Sambad (in ଆମେରିକୀୟ ଇଂରାଜୀ). 2023-10-16. Retrieved 2023-10-20.</ref>[୪][୫][୬]

ଆଧାର[ସମ୍ପାଦନା]

  1. ଆଧାର ଭୁଲ: ଅଚଳ <ref> ଚିହ୍ନ; sambad ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. "Basanta Muduli Awards announced for two years". OrissaPOST (in English). Bhubaneswar. 17 October 2023. p. 2. Archived from the original on 17 October 2023. Retrieved 17 October 2023.{{cite news}}: CS1 maint: unrecognized language (link)
  3. ପଣ୍ଡା, ସୁପ୍ରିୟା (8 January 2023). "ସାହିତ୍ୟ ଲୋକାଭିମୁଖୀ ହେଉ : ଚିତ୍ତରଞ୍ଜନ ନାୟକ". Odisha Sambad. Archived from the original on 30 October 2023. Retrieved 30 October 2023.
  4. "କବି ବସନ୍ତ ମୁଦୁଲି କବିତା ପୁରସ୍କାର ଘୋଷଣା" (PDF). ସମୟ. 2023-10-17. Archived from the original (PDF) on 2023-10-20. Retrieved 20 October 2023.
  5. Sahoo, Rajalaxmi (17 October 2023). "'କବି ବସନ୍ତ ମୁଦୁଲି କବିତା' ପୁରସ୍କାର ଘୋଷଣା: ପୁରସ୍କୃତ ହେବେ କବି ନରେନ୍ଦ୍ର ଭୋଇ, କବି ଚିତ୍ତରଞ୍ଜନ ନାୟକ". ଓଟିଭି ଖବର. Archived from the original on 17 October 2023. Retrieved 17 October 2023.
  6. "Two young poets to be honored" (Newspaper). The Statesman (in Indian English). No. Bhubaneswar. Balasore. 18 October 2023. p. 2. Retrieved 18 October 2023.